RbiSearchHeader

Press escape key to go back

Past Searches

Theme
Theme
Text Size
Text Size
S3

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78469693

ସୋଭରେନ ସ୍ୱର୍ଣ୍ଣ ବଣ୍ଡସ – ୨୦୧୫-୧୬

ଆର.ବି.ଆଇ/୨୦୧୫-୧୬/୨୧୮
ଆଇଡିଏମଡି.ସିଡିଡି. ସଂଖ୍ୟା.୯୩୯/୧୪.୦୪.୦୫୦/୨୦୧୫-୧୬

ଅକ୍ଟୋବର ୩୦,୨୦୧୫

ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ
ସମସ୍ତ ଅଧିସୂଚିତ ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକ
(ଆର.ଆର.ବି. କୁ ବାଦ ଦେଇ)

ମହାଶୟ / ମହାଶୟା

ସୋଭରେନ ସ୍ୱର୍ଣ୍ଣ ବଣ୍ଡସ – ୨୦୧୫-୧୬

ନଭେମ୍ବର ୫,୨୦୧୫ରୁ ନଭେମ୍ବର ୨୦,୨୦୧୫ ପର୍ଯ୍ୟନ୍ତ ସୋଭରେନ ସ୍ୱର୍ଣ୍ଣ ବଣ୍ଡ ପ୍ରଚଳନ କରିବା ପାଇଁ ଭାରତ ସରକାର ତାଙ୍କର ଅଧିସୂଚନା ଏଫ୍.ଏନ୍.ଓ ୪ (୧୯) – ଡବ୍ଲ୍ୟୁ ଆଣ୍ଡ ଏମ /୨୦୧୪ ଦିନାଙ୍କ ଅକ୍ଟୋବର ୩୦,୨୦୧୫ ଅନୁସାରେ ସ୍ଥିର କରିଛନ୍ତି। ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ନୋଟିସ ଦେଇ ଭାରତ ସରକାର ଏହି ଯୋଜନାକୁ ବନ୍ଦ କରିଦେଇ ପାରନ୍ତି। ନିମ୍ନୋକ୍ତ ସର୍ତ୍ତ ଓ ଅନୁବନ୍ଧନ ଅନୁସାରେ ବଣ୍ଡ ପ୍ରଚଳନ ହେବ:-

୧. ନିବେଶ ପାଇଁ ଯୋଗ୍ୟତା :

ଅନ୍ୟ କୌଣସି ବ୍ୟକ୍ତି ସହ ମିଳିତ ଭାବରେ କିମ୍ବା ଜଣେ ନାବାଳକ ଶିଶୁ ପକ୍ଷରୁ, ଏପରିକି ଜଣେ ବ୍ୟକ୍ତି ହିସାବରେ ଜଣେ ବ୍ୟକ୍ତି ହୋଇ, ଏହି ଯୋଜନା ଅଧିନରେ ଭାରତର ବାସିନ୍ଦା ଏକ ବ୍ୟକ୍ତି, ବଣ୍ଡଧାରକ ହୋଇପାରନ୍ତି। ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ ୧୯୯୯ ଅଧିନରେ ପରିଚ୍ଛେଦ୨ (ଭି) ସହପାଠ ୨ (ୟୁ)ରେ ‘ଭାରତ ବାସିନ୍ଦା ବ୍ୟକ୍ତି’ ସଂଜ୍ଞା କୃତ ହୋଇଅଛି।

2. ପ୍ରତିଭୂତି ଫର୍ମ :

ସରକାରୀ ପ୍ରତିଭୂତି ଅଧିନିୟମ ୨୦୦୬ର ପରିଚ୍ଛେଦ (୩) ଅନୁସାରେ, ଭାରତର ପୁଂଜିପତ୍ର /ଷ୍ଟକ ଆକାରରେ ବଣ୍ଡ ପ୍ରଚଳନ ହେବ। ନିବେଶକାରୀ ମାନଙ୍କୁ ଏକ ଧାରକ ପତ୍ର (ଫର୍ମ-ଗ) ଦିଆଯିବ। ବଣ୍ଡଗୁଡ଼ିକ ଡି-ମାଟ ଫର୍ମରେ ପରିବର୍ତ୍ତିତ ହେବା ପାଇଁ ଯୋଗ୍ୟ ହେବେ।

୩. ପ୍ରେରିତ ତାରିଖ :

ନଭେମ୍ବର ୨୬,୨୦୧୫ ପ୍ରେରଣ ତାରିଖ ହେବ। ନଭେମ୍ବର ୦୫,୨୦୧୫ ରୁ ନଭେମ୍ବର ୨୦,୨୦୧୫ ପର୍ଯ୍ୟନ୍ତ ଗ୍ରହଣକାରୀ କାର୍ଯ୍ୟାଳୟରେ ନିବେଶକାରୀମାନେ ବଣ୍ଡ ପାଇଁ ଆବେଦନ କରିପାରିବେ।ଆଗରୁ ଏକ ଅଧିସୂଚନା ଦେଇ ଭାରତ ସରକାର ବଣ୍ଡ ପ୍ରେରଣ ନଭେମ୍ବର 20, 2015 ପୂର୍ବରୁ ବନ୍ଦ କରିପାରିବେ ।

୪. ମୂଲ୍ୟବର୍ଗ :

ଏକ ଗ୍ରାମ ସୁନା ଏବଂ ବହୁବିଧ ଏକକ (ୟୁନିଟ୍)ରେ ମୂଲ୍ୟ ବର୍ଗୀକରଣ ହେବ। ଆର୍ଥୀକ ବର୍ଷ (ଏପ୍ରିଲ୍-ମାର୍ଚ୍ଚ)ରେ ମୁଣ୍ଡ ପିଛା ନ୍ୟୁନତମ ୨ ଗ୍ରାମ ସହ ଅଧିକତମ ୫୦୦ ଗ୍ରାମ ଦେୟ ବଣ୍ଡରେ ନିବେଶ କରାଯାଇପାରିବ। ସହ-ଧାରିତ ରାଶିରେ ପ୍ରଥମ ଆବେଦନକାରୀଙ୍କ ପାଇଁ ସୀମିତ।

୫. ପ୍ରକାଶିତ / ପ୍ରେରିତ ମୂଲ୍ୟ :

ଭାରତ ବଲିୟନ ଆଣ୍ଡ ଜୁଏଲର ଆସୋସିଏସନ ଲିମିଟେଡ (ଆଇ.ବି.ଜେ.ଏ) ଦ୍ୱାରା ପ୍ରକାଶିତ ୯୯୯ ସ୍ୱର୍ଣ୍ଣ ଶୁଦ୍ଧତାର ସାଧାରଣ ହାରାହାରି ସାପ୍ତାହିକ (ସୋମବାର-ଶୁକ୍ରବାର) ସମାପ୍ତି-ମୂଲ୍ୟ ଆଧାରରେ, ଭାରତୀୟ ଟଙ୍କାରେ ବଣ୍ଡ ଗୁଡ଼ିକର ମୂଲ୍ୟ ନିର୍ଦ୍ଧାରିତ ହେବ।

୬. ସୁଧ :

ପ୍ରାରମ୍ଭିକ ନିବେଶ ଅର୍ଥ ପରିମାଣ ଉପରେ ଶତକଡ଼ା (୨.୭୫) (ନିର୍ଦ୍ଧାରିତ) ବାର୍ଷିକ ସୁଧ ହାର ବଣ୍ଡ ଗୁଡ଼ିକ ବହନ କରିବ। ସୁଧ ୬ ମାସ ବିରତିରେ ପ୍ରଦାନ କରାଯିବ ଏବଂ ଶେଷ ସୁଧ ପରିପକ୍ୱତା ପରେ ମୂଳ ଧନ ସହ ଦେୟ ଯୋଗ୍ୟ ହେବ।

୭. ଗ୍ରହଣକାରୀ କାର୍ଯ୍ୟାଳୟ :

ଅଧିସୂଚୀତ ବାଣିଜ୍ୟିକ ବ୍ୟାଙ୍କ ସମୂହ (ଆର.ଆର.ବି. କୁ ବାଦଦେଇ) ଏବଂ ମନୋନୀତ ଡାକ କାର୍ଯ୍ୟାଳୟ (ଅଧିସୂଚୀ ମତେ) ପ୍ରାଧିକୃତ ହୋଇ ସିଧାସଳଖ କିମ୍ବା ଏଜେଣ୍ଟଙ୍କ ଜରିଆରେ ବଣ୍ଡଗୁଡ଼ିକ ପାଇଁ ଦରଖାସ୍ତ ଗ୍ରହଣ କରିପାରିବେ।

୮. ଦେୟ ପସନ୍ଦ / ଇଚ୍ଛା :

ନଗଦ / ମାଂଗ / ଚାହିଦା / ଡିମାଣ୍ଡ ଡ୍ରାଫ୍ଟ କିମ୍ବା ଚେକ, କିମ୍ବା ଇଲେକଟ୍ରୋନିକ ବ୍ୟାଙ୍କିଙ୍ଗ ଜରିଆରେ ଭାରତୀୟ ମୁଦ୍ରାରେ ଦେୟ ଗ୍ରହଣ କରାଯିବ । ଯେଉଁ ସ୍ଥାନରେ / ଜାଗାରେ ଦରଖାସ୍ତ ଗ୍ରହଣ କରାଯାଇଛି ଉପର ଅନୁଚ୍ଛେଦରେ ସୂଚୀତ, ବ୍ୟାଙ୍କ ଡାକ କାର୍ଯ୍ୟାଳୟରେ (ଗ୍ରହଣ କରାଯାଇଥିବା କାର୍ଯ୍ୟାଳୟରେ) ଚେକ କିମ୍ବା ଡ୍ରାଫଟ ସେମାନଙ୍କ ପକ୍ଷରେ ଆରୋହିତ / ଉଠାଯାଇପାରିବ।

୯. ମୁକୁଳେଇବା / ମୁକ୍ତ କରିବା:

  • ବଣ୍ଡଗୁଡ଼ିକ ଦିଆଯିବାର ୮ ବର୍ଷ ଶେଷ ହେବା ପରେ ପୁନଃ ପ୍ରଦେୟ ଯୋଗ୍ୟ ହେବେ। ପ୍ରେରଣ ହେବା ଦିନ ସୁଧ ପ୍ରଦାନ ତାରିଖ ଠାରୁ ୫ମ ବର୍ଷରୁ, ଅପରିପକ୍ୱ ବଣ୍ଡ ମୁକୁଳାଯାଇ ପାରିବ।

  • ଆଇବିଜେଏ ଦ୍ୱାରା ପ୍ରକାଶିତ ୯୯୯ ଶୁଦ୍ଧତାର ସାଧାରଣ ହାରାହାରି (ସାପ୍ତାହିକ ସୋମବାର ଠାରୁ ଶୁକ୍ରବାର) ସମାପ୍ତି ମୂଲ୍ୟ ଆଧାରରେ, ଭାରତୀୟ ମୁଦ୍ରାରେ ବଣ୍ଡଗୁଡ଼ିକର ମୂଲ୍ୟ ନିର୍ଦ୍ଧାରିତ ହେବ।

୧୦. ଫେରସ୍ତ / ପୁନଃ ପ୍ରଦାନ :

ପରିପକ୍ୱ ହେବାର ଏକ ମାସ ପୂର୍ବରୁ ଗ୍ରହଣକାରୀ କାର୍ଯ୍ୟାଳୟ ନିବେଶକଙ୍କୁ ବଣ୍ଡର ପରିପକ୍ୱତା ତାରିଖ ଜଣାଇବେ।

୧୧. ବୈଧାନିକ ଦେଣା ପରିଶୋଧ ଅନୁପାତ ପାଇଁ ଯୋଗ୍ୟତା (ଏସ.ଏଲ୍.ଆର୍) : ବଣ୍ଡରେ ନିବେଶ ଏସ.ଏଲ୍.ଆର୍ ପାଇଁ ଯୋଗ୍ୟ ହେବ।

୧୨. ବଣ୍ଡ ବିପକ୍ଷରେ ଉଧାର / ଋଣ :

ଋଣ ନିମନ୍ତେ ବଣ୍ଡଗୁଡ଼ିକ ସହ ପାର୍ଶ୍ୱିକ ଭାବେ ବ୍ୟବହୃତ ହୋଇପାରିବେ। ସମୟ ସମୟକୁ ଆ.ବି.ଆଇ ଦ୍ୱାରା ଆଦେଶିତ ସାଧାରଣ ସ୍ୱର୍ଣ୍ଣ-ଋଣ ସହ ଋଣ ମୂଲ୍ୟ ସମାନୁପାତିକ ହେବ। ବଣ୍ଡଗୁଡ଼ିକର ମୂଳ ଅଧିକାର ପ୍ରାଧିକୃତ ବ୍ୟାଙ୍କମାନଙ୍କ ଦ୍ୱାରା ନିକ୍ଷେପାଗାରରେ ସୂଚୀତ ହେବ।

୧୩. ଟିକସ ଉପଯୋଗ / ବ୍ୟବହାର :

ଆୟକର ଅଧିନିୟମ୍, ୧୯୬୧ ଅନୁସାରେ ବଣ୍ଡ ଉପରେ ସୁଧ କରଯୋଗ୍ୟ ହେବ। ପୁଂଜିଗତ ଲାଭ ଭୌତିକ ସ୍ୱର୍ଣ୍ଣ ଟିକସ ବ୍ୟବହାର ସହ ସମାନ ହେବ।

୧୪. ଆବେଦନ :

ଆବେଦନକାରୀଙ୍କ ପୁରାନାମ ଓ ଠିକଣା ଏବଂ ପରିଷ୍କାର ଭାବେ କେତେ ଗ୍ରାମ ସୁନା ସୂଚୀତ ହୋଇ, ନିର୍ଦ୍ଧାରିତ ଆବେଦନ ଫର୍ମ (ଫର୍ମ ‘କ’) କିମ୍ୱା ଏହାର ପାଖାପାଖି ଯେ କୌଣସି ଫର୍ମରେ ବଣ୍ଡଗୁଡ଼ିକ ପାଇଁ ଦେୟ ଆବେଦନ କରାହେବ। ଆବେଦନକାରୀଙ୍କୁ ଗ୍ରହଣକାରୀ କାର୍ଯ୍ୟାଳୟ ଏକ ପ୍ରାପ୍ତି-ସ୍ୱୀକାର ପତ୍ର ଫର୍ମ ‘ଖ’ ରେ ଦେବେ।

୧୫. ମନୋନୟନ :

ଭାରତୀୟ ରାଜପତ୍ର ଦିନାଙ୍କ ୧ ଡିସେମ୍ୱର୍, ୨୦୦୭ ଭାଗ ୩ ପରିଚ୍ଛେଦ ୪ରେ ପ୍ରକାଶିତ, ସରକାରୀ ପ୍ରତିଭୂତି ନିୟମନ,୨୦୦୭ ଏବଂ ସରକାରୀ ପ୍ରତିଭୂତି ନିୟମନ ଅଧିନିୟମ ୨୦୦୬ (୨୦୦୬ ର ୩୮) ବ୍ୟବସ୍ଥା ଅନୁସାରେ ମନୋନୟନ ଏବଂ ଏହାର ରଦ୍ଦୀକରଣ ଯଥାକ୍ରମେ ଫର୍ମ ଡି’ ଓ ଫର୍ମ ଇ’ ରେ ହେବ।

୧୬. ଅନ୍ତରଣୀୟତା :

ଭାରତୀୟ ରାଜପତ୍ର ଭାଗ ୩, ପରିଚ୍ଛେଦ ୪ରେ, ୧ ଡିସେମ୍ବର ୨୦୦୭ରେ ପ୍ରକାଶିତ ସରକାରୀ ପ୍ରତିଭୂତି ଅଧିନିୟମ ୨୦୦୬ (୨୦୦୬ ର ୩୮) ଏବଂ ସରକାରୀ ପ୍ରତିଭୂତି ନିୟମନ,୨୦୦୭ ବ୍ୟବସ୍ଥା ଅନୁସାରେ ଫର୍ମ ‘ଏଫ୍’ରେ ହସ୍ତାନ୍ତରୀକରଣ ସାଧନ ନିଷ୍ପାଦନ ଦ୍ୱାରା ବଣ୍ଡଗୁଡ଼ିକ ଅନ୍ତରୀୟ କ୍ଷମ ହେବେ।

୧୭. ବଣ୍ଡର ବ୍ୟାପାରିକରଣ :

କେଉଁ ଦିନଠାରୁ ଏହି ବଣ୍ଡଗୁଡ଼ିକ ବ୍ୟାପାରିକରଣ ହୋଇପାରିବେ, ତାହା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଅଧିସୂଚିତ ହେବ।

୧୮. ବିତରଣ ପାଇଁ କମିଶନ :

ଆବେଦନ ଗ୍ରହଣକାରୀ କାର୍ଯ୍ୟାଳୟ ସଂଗ୍ରହ କରିଥିବା ସମୁଦାୟ ମୂଲ୍ୟ ଉପରେ ପ୍ରତି ଶହେ ଟଙ୍କାରେ ଏକ ଟଙ୍କା ହିସାବରେ କମିଶନ ଦିଆଯିବ ଏବଂ କମିଶନର ଅତି କମରେ ୫୦ ପ୍ରତିଶତ ଏଜେଣ୍ଟ ତଥା ସବ୍-ଏଜେଣ୍ଟମାନଙ୍କୁ ଦିଆଯିବ।

୧୯. ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ (ଅର୍ଥନୈତିକ ବ୍ୟାପାର ବିଭାଗ)ର ୮ ଅକ୍ଟୋବର ୨୦୦୮ରେ ପ୍ରକାଶିତ ଅଧିସୂଚନା ସଂଖ୍ୟା ଏଫ.ନଂ.୪ (୧୩) ଡବଲ୍ୟୁ ଆଣ୍ଡ ଏମ /୨୦୦୮ରେ ଦିଆଯାଇଥିବା ଅନ୍ୟ ସମସ୍ତ ନିବନ୍ଧନ ଓ ସର୍ତ୍ତାବଳୀ ବଣ୍ଡଗୁଡ଼ିକ ପାଇଁ ଲାଗୁ ହେବ।

ଆପଣଙ୍କ ବିଶ୍ୱସ୍ତ

(ଚନ୍ଦନ କୁମାର)
ଉପ ମହା ପ୍ରବନ୍ଧକ

ସଂଲଗ୍ନ : ଉପରୋକ୍ତ ମତେ

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

RbiWasItHelpfulUtility

ଏହି ପେଜ୍ ସହାୟକ ଥିଲା କି?