<font face="mangal" size="3px">ଆର.ଟି.ଜି.ଏସ ସମୟ ସାରଣୀରେ ପରିବର୍ତ୍ତନ</font> - ଆରବିଆଇ - Reserve Bank of India
ଆର.ଟି.ଜି.ଏସ ସମୟ ସାରଣୀରେ ପରିବର୍ତ୍ତନ
ଆର.ବି.ଆଇ /2015-16/168 ସେପ୍ଟେମ୍ବର 01, 2015 ଅଧ୍ୟକ୍ଷ /ପରିଚାଳନା ନିର୍ଦ୍ଦେଶକ /ଆର.ଟି.ଜି.ଏସ. ରେ ଅଂଶ ଗ୍ରହଣକାରୀ ମୁଖ୍ୟ ନିର୍ବାହୀ ପଦାଧିକାରୀ ଆର.ଟି.ଜି.ଏସ ସମୟ ସାରଣୀରେ ପରିବର୍ତ୍ତନ ସମ୍ବାଦପତ୍ରରେ ପ୍ରକାଶିତ କ୍ରମିକ 2015-2016/528 ଦିନାଙ୍କ ଅଗଷ୍ଟ 28, 2015 ଅନୁସାରେ ସେପ୍ଟେମ୍ବର 1, 2015 ରୁ ଦ୍ୱିତୀୟ ଓ ଚତୁର୍ଥ ଶନିବାର ମାନଙ୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କର ସେବା ସହାୟତା ଅର୍ପଣ ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ ଧ୍ୟାନ ଆକର୍ଷଣ କରୁଅଛି. 2. ତଦାନୁଯାୟୀ ଆର.ଟି.ଜି.ଏସ୍. ଦ୍ୱିତୀୟ ଓ ଚତୁର୍ଥ ଶନିବାର କାର୍ଯ୍ୟ ନ କରି ବରଂ କାର୍ଯ୍ୟ କରୁଥିବା ଅନ୍ୟ ଶନିବାର ଗୁଡିକରେ ପୂର୍ଣ୍ଣ ସମୟ କାର୍ଯ୍ୟ କରିବ. ଦ୍ୱିତୀୟ ଓ ଚତୁର୍ଥ ଶନିବାରରେ ପଡୁଥିବା ମୂଲ୍ୟ ତାରିଖ ସହ ଭବିଷ୍ୟତ ମୂଲ୍ୟ ଦିନର କାରବାର ପ୍ରକ୍ରିୟା ଆରଟିଜିଏସ୍ ଦ୍ୱାରା ଗ୍ରହଣ କରାଯିବ ନାହିଁ. 3. ଆର.ଟି.ଜି.ଏସ୍. ସମୟ ସାରଣୀ ନିମ୍ନ ମତେ ସେପ୍ଟେମ୍ବର 1, 2015 ତାରିଖରୁ ଲାଗୁହେବ.
4. ଦେୟ ଓ ମୀମାଂଶା ବ୍ୟବସ୍ଥାର ଅଧିନିୟମ 2007 ର ପରିଚ୍ଛେଦ 10(2) ବଳରେ ଏହି ପରିପତ୍ର ପ୍ରେରିତ ହୋଇଅଛି. 5. ଦୟାପୂର୍ବକ ପ୍ରାପ୍ତି ସ୍ୱୀକାର କରନ୍ତୁ. ଆପଣଙ୍କର ବିଶ୍ୱସ୍ତ, ନିଲୀମା ରମତେକ୍ |