RbiSearchHeader

Press escape key to go back

Past Searches

Theme
Theme
Text Size
Text Size
S2

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78475846

ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ-ସଂଗ୍ରହାଳୟରେ ମହୀଶୁର ମୁଦ୍ରାର ସ୍ୱତନ୍ତ୍ର ପ୍ରଦର୍ଶନ ଉନ୍ମୋଚିତ

ଭାରତୀୟ ରିଜର୍ଭ ବ୍ୟାଙ୍କ
ଅଗଷ୍ଟ ୨୮,୨୦୧୫

ସଞ୍ଚାର ବିଭାଗ, କେଦ୍ରିୟ କାର୍ଯାଳୟ
ଏସ୍.ବି.ଏସ୍. ମାର୍ଗ, ମୁମ୍ବାଇ-୪୦୦୦୦୧

ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ-ସଂଗ୍ରହାଳୟରେ ମହୀଶୁର ମୁଦ୍ରାର ସ୍ୱତନ୍ତ୍ର ପ୍ରଦର୍ଶନ ଉନ୍ମୋଚିତ ।

ଅଗଷ୍ଟ ୨୦,୨୦୧୫ ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ ସଂଗ୍ରହାଳୟ ମହୀଶୂର ମୁଦ୍ରାର ଏକ ସ୍ୱତନ୍ତ୍ର ପ୍ରଦର୍ଶନ ଉନ୍ମୋଚନ କରିଅଛି । ନିର୍ବାହୀ-ନିର୍ଦ୍ଦେଶକ ଡ. ଦୀପାଳି ପନ୍ଥ ଯୋଶୀ ଏହି ସ୍ୱତନ୍ତ୍ର ପ୍ରଦର୍ଶନୀର ଉଦଘାଟନ କରିଥିଲେ। ଏହି ଉପଲକ୍ଷେ, କୋଡ଼ିଏ ପୃଷ୍ଠା ସମ୍ବଳିତ ଏକ ତଥ୍ୟ / ସୂଚନା ପୁସ୍ତିକା ପ୍ରକାଶ ପାଇଥିଲା। ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ୟୁ.ଏସ୍. ପଲିୱାଲ୍, ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ‌ର ନିର୍ଦ୍ଦେଶକ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଏବଂ ମୁମ୍ବାଇ କାର୍ଯ୍ୟାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଏସ୍.ରାମସ୍ୱାମୀ ଉପସ୍ଥିତ ଥିଲେ।

ରିଜର୍ଭ ବ୍ୟାଙ୍କର ଆର୍ଥିକ ସଂଗ୍ରହାଳୟର ମହୀଶୂର ମୁଦ୍ରାର ସ୍ୱତନ୍ତ୍ର ପ୍ରଦର୍ଶନ।

୧୧୨ଟି ମହୀଶୂର ମୁଦ୍ରା (୧୩ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଏବଂ ୯୩ଟି ତାମ୍ର)କୁ ନେଇ ଏହି ପ୍ରଦର୍ଶନୀ ଗଠିତ ଯେଉଁଥିରେ ତାଲିକୋଟା ଯୁଦ୍ଧ ପରେ ଖ୍ରୀଷ୍ଟାବ୍ଦ ୧୫୬୫ ଆରମ୍ଭରୁ ମହୀଶୂରର ଆର୍ଥିକ ଇତିହାସର ୪୦୦ ବର୍ଷ ଅନ୍ତର୍ଭୁକ୍ତ ହୋଇଅଛି। ମହୀଶୂର ୱଡ଼ିଆର, ହାଇଦର ଅଲ୍ଲୀ ଓ ଟିପୁ ସୁଲତାନଙ୍କ ଦ୍ୱାରା ପ୍ରଚଳିତ ମୁଦ୍ରାକୁ ଏହି ପ୍ରଦର୍ଶନୀରେ ଗୁରୁତ୍ୱ ଦିଆଯାଇଛି। ମହୀଶୂରର ଶାସକ ମାନଙ୍କ ଅଧିନରେ ବହୁ ସଂଖ୍ୟକ ସ୍ୱର୍ଣ୍ଣ ମୁଦ୍ରା ମିଳିଅଛି। କାନ୍ତିରବ ବରାହ ଏବଂ ଅର୍ଦ୍ଧ ବରାହ ନାମରେ ଖ୍ୟାତ, ଯାହାର ଓଜନ ଯଥାକ୍ରମେ ୩.୫ ଗ୍ରାମ ଓ ୧.୭ ଗ୍ରାମ,ଏକ ପାର୍ଶ୍ୱରେ ଲକ୍ଷ୍ମୀ-ନରସିଂହ ଏବଂ ଅନ୍ୟ ପାର୍ଶ୍ୱରେ ତିନିଧାଡ଼ିର ନାଗରୀ କିମ୍ବଦନ୍ତୀ ସହ ତାଙ୍କ ନାମ ଉଲ୍ଲେଖ ଥାଇ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରିବାରେ କାନ୍ତିରବ ନରଶରାୟ ହେଉଛନ୍ତି ପ୍ରଥମ ଶାସକ । ଏକ ପାର୍ଶ୍ୱରେ ନରସିଂହ ଏବଂ ଅନ୍ୟ ପାର୍ଶ୍ୱରେ ତାଙ୍କ ନାମ ଥାଇ ୦.୩୫ ଗ୍ରାମ ଓଜନର ‘ସ୍ୱର୍ଣ୍ଣ ପନମ’ ମଧ୍ୟ ପ୍ରଚଳନ କରିଥିଲେ। ପରେ ଦେୱାନ ପୂର୍ଣ୍ଣାୟା ଗିଡ୍ଡା କାନ୍ତିରବ ପନମ (ଗିଡ୍ଡାର ଆକ୍ଷରିକ ଅର୍ଥ ‘ମୋଟା) କ୍ରିଷ୍ଣା ରାଜା ତୃତୀୟ ଶାସନ କାଳ (ଖ୍ରୀଷ୍ଟାବ୍ଦ ୧୭୯୯-୧୮୩୨) ସମୟରେ ପୁନଃ ପ୍ରଚଳନ କରିଥିଲେ। ହାଇଦର ଅଲ୍ଲୀ ଓ ଟିପୁ ସୁଲତାନଙ୍କ ସମୟ ପର୍ଯ୍ୟନ୍ତ ଏହି ପରମ୍ପରା ଅବ୍ୟାହତ ଥିଲା।

ଦୟାପୂର୍ବକ, ଏଗୁଡ଼ିକ ଏବଂ ଏହାଠାରୁ ଅଧିକ ଦେଖିବା ନିମନ୍ତେ ଅମର ବିଲ୍ଡିଂ (ତଳ ମହଲା) ସାର୍.ପି.ଏମ୍.ରୋଡ଼୍, ଫୋର୍ଟ ମୁମ୍ବାଇ-୪୦୦୦୦୧କୁ ଆସନ୍ତୁ। ସମୟ 10.45 - 17.15 ମଙ୍ଗଳବାର ଠାରୁ ରବିବାର ଖୋଲାରୁହେ। ସୋମବାର ଏବଂ ବ୍ୟାଙ୍କ ଛୁଟି ଦିନରେ ସଂଗ୍ରହାଳୟ ବନ୍ଦ ରହେ।

ଆଲ୍ପନା କିଲାୱାଲା
ପ୍ରଧାନ ମୁଖ୍ୟ ମହାପ୍ରବନ୍ଧକ

ସମ୍ବାଦ ପ୍ରକାଶିତ /୨୦୧୫-୧୬/୫୧୯

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

RbiWasItHelpfulUtility

ଏହି ପେଜ୍ ସହାୟକ ଥିଲା କି?