RbiSearchHeader

Press escape key to go back

Past Searches

Theme
Theme
Text Size
Text Size
S1

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78498756

ପ୍ରଚ଼ଳିତ 500 ଓ 1000 ଟଙ୍କାର ବୈଧ ମୁଦ୍ରା ସ୍ୱରୂପ ପ୍ରତ୍ୟାହାର – ବିଶିଷ୍ଟ ବ୍ୟାଙ୍କ ନୋଟ (SBN)-ବିବାହ ଉତ୍ସବ ନିମିତ୍ତ ନଗଦ ଉଠାଣ

RBI/2016-17/145
DCM (Plg) No.1320/10.27.00/2016-17

November 21, 2016

ଅଧ୍ୟକ୍ଷ/ ପରିଚ଼ଳନା ନିର୍ଦ୍ଦେଶକ/ ମୁଖ୍ୟ ନିର୍ବାହୀ ଅଧିକାରୀ
ସରକାରୀ କ୍ଷେତ୍ର ବ୍ୟାଙ୍କ/ ବେସରକାରୀ କ୍ଷେତ୍ର ବ୍ୟାଙ୍କ / ବିଦେଶୀ ବ୍ୟାଙ୍କ
ଆଂଚଲିକ ଗ୍ରାମ୍ୟ ବ୍ୟାଙ୍କ /ସହରୀ ସମବାୟ ବ୍ୟାଙ୍କ / ରାଜ୍ୟ ସମବାୟ ବ୍ୟାଙ୍କ/ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ

ମହାଶୟ

ପ୍ରଚ଼ଳିତ 500 ଓ 1000 ଟଙ୍କାର ବୈଧ ମୁଦ୍ରା ସ୍ୱରୂପ ପ୍ରତ୍ୟାହାର – ବିଶିଷ୍ଟ ବ୍ୟାଙ୍କ ନୋଟ (SBN)-ବିବାହ ଉତ୍ସବ ନିମିତ୍ତ ନଗଦ ଉଠାଣ

ଦୟାକରି ଉପରୋକ୍ତ ବିଷୟରେ ନଭେମ୍ବର 08, 2016 ତାରିଖରେ ଜାରି ଆମର ପରିପତ୍ର ସଂ. 1226/10.27.00/2016-17 ଦେଖନ୍ତୁ ।

2. ନିଜ ପିଲାମାନଙ୍କର ବିବାହ ଉତ୍ସବ ପାଳନ କରିବା ପାଇଁ ଜନସାଧାରଣଙ୍କୁ ତାଙ୍କର ବ୍ୟାଙ୍କ ଜମା ଖାତାରୁ ବିବାହ ସମ୍ବନ୍ଧୀୟ ଖର୍ଚ୍ଚ ତୁଲାଇବାକୁ ଅଧିକ ପରିମାଣର ନଗଦ ଉଠାଇବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଛି . ତଥାପି, ବ୍ୟାଙ୍କମାନେ ପରିବାରମାନଙ୍କୁ ଅଣନଗଦ ପ୍ରଣାଳୀ ଯଥା- ଚ଼େକ୍ / ଡ୍ରାଫ୍ଟ, ,କ୍ରେଡିଟ / ଡେବିଟ କାର୍ଡ, ପ୍ରିପେଡ କାର୍ଡ, ମୋବାଇଲ ଅନ୍ତରଣ, ଇଣ୍ଟନେଟ ବ୍ୟାଙ୍କିଙ୍ଗ ଚ଼ାନେଲ, ଏନ୍.ଇ.ଏଫ୍.ଟି. / ଆର୍.ଟି.ଜି.ଏସ୍. ଆଦି ମାଧ୍ୟମରେ ବିବାହ ଖର୍ଚ୍ଚ କରିବା ପାଇଁ ଉତ୍ସାହିତ କରିବା ଉଚ଼ିତ । ସେଥିପାଇଁ ଉଠାଣ ମଞୁର କରିବାବେଳେ ଜନସାଧାରଣଙ୍କୁ ସୂଚ଼ିତ କରାଯିବା ବିଧେୟ ଯେ, ନଗଦ ସେହି ଯାଗାରେ ହିଁ ଖର୍ଚ୍ଚ କରିବେ ଯେଉଁଠାରେ କେବଳ ନଗଦ ଆକାରରେ ଖର୍ଚ୍ଚ କରିବା ଆବଶ୍ୟକ . ନଗଦ ଉଠାଣ ନିମ୍ନଲିଖିତ ସର୍ତ୍ତ ଅନୁଯାୟୀ ହେବ :

i. ନଭେମ୍ବର 08, 2016 ର କାରବାର ଶେଷ ସୁଦ୍ଧା ଆକାଉଣ୍ଟରେ ଥିବା ଜମାରାଶିରୁ ନଭେମ୍ବର 30, 2016 ପର୍ଯ୍ୟନ୍ତ ବ୍ୟାଙ୍କ ଜମା ଖାତାରୁ ସର୍ବାଧିକ 250000 ଟଙ୍କା ଉଠାଇବା ପାଇଁ ଅନୁମତି ଦିଆଯାଉଛି ।

ii. କେବଳ କେୱାଇସି ସୁନିଶ୍ଚିତ ଆକାଉଣ୍ଟରୁ ଉଠାଣ ଅନୁମତି ଦିଆଯାଇଛି ।

iii. ଯଦି ବିବାହ ତିଥି ଡ଼ିସେମ୍ବର 30, 2016 ଦିନ କିମ୍ବା ତା ପୂର୍ବରୁ ଥାଏ ତେବେ ଉଠାଣ ହୋଇ ପାରିବ ।

iv. ବିବାହ କରୁଥିବା ବ୍ୟକ୍ତିର ବାପା କିମ୍ବା ମା’ ଦ୍ୱାରା ଉଠାଣ କରାଯାଇ ପାରିବ । ( ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଠାଣ ପାଇଁ ଅନୁମତି ମିଳିବ )

v. ଯେହେତୁ ଉଠାଣ ପାଇଁ ପ୍ରସ୍ତାବିତ ରାଶି ନଗଦ କାରବାର ପାଇଁ ଉଦ୍ଦିଷ୍ଟ, ସେହେତୁ ଯେଉଁ ବ୍ୟକ୍ତି ପାଇଁ ଅର୍ଥ ପ୍ରଦାନ ପ୍ରସ୍ତାବିତ ହୋଇଛି, ତାଙ୍କର ବ୍ୟାଙ୍କ ଖାତା ନ ଥିବା ପ୍ରମାଣିତ ହେବା ଦରକାର ।

vi. ଉଠାଣ ପାଇଁ ଆବେଦନ ପତ୍ର ସହ ନିମ୍ନଲିଖିତ ଦସ୍ତାବିଜ ଥିବା ଆବଶ୍ୟକ :

  1. ସଂଯୁକ୍ତ ପ୍ରୁଷ୍ଠା ଅନୁଯାୟୀ ଆବେଦନ ପତ୍ର

  2. ନିମନ୍ତ୍ରଣ ପତ୍ର, ଅଗ୍ରିମ ଦିଆଯାଇଥିବା ରସିଦର କପି ଯଥା ବିବାହ ମଣ୍ଡପ ବୁକିଂ, କ୍ୟାଟରିଂବାଲାକୁ ଅର୍ଥପ୍ରଦାନ ଆଦିର ପ୍ରମାଣ ପତ୍ର ।

  3. ଯେଉଁ ଲୋକମାନଙ୍କୁ ନଗଦ ଅର୍ଥପ୍ରଦାନ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି ତାଙ୍କର ସବିଶେଷ ଚ଼ିଠା ଏବଂ ତତ୍ ସହିତ ସେମାନଙ୍କର ବ୍ୟାଙ୍କ ଖାତା ନ ଥିବା ବିଷୟରେ ସେମାନଙ୍କଠାରୁ ଘୋଷଣାନାମା . ସେହି ଚ଼ିଠାରେ ପ୍ରସ୍ତାବିତ ଅର୍ଥପ୍ରଦାନ ହେବାର ଉଦ୍ଦେଶ୍ୟ ସୂଚିତ ହେବା ଆବଶ୍ୟକ ।

3. ବ୍ୟାଙ୍କମାନେ ପ୍ରମାଣର ସଠିକ ରେକର୍ଡ ରଖିବେ ଏବଂ ଆବଶ୍ୟକ ସ୍ଥଳେ କର୍ତ୍ତୃପକ୍ଷଙ୍କ ଦ୍ୱାରା ସତ୍ୟାପନ ନିମିତ୍ତ ସେଗୁଡ଼ିକୁ ପ୍ରଦର୍ଶନ କରିବେ । ସେମାନଙ୍କର ପ୍ରାମାଣିକତା / ଯଥାର୍ଥ ବ୍ୟବହାର ଆଧାରରେ ଯୋଜନାଟିର ପୁନରୀକ୍ଷଣ ହେବ ।

ଆପଣଙ୍କର ବିଶ୍ୱସ୍ତ

( ପି. ବିଜୟ କୁମାର )
ମୁଖ୍ୟ ମହାପ୍ରବନ୍ଧକ

ସଂଲଗ୍ନକ : ଉପରୋକ୍ତ ଅନୁଯାୟୀ

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

RbiWasItHelpfulUtility

ଏହି ପେଜ୍ ସହାୟକ ଥିଲା କି?