RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

136327781

ଅଣସଦସ୍ୟ ମାନଙ୍କୁ ମିଆଦ ଜମା ପ୍ରତିବଦଳରେ ଅଗ୍ରୀମ

ଆରବିଆଇ/୨୦୧୬-୧୭/୫୭
ଡିସିବିଆର.ବିପିଡି(ପିସିବି).ବିସି.ସଂ. ୩/୧୨.୦୫.୦୦୧/୨୦୧୬-୧୭

ସେପ୍ଟେମ୍ବର ୧,୨୦୧୬

ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ,
ବେତନଭୋଗୀଙ୍କ ପ୍ରାଥମିକ (ସହରୀ) ସମବାୟ ବ୍ୟାଙ୍କ

ପ୍ରିୟ ମହାଶୟ/ମହାଶୟା,

ଅଣସଦସ୍ୟ ମାନଙ୍କୁ ମିଆଦ ଜମା ପ୍ରତିବଦଳରେ ଅଗ୍ରୀମ

ଅଗଷ୍ଟ ୮, ୨୦୦୧ ରେ ଜାରୀ ଆମର ପରିପତ୍ର ୟୁବିଡି ସଂ. ବିଏଲ୍ (ଏସଇବି) 5ଏ/07.01.00.2001/02 ଅନୁସାରେ ଶାଖା ଖୋଲିବା ଉଦ୍ଦେଶ୍ୟରେ ଅନୁମତି ପାଇବା ପାଇଁ ନିବେଦନ କରୁଥିବା ବେତନଭୋଗୀ ପ୍ରାଥମିକ (ସହରୀ) ସମବାୟ ବ୍ୟାଙ୍କ (ଏସଇବି) ମାନେ ଅନ୍ୟ ସବୁ ସର୍ତ୍ତ ସହିତ ବାହର ବ୍ୟକ୍ତି (ଅଣ ସଦସ୍ୟ ) ମାନଙ୍କୁ ସଦସ୍ୟ/ ନାମମାତ୍ର ସଦସ୍ୟ ଭାବେ ନାମାଙ୍କନ କରି ଋଣ ଦେବାର କୌଣସି ନିୟମ ତାଙ୍କ ଉପବିଧି ରେ ନ ଥିବା କଥା ସୁନିଶ୍ଚିତ କରୁଥିବେ।

୨. ଡିସେମ୍ବର ୧୪, ୨୦୧୫ ରେ ଅନୁଷ୍ଠିତ ହୋଇଥିବା ୩୨ ତମ ସ୍ଥାୟୀ ଉପଦେଷ୍ଟା ସମିତିର ବୈଠକରେ ହୋଇଥିବା ବିଚାର ବିମର୍ଷ ଅନୁସାରେ ଅଣ ସଦସ୍ୟ ମାନଙ୍କୁ ମିଆଦ ଜମା ବଦଳରେ ଅଗ୍ରୀମ ଋଣ ଦେବାକୁ ହେଲେ ଏସଇବି କୁ ନିମ୍ନଲିଖିତ ସର୍ତ୍ତ ଅନୁସାରେ ମଞ୍ଜୁରୀ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଅଛି :

(କ) ଅକ୍ଟୋବର ୧୩, ୨୦୧୪ ଏବଂ ଜାନୁୟାରୀ ୨୮, ୨୦୧୫ ତାରିଖରେ ଜାରି ହୋଇଥିବା ଆମର ପରିପତ୍ର ଯଥାକ୍ରମେ ୟୁବିଡି.ସିଓ.ଏଲଏସ (ପିସିବି) ସଂ. ୨୦/୦୭.୦୧.୦୦୦/୨୦୧୪-୧୫ ଏବଂ ଡିସିବିଆର. ସିଓ.ଏଲଏସ(ପିସିବି) ସଂ.୪/୦୭.୦୧.୦୦୦/୨୦୧୪-୧୫ ଅନୁସାରେ ନିର୍ଦ୍ଧାରିତ ହୋଇଥିବା ସମସ୍ତ ଆର୍ଥିକ ଭାବେ ମଜଭୁତ ଓ ସୁଚାରୁ ରୁପେ ପରିଚାଳିତ (ଏଫ୍ଏସଡବ୍ଲୁଏମ) ୟୁସିବି ମାନଙ୍କ ପାଇଁ ଥିବା ସମସ୍ତ ମାନଦଣ୍ଡକୁ ଏସଇବି ନିଶ୍ଚୟ ପୁରଣ କରୁଥିବ।

(ଖ) ଏସଇବି ର ନିର୍ଦ୍ଦେଶକ ବୋର୍ଡର ଏକ ଲେଖା ପରୀକ୍ଷା ସମିତି ଥିବା ଆବଶ୍ୟକ ଯାହା ଜୁଲାଇ ୨୫, ୧୯୯୪ ତାରିଖ ରେ ଜାରି ହୋଇଥିବା ଆମର ପରିପତ୍ର ୟୁବିଡି.ସଂ.ପ୍ଲାନ୍.(ପିସିବି).୯/୦୯.୦୬.୦୦/୯୪-୯୫ ରେ ଦିଆଯାଇଥିବା ନିର୍ଦ୍ଦେଶକୁ ଅନୁପାଳନ କରୁଥିବ ଏବଂ ଏହା ଅନୁସାରେ କାର୍ଯ୍ୟ କରୁଥିବ।

(ଗ) କେବଳ ନିଜ ନାମରେ ବା ଅନ୍ୟ ଅଣସଦସ୍ୟ /ସଭ୍ୟ ମାନଙ୍କ ସାଙ୍ଗରେ ଯୁଗ୍ମ ସଦସ୍ୟ ଭାବରେ ଥିବା ମିଆଦ ଜମା ପ୍ରତିବଦଳରେ ଅଣ ସଦସ୍ୟ ମାନଙ୍କୁ ଋଣ ଦେବାର ନିୟମ ଏସଇବି ର ଉପବିଧିରେ ରହିଥିବା ଆବଶ୍ୟକ।

(ଘ) ଏସଇବି ବୋର୍ଡ ଦ୍ୱାରା ମଞ୍ଜୁରୀ ପାଇଥିବା ନିୟମ ଅନୁସାରେ ଏସଇବି ଏହିସବୁ ଅଗ୍ରୀମ ବଦଳରେ ଯଥୋଚିତ ମାର୍ଜିନ ସବୁସମୟରେ ବଜାୟ ରଖୁଥିବା ଆବଶ୍ୟକ।

(ଙ) ମିଆଦ ଜମା ପ୍ରତି ବଦଳରେ ଅଗ୍ରୀମ ଦେବା ବ୍ୟତୀତ ଅନ୍ୟ କୌଣସି ଋଣ (କ୍ରେଡିଟ) ଅଣ ସଦସ୍ୟ ମାନଙ୍କୁ ଦିଆ ଯାଇପାରିବ ନାହିଁ।

୩. ଅଗଷ୍ଟ ୮,୨୦୦୧ ରେ ଜାରୀ ପରିପତ୍ର ୟୁବିଡି ସଂ. ବିଏଲ୍ (ଏସଇବି ) ୫ଏ /୦୭.୦୧.୦୦ -୨୦୦୧/୦୨ ରେ ଉଲ୍ଲେଖ ଥିବା ଅନ୍ୟ ସମସ୍ତ ସର୍ତ୍ତ ଅପରିବର୍ତ୍ତନୀୟ ରହିବ।

ଆପଣଙ୍କର ବିଶ୍ୱସ୍ତ

(ଏ.ଜି.ରାୟ)
ଭାରପ୍ରାପ୍ତ ମହାପ୍ରବନ୍ଧକ

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?