RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

138965968

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଦି କୋ-ଅପରେଟିଭ୍ ଅର୍ବାନ ବ୍ୟାଙ୍କ ଲିମିଟେଡ୍, ପାରଳାଖେମୁଣ୍ଡି ଉପରେ ଆର୍ଥିକ ଜରିମାନା ଲାଗୁ

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଡିସେମ୍ବର 9, 2025 ତାରିଖର ଏକ ଆଦେଶ ଦ୍ୱାରା, 'ପର୍ଯ୍ୟବେକ୍ଷଣ କାର୍ଯ୍ୟ ଢାଞ୍ଚା (SAF)' ଅଧୀନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଏବଂ 'ସମବାୟ ବ୍ୟାଙ୍କଗୁଡ଼ିକ ଦ୍ୱାରା କ୍ରେଡିଟ୍ ସୂଚନା କମ୍ପାନୀଗୁଡ଼ିକର ସଦସ୍ୟତା' ଉପରେ RBI ଦ୍ୱାରା ଜାରି କରାଯାଇଥିବା କିଛି ନିର୍ଦ୍ଦେଶ ପାଳନ ନକରିଥିବା ହେତୁ ଦି କୋ-ଅପରେଟିଭ୍ ଅର୍ବାନ ବ୍ୟାଙ୍କ ଲିମିଟେଡ୍, ପାରଳାଖେମୁଣ୍ଡି (ବ୍ୟାଙ୍କ) ଉପରେ ₹13,000/- (ମାତ୍ର ତେର ହଜାର ଟଙ୍କା) ଆର୍ଥିକ ଜରିମାନା ଲାଗୁ କରାଯାଇଅଛି। ବ୍ୟାଙ୍କିଙ୍ଗ ନିୟନ୍ତ୍ରଣ ଆଇନ, 1949 ର ଧାରା 47A(1)(c) ସହିତ ପଠିତ ଉକ୍ତ ଆଇନ ର ଧାରା 46(4)(i) ଏବଂ ଧାରା 56 ଏବଂ କ୍ରେଡିଟ୍ ସୂଚନା କମ୍ପାନୀ (ନିୟନ୍ତ୍ରଣ) ଆଇନ, 2005 ର ଧାରା 23 ସହିତ ପଠିତ ଉକ୍ତ ଆଇନର ଧାରା 25 ର ବ୍ୟବସ୍ଥା ଅନୁଯାୟୀ ଆରବିଆଇ କୁ ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି ଏହି ଜରିମାନା ଲାଗୁ କରାଯାଇଅଛି ।

ମାର୍ଚ୍ଚ 31, 2025 ରେ ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ଆଧାର କରି ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ଵାରା ଏହାର ବୈଧାନିକ ଯାଞ୍ଚ କରାଯାଇଥିଲା। ଆରବିଆଇର ନିର୍ଦ୍ଦେଶାବଳୀ ପାଳନ ନ କରିବାର ପର୍ଯ୍ୟବେକ୍ଷକ ନିର୍ଣ୍ଣୟ ଏବଂ ସେହି ସମ୍ବନ୍ଧିତ ପତ୍ରାଳାପ କୁ ଆଧାର କରି, ବ୍ୟାଙ୍କକୁ ଉକ୍ତ ନିର୍ଦ୍ଦେଶାବଳୀ ଗୁଡିକର ପାଳନ କରିବାରେ ବିଫଳତା ପାଇଁ କାହିଁକି ଜରିମାନା ଲାଗୁ କରାଯିବ ନାହିଁ ବୋଲି ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା l ନୋଟିସର ବ୍ୟାଙ୍କଠାରୁ ପ୍ରାପ୍ତ ଉତ୍ତର ଏବଂ ବ୍ୟକ୍ତିଗତ ଶୁଣାଣି ସମୟରେ ବ୍ୟାଙ୍କ ଦ୍ଵାରା ଦିଆଯାଇଥିବା ମୌଖିକ ଉପସ୍ଥାପନାକୁ ବିଚାର କରି, ଭାରତୀୟ ରିଜର୍ଭ ବ୍ୟାଙ୍କ, ଅନ୍ୟାନ୍ୟ ବିଷୟ ମଧ୍ୟରେ, ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକୁ ପାଳନ ନକରିବାର ନିମ୍ନଲିଖିତ ଅଭିଯୋଗ ଗୁଡିକ ପ୍ରମାଣିତ ହୋଇଛି ଏବଂ ଆର୍ଥିକ ଜରିମାନାର ଆବଶ୍ୟକତା ରହିଛି:

ବ୍ୟାଙ୍କ:

  1. SAF ଅଧୀନରେ ନିର୍ଦ୍ଦେଶ ଗୁଡିକର ପାଳନ ନକରି ଆରବିଆଇର ପୂର୍ବ ଅନୁମୋଦନ ବିନା ପୁଞ୍ଜିଗତ ବ୍ୟୟ କରିଥିଲା; ଏବଂ
  2. ଚାରୋଟି କ୍ରେଡିଟ୍ ସୂଚନା କମ୍ପାନୀକୁ ଏହାର ଗ୍ରାହକମାନଙ୍କର କ୍ରେଡିଟ୍ ସୂଚନା ଦାଖଲ କରିବାରେ ବିଫଳ ହୋଇଥିଲା।

ଏହି କାର୍ଯ୍ୟାନୁଷ୍ଠାନ ନିୟାମକ ଅନୁପାଳନରେ ତ୍ରୁଟି ଉପରେ ଆଧାରିତ ଏବଂ ଏହା ବ୍ୟାଙ୍କ ଦ୍ୱାରା ଗ୍ରାହକମାନଙ୍କ ସହିତ କରାଯାଇଥିବା କୌଣସି କାରବାର କିମ୍ବା ଚୁକ୍ତିନାମାର ବୈଧତା ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା ସହିତ, ଏହି ଆର୍ଥିକ ଜରିମାନା ଲାଗୁ କରିବା ଦ୍ୱାରା ବ୍ୟାଙ୍କ ବିରୁଦ୍ଧରେ ଆରବିଆଇ ଦ୍ୱାରା ଆରମ୍ଭ ହେବାକୁ ଥିବା ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ପ୍ରଭାବିତ ହେବ ନାହିଁ।

(ବ୍ରିଜ ରାଜ)           
ମୁଖ୍ୟ ମହାପ୍ରବନ୍ଧକ

ପ୍ରେସ୍ ବିଜ୍ଞପ୍ତି: 2025-2026/1685

RbiTtsCommonUtility

प्ले हो रहा है
শুনুন

Related Assets

RBI-Install-RBI-Content-Global

RbiSocialMediaUtility

রিজার্ভ ব্যাঙ্ক অফ ইন্ডিয়া মোবাইল অ্যাপ্লিকেশন ইনস্টল করুন এবং সাম্প্রতিক সংবাদগুলিতে দ্রুত অ্যাক্সেস পান!

আমাদের অ্যাপটি ইনস্টল করতে QR কোডটি স্ক্যান করুন

RbiWasItHelpfulUtility

পেজের শেষ আপডেট করা তারিখ:

এই পেজটি কি সহায়ক ছিল?