RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

136323834

ପଏଣ୍ଟ ଅଫ୍ ସେଲ୍ (POS) ରେ ନଗଦ ଉଠାଣ – ଉଠାଣ ସୀମା ଏବଂ ଗ୍ରାହକ ଫିସ୍ / ଚ଼ାର୍ଜ – କୋହଳ ବ୍ୟବସ୍ଥା

RBI/2016-17/140
DPSS.CO.PD.No.1280/02.14.003/2016-17

November 18, 2016

ଅଧ୍ୟକ୍ଷ ଏବଂ ପରିଚ଼ଳନା ନିର୍ଦ୍ଦେଶକ/ ମୁଖ୍ୟ ନିର୍ବାହୀ ଅଧିକାରୀ
କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ ସମେତ ସମସ୍ତ ଅନୁସୂଚ଼ିତ ବାଣିଜ୍ୟିକ ବ୍ୟାଙ୍କ / ସହରୀ ସମବାୟ ବ୍ୟାଙ୍କ /
ରାଜ୍ୟ ସମବାୟ ବ୍ୟାଙ୍କ / ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ / ସମସ୍ତ କାର୍ଡ଼ ନେଟୱାର୍କ ଯୋଗାଣକାରୀ

ମହାଶୟା / ମହାଶୟ

ପଏଣ୍ଟ ଅଫ୍ ସେଲ୍ (POS) ରେ ନଗଦ ଉଠାଣ – ଉଠାଣ ସୀମା ଏବଂ ଗ୍ରାହକ ଫିସ୍ / ଚ଼ାର୍ଜ – କୋହଳ ବ୍ୟବସ୍ଥା

ବ୍ୟାଙ୍କମାନଙ୍କ ଦ୍ୱାରା ଜାରି କରାଯାଇଥିବା, ବିଭିନ୍ନ ସ୍ଥାନ ପାଇଁ ଦୈନିକ ମୂଲ୍ୟସୀମା ବିନିର୍ଦ୍ଦିଷ୍ଟ ସମସ୍ତ ଡ଼େବିଟ କାର୍ଡ଼ / ଓପନ୍ ଲୁପ୍ ପ୍ରିପେଡ଼ କାର୍ଡ଼ ମାଧ୍ୟମରେ ସେବା ଯୋଗାଇ ପାରୁଥିବା ପଏଣ୍ଟ ଅଫ୍ ସେଲ୍ (ପି.ଓ.ଏସ୍) ରେ ନଗଦ ଉଠାଣ ସମ୍ବନ୍ଧୀୟ ଆମର ଜୁଲାଈ 22, 2009 ତାରିଖର DPSS.CO.PD.No.147/02.14.003/2009-10, ସେପ୍ଟେମ୍ବର 5, 2016 ତାରିଖର DPSS.CO.PD.No.449/02.14.003/2014-15 ଓ ଅଗଷ୍ଟ 27, 2016 ତାରିଖର DPSS.CO.PD.No.449/02.14.003/2015-16 ପରିପତ୍ରଗୁଡ଼ିକ ପ୍ରତି ଦୃଷ୍ଟି ଦିଅନ୍ତୁ ।

2. ପ୍ରଚ଼ଳନଯୋଗ୍ୟ 500 ଓ 1000 ଟଙ୍କିଆ ବ୍ୟାଙ୍କ ନୋଟ (ବିନିର୍ଦ୍ଦିଷ୍ଟ ବ୍ୟାଙ୍କ ନୋଟ – ଏସ୍.ବି.ଏନ୍) ଗୁଡ଼ିକ ଉପରେ ବୈଧ ମୁଦ୍ରା ର ମାନ୍ୟତା ପ୍ରତ୍ୟାହୃତ ହେବା ପରେ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ନଭେମ୍ବର 14, 2016 ତାରିଖର ପରିପତ୍ର DPSS.CO.PD.No. 1240/02.10.004/2016-17 ଦ୍ୱାରା ନଭେମ୍ବର 10, 2016 ଠାରୁ ଡ଼ିସେମ୍ବର 30, 2016 ପର୍ଯ୍ୟନ୍ତ ସଂଚ଼ୟ ବ୍ୟାଙ୍କ ଗ୍ରାହକମାନଙ୍କ ଦ୍ୱାରା ଏ.ଟି.ଏମ.ମାନଙ୍କରେ ହେଉଥିବା ସମସ୍ତ ନେଣଦେଣ ଉପରୁ ଏ.ଟି.ଏମ୍. ଚ଼ାର୍ଜକୁ ସମୀକ୍ଷା ଭିତ୍ତିରେ ଛାଡ଼ କରିବା ପାଇଁ ବ୍ୟାଙ୍କମାନଙ୍କୁ ସୂଚ଼ିତ କରିଥିଲା ।

3. ଅନ୍ୟ ଏକ ଗ୍ରାହକ-ଭିତ୍ତିକ ପଦକ୍ଷେପ ସ୍ୱରୂପ ନିଷ୍ପତ୍ତି କରାଯାଇଛି ଯେ, (i) ପି.ଓ.ଏସ୍. (ଭାରତରେ ବ୍ୟାଙ୍କମାନଙ୍କ ଦ୍ୱାରା ଜାରୀ କରାଯାଇଥିବା ଡ଼େବିଟ କାର୍ଡ ଏବଂ ମୁକ୍ତ ପ୍ରଣାଳୀ ପ୍ରିପେଡ କାର୍ଡ ନିମିତ୍ତ)ରେ ନଗଦ ଉଠାଣ ସୀମା, ଏହି ସୁବିଧା ନିମିତ୍ତ ହକଦାର ସବୁ କେନ୍ଦ୍ର( I ରୁ IV ସ୍ତର ପର୍ଯ୍ୟନ୍ତ) ର ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ପାଇଁ ସମୀକ୍ଷା ଭିତ୍ତିରେ ସମାନ ଭାବରେ ପ୍ରତ୍ୟହ 2000 ଟଙ୍କା କରାଯାଇଛି (ii) ଏହିସବୁ ନେଣଦେଣ ଉପରେ ଗ୍ରାହକ ଚ଼ାର୍ଜ, ଯଦି ଥାଏ, ଆଦାୟ କରାଯିବ ନାହିଁ .

4. ଉପରେ ଦିଆଯାଇଥିବା ନିର୍ଦ୍ଦେଶ ଏହି ପରିପତ୍ର ଜାରୀ ତାରିଖଠାରୁ କାର୍ଯ୍ୟକାରୀ ହେବ ଏବଂ ସମୀକ୍ଷା ଭିତ୍ତିରେ ଡ଼ିସେମ୍ବର 30, 2016 ପର୍ଯ୍ୟନ୍ତ ଲାଗୁ ହେବ .

5. ଏହି ସନ୍ଦର୍ଭରେ ଅନ୍ୟାନ୍ୟ ସମସ୍ତ ପ୍ରଯୁଜ୍ୟ ଅନୁଦେଶ ଅପରିବର୍ତ୍ତିତ ରହିବ .

6. ପେମେଣ୍ଟ ଏବଂ ସେଟଲମେଣ୍ଟ ସିଷ୍ଟମର ଧାରା 2007 (2007 ର ଧାରା 51)ର ଉପଧାରା 18 ସହିତ ପଠିତ ଉପଧାରା 10(2) ଭିତ୍ତିରେ ଏହି ନିର୍ଦ୍ଦେଶନାମା ଜାରୀ କରାଯାଇଛି ।

ଆପଣଙ୍କର ବିଶ୍ୱସ୍ତ

( ନନ୍ଦ ଏସ୍ ଡ଼ାଭେ)
ମୁଖ୍ୟ ମହା ପ୍ରବନ୍ଧକ

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?