RbiSearchHeader

Press escape key to go back

Past Searches

Theme
Theme
Text Size
Text Size
S3

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78524698

ସ୍ୱାଧୀନ ନିୟାମକ ସଂସ୍ଥାନ ମାନଙ୍କର ଗୁରୁତ୍ୱ - କେନ୍ଦ୍ରୀୟ ବ୍ୟାଙ୍କ ପରିପ୍ରେକ୍ଷୀରେ - ଭାରତୀୟ ରିଜର୍ଭ ବ୍ୟାଙ୍କର ଉପ ଗଭର୍ଣ୍ଣର ବିରଳ ଆଚାର୍ଯ୍ୟଙ୍କ ଦ୍ୱାରା ଅକ୍ଟୋବର 26, 2018 ରେ ଏ.ଡି. ଶ୍ରଫ ସ୍ମାରକୀ ବକୃତମାଳା, ମୁମ୍ବାଇରେ ପ୍ରଦତ୍ତ ବକୃତା

କୌଣସି ସାଦୃଶ୍ୟତା ଉତ୍ତମ ନୁହେଁ ତଥାପି ସାଦୃଶ୍ୟତା ବସ୍ତୁକୁ ଉତ୍ତମ ଭାବେ ବୁଝାଇବାରେ ସହାୟକ ହୋଇଥାଏ। ତଥାପି, ବେଳେବେଳେ ଦୁର୍ବଳମନା ବ୍ୟକ୍ତିକୁ ସଂକ୍ଷେପରେ ଏକ ବାସ୍ତବିକ କିମ୍ବା ଏକ ଏକାଡେମୀକ୍ ବିଷୟକୁ ଉପସ୍ଥାପିତ କରିବାକୁ ସୃଷ୍ଟି କରାଯାଇଥାଏ। କଦବା କ୍ୱଚିତ, କେବେବି ବାସ୍ତବ ଜୀବନର ଉଦାହରଣ ସୁନ୍ଦର ଭାବେ ଏକ ଯୋଗାଯୋଗକାରୀଙ୍କ କାର୍ଯ୍ୟକୁ ସହଜ କରିଦେଇ ଥାଏ। 2010 ବର୍ଷର ଏକ ପୂର୍ବ କଥାରୁ ମୁଁ ଆରମ୍ଭ କରୁଛି, ଯେହେତୁ ନିର୍ଦ୍ଦିଷ୍ଟ ଭାଗେ ମୋ ଭାଷଣର ବିଷୟବସ୍ତୁ ପାଇଁ ଏହା ପ୍ରଯୁଜ୍ୟ।

“କେନ୍ଦ୍ରୀୟ ବ୍ୟାଙ୍କରେ ମୋର ଅବଧି ଶେଷ ପ୍ରାୟ। ମୋର କର୍ତ୍ତବ୍ୟ ଶେଷ ହେବାର ତୃପ୍ତତା ସହ ମୁଁ ମୋର ପଦବୀ ତ୍ୟାଗ କରିବା ପାଇଁ ସଂକଳ୍ପବଦ୍ଧ।” ଆର୍ଜେଣ୍ଟିନା କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ମି. ମାର୍ଟିନ ରେଡାର୍ଡୋ ଜାନୁଆରୀ 29, 2010 ଶୁକ୍ରବାର ବିଲମ୍ବିତ ପ୍ରହରରେ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଥିଲେ।

“ସଂସ୍ଥାନ ଗୁଡ଼ିକ ରାଷ୍ଟ୍ରୀୟ ସରକାରଙ୍କ ଦ୍ୱାରା ନିରନ୍ତର ଦଳିତ ହେଉଥିବା ହେତୁ ଆମେ ଆଜି ଏଭଳି ଅବସ୍ଥାରେ ପହଂଚିଛୁ” ସେ କହୁଥିଲେ, ମୁଖ୍ୟତଃ ମୁଁ ଦୁଇଟି ଅବଧାରଣା: ଅର୍ଥାତ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ କେନ୍ଦ୍ରୀୟ ବ୍ୟାଙ୍କର ସ୍ୱାଧୀନତା ଏବଂ ବିତ୍ତୀୟ ଓ ଆର୍ଥିକ ସ୍ଥିରତା ନିମନ୍ତେ ଆରକ୍ଷିତ ରାଶି ର ବ୍ୟବହାର ସପକ୍ଷରେ ମୁଁ ଅଛି।

କ୍ରିଷ୍ଟିଆନା ଫର୍ଣ୍ନାଡେଜ ନେତୃତ୍ୱରେ ପରିଚାଳିତ ଆର୍ଜେଣ୍ଟିନା ସରକାରଙ୍କ ଦ୍ୱାରା 14 ଡିସେମ୍ବର 2009 ରେ ଜାରୀ ଏକ ଜରୁରୀ ଆଦେଶନାମା ମୂଳରେ ଏହି ନାଟକୀୟ ବିଦାୟର ମୂଳ ନିହିତ। ସେହି ବର୍ଷ ପରିପକ୍ୱ ହେଉଥିବା ଳୋକ ଋଣର ବିତ୍ତପୋଷଣ ପାଇଁ ଋଣ ନିଧି ହ୍ରାସ ଏବଂ ଦ୍ଵି-ଶତ ବାର୍ଷକୀ ସ୍ଥିରତା ପାଇଁ ଯାହା ପ୍ରତିଷ୍ଠା ହୋଇଥାଆନ୍ତା। ଜାତୀୟ କୋଷାଗାରକୁ କେନ୍ଦ୍ରୀୟ ବ୍ୟାଙ୍କର 6.6 ବିଲିୟନ ଆମେରିକୀ ଡଲାର ଅନ୍ତରଣ କରିବା ବିଷୟ ସହ ଏହା ସଂପୃକ୍ତ। ଦାବୀ ଥିଲା ଯେ କେନ୍ଦ୍ରୀୟ ବ୍ୟାଙ୍କ ପାଖରେ 18 ବିଲିୟନ ଆମେରିକୀୟ ଡଲାର “ଅଧିକ ଆରକ୍ଷିତ ରାଶି” ଗଚ୍ଛିତ ରହିଛି। [ ବାସ୍ତବରେ, ମି. ରେଡାର୍ଡୋ ଏହି ପାଣ୍ଠି ଅନ୍ତରଣ କରିବା ନିମନ୍ତେ ନାସ୍ତି କରିଦେଇଥିଲେ। ତେଣୁ କର୍ତ୍ତବ୍ୟରେ ଅବହେଳା ଓ ଅସଦାଚରଣ ଅଭିଯୋଗରେ ଜାନୁଆରୀ 7, 2010 ରେ ସରକାର ଏକ ଅନ୍ୟ ଜରୁରୀ ଆଦେଶନାମା ବଳରେ ତାଙ୍କୁ ବିଦା କରିବା ଉଦ୍ୟମ କରିଥିଲେ। ଅସାମ୍ବିଧାନିକତା ହେତୁ ଏହି ଉଦ୍ୟମ ବିଫଳ ହୋଇଥିଲା] 2001 ରେ ଆର୍ଜେଣ୍ଟିନାର ଆର୍ଥିକ ମାନ୍ଦାବସ୍ଥା ହେବା ପରେ ପରେ ଏକ ଚରମ ସାମ୍ବିଧାନିକ ଦୁର୍ଗତିର ଆୟମାରମ୍ଭ ହେବା ସହ ଘଟଣା ସମୁହ ଏକ ସାର୍ବଭୌମିକ ବିପତ୍ତିର ପୁର୍ନଃ ଆକଳନ ଆଡ଼କୁ ମୁହାଁଇଥିଲା।

ରେଡାର୍ଡୋଙ୍କ ଇସ୍ତଫାର ଏକ ମାସ ଭିତରେ ଆର୍ଜେଣ୍ଟୀନୀୟ ସରକାରୀ ବଣ୍ଡ (ସୋଭରେନ କ୍ରେଡିଟ ଡିଫାଲ୍ଟ ସ୍ପ୍ରେଡ ଭାଗେ ପରିମାପକ) ଉପରେ ଖିଲାପୀ ଯୋଗୁ କ୍ଷତି ବିରୁଦ୍ଧରେ ବୀମାକ୍ରୟ ପାଇଁ ବାର୍ଷିକ କିସ୍ତି ଖର୍ଚ୍ଚ ଏବଂ ଆର୍ଜେଣ୍ଟିନୀୟ ରାଷ୍ଟ୍ରୀଯ ବଣ୍ଡ 2.5% କିମ୍ୱା ମୂଳ ବିନ୍ଦୁଠାରୁ 250 ବେସିସ ପଇଣ୍ଟ ପୂର୍ବାବସ୍ଥାର ଏକ ଚତୁର୍ଥାଂଶ ଠାରୁ ଅଧିକ ବଢ଼ିଯାଇଥିଲା।

ଗୋଲ୍ଡମ୍ୟାନ ସାଚର ଆର୍ଜେଣ୍ଟିନା ବିଶ୍ଲେଷକ ଆଲ୍ଗେରୋମସ୍ ଫେବୃୟାରୀ 7, 2010 ରେ ଉଲ୍ଲେଖ କରିଥିଲେ ଯେ “କେନ୍ଦ୍ରୀୟ ବ୍ୟାଙ୍କର ଆରକ୍ଷିତ ରାଶିକୁ ସରକାରୀ ଦେୟ ପାଇଁ ବ୍ୟବହାର କରାଯିବା ଏକ ଆସ୍ତିସୂଚକ ଉନ୍ନତି ନୁହେଁ ଏବଂ ଅତ୍ୟଧିକ ଗଚ୍ଛିତ ଅବଧାରଣା ସର୍ବଦା ତର୍କ ପାଇଁ ଉନ୍ମୁକ୍ତ। ଏହା କେନ୍ଦ୍ରୀୟ ବ୍ୟାଙ୍କର ତୁଳନ ପତ୍ରକୁ ଦୁର୍ବଳ କରିଦିଏ ଏବଂ ସରକାରଙ୍କୁ ଭୁଲ ପ୍ରୋତ୍ସାହନ ଯୋଗାଇଥାଏ, କାରଣ ଏହା ଦ୍ରୁତ ବ୍ୟାପକ ବ୍ୟୟ ନିୟନ୍ତ୍ରଣ କରିବାର ପ୍ରୋତ୍ସାହନକୁ ଦୁର୍ବଳ କରିଦିଏ ତଥା 2010 ରେ ବିତ୍ତୀୟ ଲେଖାକୁ କିଛି ପରିମାଣରେ ସମୀକୃତ କରିବା ପାଇଁ ପ୍ରୋତ୍ସାହିତ କରେ।”

ଏପରିକି ଅଧିକ କ୍ଷତି କରୁଥିବା ଏକ ଆପଦ, ଯାହାକି ଗଭର୍ଣ୍ଣର ସତର୍କ କରାଇ ଦେଇଥିଲେ, ସାମ୍ନାକୁ ଆସିଯାଇଥିଲା। 2010 ଜାନୁୟାରୀ ପ୍ରାରମ୍ଭରୁ ନ୍ୟୁୟର୍କର ଜଣେ ବିଚାରପତି ଥୋମାସ ପ୍ରାଇସା, ନିବେଶକାରୀ ମାନଙ୍କର କେନ୍ଦ୍ରୀୟ ବ୍ଯାଙ୍କ ଆଉ ଏକ ସ୍ୱାୟତ୍ତ ସଂସ୍ଥା ନୁହେଁ ବରଂ ଦେଶର ଶାସନ ବ୍ୟବସ୍ଥା ର ଅଧୀନ – ଏହି ଦାବୀ ର ଅନୁସରଣରେ

(ଉପରୋକ୍ତ ସାରାଂଶ ୩୦.୦୧.୨୦୧୦ ରେ ଫାଇନାନ୍ସ ଟାଇମ୍ସ ରେ ପ୍ରକାଶିତ ଜୁଡେ ୱେବରଙ୍କ ଲେଖା “ଆର୍ଜେଣ୍ଟିନା କେନ୍ଦ୍ରୀୟ ବ୍ଯାଙ୍କର ମୁଖ୍ୟଙ୍କ ଈସ୍ତଫା” ଓ ୦୭.୦୨.୨୦୧୦ ର ୟୁରୋମନି ରେ ପ୍ରକାଶିତ ଜାସନ ମିଚେଲଙ୍କ ଲେଖା “ଆର୍ଜେଣ୍ଟିନା: ରେଡରାଡୋଙ୍କ ଈସ୍ତଫାରୁ ସୃଷ୍ଟ ବ୍ଯାଙ୍କ ସ୍ଵାଧୀନତା ପ୍ରତି ବିପଦ” ଉପରେ ପର୍ଯ୍ଯବେଶିତ।)

ସାର୍ବଭୌମ କ୍ଷମତାର ବ୍ୟବହାର, କେନ୍ଦ୍ରୀୟ ବ୍ଯାଙ୍କ ମୁଖ୍ୟଙ୍କ ଇସ୍ତଫା, ବଜାର ବିଦ୍ରୋହ ଜନିତ ଜଟିଳ ଅନ୍ତର୍ଦ୍ଵନ୍ଦ ଏବଂ ଏକ ସୁପରିଚାଳିତ ଅର୍ଥନୀତି ପାଇଁ ସରକାରୀ ଚାପମୁକ୍ତ ଏକ ସ୍ଵାଧୀନ କେନ୍ଦ୍ରୀୟ ବ୍ୟାଙ୍କର ଆବଶ୍ୟକତା ଆଜି ମୋ ମନ୍ତବ୍ୟର କେନ୍ଦ୍ରବିନ୍ଦୁ ହେବ। କେନ୍ଦ୍ରୀୟ ବ୍ୟାଙ୍କର ସ୍ଵାଧୀନତା କ୍ଷୟ କେତେ ବିପଜ୍ଜନକ କାରଣ ନିଜର ପାଣ୍ଠି ସଂଗ୍ରହ ପାଇଁ ସରକାର (ତଥା ଅନ୍ୟମାନେ) ନିର୍ଭର କରୁଥିବା ପୁଞ୍ଜି ବଜାରରେ ଏହା ଏକ ଅବିଶ୍ଵସନୀୟ ବାତାବରଣ ସୃଷ୍ଟି କରିପାରେ, ସେ ବିଷୟରେ ମଧ୍ୟ ମୁଁ ଆଲୋକପାତ କରିବାକୁ ଚେଷ୍ଟା କରିବି।

ରାଷ୍ଟ୍ର ସମୂହ କାହିଁକି କୃତକାର୍ଯ୍ୟ (ବା ଅକୃତକାର୍ଯ୍ୟ) ହୁଅନ୍ତି।

ଏହି ଜଟିଳ ପ୍ରକ୍ରିୟା ର ବର୍ଣନା କରିବା ପୂର୍ବରୁ କେନ୍ଦ୍ରୀୟ ବ୍ୟାଙ୍କର ସ୍ଵତନ୍ତ୍ରତା ସମ୍ପର୍କରେ ମୁଁ ସାଧାରଣ ଦୃଷ୍ଟି କୋଣରୁ ଆଲୋଚନା କରିବି।

ଦେଶର ଉନ୍ନତି କଳ୍ପେ ଆଇନର ଶାସନ ତଥା ସରକାରୀ ଉତ୍ତରଦାୟୀତ୍ଵତା ପ୍ରତି ରାଜନୈତିକ ଅର୍ଥନୈତିଜ୍ଞଗଣ ଗୁରୁତ୍ଵ ଦେଇଥାନ୍ତି। ୨୦୧୧ ମସିହାର “ରାଜନୈତିକ ଶୃଙ୍ଖଳାର ପୃଷ୍ଠଭୂମି” ଲେଖାରେ ଫ୍ରାନସିସ ଫୁକୁୟାମା ଉପରୋକ୍ତ ଦୁଇ ବିଷୟ ସହ ଆବଶ୍ୟକ ଜାତୀୟ ସଂସ୍ଥା ନିର୍ମାଣର ଗୁରୁତ୍ଵ ଉପଲବଧି କରିଛନ୍ତି ଯାହାକି ସ୍ଥିର, ଶାନ୍ତିମୟ, ଉନ୍ନତ ସମଷ୍ଟିଗତ ସୁସମାଜ ନିର୍ମାଣରେ ସହାୟ ହୋଇଥାଏ।

ଡାରନ ଏସିମୋଗଲୁ ଓ ଜେମ୍ସ ରବିନସନ ୨୦୧୨ ରେ ପ୍ରକାଶିତ “ରାଷ୍ଟ୍ର ସମୂହ କାହିଁକି ଅକୃତକାର୍ଯ୍ୟ ହୁଅନ୍ତି” ପୁସ୍ତକରେ ରାଷ୍ଟ୍ରର ରାଜନୈତିକ ଓ ଅର୍ଥନୈତିକ ସଫଳତା ବା ବିଫଳତା ପ୍ରତିଷ୍ଠାନ ଗୁଡିକର ଗୁଣବତା ଗୁରୁତ୍ଵ ବିଷୟରେ ଆଲୋକପାତ କରିଛନ୍ତି। ଯମଜ ରାଷ୍ଟ୍ରର (ଉତ୍ତର ଓ ଦକ୍ଷିଣ କୋରିଆ) ର ଉଦାହରଣ ଦେଇ ଉକ୍ତ ପୁସ୍ତକରେ ନିମ୍ନୋକ୍ତ ବୈଶିଷ୍ଟ୍ୟ ବିଶଦ ଭାବେ ବର୍ଣିତ।

ସମଷ୍ଟିଗତ ଅର୍ଥନୈତିକ ଓ ରାଜନୈତିକ ପ୍ରତିଷ୍ଠାନ ନିଷ୍ପତି ଗ୍ରହଣ ପ୍ରକ୍ରିୟାରେ ବହୁମତର ଗୁରୁତ୍ଵ ଦିଅନ୍ତି ଯାହାକି ଆଇନର ଶାସନ ନିଶ୍ଚିତ କରିବା ସହିତ ସାମର୍ଥ୍ୟ ତଥା ସୃଜନ ଶକ୍ତିକୁ ପ୍ରଶୟ ଦେଇଥାଏ; ଏପରି ପ୍ରତିଷ୍ଠାନର ଉପସ୍ଥିତିରେ ରାଜନୀତି ଓ ଅର୍ଥନୀତି ପରିବର୍ତ୍ତନ ହେତୁ ଆଘାତପ୍ରାପ୍ତ ହେବାକୁ ଥିବା ପଦସ୍ଥ ବ୍ୟକ୍ତିଗଣଙ୍କର ପଣବନ୍ଦୀ ହୋଇ ନ ଥାଏ।

ଅପରପକ୍ଷେ, ବ୍ୟକ୍ତି କୈନ୍ଦ୍ରିକ ପ୍ରତିଷ୍ଠାନ ଗୁଡିକ ସରକାରଙ୍କୁ ହିଁ କେବଳ ଅର୍ଥନୈତିକ ଓ ରାଜନୈତିକ ସମ୍ବଳ ଉପଯୋଗ କରିବାର ସୁଯୋଗ ଦିଅନ୍ତି ଏବଂ ସମୟାନ୍ତରେ, ଏହା ଦେଶର ଶକ୍ତି କ୍ଷୟ ତଥା ନିଶ୍ଚଳ ଅବସ୍ଥାକୁ ଆଣିଥାଏ।

ନିୟୁର୍କ ବିଶ୍ୱବିଦ୍ୟାଳୟ ଅନର୍ଗତ ଷ୍ଟର୍ଣ ସ୍କୁଲ ଅଫ ବିଜିନେସ ମ୍ୟାନେଜମେଣ୍ଟ ର ପ୍ରାକ୍ତନ ସହକର୍ମୀଙ୍କ ସହ କଥାବାର୍ତ୍ତା ବେଳେ ଦେଶ ସମୂହ ଅର୍ଥନିତୀକୁ ଦୁଇ ଭାଗରେ ବିଭକ୍ତ ଥିବାର ଆଲୋଚନା ପରିସରଭୁକ୍ତ ଥିଲା; ଗୋଟିଏ ଯାହା ଧନ ବୃଦ୍ଧିରେ ସହାୟକ ଓ ଉତ୍ସାହଜନକ ଯେଉଁ ପରିବେଶରେ ଉଦ୍ୟୋକ୍ତାଗଣ ପରମ୍ପରା ପରିତ୍ୟାଗକରି ସଫଳତାର ମନ୍ତ୍ରରେ ବିଶ୍ଵାସ କରିଥାନ୍ତି ଓ ଅନ୍ଯଟି ଯାହା ମୂଳତଃ ପାଶ୍ଚାତଗାମୀ ରାଷ୍ଟ୍ରନୀତିର ପୃଷ୍ଠପୋଷକତାରେ ବିଶ୍ଵାସକରି ବାଣିଜ୍ୟ ବ୍ୟବସାୟ କରିଥାନ୍ତି ଏବଂ ଏଥିରେ ପ୍ରବେଶ କରିବାକୁ ଅନ୍ୟମାନଙ୍କୁ ବାଧା ଦେଇଥାନ୍ତି।

ସଂସ୍ଥାନ ମାନଙ୍କର ଗୁରୁତ୍ୱ ଥିବା ପାରିଭାଷିକ ଶବ୍ଦାବଳୀ ଓ ଅଧବମାନତ୍ୱ ତତ୍ତ୍ୱଥିବା ସତ୍ତ୍ୱେ ନ୍ୟୁୟର୍କର ଜଣେ ବିଚାରପତି ଏହା ଭଲଭାବେ ଗ୍ରହଣ କରାଯାଇଅଛି ଯେ, ଅନ୍ୟ ବିଷୟ ମଧ୍ୟରେ, ସଂପତ୍ତି ଅଧିକାର ଏବଂ ସେଗୁଡ଼ିକ ପ୍ରବର୍ତ୍ତନ, ନ୍ୟାୟପାଳିକା ଏବଂ ଗଣତନ୍ତ୍ରରେ ନିର୍ବାଚନ କାର୍ଯ୍ୟାଳୟ କେବଳ ବୈଧିକ ଭାଗେ ପ୍ରତିଷ୍ଠିତ ନୁହନ୍ତି। କାର୍ଯ୍ୟତଃ ସ୍ୱାଧିନ ଭାବରେ କାର୍ଯ୍ୟ ସାଧନ କରନ୍ତି ଏବଂ କାର୍ଯ୍ୟ ସଂପାଦନ କରିବା ଏହାର ଅନ୍ତର୍ଭୁକ୍ତ।

କିଂଚିତ କମ୍ ପରିମାଣରେ ଏକ ସ୍ୱାଧୀନ ବ୍ୟାଙ୍କ କାର୍ଯ୍ୟ କରିଥାଏ। ବୋଧହୁଏ ଏଇଥିପାଇଁ ଠିକ୍ ନୁହେଁ ଯେ, ଏଇ ଗୋଷ୍ଠିରେ କେନ୍ଦ୍ରୀୟ ବ୍ୟାଙ୍କ ଆପେକ୍ଷିକ ଭାଗେ ଏକ ନୂତନ ଶିଶୁ (ଅଧିକାଂଶ କ୍ଷେତ୍ରରେ ଏକ ଶତାର୍ଦ୍ଧାରୁ କମ୍ ନୁହେଁ କିନ୍ତୁ ଯଦିଓ ଏହାର ପ୍ରକୃତ ପ୍ରଭାବ ଦୂ-ପ୍ରଭାବୀ, ସର୍ବସାଧାରଣ କ୍ଷେତ୍ରରେ ଏହା ପ୍ରତ୍ୟକ୍ଷ ଭାବେ ସ୍ୱଳ୍ପ ଭାଗ ବିନିମୟ କରିଥାଏ)

ସରକାର ଏବଂ କେନ୍ଦ୍ରୀୟ ବ୍ୟାଙ୍କ- ଦୁଇ ଦିଗନ୍ତର କାହାଣୀ

ଅର୍ଥନୀତି ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ବହୁବିଧ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ସଂପାଦନ କରିଥାଏ। ଏହା ମୁଦ୍ରା ଯୋଗାଣ ନିୟନ୍ତ୍ରିତ କରିଥାଏ। ଅର୍ଥ ଧାର କରଜର ସୁଧ ହାର ଧାର୍ଯ୍ୟ କରିଥାଏ। ବାହ୍ୟ କ୍ଷେତ୍ର ପରିଚାଳନା କରିଥାଏ। ତନ୍ମଧ୍ୟରେ ଅଛି ବିନିମୟ ହାର ଆର୍ଥିକ କ୍ଷେତ୍ରର ବିନିୟମନ ଓ ପର୍ଯ୍ୟବେକ୍ଷଣ ବିଶେଷତଃ ବ୍ୟାଙ୍କ ମାନଙ୍କର। କେବେକେବ ବୈଦେଶିକ ମୁଦ୍ରା ବିନିମୟ ଓ କରଜ ବିପଣୀର ନିୟମନ ଏବଂ ଦେଶୀ ତଥା ବାହ୍ୟ କ୍ଷେତ୍ରରେ ଆର୍ଥିକ ସ୍ଥିରତାର ନିଶ୍ଚିତତା।

ପୃଥିବୀ ବ୍ୟାପି ସରକାରଙ୍କ ଠାରୁ ପୃଥକ ଭାବେ କେନ୍ଦ୍ରୀୟ ବ୍ୟାଙ୍କ ଏକ ସଂସ୍ଥାନ ଭାବେ ପ୍ରତିଷ୍ଠା କରାଯାଇଅଛି। ଅନ୍ୟ ପକ୍ଷରେ କହିବାକୁ ଗଲେ, ଏହା ସରକାରଙ୍କ କାର୍ଯ୍ୟ ନିର୍ବାହର ଏକ ବିଭାଗ ନୁହେଁ। ପ୍ରାସଙ୍ଗିକ ବୈଧିକ ପ୍ରଣୟନ ମାଧ୍ୟମରେ ଏହାର କ୍ଷମତାର ପୃଥକତା ଲିପିବଦ୍ଧ। ଏହାର କାର୍ଯ୍ୟ କେତେକାଂଶରେ ଜଟିଳ ଏବଂ ପ୍ରାୟୋଗିକ। କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ଆଦର୍ଶଗତ ଭାବେ ମୁଖ୍ୟ ଏବଂ ପ୍ରଯୁକ୍ତିବିତ୍ ଏବଂ ବିଶେଷଜ୍ଞ ମାନଙ୍କ ଦ୍ୱାରା ପରିଚାଳିତ- ଅର୍ଥନୀତିକ୍, ଏକାଡେମୀକ, ବାଣିଜିକ୍ୟ ଏବଂ କେବେ କେବେ ଘରୋଇ କ୍ଷେତ୍ରୀୟ ପ୍ରତିନିଧି ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥାଅନ୍ତି। କିନ୍ତୁ ନିର୍ବାଚିତ ହୋଇ ନ ଥାନ୍ତି। ଏହି ସଂରଚନା ବ୍ୟାଙ୍କର ଗ୍ରହଣୀୟ ନିବନ୍ଧ ହେଉଛି ଯେ କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ସେମାନଙ୍କ କ୍ଷମତାର ସ୍ୱାଧିନ ବ୍ୟବହାର ନିମନ୍ତେ ଅନୁମତି ପ୍ରାପ୍ତ ହେବେ।

କେନ୍ଦ୍ରୀୟ ବ୍ୟାଙ୍କ କାହିଁକି ସରକାରଙ୍କ ଠାରୁ ପୃଥକ

ସ୍ପଷ୍ଟିକରଣର ପ୍ରଥମ ଅଂଶ ସରକାରଙ୍କ ତୁଳନାରେ କେନ୍ଦ୍ରୀୟ ବ୍ୟାଙ୍କିଙ୍ଗ ନିଷ୍ୱତ୍ତି ନିର୍ମାଣର ଦିଗନ୍ତ ସଂପର୍କିତ ସରକାରଙ୍କ ନିଷ୍ପତ୍ତି ନେବା ସ୍ୱଳ୍ପ ଗୋଟିଏ ଟି 20 ମ୍ୟାଚ ଅବଧି ଭଳି (କ୍ରିକେଟିଙ୍ଗ ସଦୃଶ୍ୟତା)। ବହୁବିଧ ବିଚାର ସତତ୍ତ୍ୱ, ସର୍ବଦା କୌଣସି ନା କୌଣସି ପ୍ରକାରର ନିର୍ବାଚନ ଯଥା- ଜାତୀୟ, ରାଜ୍ୟ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ଇତ୍ୟାଦି ନିର୍ବାଚନ ପାଖେଇ ଆସିଲେ, ଅତୀତରେ ଇସ୍ତାହାରରେ ଘୋଷିତ ବିଷଯ ଜରୁରୀ ହୋଇଯାଏ। ଘୋଷିତ ଇସ୍ତାହାର ଯେତେବେଳେ ଫଳପ୍ରଦ ହୁଏ ନାହିଁ ତୁରନ୍ତ ଲୋକଦେଖାଣିଆ ବିକଳ୍ପ ବ୍ୟବସ୍ଥା କରିବାକୁ ହୁଏ। ବର୍ତ୍ତମାନ ଦୃଶ୍ୟପଟରେ ସେତେଟା ଗୁରୁତ୍ତ୍ୱପୂର୍ଣ୍ଣ ନ ଥିବା, କିନ୍ତୁ ନିକଟରେ ଯୁଦ୍ଧ କରିବାର ଘୋଷଣା, ଅର୍ଥ ଲଗାଣ ଏବଂ ଯେକୌଣସି ମତେ ବିଜୟୀ ହେବା ସରକାରଙ୍କ ଏହି ସମୀପଦୃଷ୍ଟି ବା ସ୍ୱଳ୍ପ ଅବଧି ତତ୍ତ୍ୱ ସର୍ବୋତ୍କୃଷ୍ଟ ଭାବେ ଷୋଡ଼ଷ ଲୁଇଙ୍କ ଦ୍ୱାରା ଇତିହାସରେ ସଂକ୍ଷିପ୍ତ ଭାବେ ବର୍ଣ୍ଣିତ। ଯେତେବେଳେ ସିଏ ଘୋଷଣା କରିଥିଲେ ମୋ ପରେ ପ୍ରଳୟ।

ପକ୍ଷାନ୍ତରରେ ଗୋଟିଏ କେନ୍ଦ୍ରୀୟ ବ୍ୟାଙ୍କ ଟେଷ୍ଟ ମ୍ୟାଚ ଖେଳିଥାଏ। ପ୍ରତ୍ୟେକ ପାଳି ଜିତିବାକୁ ଚେଷ୍ଟା ପରେ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ ବଂଚିରହିଲେ ଦ୍ୱିତୀୟ ପାଳି ଜିତିବାକୁ ସୁଯୋଗ ପାଇପାରିବେ। ଏହିଭଳୀ ପ୍ରଯାସ ଜାରି ରଖେ। ନିର୍ଦ୍ଦିଷ୍ଟ ଭାବେ କେନ୍ଦ୍ରୀୟ ବ୍ୟାଙ୍କ ପ୍ରତ୍ୟକ୍ଷ ଭାବେ ରାଜନୈତିକ ଚାପର ବିଷୟାଧିନ ନୁହେଁ କିମ୍ୱା ଭବିଷ୍ୟତକୁ ଅବହେଳା କରିବାକୁ ପ୍ରରୋଚିତ ନୁହେଁ, ନିର୍ବାଚିତ ହେବା ଠାରୁ ମନୋନୀତ ହେବା ପଣ ଯୋଗୁ। ଯୁଦ୍ଧ ସମଯ ଓ ନିର୍ବାଚନ ଚକ୍ର ଉର୍ଦ୍ଦ୍ୱରେ କେନ୍ଦ୍ରୀୟ ବ୍ୟାଙ୍କ ସିଦ୍ଦାନ୍ତ ଗ୍ରହଣ ଦିଗନ୍ତ ସରକାରଙ୍କ ଠାରୁ ଦୀର୍ଘତର। ଯଦିଓ ସେମାନଙ୍କ ନୀତଗତ ନିଷ୍ପତ୍ତିର ତତକ୍ଷଣାତ ଫଳାଫଳ୍ରେ ପରିଷ୍କାର ଭାବେ ଉପାଦନ ସ୍ଥିର କରନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ମାନେ ବିରତ ନେଇପାରନ୍ତି। ଅନୁଶୀଳନ କରିପାରନ୍ତି ଏବଂ ପ୍ରଶ୍ନ କରିପାରନ୍ତି। ସେମାନଙ୍କ ଦୀର୍ଘକାଳୀନ ଫଳାଫଳ ଯଥା ସରକାରଙ୍କ ପଲିସି କ’ଣ ହୋଇପାରେ। ବାସ୍ତବରେ, ସେମାନଙ୍କ ଜନାଦେଶ ବଳରେ କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ, ବ୍ୟବସାୟ ଏବଂ ଆର୍ଥିକ ଚକ୍ର ଉପରେ ଅର୍ଥ ବ୍ୟବସ୍ଥାକୁ ସ୍ଥିର କରିବାକୁ ପ୍ରତିଶ୍ରୁତିବଦ୍ଦ ଏବଂ ତେଣୁ ମଧ୍ୟମରୁ ଦୀର୍ଘସ୍ଥାୟୀକୁ ଧ୍ୟାନ ଦିଅନ୍ତି। ଅବସ୍ମିତ ଭାଗେ ଦାମ କିମ୍ୱା ଆର୍ଥିକ ସ୍ଥିରତା ଭଳି ଦୀର୍ଘ ମିଆଦୀ ଫଳ ପାଇଁ ସ୍ୱଳ୍ପମିଆଦୀ ଲାଭକୁ ତ୍ୟାଗ କରିବାର ଆୟାସପୂର୍ଣ୍ଣ ପର୍ଯ୍ୟାୟ କ୍ରମବିକଳ୍ପ ମାଧ୍ୟମରେ ବିଶ୍ୱାସନୀୟତା ପ୍ରତିଷ୍ଠା କରିବାକୁ ପ୍ରୟାସ କରିଥାଆନ୍ତି।

2. କେଉଁଥିପାଇଁ କେନ୍ଦ୍ରୀୟ ବ୍ୟାଙ୍କ ସରକାରଙ୍କ ଠାରୁ ପୃଥକ ହେଉଛି ବ୍ୟାଖ୍ୟାନର ଦ୍ୱିତୀୟ ଅଂଶ ଯାହା କେନ୍ଦ୍ରୀୟ ବ୍ୟାଙ୍କ ପରିଚାଳନା କରେ କିମ୍ୱା ପ୍ରଭାବିତ କରିଥାଏ। ମୁଦ୍ରା ସୃଷ୍ଟି, କରଜ ସୃଷ୍ଟି, ବାହ୍ୟକ୍ଷେତ୍ର ପରିଚାଳନା ଏବଂ ଆର୍ଥିକ ସ୍ଥିରତା।

ଅର୍ଥ ବ୍ୟବସ୍ଥାକୁ ସମ୍ମୁଖ-ହାର ସମ୍ଭାବ୍ୟ ସୁବିଧା କିନ୍ତୁ ଆର୍ଥିକ ଆଧିକ୍ୟତା କିମ୍ୱା ଅସ୍ଥିରତା ଆକାରରେ ପଶ୍ଚାତ ଭାର ଦାମ୍ ସମ୍ଭାବ୍ୟ ଅନୁବର୍ତ୍ତୀ ସାମାନ୍ୟତର ଆପଦ ଜଡ଼ିତ।

  1. ଅଧିକ ଅର୍ଥ ଯୋଗାଣ ସରକାରୀ ନିଅଣ୍ଟ ସହିତ ଆର୍ଥିକ ନେଣଦେଣୁ ସହଜ କରିବାରେ ସୁବିଧା ଯୋଗାଥାଏ। କିନ୍ତୁ ସମୟକ୍ରମେ ଅର୍ଥ ବ୍ୟବସ୍ଥାକୁ ଅଧିକ ଉତ୍ପତ୍ତି କରିଥାଏ। ମୂଲ୍ୟ ବୃଦ୍ଦି ଚାପର ଅୟମାରମ୍ଭ କରିଥାଏ କିମ୍ଭା ଏପରିକି ପୂର୍ଣ୍ଣ ମାତ୍ରାର ସଂକଟ ସୃଷ୍ଟି କରେ ଯାହା ପରିଶେଷରେ ତୀକ୍ଷ୍ଣ ଆର୍ଥିକ ସଂକୋଚନ ଆବଶ୍ୟକ କରିଥାଏ।

  2. ସୁଧ ହାରର ଅତ୍ୟଧିକ ହ୍ରାସ ଏବଂ /କିମ୍ୱା ବ୍ୟାଙ୍କ ପୁଂଜି ଓ ଚଳନିଧି ଆବଶ୍ୟକତାରେ କୋହଳ ଦ୍ୱାରା ଅଧିକ ଋଣ ସୃଷ୍ଟି, ପରିସଂପତ୍ତି ମୂଲ୍ୟ ସ୍ଫୀତି, ଅଳ୍ପ ମିଆଦୀରେ ଆର୍ଥିକ ଅଭିବୃଦ୍ଦି ବାହ୍ୟାଡମ୍ୱର ଆଡ଼କୁ ଆଗେଇ ନେଇଥାଏ। କିନ୍ତୁ ସାଧାରଣତଃ ଅତ୍ୟଧିକ କରଜ ବୃଦ୍ଦି ଗୁଣଭତ୍ତା ବକ୍ର ରେଖା କରିବା ସହ ସାଥି ହୁଏ ଯାହାକି ଭୂଲଦିଗରେ ନିବେଶ, ପରିସଂପତ୍ତି ମୂଲ୍ୟାଚୟନ ଏବଂ ଦୀର୍ଘ ମିଆଦ ଆର୍ଥିକ ସଂକଟ ଆରମ୍ଭ କରିଥାଏ।

  3. ବିଦେଶୀ ପୁଂଜି ପ୍ରବାହକୁ ଅର୍ଥ ବ୍ୟବସ୍ଥାରେ ପ୍ରବେଶାନୁମତି, ସାମୟିକ ଭାଗେ ବିସ୍ତୃତ ସରକାରୀ ତୁଲନ ପତ୍ରକୁ ବିତ୍ତପୋଷଣ କରିବାର ଚାପକୁ ସହଜ କରିଦେଇପାରେ ଏବଂ କୋଳାହଳପୂର୍ଣ୍ଣ ଘରୋଇ କ୍ଷେତ୍ର ଅଟକାଇଦେଇପାରେ କିନ୍ତୁ ହଠାତ୍ ବନ୍ଦ ହୋଇଯିବା କିମ୍ୱା ଏହି ପ୍ରବାହର ବହିର୍ଗମନ ଭବିଷ୍ୟତରେ ପ୍ରଶସ୍ତ ଉଦ୍ବୃତ ପ୍ରତିକୂଳ ଅର୍ଥବ୍ୟବସ୍ଥା ସହ ବିନିମୟ ଦରକୁ ଧୂଳିସାତ୍ କରିବାକୁ ଆରମ୍ଭ କରିଦିଏ ଏବଂ

  4. ସଲାସୁତୁରା ପର୍ଯ୍ୟବେକ୍ଷଣ ଏବଂ ନିୟାମକ ମାନଙ୍କର ସମଝୋତା ଦ୍ୱାରା ବ୍ୟାଙ୍କ ଋଣର ବ୍ୟାପକ କ୍ଷତିକୁ ଲୁଚେଇ ରଖିବା, କ୍ଷଣକାଳ ପାଇଁ ଲୋକ ଦେଖାଣିଆ ଆର୍ଥିକ ସ୍ଥିରତା ସୃଷ୍ଟି କରିପାରେ। କିନ୍ତୁ ଭବିଷ୍ୟତରେ ସମ୍ଭବତଃ ଏକ ବିରାଟ ଟିକସଦାତା ବିଲ୍ ଏବଂ ଶକ୍ତିଶାଳୀ ଫଳାଫଳ ଅବଶ୍ୟମ୍ଭାବୀ ଭାବେ କୌଣସି ସମୟରେ ଭଂଗୁର କାଗଜ ଡେକ୍ ଭଳି ଅଳିଆ ଗଦାରେ ପରିଣତ ହୋଇପାରେ।

ହେଲେ, ଏହା ସର୍ବଦାର କାହାଣୀ ନୁହେଁ, ପ୍ରାୟଃ ଦୃଢ଼ ଅଭିବୃଦ୍ଦି ପାଇଁ ସରକାରଙ୍କ ଦ୍ୱାରା ସଂରଚନାଗତ ସୁଧାର ସହ ରାଜକୋଷୀୟ ଖାକା ତିୟାରି କରିବାରେ ଆବଶ୍ୟକୀୟ ହସ୍ତକ୍ଷେପ ଦରକାର ପଡ଼ିପାରେ, ତଥାପି ଏଗୁଡ଼ିକ ଲୋକ ଦେଖାଣିଆ ବ୍ୟୟ ସହ ବୁଝାମଣା କରିପାରେ କିମ୍ୱା ପଦଧାରୀ ମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଦରକାର ପଡ଼ିପାରେ। ଫଳତଃ, ଏହା ସରକାରଙ୍କ କେନ୍ଦ୍ରୀୟ ବ୍ୟାଙ୍କକୁ ସ୍ୱଳ୍ପମିଆଦ ଲାଭ ଉତ୍ପନ୍ନ ପରିବା ପାଇଁ ଋଣ କୌଶଳ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେବା ସମିଚୀନ ମନେ ହୋଇପାରେ। କିନ୍ତୁ ଅର୍ଥ ବ୍ୟବସ୍ଥା ପାଇଁ ଠିକ୍ ଭାବେ ସାମାନ୍ୟ ଆପଦ ସୃଷ୍ଟି କରେ। ଏହିଭଳି ସ୍ୱଳ୍ପ ମିଆଦ ବଦଠୁଁ ଅର୍ଥ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ କାର୍ଯ୍ୟ ନିର୍ବାହ ଶାଖା ଠାରୁ ନିରାପଦ ଦୂରତ୍ୱରେ ରହିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କର ପରିକଳ୍ପନା କରାଯାଇଥିଲା ।

କେନ୍ଦ୍ରୀୟ ବ୍ୟାଙ୍କର ସ୍ୱାଧୀନତା ନ୍ୟୁନ କରିବା

ବର୍ତ୍ତମାନ ଯଦିଓ କେନ୍ଦ୍ରୀୟ ବ୍ୟାଙ୍କ ସରକାରଙ୍କ ଠାରୁ ପୃଥକ ରହିବା ପାଇଁ ସଂଗଠିତ ହୋଇଛି। ଏହାର ଫଳପ୍ରସୁ ସିଦ୍ଧାନ୍ତ ନିର୍ଣ୍ଣୟର ଦିଗନ୍ତ ସରକାରଙ୍କ ସ୍ୱଳ୍ପ ମିୟାଦ ଲାଭ ପାଇଁ ହ୍ରାସ କରାଯାଉଛି। ଯଦି ତାହା ଚାହାନ୍ତି, ଏକାଧିକ ସାଧନ ମାଧ୍ୟମରେ ଏହା କରାଯାଇପାରେ -

1. ଗଭର୍ଣ୍ଣର ଏବଂ ଅଧିକ ସାଧାରଣ ଭାବେ ବରିଷ୍ଠ ପରିଚାଳନା ଭଳି, ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କ ପଦବୀ ଗୁଡ଼ିକୁ ବୈଷୟିକ ଜ୍ଞ।ନ ସମ୍ପର୍ଣ୍ଣ ମାନଙ୍କୁ ବାଦ ଦେଇ ସରକାରୀ କର୍ମଚାରୀ (ସରକାର ସହ ଅନୁବନ୍ଧିତ) ମାନଙ୍କୁ ନିଯୁକ୍ତ କରି

2. ପ୍ରତ୍ୟକ୍ଷ କିମ୍ୱା ପରୋକ୍ଷ ଭାବେ ସରକାର ଓ କେନ୍ଦ୍ରୀୟ ବ୍ୟାଙ୍କ ଭିତରେ ପୃଥକତାକୁ ନଷ୍ଟ କରିବା ପାଇଁ ବିଖଣ୍ଡିତ ବୈଧାନିକ ସଂଶୋଧନ ଜରିଆରେ କେନ୍ଦ୍ରୀୟ ବ୍ୟାଙ୍କର ବୈଧିକ କ୍ଷମତାର କ୍ଷୟ ଓ ନଷ୍ଟ ପାଇଁ ନୀତି ଅନୁସରଣ କରି

3. କେନ୍ଦ୍ରୀୟ ବ୍ୟାଙ୍କର ନିୟମ ଆଧାରିତ ପଲିସିକୁ ଅବରୋଧ କିମ୍ୱା ବିରୁଦ୍ଧ କରି ଏବଂ ସରକାରଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ସ୍ୱେଚ୍ଛାକୃତ କିମ୍ୱା ମିଳିତ ନିଷ୍ପତ୍ତି ଗ୍ରହଣ କରି, ଏବଂ

4. ଦୁର୍ବଳ ବୈଧିକ କ୍ଷମତା ସହିତ ସମାନ୍ତରଳ ନିୟାମକ ଏଜେନ୍ସୀ ସ୍ଥାପନ କରି ଏବଂ/କିମ୍ୱା ଅଣ ବିନିମିୟାକ (ହାଲୁକା ଭାଗେ ବିନିୟାମକ) ସଂଗଠନ ମାନଙ୍କ ଉନ୍ଂତି ପାଇଁ ପ୍ରୋତ୍ସାହନ ଦେଇ ଯେଉଁମାନେ କେନ୍ଦ୍ରୀୟ ବ୍ୟାଙ୍କର ସରିସର ବାହାରେ ଆର୍ଥିକ ମଧ୍ୟସ୍ଥି କାର୍ଯ୍ୟ ସଂପାଦନ କରିଥାଆନ୍ତି।

ଯଦି ଏଭଳି ଉଦ୍ୟମ ସଫଳ ହୁଏ, ସେଗୁଡିକ ଅର୍ଥ ବ୍ୟବସ୍ଥାରେ ସମୀପ ଦୃଷ୍ଟି ନୀତି ପ୍ରରୋଚିତ କରେ ଯାହା ଆର୍ଥିକ ସଙ୍କଟ ସହ ସ୍ଥଳ ଅର୍ଥନୈତିକ ବ୍ୟବସ୍ଥା ର ପରିପନ୍ଥୀ ହୋଇଥାଏ |

ଅତଏବ,ବହୁବିଧ କାରଣ ରହିଛି ଯେଉଁଥିପାଇଁ କେନ୍ଦ୍ରୀୟ ବ୍ୟାଙ୍କର ସ୍ଵାଧୀନତା ଲିପିବଦ୍ଧତା ଏବଂ ସୁରକ୍ଷା ଅର୍ଥ ବ୍ୟବସ୍ଥା ରେ ଏକ ସମଷ୍ଟିଗତ ସଂସ୍କାର ଅନ୍ତର୍ଭୁକ୍ତ |

ପ୍ରକାରାନ୍ତେ, ଏଭଳି ସ୍ଵାଧୀନତା କୁ ନଷ୍ଟ କରିବା ଏକ ପଶ୍ଚାତଗାମୀ ନୀତି ବ୍ୟବସ୍ଥା |

(କ) ଯେତେବେଳେ ସରକାର କେନ୍ଦ୍ରୀୟ ବ୍ଯାଙ୍କ ର ନୀତି ଗୁଡିକୁ ଦୁର୍ବଳ କରିବାର ଉଦ୍ୟମ କରୁ ଥିବାର ଦେଖାଯାଏ ବା କେନ୍ଦ୍ରୀୟ ବ୍ଯାଙ୍କ କୁ ନିଜର ସାମର୍ଥ୍ୟ ହ୍ରାସ କରିବାକୁ ବାଧ୍ଯ କରନ୍ତି, ବ୍ଯାଙ୍କ ଓ ଘରୋଇ କ୍ଷେତ୍ର ଗୁଡିକ ସାମୁହିକ ଲାଭ ତଥା ଆର୍ଥିକ ମୂଲ୍ୟ ବୃଦ୍ଧି ପାଇଁ ନିବେଶ ବଦଳରେ ନୀତି ପାଇଁ ଲବି କରିବାରେ ଅଧିକ ସମୟ ଦେଇଥାନ୍ତି |

(ଖ) ଯେତେବେଳେ କେନ୍ଦ୍ରୀୟ ବ୍ଯାଙ୍କ ର ଶାସନ ଗତ ପରିଚାଳନା ଭିତ୍ତି ଅଧୋଗାମୀ ହୁଏ ସେତେବେଳେ ମୁକ୍ତ, ତର୍କ, ସ୍ଵାଧୀନ ଚିନ୍ତକ ତଥା ପରିବର୍ତ୍ତନ ପ୍ରଭାବ ଶୀଳ, ଧୀଶକ୍ତି ସମ୍ପନ୍ନ ବିଦ୍ଵାନଗଣଙ୍କୁ ଏହା ଆକର୍ଷିତ କରିପାରେ ନାହିଁ |କେନ୍ଦ୍ରୀୟ ବ୍ଯାଙ୍କ ର କ୍ଷମତା କ୍ଷୟ ର ଏହାର ମାନବ –ପୁଞ୍ଜି କ୍ଷୟ ସାଧନ କରେ ତଥା ସମୟ କ୍ରମେ ଏହାର ଦକ୍ଷତା ଓ ବିଶେଷ ଜ୍ଞାନର ଅବକ୍ଷୟ ଆଣିଥାଏ |

(ଗ) ଯେତେବେଳେ ଆର୍ଥିକ ମଧ୍ୟସ୍ଥତାର ଗୁରୁତ୍ଵ ପୂର୍ଣ୍ଣ ଅଙ୍ଗ ଗୁଡିକ କେନ୍ଦ୍ରୀୟ ବ୍ଯାଙ୍କ ର ପରିସର ବାହାରେ ରହେ,ଅନୁକୂଳ ସମୟରେ ଛାୟା ବ୍ଯାଙ୍କ କାରବାରରେ ମୁଷ୍ଟିମେୟ ଖେଳାଳୀ ଙ୍କ ଘରୋଇ ମୁନାଫା ସହ ବ୍ୟବସ୍ଥାଗତ ଆପଦ ମୁଣ୍ଡ ଟେକେ, ପ୍ରକାରାନ୍ତ ରେ ଭବିଷ୍ୟତ ପୀଢି ପାଇଁ ଅବାଧ ବିତ୍ତୀୟ ଅଧୋପତନ ପରି ଗୁରୁତ୍ୱପୂର୍ଣ୍ଣ ମୂଲ୍ୟ ଦେବାକୁ ପଡେ |

ଏହିରୂପେ ମୋ ଦ୍ଵାରା ଆଲୋଚିତ ସରକାର ଓ କେନ୍ଦ୍ରୀୟ ବ୍ଯାଙ୍କ ମଧ୍ୟରେ ନିଷ୍ପତ୍ତି ପ୍ରକ୍ରିୟା ରେ ପ୍ରଭେଦ କୌଣସି କାର୍ଯ୍ୟ ସାଧନ ରେ ଅସଙ୍ଗତି ଆଣି ନଥାଏ ଯେ ପର୍ଯ୍ୟନ୍ତ ଏହି ପାର୍ଥକ୍ଯ ଉଭୟ ପକ୍ଷ ଦ୍ଵାରା ଉତ୍ତମ ଭାବେ ବୋଧଗମ୍ୟ ଓ ଗ୍ରହଣୀୟ ହୋଇଛି, କେନ୍ଦ୍ରୀୟ ବ୍ଯାଙ୍କ ସରକାରୀ ପ୍ରଶାସନ ଠାରୁ ପୃଥକ ଏବଂ ଏକ ସ୍ଵାଧୀନ ଉପାୟରେ ଏହାର କାର୍ଯ୍ୟ ସମ୍ପାଦନ କରିବା ପାଇଁ ଉଦ୍ଦିଷ୍ଟ | କେନ୍ଦ୍ରୀୟ ବ୍ଯାଙ୍କ ଅବଶ୍ୟ ତ୍ରୁଟି କରିପାରେ ଏବଂସ୍ଵଚ୍ଛତା ରୀତି ତଥା ସଂସଦୀୟ ଯାଞ୍ଚ ଜରିଆରେ ସାଧାରଣତଃ ଜନତାଙ୍କ ଆଗରେ ଉତ୍ତରଦାୟୀ ଏହି ଉପାୟରେ ସଂସ୍ଥାନିକ ବ୍ୟବସ୍ଥାର ସ୍ଵାଧୀନତା, ସ୍ଵଚ୍ଛତା ଏବଂ ସାଧାରଣରେ ଉତ୍ତରଦାୟୀ କେବଳ ସନ୍ତୁଳିତ କରେ ନାହିଁ ବରଂ କେନ୍ଦ୍ରୀୟ ବ୍ଯାଙ୍କ ର ସ୍ଵାଧୀନତା କୁ ଦୃଢ କରେ | ପରନ୍ତୁ କେନ୍ଦ୍ରୀୟ ବ୍ଯାଙ୍କ ର ବିଧି ସମ୍ମତ କାର୍ଯ୍ୟ ସରକାରଙ୍କ ସିଧା ସଳଖ ସମ୍ପାଦନରେ ସରକାରଙ୍କ ସିଧା ସଳଖ ହସ୍ତକ୍ଷେପ ଓ ପ୍ରତିରୋଧ ଏହାର କାର୍ଯ୍ୟ ପ୍ରଣାଳୀ ର ସ୍ଵତନ୍ତ୍ରତା କୁ ପ୍ରତିହତ କରେ |

ମୃତ୍ୟୁ ର ଚୁମ୍ବନ- ବଜାର ରୋଷର ପ୍ରକୋପ

ସ୍ଥଳ ଅର୍ଥ ବ୍ୟବସ୍ଥାର ସ୍ଥିରତାରେ ନିବେଶର ଗୁରୁତ୍ଵ ବିଷୟରେ ଭୋଟର ମାନଙ୍କୁ ପ୍ରବର୍ତ୍ତେଇ / ସୁବିଧା ହାସଲ କରିବାକୁ ଦୂରଦୃଷ୍ଟି ସମ୍ପନ୍ନ ନେତା ଗଣ ଉଦାହରଣ ସ୍ୱରୂପ ନିଷ୍ପତ୍ତି –ନିର୍ଣ୍ଣୟ ତଥା ଏହାର ପ୍ରଧାନ କାର୍ଯ୍ୟାବଳୀର ରୂପାୟନ ପାଇଁ କେନ୍ଦ୍ରୀୟ ବ୍ଯାଙ୍କ ର ସ୍ୱାୟତ୍ତତା ପ୍ରଦାନ କରି,ଆର୍ଥିକ କ୍ଷେତ୍ରରେ ଦୀର୍ଘସୂତ୍ରୀ ସ୍ଵଭାବ ର ଫଳାଫଳ ହାସଲ କରିବା ଯେତେବେଳେ ଏକ ଦୀର୍ଘସ୍ଥାୟୀ ଆର୍ଥିକ ସମୃଦ୍ଧିର ମୂଖ୍ୟ କାରକ ଭାବେ କେନ୍ଦ୍ରୀୟ ବ୍ଯାଙ୍କ ହରାଇ ବସେ, ଏବଂ ଏହି ମହତ୍ତ୍ଵ ପୂର୍ଣ୍ଣ ସ୍ଵତନ୍ତ୍ରତା କିମ୍ବା ସରକାରଙ୍କ ସମୀପ ଦୃଷ୍ଟିର ପ୍ରାଦୁର୍ଭାବ ଜନିତ ନିୟମିତ ଆକ୍ରମଣ କେନ୍ଦ୍ରୀୟ ବ୍ଯାଙ୍କ ର କାର୍ଜ୍ୟପଦ୍ଧତି ଏବଂ ନିଷ୍ପତ୍ତି ଉପରେ ହୋଇ ଥାଏ, ସେତେବେଳେ ଦୁର୍ଭାଜ୍ଞାପୂର୍ଣ୍ଣ ଦୁର୍ଘଟଣା ମାନ ମୁଣ୍ଡ ଟେକି ପାରେ |

ସ୍ଥୂଳ ଅର୍ଥନୀତି ପରିଚାଳନା ସ୍ଥାୟୀତ୍ଵର ସୁରକ୍ଷା ଓ ଅପନିର୍ଦ୍ଦେଶ ର କୁପ୍ରୟୋଗ ମଧ୍ୟରେ ସଙ୍ଘର୍ଷମୟ ସ୍ଥିତି ସୃଷ୍ଟି କରିପାରେ, ଦୈନିକ କାର୍ଯ୍ୟ ସାଧନ ନିଷ୍ପତ୍ତି କ୍ଷମତା କନ୍ଦଳ ଆଡକୁ ବାଟ କଢେଇ ନିଏ |ଏବଂ ନିଜର ସ୍ଵତନ୍ତ୍ରତା କ୍ଷୟଶୀଳ ଆସନ୍ନ ଚାପର ସମ୍ମଖୀନ ହୋଇ ଯେତେବେଳେ କେନ୍ଦ୍ରୀୟ ବ୍ଯାଙ୍କ କୁ ନିଜର ବିଶ୍ଵାସନୀୟତା ରକ୍ଷା କରିବାକୁ ପଶ୍ଚାତଗାମୀ ହେବାକୁ ପଡିଥାଏ, ସେତେବେଳେ ଏହାର ସ୍ଵାତନ୍ତ୍ର୍ୟ ହ୍ରାସ କରିବାରେ ଅପଚେଷ୍ଟା ତ୍ୱରାନ୍ୱିତ ହୁଏ |

ଏପରି ଅସ୍ଥିରତା ଲାଗି ରହିଲେ ବଜାର ବ୍ୟବସ୍ଥା ଆଗ୍ରହାନ୍ଵିତ ହୁଏ ଏବଂ ଯଦି ଅନିଶ୍ଚିତତା ବୃଦ୍ଧି ପାଏ ଏବଂ କେନ୍ଦ୍ରୀୟ ବ୍ଯାଙ୍କର ସ୍ଵାଧୀନତା ଏବଂ ବିଶ୍ଵାସନୀୟତା ଉପରେ ବିଶ୍ଵାସର ଅବକ୍ଷୟ ହୁଏ, ତାହେଲେ ବଜାର ବଣ୍ଡ ମୂଲ୍ୟ ଓ ବିନିମୟ ହାର ଉପରେ ମୃଦୁ ଆଘାତ କରିଥାଏ |

ମୁଁ ବିସ୍ତୃତ ଭାବରେ କହୁଛି / ମୋର ବିଶଦ ବକ୍ତବ୍ୟ

ଆଧୁନିକ ଅର୍ଥନୀତି ମୋଟାମୋଟି ଭାବେ ଆତ୍ମନିର୍ଭରଶୀଳ ନୁହେଁ, ନିବେଶ ପାଇଁ ଅର୍ଥଯୋଗାଣ ନିମନ୍ତେ ସେମାନେ ପୁଞ୍ଜି ବଜାର ଉପରେ ନିର୍ଭର ଶୀଳ | ଏହା ସରକାର ମାନଙ୍କ ପାଇଁ ବିଶେଷ ଭାବେ ସତ୍ୟ ଯାହା ଦେଶୀୟ ତଥା ବିଦେଶୀ ମୁଦ୍ରା ପ୍ରଭାବିତ ତୁଳନାତ୍ମକ ଭାବେ ବୃହତ ସାର୍ବଭୌମ (ଆପାତତଃ ସାର୍ବଭୌମ) ଋଣ ବଜାରରେ ପ୍ରତିଫଳିତ ହୋଇ ଥାଏ | ମୁଦ୍ରାସ୍ଫୀତି କିମ୍ବା ଆର୍ଥିକ ଅସ୍ଥିରତା ଭଳି ଦୀର୍ଘ ମିଆଦୀ ଆପଦ ଉପୁଜିଲେ, ବଜାର ସମୂହ ସାର୍ବଭୌମ ଋଣର ପୁନଃ ମୂଲ୍ୟାୟନ କରନ୍ତି ଏବଂ ପ୍ରଚ୍ଛନ୍ନ ଭାବେ ଏଥିପାଇଁ ଅର୍ଥ ନିବେଶ ସଂପୂର୍ଣ୍ଣ ବନ୍ଦ କରି ଦେଇଥାନ୍ତି | ଏହା ତତକ୍ଷଣାତ ଅନ୍ୟ ବଜାର ଯଥା: ବୈଦେଶିକ ବିନିମୟ ଏବଂ ବୈଦେଶିକ ନିବେଶ ଭଳି ବଜାରକୁ ପ୍ରଭାବିତ କରିଥାଏ, ଯାହା ପ୍ରଚ୍ଛନ୍ନ ଭାବେ ବାହ୍ୟ କ୍ଷେତ୍ରୀୟ ଅର୍ଥ ବ୍ୟବସ୍ଥା ର ସ୍ଥିରତା ପ୍ରତି ବିପଦ ଆଣିଥାଏ |

ତେଣୁ ବଜାର ରୂପୀ ଏହି ତୃତୀୟ ପକ୍ଷର ଉପସ୍ଥିତି କେନ୍ଦ୍ରୀୟ ବ୍ଯାଙ୍କ ଓ ସରକାରଙ୍କ କାର୍ଯ୍ୟଧାରା ମଧ୍ୟରେ (ବିଶେଷ ରୂପେ ନିୟାମକ ସଂସ୍ଥାନ ସମୂହ) ଏକ ଗୁରୁତ୍ଵପୂର୍ଣ୍ଣ ପ୍ରତିସୂଚକ | କେନ୍ଦ୍ରୀୟ ବ୍ଯାଙ୍କ ର ସ୍ଵାଧୀନତା କ୍ଷୟ ନକରିବା ପାଇଁ ବଜାର ସରକାରଙ୍କୁ ଶୃଙ୍ଖଳିତ କରିପାରେ ଏବଂ ଏହାମଧ୍ୟ ସରକାରଙ୍କୁ ଅନଧିକାର/ଅନୁପ୍ରବେଶ ପାଇଁ ଦାୟୀ କରିପାରେ | ଆଗ୍ରହର ବିଷୟ ହେଉଛି, କେନ୍ଦ୍ରୀୟ ବ୍ଯାଙ୍କ ଯେତେବେଳେ ସରକାରୀ ଚାପ ଗ୍ରସ୍ତ ହୁଏ ବଜାର ଏହାକୁ ସ୍ଵାଧୀନ ଓ ଉତ୍ତରଦାୟୀ ହେବାକୁ ବାଧ୍ୟ କରି ଥାଏ |

ବଜାର ବିଦ୍ରୋହ ଏବଂନ ୨୦୧୦ ର ଆର୍ଜେଣ୍ଟିନା ଘଟଣା ସମ୍ପର୍କୀୟ ମନ୍ତବ୍ୟ (ଯାହା ମୁଁ ଉପକ୍ରମୀୟ ମତାମତରେ ବର୍ଣ୍ଣନା କରିଛି) ବ୍ଯତୀତ ଏହା ଉଲ୍ଲେଖ କରାଯାଇ ପାରେଜେ ଚଳିତ ବର୍ଷରେ ଉଭୟ ପରିଦୃଷ୍ଟ ବଜାର ରାଷ୍ଟ୍ରକ ବଣ୍ଡ ଏବଂ ମୂଦ୍ରା ତାରଲ୍ୟ ସରକାରଙ୍କର କେନ୍ଦ୍ରୀୟ ବ୍ଯାଙ୍କ ର ଆର୍ଥିକ ନୀତି ଉପରେ ପ୍ରଭାବ ତଥା ତାଙ୍କର କେନ୍ଦ୍ରୀୟ ବ୍ୟାଙ୍କର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା କୁ ନିୟନ୍ତ୍ରିତ କରିବାପାଇଁ ସାଧାରଣରେ ଇଚ୍ଛା ପ୍ରକାଶ କରିବା ଯୋଗୁଁ ତ୍ୱରାନ୍ୱିତ ହୋଇଛି |ଏକ ପକ୍ଷରେ ବର୍ଦ୍ଧିଷ୍ଣୁ ମୁଦ୍ରାସ୍ପ୍ଗୀତି ଏବଂ ବଢୁଥିବା ବିତ୍ତୀୟ ନିଅଣ୍ଟ ପରିପ୍ରେକ୍ଷୀ ରେ ସୁଧ ହାର ହ୍ରାସ କ୍ଷତି ଘଟାଇଛି | ଅନ୍ୟ ପକ୍ଷରେ ମୁଦ୍ରାସ୍ଫୀତି ଦୁଇ ଅଙ୍କରେ ଥିଲାବେଳେ ଦେଶର ମୁଖ୍ୟଙ୍କ ଦ୍ଵାରା ସୁଧା ହାର ବୃଦ୍ଧି ମନ୍ଦ ପ୍ରଭାବ ନେଇ ଜନସାଧାରଣରେ ଘୋଷଣା କରାଗଲା |

ବାସ୍ତବରେ ବଜାର ପ୍ରକ୍ରିୟା ରେ ପ୍ରତିବନ୍ଧକ ବିକାଶଶୀଳ ବଜାର ଅର୍ଥନୀତି ରେ ସୀମିତ ରହିବା ଅନାବଶ୍ୟକ | ପୃଥିବୀ ର ବୃହତ୍ତମ ନିରାପଦ ଅର୍ଥନୀତିର ମୂଦ୍ରା ସଂକୋଚନ ଉପରେ ସାଧାରଣରେ ସରକାରଙ୍କର ଆଶ୍ଚର୍ଯ୍ୟ ଓ ହତାଶା ଭାବ କୁ ନେଇ ଜନସାଧାରଣଙ୍କ ଅଭିବ୍ୟକ୍ତି ପୁଣି ବର୍ଦ୍ଧିଷ୍ଣୁ ମୁଦ୍ରା ସ୍ଫୀତି ଏବଂ ଆର୍ଥିକ ନିଅଣ୍ଟ ସମୟରେ ନିବେଶକଙ୍କ ମାନସ ପଟରେ ଉଙ୍କି ମାରୁଥିବା ଦୃଶ୍ୟ ରେ ଆରକ୍ଷିତ ମୁଦ୍ରାର ସ୍ଥିତି ଗ୍ରହଣ ଯୋଗ୍ୟ ନୁହେଁ | (କେନ୍ଦ୍ରୀୟ ବ୍ଯାଙ୍କ ର ସ୍ଵାଧୀନତା ଉପରେ ତର୍କ ଧାର୍ଯ୍ୟ ସୀମା ଅତିକ୍ରମ କରିଛି – ଦି ଇକୋନମିଷ୍ଟ, ଅକ୍ଟୋବର ୨,୨୦୧୮)

ବର୍କଲୀ ସ୍ଥିତ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ର ଅଥନୀତି ଏବଂ ରାଜନୀତି ବିଜ୍ଞାନର ଅଧ୍ୟାପକ ବ୍ୟାରୀ ଆଇଚେନଗ୍ରୀନ ତାଙ୍କ ସଦ୍ୟତମୟ ଲେଖା (୨୦୧୮) ରେ ବଜାର ବ୍ୟବସ୍ଥା ର ଏହି ନିଷ୍ପତ୍ତି ମୂଳକ ମତାମତର ଭୂମିକା ଅତି ଚମତ୍କାର ଭାବରେ ଦର୍ଶାଇ ଛନ୍ତି |

“ଅନେକ ସୁନ୍ଦର କାରଣ ରହିଛି ଯେଉଁଥିପାଇଁ ଦେଶ ଗୁଡିକ ସେମାନଙ୍କ ଆର୍ଥିକ ନୀତି ନିର୍ଣ୍ଣୟ ଭାର ନିଜର ଅଭିଜ୍ଞତା ଭିଟଟିରେ ନିଯୁକ୍ତ ବିଶେଷଜ୍ଞ ମାନଙ୍କୁ ପ୍ରଦାନ କରିଥାନ୍ତି | ସେମାନେ ଦୀର୍ଘ ଅବଧି ନିଷ୍ପତ୍ତି ନେଇ ପାରନ୍ତି | ସ୍ୱଳ୍ପ ଅବଧି ଲାଭ ପାଇଁ ଅର୍ଥ ବ୍ୟବସ୍ଥା ର ହେରଫେରହ କରିବାର ପ୍ରଲୋଭନକୁ ପ୍ରତିରୋଧ କରିପାରନ୍ତି | ଦୀର୍ଘ ମିଆଦ ସ୍ଥିରତା, ଯାହା ଇତିହାସ ସୂଚୀତ କରେ, ଆର୍ଥିକ କାର୍ଯ୍ୟ ସମପାଫଦନ ନିମନ୍ତେ ଅନୁକୂଳ | ଏଇ କାର୍ଯ୍ୟ ସମ୍ପାଦନରେ ନିର୍ବାଚିତ ନେତା ମାନଙ୍କୁ ଭଲ କିମ୍ବା ମନ୍ଦ ଭାବେ ବିଚାର କରା ଯାଇ ଥାଏ |

ଚିନ୍ତାଶୀଳ ରାଜନେତା ମାନେ ଏହା ବୁଝି ପାରନ୍ତି | ତେଣୁ କେନ୍ଦ୍ରୀୟ ବ୍ଯାଙ୍କ ର ସ୍ଵାଧୀନତା କୁ ସେମାନଙ୍କର ସମର୍ଥନ ଏବବ୍ଗ ଲୋକାଚାର ପ୍ରତି ସେମାନଙ୍କର ସମ୍ମାନ କେନ୍ଦ୍ରୀୟତ ବ୍ଯାଙ୍କ ର ନିଷ୍ପତ୍ତିକୁ ପ୍ରଭାବିତ କରିବାରୁ ସେମାନଙ୍କୁନ ନିବୃତ୍ତ କରିଥାଏ |

ଦୁର୍ଭାଗ୍ୟବଶତଃସମସ୍ତ ରାଜନେତା ଚିନ୍ତାଶୀଳ ନୁହନ୍ତି|ସମସ୍ତଙ୍କର ଦୀର୍ଘ ମିଆଦ ଲାଭ ପାଇଁ ଧୈର୍ଯ୍ୟ ନ ଥାଏ | ନିଯୁକ୍ତି ପ୍ରାପ୍ତ ମାନେ ତାଙ୍କ ଇଚ୍ଛା ଆଗରେ ମୁଣ୍ଡ ନୂଆଁଇଲେ ସେମାନେ ସନ୍ତୁଷ୍ଟ ହୁଅନ୍ତି ନାହିଁ ଏବଂ ସମସ୍ତେ ଉତ୍ତରଧୀକାରୀ ସଂସ୍ଥାନ କିମ୍ବା ଲୋକାଚାର ଗୁଡିକୁ କେନ୍ଦ୍ରୀୟ ବ୍ଯାଙ୍କ ର ସ୍ଵାଧୀନତା ହେଉ କିମ୍ବା ଅଧିକ ବିସ୍ତୃତ ଭାବେ କ୍ଷମତା ବିଭାଜନ କୁ ସମ୍ମାନ ଦେଇ ନଥାନ୍ତି | ପ୍ରଶ୍ନ ହେଉଛି ସେମାନେ ବଜାରକୁ ଦୃଷ୍ଟି ଦିଅନ୍ତି କି ନାହିଁ ?

ଯାହା ବ୍ୟାରୀ ଆଇଚେନ ଗ୍ରୀନ ଅନ୍ତର୍ଦୃଷ୍ଟିରେ ନିରୀକ୍ଷଣ କରିଛନ୍ତି, ତାହା ହେଉଛି ଯଦି ସରକାର ବଜାରକୁ ଦୃଷ୍ଟି ଦିଅନ୍ତି, ସେମାନେ ହୃଦୟଙ୍ଗମ କରିବେ ଯେ କେନ୍ଦ୍ରୀୟ ବ୍ଯାଙ୍କ ର ସ୍ଵାଧୀନତା ବାସ୍ତବରେ ସେମାନଙ୍କର ସାମର୍ଥ୍ୟ ଏବଂ କେନ୍ଦ୍ରୀୟ ବ୍ଯାଙ୍କ ହେଉଛି ପ୍ରକୃତ ବନ୍ଧୁ ଜିଏକି ସରକାରଙ୍କୁ ଅପ୍ରୀତିକର କିନ୍ତୁ ନିଷ୍କରୁଣ ସତ୍ୟ କୁହେ ଏବଂ ସରକାରଙ୍କର ପ୍ରତିକୂଳ ଦୀର୍ଘ ମିଆଦ ନୀତିକୁ ସଂଶୋଧନ କରିପାରେ |

ଭାରତୀୟ ରିଜର୍ଭ ବ୍ଯାଙ୍କ ପ୍ରତି ଏହା କିପରି ପ୍ରଯୁଜ୍ୟ ମୋତେ ବର୍ତ୍ତମାନ କହିବାକୁ ଦିଅନ୍ତୁ | ସ୍ବର୍ଗତଃ ଦୀନା ଖଟ ଖଟେ ଭାରତୀୟ ରିଜର୍ଭ ବ୍ଯାଙ୍କ ସମ୍ପର୍କରେ ଏକ ନିଖୁଣ ପାଣ୍ଡିତ୍ଯ ପୂର୍ଣ୍ଣ ଆକଳନ ଉପସ୍ଥାପନ କରିଛନ୍ତି : (କ୍ଷମତାର ପୃଥକୀକରଣ ତଥା କ୍ଷୟ ସାଧନ - ଏକ ଅଧ୍ୟୟନ (୨୦୦୫)

ନିମ୍ନରେ କେତୋଟି ଆଲୋଚନା ତାଙ୍କ ଆକଳନରୁ ଅଣାଯାଇଛି, ଏବଂ ତା ପରବର୍ତ୍ତୀ ଘଟଣ|କୁ ନେଇ ଏହାକୁ ଅଧୁନାତନ କରାଯାଇଛି |ଭାରତ ପ୍ରାସଙ୍ଗିକ କେନ୍ଦ୍ରୀୟ ବ୍ଯାଙ୍କ ର ସ୍ୱାୟତ୍ତତା ଓ ସ୍ଵାଧୀନତା ଉପରେ ଅନ୍ୟ ଉପାଦେୟ ରଚନା ଭାରତୀୟ ରିଜର୍ଭ ବ୍ଯାଙ୍କ ର ପୂର୍ବତନ ଗଭର୍ଣ୍ଣର ସି । ରଙ୍ଗରାଜନ (୧୯୯୩) ଏବଂ ଡକ୍ଟର ଵଇ।ଭି ରେଡ୍ଡୀଙ୍କ (୨୦୦୧,୨୦୦୭) ର ବକ୍ତୃତା ମାଳା ଅନ୍ତର୍ଗତ, ଏବଂ ଆମେ ନିମ୍ନରେ ଲକ୍ଷ୍ୟ କରିବାଯେ ଅନ୍ୟ ଗଭର୍ଣ୍ଣର ଓ ଡେପ୍ୟୁଟୀ ଗଭର୍ଣ୍ଣର ସେମାନଙ୍କର ସମୟକାଳ ମଧ୍ୟରେ ଏହି ବିଶ୍ବାସର ଧାରା ଅବ୍ଯାହତ ରଖିଛନ୍ତି | କେତେଜଣଙ୍କ ପାଇଁ ଯେତେବେଳେ ରିଜର୍ଭ ବ୍ଯାଙ୍କ ର ସ୍ଵାଧୀନତା ଆଇନଗତ ଭାବେ ଅସ୍ପଷ୍ଟ ଥିଲା, ସରକାର ବିଜ୍ଞତାର ସହ ବାସ୍ତବରେ ସେଗୁଡିକୁ ପରିଶେଷରେ ସମର୍ଥନ କରିଛନ୍ତି | ଅନ୍ୟମାନଙ୍କ ପାଇଁ ଯାହାହେଲେବି ରିଜର୍ଭ ବ୍ଯାଙ୍କ ର ସ୍ଵାଧୀନତା ପ୍ରଗତି ପହଟେ ଏକ ପ୍ରୟାସ ଓ ଏକ ଅକ୍ଷୁର୍ଣ୍ଣ ଆହ୍ଵାନ ଯାହା ଦେଶ ବର୍ତ୍ତମାନ ଅବ୍ଯାହତ ରଖିଛି |

ଭାରତୀୟ ରିଜର୍ଭ ବ୍ଯାଙ୍କ ର ସ୍ଵାଧୀନତା ପୁନରୁଦ୍ଧାରରେ କ୍ରମବର୍ଦ୍ଧିଷ୍ଣୁ ବିବର୍ତ୍ତନ :

ଯଦିଓ ରିଜର୍ଭ ବ୍ଯାଙ୍କ ଅଧିନିୟମ ୧୯୩୪ ଓ ବ୍ୟାଙ୍କୀଙ୍ଗ ନିୟନ୍ତ୍ରଣ ଅଧିନିୟମ ୧୯୪୯ ଅନୁଯାୟୀ ବହୁତ ଗୁରୁତ୍ବପୂର୍ଣ୍ଣ କ୍ଷମତା ପ୍ରାପ୍ତ କରିଛି, ତଥାପି ଏସବୁର ବାସ୍ତବିକ ପ୍ରଣିଧାନ / ପ୍ରୟୋଗ ପ୍ରକୃତ ଫଳପ୍ରଦ ସ୍ଵାଧୀନତା ର ମାପକାଠି | ସମୟକ୍ରମେ କେନ୍ଦ୍ରୀୟ ବ୍ଯାଙ୍କ, ଅର୍ଥନୀତି ଜ୍ଞ ତଥା ବ୍ବିଭିନ୍ନଉ କମିଟି ରିପୋର୍ଟ ଆଧାରରେ ସରକାରୀ ସ୍ତର ରେ କ୍ରମାଗତ ଭାବେ ରିଜର୍ଭ ବ୍ଯାଙ୍କ ର ସ୍ଵାଧୀନତା ପୁନରୁଦ୍ଦାରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି |

ଏ ସମ୍ପର୍କୀୟ ସୁସ୍ଥ ପରମ୍ପରା ମଧ୍ୟରୁ ତିନୋଟି ବିଷୟରେ ମୁଁ ଆଲୋଚନା କରିବି |

(୧) ମୁଦ୍ରା ନୀତି : ତଦାନୀନ୍ତନ କେନ୍ଦ୍ରୀୟ ବ୍ଯାଙ୍କ ମାନଙ୍କ ପରି ରିଜର୍ଭ ବ୍ଯାଙ୍କ ସ୍ବାଧୀନୋତ୍ତର ସରକାରଙ୍କର ସାମ୍ୟବାଦୀ ନୀତି କାର୍ଯ୍ଯାନ୍ବୟନ ଫନ୍ଦୀ ହୋଇ ଯାଇଥିଲା, ଯେପରିକି କେବଳ ମୁଦ୍ରା ଉପରେ ସୁଧହାର ସ୍ଥିର କରିବା ନୁହେଁ ବରଂ ବିଭିନ୍ନ ପରିପକ୍ଵତାର ସମସ୍ତ ଋଣ ଉପରେ ସୁଧହାର ସ୍ଥିର କରିବା ତଥା ଅର୍ଥନୀତି ର ବିଭିନ୍ନ କ୍ଷେତ୍ର ପାଇଁ ଋଣ ଆବଣ୍ଟନ କରିବା | ୧୯୯୦ ଦଶକର ସୁଧହାର ନିୟନ୍ତ୍ରଣ ମୁକ୍ତ ପର ଅବସ୍ଥା ରେ ମୁଦ୍ରା ନୀତିର ପରିସର ଅଧିକ ଆଧୁନିକତା ଲାଭ କଲା | ପ୍ରଥମତଃ ସୁଧହାର ସ୍ଥିର କରିବାରେ ‘ବହୁବିଧ ସଂକେତ’ ପ୍ରଣାଳୀ ଗ୍ରହଣ କରା ଗଲା | ମୁଦ୍ରା ନୀତି ର ଏକାଧିକ ଉଦ୍ଦେଶ୍ୟ ଟିନବରଜେନଙ୍କ ‘ଏକ ଉଦ୍ଦେଶ୍ୟ ଏକ ଆୟୁଧ’ ନୀତି ର ଉଲଂଘନ କରିଥାଏ ;ଏହା ମଧ୍ୟ ଧାର୍ଯ୍ୟ ସୁଧହାର କୌଣସି ସମୟରେ କେଉଁ ଲକ୍ଷ୍ୟ ସାଧନ ନିମନ୍ତେ ଉଦ୍ଦିଷ୍ଟ ତାହା ବୁଝିବା କଷ୍ଟକର ହୁଏ ବା ତାହା ଠିକ ରୂପେ ସୁଚାଇ ନଥାଏ | ଅଧିକନ୍ତୁ, ଏ ପନ୍ଥା ଅଧିକ ନିୟାମକ ସ୍ଵାଧୀନତା ରିଜର୍ଭ ବ୍ଯାଙ୍କ ର ଗଭର୍ଣ୍ଣର ପରି ବ୍ୟକ୍ତି କୁ ପ୍ରଦାନ କରିଥାଏ | ଏ ବ୍ୟବସ୍ଥା ମୌଦୃକ ନୀତିକୁ ବ୍ୟକ୍ତି କୈନ୍ଦ୍ରିକ କରିବାରେ ସହାୟକ ହେଲା; ପ୍ରକାରାନ୍ତେ,ଏକ ବା ଅନ୍ୟ ଆଳରେ ଏହା ବିତ୍ତୀୟ ବୃଦ୍ଧି / ସଂପ୍ରସାରଣ ସମୟରେ ସୁଧହାର କମ କରିବାକୁ ସରକାରୀ ଚାପର ବଶବର୍ତ୍ତୀ ହେଲା | ଏହି ପରିପ୍ରେକ୍ଷୀ ରେ ନିଜ ଇଚ୍ଛାନୁଯାୟୀ

କାର୍ଯ୍ୟ କରିବାଠାରୁ ନିୟମାନୁଯାୟୀ କାର୍ଯ୍ୟ ଅଧିକ ଭଲ, ଯାହାକି ନୋବେଲ ବିଜେତା ଫିନ କିଡଲାଣ୍ଡ ପ୍ରେସକଟଙ୍କ ଦ୍ଵାରା ୧୯୭୦ ଓ ୧୯୮୦ ଦଶକରେ ସମୟ –ଅସଙ୍ଗତ ସମସ୍ୟାର ଦୂରୀକରଣରେ ଆଲୋଚିତ | କିଡଲ୍ୟାଣ୍ଡ ଓ ପ୍ରେସକଟ (୧୯୭୭)ଙ୍କ ମତରେ ନିବେଶକଙ୍କ ସହ ଲୋକମାନେ ଭବିଷ୍ୟତ ଆକଳନ କରିପାରନ୍ତି ଓ ସ୍ଵାର୍ଥ ଜନିତ ସରକାର ଗୁଡିକର ବ୍ୟବହାର ଅନୁମାନ କରିପାରନ୍ତି ଯେଉଁଥିପାଇଁ ଇଚ୍ଛାମୂଳକ ମୁଦ୍ରାନୀତି ସମ୍ହାବ୍ୟ ମୂଲ୍ୟସ୍ଫୀତିର ପ୍ରତିରୋଧ ନକରି ସରକାରୀ ପ୍ରତିରୋଧ ନକରି ସରକାରୀ ଚାପାନୁଯାୟୀ ପ୍ରଣୀତ ହୋଇଥାଏ, ପରନ୍ତୁ ଏକ ନିୟମସିଦ୍ଧ ମୁଦ୍ରାନୀତି ପ୍ରଭାବିତ ହେବା କଷ୍ଟସାଧ୍ୟ ଓ ଏହା ମୂଲ୍ୟସ୍ଫୀତିର ସମ୍ଭାବନା ଦୂର କରିଥାଏ |

ଦୁଇ ଅଙ୍କର ମୂଲ୍ୟସ୍ଫୀତି କୁ ଆଯତ୍ତଧୀନ କରିବାର ଅନେକ ପଦକ୍ଷେପ ଉତ୍ତାରୁ ତଦାନୀନ୍ତନ ଗଭର୍ଣ୍ଣର ରଘୁରାମ ଜି ରାଜନଙ୍କ ଦ୍ଵାରା ୨୦୧୩ ମସିହାରେ ମୂଲ୍ୟସ୍ଫୀତି ତଥା ସ୍ଫୀତି ସମ୍ଭାବନା ବିରୁଦ୍ଧରେ ଏକ ଅନ୍ତିମ ସଂଗ୍ରାମର ଅୟମାରମ୍ଭ ହେଲା ; ମୁଦ୍ରାନୀତି ଆଧାରକୁ ସଂଶୋଧନ ଓ ଶକ୍ତିଶାଳୀ କରିବାକୁ ଉଦ୍ଦିଷ୍ଟ ଉର୍ଜ୍ଜିତ ପଟେଲ କମିଟି ରିପୋର୍ଟ ୨୦୧୪ ମସିହାରେ ଉନ୍ମୋଚିତ ହେଲା ; ଏବଂ ଶେଷରେ ମୁଦ୍ରାନୀତି କମିଟି (ଏମପିସି) ଗଠନ ଉଦ୍ଦେଶ୍ୟ ରେ ଅଗଷ୍ଟ ୨୦୧୬ ରେ ଭାରତୀୟ ରିଜର୍ଭ ବ୍ଯାଙ୍କ ଅଧିନିୟମ, ୧୯୩୪ ର ସଂଶୋଧନ କରାଗଲା |

ମୁଦ୍ରାନୀତି କମିଟି ଏକ ନିଷ୍ପତ୍ତିମୂଳକ ଭୋଟ ର ଅଧିକାରୀ ଥିବା ଗଭର୍ଣ୍ଣର ଙ୍କୁ ମିଶାଇ ତିନି ଜଣ ରିଜର୍ଭ ବ୍ଯାଙ୍କ ର ସଭ୍ଯ ଓ ସରକାର ଙ୍କ ଦ୍ଵାରା ନିଯୁକ୍ତ ୩ ଜଣ ବାହ୍ୟ ସଭ୍ଯ ଙ୍କୁ ନେଇ ଗଠିତ | ଏହି କମିଟି ଅଭିବୃଦ୍ଧି ପ୍ରତି ଧ୍ୟାନ ରଖି ଓ କାର୍ଯ୍ୟନ୍ବୟନ ପରିଚାଳନା ଗତ ସ୍ୱାୟତ୍ତତା ସହ ଚାରି ଶତକଡା ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ର ମୂଲ୍ୟସ୍ଫୀତି ର ମଧ୍ୟବର୍ତ୍ତୀ କାଳୀନ ନମନୀୟ ଲକ୍ଷ୍ୟ ହାସଲ କରିବାକୁ ବୈଧାନିକ ଆଦେଶପ୍ରାପ୍ତ ଏବଂ କମିଟି ସଂକଲ୍ପ, ପ୍ରତ୍ଯେକ ସଭ୍ୟଙ୍କ ନିଷ୍ପତ୍ତି ବି ବିବରଣୀ, ଅର୍ଦ୍ଧ ବାର୍ଷିକ ମୁଦ୍ରାନୀତି ରିପୋର୍ଟ ତଥା ଏକକାଳୀନ ତିନୋଟି ତ୍ରୟମାସିକ ଅବଧିରେ ମୂଲ୍ୟସ୍ଫୀତି ଧାର୍ଯ୍ୟ ଲକ୍ଷ୍ୟର + ୨ % ରୁ ଅଧିକ ବ୍ୟତିକ୍ରମ ପରିପ୍ରେକ୍ଷୀରେ ଏକ ଲିଖିତ ବିବରଣୀ ପ୍ରଦାନରେ ସ୍ବଚ୍ଛତା ପାଇଁ ଉତ୍ତରଦାୟୀ | ବିଗତ ଦୁଇ ବର୍ଷ ଧରି କମିଟି ମୂଲ୍ୟ ଶ୍ଫୀତି ନିୟନ୍ତ୍ରଣାର ବିଶ୍ଵାସନୀୟତା ଆଣିବାରେ ନିଜର ସୁଧହାର ଧାର୍ଯ୍ୟ ନିଷ୍ପତ୍ତି ଉପରେ ଦୃଢ ପଦକ୍ଷେପ ଗ୍ରହଣ କରିଛି ଯାହା ଦୀର୍ଘ ସୂତ୍ରୀ ବଣ୍ଡ ମୂଲ୍ୟ ହ୍ରାସ ତଥା ବିନିମୟ ହାର ସ୍ଥିର ରଖିବାରେ ସହାୟ ହୋଇ ଥିବାର ବିଶ୍ଵାସ କରାଯାଏ ଓ ଏହା ସୁଲିପିବଦ୍ଧ ମଧ୍ୟ | ଯଦିଓ ନମନୀୟ ମୂଲ୍ୟସ୍ଫୀତି ଧାର୍ଯ୍ୟ ବ୍ୟବସ୍ଥା ର ଅର୍ଥନୈତିକ ପ୍ରତିଫଳନ ନେଇ ଭିନ୍ନମତ ରହିଛି, ତଥାପି କମିଟିନ ଯେ ମୁଦ୍ରା ନୀତି ପ୍ରଣୟନର ଏକ ସ୍ଵାଧୀନ ସଂସ୍ଥାଗତ ମୂଳଦୁଆ ପ୍ରତିଷ୍ଠା କରିପାରିଛି, ଏହା ନିର୍ବିବାଦୀୟ |କେନ୍ଦ୍ରୀୟ ବ୍ଯାଙ୍କ ର ସ୍ଵାୟତ୍ତତା ମଜ୍ଭୁତ କରିବାରେ ସରକାର ନିଜର ଦୂରଦୃଷ୍ଟି ସମ୍ପନ୍ନ ବୈଧାନିକ ପରିବତ୍ତାନ ପଦକ୍ଷେପ ତଥା ନିଜକୁ ମୁଦ୍ରାନୀତି ସମ୍ପର୍କୀୟ ନିଷ୍ପତ୍ତି ପ୍ରକ୍ରିୟା (କେବଳ ମୁଦ୍ରା ନୀତି କମିଟି ର ବାହ୍ୟ ସଭ୍ଯ ଙ୍କୁ ନିଯୁକ୍ତି ଦେବା ବ୍ଯତୀତ) ରୁ ଦୂରେଇ ରଖିବା ପ୍ପାଇନି ପ୍ରଶଂଶନୀୟ |

ଋଣ ପରିଚାଳନା :

ସ୍ଵାଧୀନତା ପରବର୍ତ୍ତୀ ବହୁ ଦଶନ୍ଧି ଧରି ଭାରତୀୟ ରିଜର୍ଭ ବ୍ଯାଙ୍କ ଭାରତ ସରକାରଙ୍କର ସ୍ଵଳ୍ପକାଳୀନ ଟ୍ରେଜେରୀ ବିଲ (ଯାହାର ସୁଧ ହାର ଖୁବ କମ ଥିଲା) ଜାରୀ ପ୍ରକ୍ରିୟା ରେ ବିତ୍ତୀୟ ନିଅଣ୍ଟ ଭରଣାର୍ଥେ ଅଂଶ ଗ୍ରହଣ କରି ଥିଲା | ରିଜର୍ଭ ବ୍ଯାଙ୍କ ମଧ୍ୟ ଖୋଲା ଖୋଲି ଭାବରେ ସ୍ଵୀକାର କରି ଥିଲା ଯେ ସରକାରୀ ବଣ୍ଡ ଆୟ ନିର୍ଦ୍ଧାରଣାର୍ଥେ ଏହାର ‘ଖୋଲା ବଜାର କାର୍ଯ୍ଯନୀତି’ (ଓଏମଓ) ମୁଖ୍ଯତଃ ଉଦ୍ଦିଷ୍ଟ | ଏଥିରୁ ଏହା ସ୍ପଷ୍ଟ ଯେ କେନ୍ଦ୍ରୀୟ ବ୍ଯାଙ୍କ ର ସନ୍ତୁଳନ ପତ୍ର (ବାଲାନ୍ସ ସିଟ) ସର୍ବଦା ଟିକସ ଆୟ ପରି ପାଣ୍ଠି ଯୋଗାଣର ଏକ ଉତ୍ସ ଥିଲା ଏବଂ ଅତ୍ୟଧିକ ସରକାରୀ ବ୍ୟୟ ର ମୁଦ୍ରୀକରଣରେ ସହାୟକ ହେଉ ଥିଲା | ସାଧାରଣତଃ ଭାରତରେ ଅତ୍ୟଧିକ ମୂଲ୍ୟ ସ୍ଫୀତି ଉଭୟ ମିଲ୍ଟନ ଫ୍ରିଡମ୍ୟାନ ଓ ଥୋମାସ ସର୍ଜେଣ୍ଟ ଙ୍କୁ ଖୁସି କରୁଥିଲା, କାରଣ ଏହା ଉଭୟ ଏକ ମୌଦ୍ରିକ ତଥା ବିତ୍ତୀୟ ପ୍ରକ୍ରିୟା ଭାବେ ସେହି ଦୁଇ ଅର୍ଥନୀତି ନୋବେଲ ପୁରସ୍କାର ବିଜେତା ଫ୍ରିଡମ୍ୟାନ(୧୯୭୦) ଓ ସର୍ଜେଣ୍ଟ (୧୯୮୨) ରେ ଯୁକ୍ତି କରିଥିଲେ |

ପରବର୍ତ୍ତୀ କାଳରେ ସରକାରୀ ବିତ୍ତୀୟ ନିଅଣ୍ଟ ର ସ୍ଵୟଂ କ୍ରୀୟ ମୁଦ୍ରୀକରଣ ସ୍ପଷ୍ଟ ମୂଲ୍ୟସ୍ଫୀତି ବିପଦ ତଥା ବିତ୍ତୀୟ ଅପରିଣାମଦର୍ଶିତା କୁ ୧୯୯୪ ଡ଼ଓ ୧୯୯୭ ମଧ୍ୟରେ ଉଭୟ ରିଜର୍ଭ ବ୍ଯାଙ୍କ ଓ ସରକାର ରିଜର୍ଭ ବ୍ଯାଙ୍କ ଦ୍ଵାରା ବିତ୍ତୀୟ ନିଅଣ୍ଟ ଭରଣା ପ୍ରକ୍ରିୟାକୁ ଦୈନନ୍ଦିନ କାର୍ଯ୍ୟ ନିର୍ବାହ ଅଗ୍ରୀମ (ଡବ୍ଲ୍ୟୁଏମଏ) ରେ ସୀମିତ ରଖିବାକୁ ଚେଷ୍ଟିତ ହେଲେ | ୨୦୦୩ ମସିହାରେ ପ୍ରଣୀତ ବିତ୍ତୀୟ ଦାୟୀତ୍ଵ ଓ ବଜେଟ ପରିଚାଳନା (ଏଫ ଆର ବିଏମ) ଅଧିନିୟମ ରିଜର୍ଭ ବ୍ଯାଙ୍କ କୁ ସରକାରୀ ପ୍ରତିଭୂତି ଜାରି ପ୍ରକ୍ରିୟାରେ ସକ୍ରୀଯ ଅଂଶ ଗ୍ରହଣକୁ ସ୍ପଷ୍ଟ ଭାବରେ ବାରଣ କଲା | ବିତ୍ତୀୟ ନିଅଣ୍ଟର ଭରଣା କରିବା ପରିବର୍ତ୍ତେ ବୈଦେଶିକ ମୁଦ୍ରା କାରବାର ଯୋଗୁଁ ଘରୋଇ ମୁଦ୍ରା ଯୋଗାଣ ଉପରେ ପ୍ରଭାବକୁ ପ୍ରତିହତ କରିବାକୁ ତଥା ଅର୍ଥନୀତିର ଦୀର୍ଘକାଳୀନ ନଗଦ ରାଶି ଆବଶ୍ୟକତା ମେଣ୍ଟାଇ ବାକୁ ଖୋଲା ବଜାର ନୀତି ର ପ୍ରୟୋଗ କରା ଗଲା | ଯଦିଓ ପୁରୁଣା ଅଭ୍ଯାସର କିଛି ମାତ୍ରା ରେ ପୁନରାବୃତ୍ତି ହୋଇଛି, ତଥା ପି ଉପରୋକ୍ତ ପରିବର୍ତ୍ତନ ଫଳରେ ସରକାରୀ ଋଣ ପରିଚାଳନା କାର୍ଯ୍ୟ ଯଥା : ସରକାରୀ ଋଣ ପତ୍ର ର ନିଲାମ, ପୁନଃ କ୍ରୟ ତଥା ପ୍ରତିଭୂତି ଅଦଳ ବଦଳ ରିଜର୍ଭ ବ୍ଯାଙ୍କ ଉପରେ ନ୍ୟସ୍ତ, କିନ୍ତୁ ବିତ୍ତୀୟ ଯୋଜନା ବା ବିଶେଷ କରି ନିଅଣ୍ଟ ଭରଣାରେ ସକ୍ରୀଯ ଅଂଶ ଗ୍ରହଣରୁ ରିଜର୍ଭ ବ୍ଯାଙ୍କ କ୍ଷାନ୍ତ ରହିଛି |

ଅଧିକନ୍ତୁ ବିଧିଗ୍ରାହ୍ୟ ନଗଦି ମୁଦ୍ରା (ଏସ ଏଲ ଆର) ଓ ନଗଦି ସଂରକ୍ଷଣ ଅନୁପାତ (ସି ଆର ଆର) ର ଅତ୍ୟଧିକ ହାର ଯାହାକି ବ୍ଯାଙ୍କ ଜମାର ଏକ ବିଶେଷ ଅଂଶ ସରକାରୀ ବ୍ୟବହାର ବା ମୌଦ୍ରିକ ସଂପ୍ରସାରଣ ଯୋଗୁଁ ମୁଦ୍ରା ର ମୂଲ୍ୟ ହ୍ରାସରେ ସହାୟକ ହେଉଥିଲା, ଅଧୁନା ଏହା ଆନ୍ତର୍ଜାତିକ ଦୂରଦର୍ଶୀ ମାନାଙ୍କ ସହ ସୁସଂଗତ ହୋଇଛି | ଉଦାହରଣ ସ୍ୱରୂପ ଏସ ଏଲ ଆର କ୍ଷେତ୍ର ରେ ଏହି ହାରର ଦ୍ରୁତ ହ୍ରାସ ହୋଇଛି ଏବଂ ଏହାକୁ ବାସେଲ ତୃତୀୟ ନଗଦ ପରିମାଣ ଅନୁପାତ (ଏଲ ସି ଆର) ସହ ଐକ୍ଯ ସ୍ଥାପନ କରିବାର ଯୋଜନା ରହିଛି |

ବିନିମୟ ହାର ପରିଚାଳନା

ସ୍ବାଧୀନୋତ୍ତର ପଞ୍ଚବାର୍ଷିକ ଯୋଜନା କାଳରେ ବିନିମୟ ହାର ସହ ଦରଦାମ ସ୍ଥିର ରହୁଥିବାର ଧରାଯାଉଥିଲା, (ପରନ୍ତୁ) ଯେହେତୁ ବଜାର ଦର ଓ ସ୍ଥଳ ଅର୍ହନୟତିକ ଅବସ୍ଥା ନେଇ ଟଙ୍କାର ବାସ୍ତବ ମୂଲ୍ୟରେ ହ୍ରାସ ବୃଦ୍ଧି ଘଟୁଥିଲା, ଗଚ୍ଛିତ ଷ୍ଟାରଲିଙ୍ଗ ମୁଦ୍ରା ର ଅବମୂଲ୍ୟାୟନ ନିଶ୍ଚିତ ଥିଲା | ପ୍ରଚ୍ଛନ୍ନ ଭାବେ ସରକାରୀ ନିଅଣ୍ଟ ବୃଦ୍ଧି ରେ ସାହାଯ୍ୟ କରୁଥିବା ମୁଦ୍ରାନୀତି ଓ ଋଣ ପରିଚାଳନା ପଦ୍ଧତି ଯୋଗୁଁ ବାସ୍ତବରୂପେ ପ୍ରତିଫଳିତ ନହେଲେ ମଧ୍ୟ ଟଙ୍କାର ପ୍ରକୃତ ମୂଲ୍ୟ ରେ ଅବକ୍ଷୟ ହୋଇ ଥିଲା | “ବିତ୍ତୀୟ ପ୍ରାଧାନ୍ୟତା” ଅବସରରେ ସ୍ଥାୟୀ ବିନିମୟ ହାର ବ୍ୟବସ୍ଥା ପ୍ରଣିଧାନ ହେବା ଫଳରେ ରିଜର୍ଭ ବ୍ଯାଙ୍କ ଅବସମ୍ଭାବ୍ୟ ବିନିମୟ ହାର ଅସନ୍ତୁଳନ ସୃଷ୍ଟି ହେବାର ଏକ୍ମ ନୀରବ ଦର୍ଶକର ଭୂମିକା ନେଇ ଥିଲା (ଯଦିଓ ଏହା ବିଶ୍ଵର ଅଧିକାଂଶ କେନ୍ଦ୍ରୀୟ ବ୍ଯାଙ୍କ କ୍ଷେତ୍ରରେ ସତ୍ୟ ଥିଲା) |

୧୯୭୬ ମସିହା ଠାରୁ ଯେତେବେଳେ ଟଙ୍କା ମୂଲ୍ୟ ସ୍ତର କେତେକ ଅନ୍ୟଦେଶର ମୁଦ୍ରା ତୁଳନା ରେ “ପ୍ରଚଳିତ ହ୍ରାସ ବୃଦ୍ଧି” ପଦ୍ଧତି ରେ ସ୍ଥିର କରାଗଲା ଏବଂ ବିଶେଷତଃ ୧୯୯୩ ମସିହା ଠାରୁ ବିନିମୟ ହାର ସ୍ଥାୟୀ ହାର ପରିବର୍ତ୍ତେ ସବୁ କ୍ଷେତ୍ର ପାଇଁ ବଜାର ଦ୍ଵାରା ସ୍ଥିରୀକୃତ ହେଲା | ବ୍ୟାପକ ବୈଦେଶିକ ମୁଦ୍ରା ପ୍ରବାହ ପ୍ରବନ୍ଧନରେ ରିଜର୍ଭ ବ୍ଯାଙ୍କ ବିଦେଶୀ ପୁଞ୍ଜି ଆଗମନ ଉପରେ ସ୍ଥୂଳ ଦୂରଦର୍ଶୀ ନିୟନ୍ତ୍ରଣ ତଥା ସଂରକ୍ଷିତ ମୁଦ୍ରା ପରିଚାଳନା ପଦ୍ଧତି ଅବଲମ୍ବନ କରିଥାଏ | ସୁଧହାର ନୀତି ନିର୍ଦ୍ଧାରଣରେ ଏକ ନମନୀୟ ମୂଲ୍ୟ ସ୍ଫୀତି ଲକ୍ଷ୍ୟ ହାସଲ ର ବୈଧାନିକ ଆଦେଶ ସହ ଏବଂ ଯେତେବେଳେ ବିତ୍ତୀୟ ନିଅଣ୍ଟ ଭରଣା ପାଇଁ ମୁଦ୍ରା ନୀତି ର ଭୂମିକାର ଅବସାନ ହୋଇଛି, ସେତେବେଳେ ଐଚ୍ଛିକ ବିନିମୟ ହାର ପରିଚାଳନା ରିଜର୍ଭ ବ୍ଯାଙ୍କ ଉପରେ ନ୍ୟସ୍ତ |

ରିଜର୍ଭ ବ୍ୟାଙ୍କର ସ୍ୱାଧୀନତା ଅକ୍ଷୁର୍ଣ୍ଣ ରଖିବାରେ ବିଦ୍ୟମାନ ଆହ୍ୱାନ :

ରିଜର୍ଭ ବ୍ୟାଙ୍କର ସ୍ୱାଧୀନତା ବଜାଇ ରଖିବାରେ କିଛି ଦୁର୍ବଳତା ଅବିରତ ଭାବେ ରହିଆସିଛି। 2017 ମସିହାରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (IMF) ଓ ବିଶ୍ୱବ୍ୟାଙ୍କ (WB) ଦ୍ୱାରା କରାଯାଇଥିବା ବିତ୍ତୀୟ କ୍ଷେତ୍ର ନିର୍ଦ୍ଧାରଣ କାର୍ଯ୍ୟକ୍ରମ (FSAP) ରେ ଏହି ଦୁର୍ବଳତା ଗୁଡିକରୁ କିଛି ଚିହ୍ନଟ କରାଯାଇଥିଲା, ଯେଉଁଗୁଡିକୁ ରିଜର୍ଭ ବ୍ୟାଙ୍କର ସ୍ୱାଧୀନତା କୁ ମଜବୁତ କରିବାରେ ମାର୍ଗଦର୍ଶକ ହୋଇଥିଲେ। FSAP ଭାରତକୁ ବସ୍ତୁତଃ ଅଣ-ଆଜ୍ଞ।ନୁବର୍ତ୍ତୀ ଭାବରେ ପରିଗଣିତ କରେ।

1. ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କ ନିୟନ୍ତ୍ରଣ : ରିଜର୍ଭ ବ୍ୟାଙ୍କ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କ ବିରୁଦ୍ଧରେ ପୂର୍ଣ୍ଣରୂପେ କୌଣସି ପଦକ୍ଷେପ ନେବାରେ ବୈଧାନିକ ପ୍ରତିବନ୍ଧକର ସମ୍ମୁଖୀନ ହେଉଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରତିବଦ୍ଧକ ମଧ୍ୟରୁ ସମ୍ଫତ୍ତି ବିକ୍ରୟ, ପରିଚାଳନା ବୋର୍ଡର ପରିବର୍ତ୍ତନ, ଲାଇସେନ୍ସ ପରିହାର ମିଶ୍ରଣ ବା ବିକ୍ରିପରି ସମାଧାନ କାର୍ଯ୍ୟକ୍ରମ ଇତ୍ୟାଦି ଯାହାକି ରିଜର୍ଭ ବ୍ୟାଙ୍କ ଘରୋଇ କ୍ଷେତ୍ର ବ୍ୟାଙ୍କ ମାନଙ୍କ ବିରୁଦ୍ଧରେ ଗ୍ରହଣ କରିପାରେ। ମାର୍ଚ୍ଚ 2018 ରେ ପ୍ରଦତ୍ତ ଗଭର୍ଣ୍ଣର ପଟେଲଙ୍କ ବକୃତା ‘ବ୍ୟାଙ୍କ ନିୟନ୍ତ୍ରଣ କ୍ଷମତା ମାଲିକାନା ନିରପେକ୍ଷ ହେବା ଉଚିତ’ ରେ ଏହି ପ୍ରତିବନ୍ଧକର ଗୁରିତ୍ୱପୂର୍ଣ୍ଣ ପରିଣତି ବିଷୟରେ ଆଳୋକପାତ କରାଯାଇଛି। ଏଫଏସଏପି (FSAP) [ପାରା 39 – ଦାୟୀତ୍ୱ, ଲକ୍ଷ୍ୟ, କ୍ଷମତା, ସ୍ୱାଧୀନତା ଏବଂ ଉତ୍ତରଦାୟୀତ୍ୱର ସାରାଂଶ – ବାସେଲ ପ୍ରଧାନ ନିୟମଗୁଡିକର ସଂପୂର୍ଣ୍ଣ ମୂଲ୍ୟାଙ୍କନ ରିପୋର୍ଟ] ରୁ ପୁନରାବୃତ୍ତି କଲେ “ଘରୋଇ ବ୍ୟାଙ୍କମାନଙ୍କ କ୍ଷେତ୍ରରେ ପ୍ରୟୋଗ କରାଯାଇପାରୁଥିବା ସମସ୍ତ କ୍ଷମତା ରିଜର୍ଭ ବ୍ୟାଙ୍କ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମାନଙ୍କ ପାଇଁ ଲାଗୁକରିବାକୁ ଆଇନ୍ ସଂଶୋଧନ କରାଯିବା ଉଚିତ ; ବିଶେଷଭାବରେ ବୋର୍ଡ ସଭ୍ୟକୁ ପଦଚ୍ୟୁତ କରିବା, ମିଶ୍ରଣ ଓ ଲାଇସେନ୍ସ ପ୍ରଟ୍ଯାହାର......। ରିଜର୍ଭ ବ୍ୟାଙ୍କର ଲାଇସେନ୍ସ ପ୍ରତ୍ୟାହାର ପଦକ୍ଷେପ ବିରିଦ୍ଧରେ ସରକାରଙ୍କୁ ଅପିଲ କରିବାର ଅଧିକାର ମଧ୍ୟ ପ୍ରତ୍ୟାହୃତ ହେବା ଉଚିତ। ଯଦି ବୈଧାନିକ ପଦ୍ଧତିରେ ପରିବର୍ତ୍ତନ କଷ୍ଟସାଧ୍ୟ, ତେବେ ରିଜର୍ଭ ବ୍ୟାଙ୍କ ଓ ସରକାର ନିକଟ ଅତୀତରେ ମୁଦ୍ରାନୀତି ବିଷୟରେ ନେଇଥିବା ପଦକ୍ଷେପ ପରି ଏକ ଚୁକ୍ତି କରିବା ପାଇଁ ବିଚାର କରିବା ଉଚିତ ଯାହାଦ୍ୱାରା କି ସରକାର ରିଜର୍ଭ ବ୍ୟାଙ୍କର କର୍ଯ୍ୟାନ୍ୱୟନ କ୍ଷମତା ଏବଂ ପର୍ଯ୍ୟବେକ୍ଷଣ ନିୟନ୍ତ୍ରଣରେ ସ୍ୱାଧୀନତାକୁ ସ୍ୱୀକାର କରିବେ।”

2. ରିଜର୍ଭ ବ୍ୟାଙ୍କର ତୁଳନ-ପତ୍ର (Balance-Sheet)ସାମର୍ଥ୍ୟ

କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟପ୍ରବାହରୁ ଉତ୍ପନ୍ନ କୌଣସି କ୍ଷତି ଭରଣାରେ ପର୍ଯାପ୍ତ ସଂରକ୍ଷିତ ପାଣ୍ଠି ଗଚ୍ଛିତ ରଖିବା ତଥା ଲାଭାଂଶ ଆବଣ୍ଟନରେ ଯଥାପଥ ନିୟମ ପାଳନ କରିବା (ପୁଞ୍ଜି ଓ ସଂରକ୍ଷିତ ରାଶି ସଂଚିତ କରିବାର ନୀତି ସହିତ) କେନ୍ଦ୍ରୀୟ ବ୍ୟାଙ୍କର ସରକାରୀ କଳ ଠାରୁ ସ୍ୱାଧୀନତା ପ୍ରାପ୍ତିର ଏକ ଗୁରିତ୍ୱପୂର୍ଣ୍ଣ ସୂଚକ (ଉଦାହରଣ ସ୍ୱରୂପ : ମୋଜର୍-ବୋହେମ 2006)। ଏ ପରିପ୍ରେକ୍ଷୀରେ ରିଜର୍ଭ ବ୍ୟାଙ୍କର ବଳକା ରାଜସ୍ୱ ସରକାରଙ୍କୁ ହସ୍ତାନ୍ତର କରିବା ଏକ କଣ୍ଟକୀତ ବିଷୟ (କୋଜେନସିସ୍, 2018 “ସରକାର ରିଜର୍ଭ ବ୍ୟାଙ୍କ ପୁଞ୍ଜିରୁ ତିନି ଲକ୍ଷ ଷାଠିଏ ହଜାର କୋଟି ଟଙ୍କା ବଳକା ରାଶି ରୂପେ ପରିଗଣିତ କରନ୍ତି) ଯାହାକି ମୋର ଉପକ୍ରମଣୀୟ ମନ୍ତବ୍ୟରେ ପ୍ରଦତ୍ତ ଆର୍ଜଣ୍ଟିନୀୟ ଅଗ୍ର ଉଦାହରଣ ସହ ଅଙ୍ଗାଙ୍ଗୀଭାବେ ଜଡ଼ିତ । ନିକଟ ଅତୀତରେ ତିନି ଭାଗରେ ପ୍ରକାଶିତ ରାକେଶମୋହନ (2018) ଙ୍କ ରିଜର୍ଭ ବ୍ୟାଙ୍କ ଉପରେ ଲିଖିତ ବିଷୟ “ରିଜର୍ଭ ବ୍ୟାଙ୍କର ତୁଳନ ପତ୍ର ର ସୁରକ୍ଷା” ରେ ଏହା ପୂର୍ଣ୍ଣାଙ୍ଗ ଭାଗେ ବର୍ଣ୍ଣିତ; ଯେଉଁଥିରେ ସେ ଏକ କେନ୍ଦ୍ରୀୟ ବ୍ୟାଙ୍କ ନିଜର ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟପ୍ରତିପାଦନରେ କାହିଁକି ଏକ ବଳିଷ୍ଠ ତୁଲନ ପତ୍ର ଆବଶ୍ୟକ କରେ ସେ ବିଷୟରେ ବ୍ୟାଖ୍ୟା କରିଛନ୍ତି।

ନିମ୍ନରେ ମୁଁ ତାଙ୍କର କେତେକ ମୁଖ୍ୟ ଦିଗକୁ ଉଲ୍ଲେଖ କରୁଛି :

ପ୍ରଥମ,………. ଯଦି ସରକାର ନିଜ ଖର୍ଚ୍ଚର ଭରଣା କରିବାକୁ ଆଜି ନୂତନ ପ୍ରତିଭୂତି ଜାରି କରନ୍ତି ତାହେଲେ ତା’ର ଦୀର୍ଘକାଳୀନ ବିତ୍ତୟୀ ପ୍ରଭାବ ସମାନ ରହିବ। ରିଜର୍ଭ ବ୍ୟାଙ୍କରୁ ପ୍ରତ୍ୟାହୃତ ପୁଞ୍ଜିରେ ସମୟାନ୍ତରେ କୌଣସି ନୂତନ ସରକାରୀ ରାଜସ୍ୱ ସୃଷ୍ଟି ହୁଏ ନାହିଁ, ବରଂ ସ୍ୱଳ୍ପକାଳରେ ଏହା ଏକ ମୁକ୍ତ ମୁଦ୍ରାର ପ୍ରହେଳିକା ସୃଷ୍ଟି କରିଥାଏ।

ଦ୍ୱିତୀୟ .............. ପାଣ୍ଠି ହସ୍ତାନ୍ତରର ଏପରି ବ୍ୟବହାର ସରକାରଙ୍କ ବିତ୍ତୀୟ ସାବଧାନତା ଅବଲମ୍ୱନ କରିବାର ଅଭିପ୍ରାୟ କ୍ଷୟ କରିଥାଏ।

ତୃତୀୟ............ ତତ୍ତ୍ୱାଧୀନ ଭାଗେ ଏକ କେନ୍ଦ୍ରୀୟ ବ୍ୟାଙ୍କ ଏହାର ମୁଦ୍ରାନୀତି ଭିନ୍ନ ଭିନ୍ନ ପୁଞ୍ଜି ସୀମା (ଶୂନ୍ୟଠାରୁ ଆରମ୍ଭ କରି) ଦେଇ ପ୍ରଣୟନ କରିପାରେ। ବାସ୍ତବରେ, ଆର୍ଥିକ ବଜାର ଓ ସର୍ବୋପରି ଜନସାଧାରଣଙ୍କ ପାଖରେ ଏହା ବିଶ୍ୱସନୀୟତା ହରାଇବାର ବିପଦ ଥାଏ, ଏବଂ ସେତେବେଳେ ଏହାର ଲକ୍ଷ୍ୟ ହାସଲ କରିବାରେ ଅକ୍ଷମ ହୋଇପାରେ ଯଦି ଏହାର ବିପୁଳ କ୍ଷତି ହୁଏ ଏବଂ ଆବଶ୍ୟକ ପୁଞ୍ଜିର ଅଭାବ ଲକ୍ଷ୍ୟ କରାଯାଏ।

କେନ୍ଦ୍ରୀୟ ବ୍ୟାଙ୍କର ସମ୍ଭାବ୍ୟ କ୍ଷତି ସଂପର୍କୀୟ ଭୟ କ’ଣ ପ୍ରହେଳିକାମୟ ? ଆନ୍ତର୍ଜାତିକ ବୁଝାମଣା ପାଇଁ ବ୍ୟାଙ୍କ (BIS) ଅନୁଯାୟୀ 108 କେନ୍ଦ୍ରୀୟ ବ୍ୟାଙ୍କ ମାନଙ୍କ ମଧ୍ୟରୁ 43 ଟି କେନ୍ଦ୍ରୀୟ ବ୍ୟାଙ୍କ 1984 ରୁ 2005 ମଧ୍ୟରେ ଅନ୍ତତଃ ଗୋଟିଏ ବର୍ଷ ପାଇଁ କ୍ଷତି ସହିଛନ୍ତି ।

କେତେଜଣ ଯୁକ୍ତି କରନ୍ତି ଯେ ସରକାର ଆବଶ୍ୟକ ସ୍ଥଳେ କେନ୍ଦ୍ରୀୟ ବ୍ୟାଙ୍କର ପୁଞ୍ଜି ବୃଦ୍ଧି କରିପାରନ୍ତି। ନୀତି ଦୃଷ୍ଟିରୁ ଏହ ଅବଶ୍ୟ ସତ୍ୟ କିନ୍ତୁ ଭାରତର ପରିସ୍ଥିତି ପରି ଯେତେବେଳେ ସରକାର ନିଜେ ବିତ୍ତୀୟ ଚାପର ବଶବର୍ତ୍ତୀ ହୋଇ ଆପେକ୍ଷିକ ଭାବେ ଋଣ- ମୋଟ ଘରୋଇ ଉତ୍ପାଦର ଉଚ୍ଚ ଅନୁପାତ ର ସମ୍ମୁଖୀନ ହୁଅନ୍ତି ସେତେବେଳେ ବାସ୍ତବରେ ଏହା କଷ୍ଟସାଧ୍ୟ ହୋଇଥାଏ। ଯାହା ଗୁରୁତ୍ୱପୂର୍ଣ୍ଣ ତାହାହେଲା ଉଭୟ ବାସ୍ତବତା ତଥା ତତୋଧିକ ଅନ୍ୟାନ୍ୟ ଦୃଷ୍ଟିକୋଣରୁ କେନ୍ଦ୍ରୀୟ ବ୍ୟାଙ୍କର ସ୍ୟାଧୀନତାର ଅବକ୍ଷୟ।

ପୁନଶ୍ଚ, ସୁବୁଦ୍ଧିର ବଶବର୍ତ୍ତୀହୋଇ ସରକାର ରିଜର୍ଭବ୍ୟାଙ୍କର ତୁଳନ-ପତ୍ର ଉପରେ ନଯର ପକାଇ ନାହାଁନ୍ତି।

3. ନିୟାମକ ପରିସର : ନିୟାମକ ପରିସର ହେଉଛି ଶେଷ ଆଲୋଚ୍ୟ ବିଷୟ ; ଏକ ଭିନ୍ନ ନିୟନ୍ତ୍ରକ ନିଯୁକ୍ତ କରି ରିଜର୍ଭ ବ୍ୟାଙ୍କ ଦେୟ ଓ ଆର୍ଥିକ ବୁଝାମଣା ବ୍ୟବସ୍ଥା ଉପରେ ଥିବା କ୍ଷମତା ସଂକୁଚିତ କରିବାକୁ ସୁପାରିଶ କରିବା ଏକ ସଦ୍ୟ ଉଦାହରଣ । (ଯାହାକି ରାକେଶମୋହନଙ୍କ ଲେଖାରେ ପ୍ରତିଫଳିତ)। ରିଜର୍ଭ ବ୍ୟାଙ୍କ ଏହି ସୁପାରିଶ ବିରୁଦ୍ଧରେ ନିଜର ଭିନ୍ନମତ/ମତଭେଦ 19 ଅକ୍ଟୋବର 2018 ରେ ପ୍ରକାଶ କରିଛି।

ଉପସଂହାର : କୃତଜ୍ଞତା, ଉତ୍ସର୍ଗ ତଥା କିଛି ଅନ୍ୟ ପ୍ରତିଫଳନ ସହ ମୋର ବକ୍ତବ୍ୟର ସମାପନ

କରିବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ପରିଚାଳନା ମଣ୍ଡଳୀର ସଦସ୍ୟ ରହିଥିବା ଶ୍ରୀଯୁକ୍ତ

ମାଲେଗାମ ଏହାର ଜଣେ ଦୀର୍ଘକାଳୀନ ଉପଦେଷ୍ଟା, ବନ୍ଧୁ ତଥା ମଙ୍ଗଳଚିନ୍ତକ। ସେ ଏପରି ଏକ ବ୍ୟକ୍ତିତ୍ୱ ଯାହାକୁ ବ୍ୟକ୍ତିଗତ ଭାଗେ ମୁଁ ତାଙ୍କର ବୁଦ୍ଧିମତ୍ତା, ସ୍ୱଚ୍ଛଚିନ୍ତା ତଥା ବିଦ୍ୱତା ପାଇଁ ପ୍ରଶଂସା କରେ। ଏ ବର୍ଷର ଏଡି ସ୍ରଫ ସ୍ମାରକୀ ବତ୍କୃତା ପ୍ରଦାନ ପାଇଁ ମୋତେ ଆମନ୍ତିତ କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜ୍ଞ।ପନ କରୁଛି।

-୧୯୪୪ମସିହାରେ ଯୁଦ୍ଧ ପରବର୍ତ୍ତୀ ଆର୍ଥିକ ଓ ମୌଦୃକ ବ୍ୟବସ୍ଥା ଉପଲକ୍ଷ୍ଯେ ସଂଯୁକ୍ତ ରାଷ୍ଟ୍ର ସମୂହ ଦ୍ଵାରା ଆୟୋଜିତ “ବ୍ରିଟନ ଉଡସ ସମ୍ମିଳନୀ” ରେ ସ୍ବର୍ଗତଃ ଅର୍ଦ୍ଦାଶୀର ଦରାବଶାହ ଶ୍ରଫ ଜଣେ ବେସରକାରୀ ପ୍ରତିନିଧି ଭାବେ ଯୋଗ ଦେଇ ଥିଲେ |ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବିଶ୍ଵ ବ୍ଯାଙ୍କ ର ପରିଚାଳନା ମଣ୍ଡଳୀ ରେ ଏକ ସ୍ଥାୟୀ ସଦସ୍ଯତା ହାସଲ କରିବା ତାଙ୍କର ମୁଖ୍ୟ ଚିନ୍ତା ଥିଲା ଯାହା ଦୁର୍ଭାଗ୍ୟ ବଶତଃ ସମ୍ଭବ ହେଲାକ ନାହିଁ | ମୋ ମତରେ ତାଙ୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ହେଉଛି ୧୯୫୪ ମସିହାରେ ସହଭାଗିତାରେ ପ୍ରତିଷ୍ଠିତ ସ୍ଵାଧୀନ ମଞ୍ଚ ଉଦ୍ୟୋଗସ ବିଶେଷଜ୍ଞ ମଣ୍ଡଳୀ ଯାହା ମୁକ୍ତ କଥାବାର୍ତ୍ତା / ଆଲୋଚନା ମାଧ୍ୟମରେ ଦେଶରେ ବସା ବାନ୍ଧି ଥିବା ସ୍ବାଧୀନୋତ୍ତର ସରକାରଙ୍କ ସାମ୍ୟବାଦୀ ଚିନ୍ତା ଧାରାର ବିରୋଧ କରିଥିଲା |

“ଏ ଡ଼ି ଶ୍ରଫ- ବିତ୍ତ ଓ ମୁକ୍ତ ଉଦଯୋଗର ବୁଦ୍ଧିମାନ ପ୍ରବକ୍ତା” ନାମକ ସୁଚେତା ଦଲାଲ ଙ୍କ ଦ୍ଵାରା ଲିଖିତ୍କ ଜୀବନ ଚରିତ ରେ ବିଶ୍ଵବ୍ୟାଙ୍କ ର ଜନପ୍ରିଯ ସଭାପତି ଜର୍ଜ ଉଡସ ତାଙ୍କ ବିଷଯରେ ବ୍ୟକ୍ତ କରିଥିବା ଉକ୍ତି ହେଉଛି :

ନିଜର ମତାମତ ବ୍ୟକ୍ତ ନ୍କରୁଥିବାର ଦୋଷ ଏ ଡ଼ି ଶ୍ରଫ ଙ୍କୁ କେହି ଦେଇ ପାରିବେ ନାହିଁ, ଏବଂ ଜୀବନର ଶେଷ ସମୟରେ ସମାଜର ଉଚ୍ଚ ଶ୍ରେଣୀ ର ଲୋକ ମାନଙ୍କ ଦ୍ଵାରା ତାହା କ୍ଵଚିତ ସମାଦ୍ଡ଼୍ତ୍ଦ ଥିଲା | ତଥାପି ବହୁତ କମ ଭାରତର ବନ୍ଧୁ ରାଷ୍ଟ୍ର ନିର୍ମାଣ ତଥା ସେହି ବନ୍ଧୁ ରାଷ୍ଟ୍ର ମାନଙ୍କ ର ବିଶ୍ଵାସ ଭାଜନ ହୋଇ ସେମାନଙ୍କ ଠାରୁ ନିବେଶ ସୁଯୋଗ ର ପୁଞ୍ଜି ଯୋଗାଣାର୍ଥେ ସେ କରିଥିବା ପ୍ରୟାସ ଠାରୁଅଧିକ କିଛି କରିଥିଲେ | ନିଜ ଦେଶର ମଙ୍ଗଳ ନିମିତ୍ତ ନୀତି ବିରୁଦ୍ଧରେ ଏ ଡ଼ି ଶ୍ରଫଙ୍କ ଅବାଧ ସମାଲୋଚନାର ଅନୁସରଣରେ (ଯାହା ରିଜର୍ଭ ବ୍ଯାଙ୍କ ର ପ୍ରଥମ ଗଭର୍ଣ୍ଣର ସାର ଅସବର୍ଣ୍ଣ ସ୍ମିଥଙ୍କୁ ଲେଖିଥିବା ପତ୍ରରେ ଉଲ୍ଲିଖିତ) ମୁଁ, ସବିନୟେ ସ୍ଵାଧୀନ ନିୟାମକ ସଂସ୍ଥା ବିଶେଷ ଭାବେ ଏକ କେନ୍ଦ୍ରୀୟ ବ୍ଯାଙ୍କ ର ପ୍ରଭାବଶାଳୀ ସରକାରୀ ନିୟନ୍ତ୍ରଣରୁ ମୁକ୍ତି ପରି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ମୋ ବକ୍ତବ୍ୟ ପାଇଁ ଚୟନ କରିଛି | ଏ ବିଷୟ ଟି ଅତି ସଂବେଦନଶୀଳ ତଥାପି ମୋର ଯୁକ୍ତି ଯେ ଅର୍ଥନୈତିକ ପ୍ରଗତି ନିମନ୍ତେ ଏହା ଗୁରୁତ୍ୱପୂର୍ଣ୍ଣ | ମୁଁ ଅତ୍ୟନ୍ତ ଆଶାବାଦୀ ଯେ ମୁଁ ତାଙ୍କର ସ୍ଵାଧୀନ ଅର୍ଥନୈତିକ ଚିନ୍ତାଧାରା ତଥା ନୀତି ପ୍ରଣଯନ ପ୍ରତି ନ୍ୟାୟୋଚିତ ମନ୍ତବ୍ୟ ରଖିଛି |

ଏହିପରି ଭାବେ ଆମେ ରିଜର୍ଭ ବ୍ଯାଙ୍କ ର ସ୍ୱାୟତ୍ତତା ରକ୍ଷା କରିବାରେ ବିଶେଷ କରି ମୁଦ୍ରାନୀତି ପ୍ରଣୟନରେ ଯେ ଅପେକ୍ଷାକୃତ ଅଗ୍ରଗତି କରିଛି ତାହା ଜଣାଇବାକୁ ଚେଷ୍ଟା କରିଛି (ଏହା ଛଡା ଦେବାଳିଆ କଥା ବ୍ଯାଙ୍କ ଋଣ ଖିଲାଫି ଆଇନ, ସେବା ଓ ଦ୍ରବ୍ଯ ଟିକସ ବ୍ୟବସ୍ଥା ଆଦି ଢାଞ୍ଚା ଗତ ସଂସ୍କାର ବୋଲି ଏଗାର ମାସ ତଳେ ମୋଦୀ ଙ୍କ ଭାରତୀୟ ସାର୍ବଭୌମ ମୂଲ୍ୟାଙ୍କନରେ ଉନ୍ନତିର ପରିମାପକ) | ବୃହତ୍ତର ଆର୍ଥିକ ତଥା ସାମୁହିକ ଅର୍ଥନୈତିକ ସ୍ଥିରତା ସୁରକ୍ଷା ରେ ଏହି ପ୍ରୟାସ ଗୁଡିକ ରିଜର୍ଭ ବ୍ଯାଙ୍କ ର ରାଷ୍ଟ୍ରାୟତ ବ୍ଯାଙ୍କ ମାନଙ୍କର ପର୍ଯ୍ୟବେକ୍ଷଣ ଓ ନିୟନ୍ତ୍ରଣ, ନିଜର ତୁଲନ ପତ୍ର ର ଦୃଢତା, ତଥା ନିୟାମକ ପରିସର ପରି କ୍ଷେତ୍ରରେ ସ୍ଵାଧୀନତା ଅର୍ଜ୍ଜନ କରିବାର ପଥ ସୁଗମ କରିବ | ଏ ପ୍ରଚେଷ୍ଟା ଭବିଷ୍ୟତ ରେ ଭାରତୀୟ ଅର୍ଥନୀତି ପାଇଁ ଏକ ସମଷ୍ଟି ଗତ ସଂସ୍କାରର ରୂପ ନେବ | ସୌଭାଗ୍ୟବଶତଃ ଏହା ସଠିକ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣର ବିଷୟ ଅଟେ : ଯାହା ମୋ ମତରେ ସମଷ୍ଟି ଗତ ଭାବେ ଉପଯୁକ୍ତ ଚିନ୍ତା ଶୀଳ “ହ୍ଵାଟ ଇଫ” ବିଶ୍ଲେଷଣ ଦ୍ଵାରା କରାଯାଇ ପାରିବ | ବିଶ୍ଵର ଅନେକ ଦେଶରେ କେନ୍ଦ୍ରୀୟ ବ୍ଯାଙ୍କ ର ସ୍ବାଧୀନତା ଉପରେ ହସ୍ତକ୍ଷେପ କରି ଅଧୂନା ଦେଖା ଦେଇ ଥିବା ସମସ୍ଯା ସମ୍ପର୍କରେ ମୁଁ ଆଲୋକପାତ କରିଛି |

ନିଜ ଜୀବନ ଚରିତ ଭୋଲକର : ଦି ଟ୍ରାୟମ୍ଫ ଅଫ ପରସିସଟେନ୍ସ (୨୦୧୨) ରେ ମୋର ପୂର୍ବତନ ଏନ ୱାଇ ୟୁ (NIU), ଷ୍ଟର୍ନ ବିଶ୍ଵ ବିଦ୍ୟାଳୟ ର ସହକର୍ମୀ ବିଲ ସିଲବର ୧୯୮୦ ଦଶକରେ ତଦାନୀନ୍ତନ ଫେଡେରାଲ ରିଜର୍ଭ ର ଗଭର୍ଣ୍ଣର ପଲ ଭଲକର ମୂଲ୍ୟସ୍ଫୀତି ନିୟନ୍ତ୍ରଣ କରିବାରେ କ୍ରୋଧାନ୍ଵିତ ହୋଇ କିପରି ସୁଧହାର ପରିବର୍ତ୍ତନ କରିଛନ୍ତି ତାର ଏକ ବିଷାଦ ବିବରଣୀ ପ୍ରଦାନ କରିଛନ୍ତି |

ସୁଧହାର କମ ରଖିବାର ସମସ୍ତ ଚାପ ସତ୍ବେ ରାଷ୍ଟ୍ରପତି ରିଗାନ ଙ୍କ ବର୍ଦ୍ଧିତ ନିଅଣ୍ଟିଆ ନୀତି ପାଇଁ ସ୍ଵଳ୍ପକାଳୀନ ଶସ୍ତା ପାଣ୍ଠି ଯୋଗାଣରେ ସହାୟ ହୋଇ ଥାନ୍ତା,ଭଲକର ମୂଲ୍ୟସ୍ଫୀତି ହାର ଦୁଇ ଅଙ୍କରୁ କମ ହେବା ପରେ ବ୍ୟକ୍ତିଗତ ଭାବେ ରାଷ୍ଟ୍ରପତିଙ୍କୁ ବୃହତ ବିତ୍ତୀୟ ନିଅଣ୍ଟର ସାଂଘାତିକ ପରିସ୍ଥିତି ବିଷୟରେ ଅବଗତ କରାଇଥିଲେ | ଶେଷରେ ଭଲକର ଙ୍କ ବିଜଯ ହେଲା ନିଅଣ୍ଟିଆ ପରିସ୍ଥିତି ସୁଧୁରି ଗଲା ଏବଂ ମୂଲ୍ୟସ୍ଫୀତି ହାର ନିମ୍ନଗାମୀ ହେଲା | ମୋର ଯୁକ୍ତି ଯେ ଭଲକର ଙ୍କ ମୂଲ୍ୟସ୍ଫୀତି ସମ୍ପର୍କୀୟ ଦୃଢ ପଦକ୍ଷେପ ଏବଂ ସରକାରୀ ବିତ୍ତୀୟ ଯୋଜନାରୁ ସୃଷ୍ଟ ବିପଦ ପ୍ରତି ସ୍ପଷ୍ଟବାଦିତା ପାଇଁ ଫେଡେରାଲ ରିଜର୍ଭ ପରି ସଂସ୍ଥା ରାଷ୍ଟ୍ରପତି ରିଗାନ ଙ୍କର ପ୍ରକୃତ ବନ୍ଧୁ ର ଭୂମିକା ନିର୍ବାହ କରିଥିଲା |କେନ୍ଦ୍ରୀୟ ବ୍ଯାଙ୍କ ର ସ୍ଵାଧୀନତା ପ୍ରତି ସରକାରଙ୍କର ଅଧିକ ତତ୍ପରତା ବିଶ୍ଵର ବିଭିନ୍ନ ଭାଗରେ ଅନୁଭୂତ ହେଉଛି | ଏଣୁ ସ୍ଵାଧୀନ କେନ୍ଦ୍ରୀୟ ବ୍ଯାଙ୍କ ଅଧିକାରୀ ଗଣ ଅବିଚଳିତ ରହିବେ | କେନ୍ଦ୍ରୀୟ ବ୍ଯାଙ୍କ ର ସ୍ଵତନ୍ତ୍ରତା ପ୍ରତି ଧ୍ୟାନ ଦେଉ ନଥିବା ସରକାର ଗଣ ଖୁବ ଶୀଘ୍ର ବିତ୍ତୀୟ ବଜାରର ରୋଷର ଶୀକାର ହେବେ | ଅର୍ଥନୈତିକ ବହ୍ନି ପ୍ରଜ୍ଜ୍ଵଳନ ସହ ଏକ ଗୁରୁତ୍ୱପୂର୍ଣ୍ଣ ନିୟାମକ ସଂସ୍ଥା ର ବିନାଶ ର କାରଣ ହେବାର ଅନୁତାପ କରିବେ ; କେନ୍ଦ୍ରୀୟ ବ୍ଯାଙ୍କ ର ସ୍ଵାୟତ୍ତତା ଅକ୍ଷୁର୍ଣ୍ଣ ରଖିଥିବା ଅନ୍ୟ ସରକାରଗଣ କମ ସୁଧହାର କରଜର ସୁଯୋଗ ପାଇବା ସଙ୍ଗେ ସଙ୍ଗେ ଆନ୍ତର୍ଜାତିକ ନିବେଶକଙ୍କ ଦୀର୍ଘକାଳୀନ ସହଯୋଗିତାର ପାତ୍ର ହେବେ |

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

RbiWasItHelpfulUtility

ଏହି ପେଜ୍ ସହାୟକ ଥିଲା କି?