RbiSearchHeader

Press escape key to go back

Past Searches

Theme
Theme
Text Size
Text Size
S3

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78702067

୨୦୦୦ ମୁଲ୍ଯ ର ବ୍ୟାଙ୍କ ନୋଟ୍- ସଞ୍ଚାଳନରୁ ପ୍ରତ୍ୟାହାର; ବୈଧତା ବଜାୟ ରହିବ

ତାରିଖ: ମଇ ୧୯, ୨୦୨୩

୨୦୦୦ ମୁଲ୍ଯ ର ବ୍ୟାଙ୍କ ନୋଟ୍- ସଞ୍ଚାଳନରୁ ପ୍ରତ୍ୟାହାର; ବୈଧତା ବଜାୟ ରହିବ

ମୁଖ୍ୟତଃ ୫୦୦ ଏବଂ ୧000 ମୂଲ୍ୟର ବ୍ଯାଙ୍କନୋଟଗୁଡିକର ବୈଧତା ପ୍ରତ୍ୟାହାର ପରେ ଅର୍ଥନୀତିରେ ମୁଦ୍ରାର ଆବଶ୍ୟକତାକୁ ଯଥାଶୀଘ୍ର ପୂରଣ କରିବା ପାଇଁ, ନଭେମ୍ବର ୨୦୧୬ ରେ ଭାରତୀୟ ରିଜର୍ଭ ବ୍ଯାଙ୍କ ଅଧିନିୟମ, ୧୯୩୪ ର ଧାରା ୨୪(୧) ଅନୁଯାୟୀ ୨୦୦୦ ମୂଲ୍ୟର ବ୍ଯାଙ୍କନୋଟ୍ ପ୍ରଚଳନ କରାଯାଇଥିଲା। ଅନ୍ୟ ମୂଲ୍ଯ ର ବ୍ଯାଙ୍କନୋଟଗୁଡିକ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବା ପରେ ୨000 ମୂଲ୍ୟର ନୋଟ୍ ପ୍ରଚଳନର ଉଦ୍ଦେଶ୍ୟ ପୂରଣ ହୋଇଥିଲା| ତେଣୁ, ୨୦୧୮-୧୯ ରେ ୨000 ମୂଲ୍ୟର ବ୍ଯାଙ୍କନୋଟ ଛାପିବା ବନ୍ଦ କରାଯାଇଥିଲା|

୨. ୨000 ମୂଲ୍ୟ ର ପ୍ରାୟ ୮୯ ପ୍ରତିଶତ ବ୍ଯାଙ୍କନୋଟ ମାର୍ଚ୍ଚ ୨୦୧୭ ପୂର୍ବରୁ ପ୍ରଚଳିତ ହେଇଥିଲା ଏବଂ ସେଗୁଡିକ ନିଜର ଆନୁମାନିକ ଆୟୁସୀମା, ଯାହା ୪-୫ ବର୍ଷ ଅଟେ, ର ଅନ୍ତିମ ଅବସ୍ଥା ରେ ଅଛନ୍ତିl ମାର୍ଚ୍ଚ ୩୧, ୨୦୧୮ ରେ ଏହି ନୋଟଗୁଡିକର ଅଧିକତମ ମୂଲ୍ୟ ୬.୭୩ ଲକ୍ଷ କୋଟି (ସଞ୍ଚାଳିତ ନୋଟ ଗୁଡିକର ୩୭.୩ ପ୍ରତିଶତ) ଥିଲା ଯାହା ହ୍ରାସ ପାଇ ୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ୩.୬୨ ଲକ୍ଷ କୋଟି (ସଞ୍ଚାଳିତ ନୋଟ ଗୁଡିକର ୧୦.୮ ପ୍ରତିଶତ) ରେ ପହଞ୍ଚିଛି। ଏହା ମଧ୍ୟ ଦେଖାଯାଇଛି ଯେ ଏହି ମୂଲ୍ୟର ବ୍ଯାଙ୍କନୋଟଗୁଡିକୁ ସାଧାରଣତଃ କାରବାର ପାଇଁ ବ୍ୟବହାର କରା ଯାଉନାହିଁ| ଅଧିକନ୍ତୁ, ଜନସାଧାରଣଙ୍କର ମୁଦ୍ରା ଆବଶ୍ୟକତା ପୂରଣ କରିବା ପାଇଁ ଅନ୍ୟ ମୂଲ୍ୟର ବ୍ଯାଙ୍କନୋଟଗୁଡିକ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଅଛି|

୩. ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ଏବଂ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର “ସ୍ବଚ୍ଛ ନୋଟ ନୀତି” ଅନୁଯାୟୀ, ୨000 ମୂଲ୍ୟର ବ୍ଯାଙ୍କନୋଟ ଗୁଡିକୁ ସଞ୍ଚାଳନରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି।

୪. ୨000 ମୂଲ୍ୟର ବ୍ଯାଙ୍କନୋଟଗୁଡିକର ବୈଧତା ବଜାୟ ରହିବ|

୫. ଏଠି ସୂଚିତ କରାଯାଇପାରେ ଯେ ୨୦୧୩-୧୪ ରେ ଆରବିଆଇ ସଞ୍ଚାଳିତ ନୋଟଗୁଡିକର ଏହିପରି ପ୍ରତ୍ୟାହାର କରିଥିଲା।

୬. ତଦନୁଯାୟୀ, ଜନସାଧାରଣ ୨000 ମୂଲ୍ୟର ବ୍ଯାଙ୍କନୋଟ ଗୁଡିକୁ ନିଜର ବ୍ଯାଙ୍କ ଖାତା ରେ ଜମା କରିପାରିବେ କିମ୍ବା/ ଏବଂ ଯେକୌଣସି ବ୍ଯାଙ୍କ ଶାଖା ରେ ଅନ୍ୟ ମୂଲ୍ୟର ବ୍ଯାଙ୍କନୋଟ ସହିତ ବିନିମୟ କରିପାରିବେl ବ୍ଯାଙ୍କ ଖାତା ରେ ଜମା କରିବାର ପ୍ରକ୍ରିୟା ସାମାନ୍ଯ ରହିବ, ଅର୍ଥାତ ବିନାକୌଣସି ପ୍ରତିବନ୍ଧକରେ ଏବଂ ବର୍ତ୍ତମାନ ପ୍ରଚଳିତ ତଥା ଅନ୍ୟ ସାମ୍ବିଧାନିକ ବ୍ୟବସ୍ଥା ଗୁଡିକ ଅଧୀନରେ ହେବl

୭. ପରିଚାଳନାତ୍ମକ ସୁବିଧାକୁ ସୁନିଶ୍ଚିତ କରିବା ଏବଂ ବ୍ଯାଙ୍କ ଶାଖାଗୁଡିକର ନିୟମିତ କାର୍ଯ୍ୟକଳାପରେ ବାଧା ନ ଉପୁଜିବା ହେତୁ ଏକ ସମୟରେ ୨000 ମୂଲ୍ୟର ବ୍ଯାଙ୍କନୋଟ ୨0,000 ପର୍ଯ୍ୟନ୍ତ ୨୩ ମଇ ୨୦୨୩ ଠାରୁ ଯେକୌଣସି ବ୍ଯାଙ୍କରେ ଅନ୍ୟ ବ୍ଯାଙ୍କନୋଟ ରେ ବଦଳ କରାଯାଇପାରିବl

୮. ଏହି ପ୍ରକ୍ରିୟା କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାପ୍ତ କରିବା ତଥା ଜନସାଧାରଣଙ୍କୁ ପର୍ଯ୍ୟାପ୍ତ ସମୟ ଯୋଗାଇ ଦେବା ପାଇଁ, ସମସ୍ତ ବ୍ୟାଙ୍କ ସେପ୍ଟେମ୍ବର ୩୦, ୨୦୨୩ ପର୍ଯ୍ୟନ୍ତ ୨000 ମୂଲ୍ୟର ବ୍ଯାଙ୍କନୋଟ ଜମା ଏବଂ / କିମ୍ବା ବିନିମୟ ସୁବିଧା ପ୍ରଦାନ କରିବେ। ବ୍ୟାଙ୍କମାନଙ୍କୁ ଏଥିପାଇଁ ପୃଥକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

୯. ଆରବିଆଇର ୧୯ ଟି କ୍ଷେତ୍ରୀୟ କାର୍ଯ୍ୟାଳୟ ରେ, ଯେଉଁଠାରେ ୧ନିର୍ଗମ ବିଭାଗ ରହିଛି, ୨୩ ମଇ ୨୦୨୩ ଠାରୁ ଏକକାଳୀନ ୨0,000 ଟଙ୍କା ପର୍ଯ୍ୟନ୍ତ ୨000 ମୂଲ୍ୟର ବ୍ଯାଙ୍କନୋଟ ବିନିମୟର ସୁବିଧା ଉପଲବ୍ଧ ରହିବ।

୧୦. ଭାରତୀୟ ରିଜର୍ଭ ବ୍ଯାଙ୍କ ଅନ୍ୟ ବ୍ୟାଙ୍କଗୁଡ଼ିକୁ ତତ୍କାଳ ୨000 ମୂଲ୍ୟର ବ୍ଯାଙ୍କନୋଟ୍ ଜାରି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।

୧୧. ଜନସାଧାରଣ ଙ୍କୁ ସେପ୍ଟେମ୍ବର ୩୦, ୨୦୨୩ ସମୟ ସୀମା ମଧ୍ୟରେ ୨000 ମୂଲ୍ୟର ବ୍ଯାଙ୍କନୋଟ୍ ଜମା ଏବଂ / କିମ୍ବା ବିନିମୟ କରିବାକୁ ପ୍ରୋତ୍ସାହିତ କରାଯାଉଅଛି| ଜନସାଧାରଣଙ୍କ ସୂଚନା ତଥା ସୁବିଧା ପାଇଁ ଆରବିଆଇ ୱେବସାଇଟରେ ଏହି ସମ୍ବନ୍ଧରେ ପ୍ରାୟ ପଚରାଯାଉଥିବା ପ୍ରଶ୍ନ (ଏଫଏକ୍ୟୁ) ଉପଲବ୍ଧ କରାଯାଇଛି|

(ୟୋଗେଶ ଦୟାଲ)
ମୁଖ୍ୟ ମହାପ୍ରବନ୍ଧକ 

ପ୍ରେସ ପ୍ରକାଶନୀ: ୨୦୨୩-୨୦୨୪/୨୫୭


ଅହମ୍ମଦାବାଦ, ବାଙ୍ଗାଲୋର, ବେଲାପୁର, ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, ଗୌହାଟୀ, ହାଇଦ୍ରାବାଦ, ଜୟପୁର, ଜାମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା ଓ ତିରୁବନନ୍ତପୁରମ

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

RbiWasItHelpfulUtility

ଏହି ପେଜ୍ ସହାୟକ ଥିଲା କି?