ଜାଲ୍ କରେନ୍ସି ନୋଟ୍ ପ୍ରଚ଼ଳନ - ସର୍ବସାଧାରଣଙ୍କ ନିମନ୍ତେ ସୂଚ଼ନା
ଅକ୍ଟୋବର୍ 26, 2016 ଜାଲ୍ କରେନ୍ସି ନୋଟ୍ ପ୍ରଚ଼ଳନ - ସର୍ବସାଧାରଣଙ୍କ ନିମନ୍ତେ ସୂଚ଼ନା ସହଜରେ ଠକାମୀର ଶୀକାର ହୋଇଯାଉଥିବା ଓ ସରଲ ବିସ୍ୱାସି କିଛି ଲୋକଙ୍କୁ ମାଧ୍ୟମ କରି କେତେକ ଅସାଧୁ ପ୍ରକୃତିର ଲୋକ ସାଧାରଣ କାରବାର ସମୟରେ ଉଚ୍ଚ ମୂଲ୍ୟବର୍ଗର ଜାଲ୍ କରେନ୍ସି ନୋଟକୁ ପ୍ରଚ଼ଳନ ଉଦ୍ଦେଶ୍ୟରେ ନେଣଦେଣ କରୁଥିବା ଆମ ଦୃଷ୍ଟିକୁ ଆସିଛି । ସର୍ବସାଧାରଣ ଗ୍ରହଣ କରୁଥିବା ନୋଟଗୁଡ଼ିକୁ ସତର୍କତାର ସହିତ ପରୀକ୍ଷା କରିନେବାକୁ ଆମେ ସତର୍କ କରେଇ ଦେଉଛୁ . ଉଚ୍ଚ ମୂଲ୍ୟବର୍ଗର ଭାରତୀୟ କରେନ୍ସି ନୋଟଗୁଡ଼ିକ ନକଲି ନ ହେବା ନିମିତ୍ତ ପ୍ରତିରୋଧକ ସୁରକ୍ଷା ବୈଶିଷ୍ଟ୍ୟ ରହିଛି । ନକଲି ନୋଟଗୁଡ଼ିକୁ ନିକଟରୁ ନିରୀକ୍ଷଣ କରିବା ଦ୍ୱାରା ତାହା ଚ଼ିହ୍ନି ହୋଇଯାଏ . ବ୍ୟାଙ୍କ ନୋଟ ସମ୍ବନ୍ଧୀୟ ସୁରକ୍ଷା ବୈଶିଷ୍ଟ୍ୟର ସବିଶେଷ ସୂଚ଼ନା ଆମ ୱେବସାଇଟ୍ /en/web/rbi/rbi-kehta-hai/know-your-banknotes ରେ ଉପଲବ୍ଧ ଏବଂ ସର୍ବସାଧାରଣ ଏହି ବୈଶିଷ୍ଟ୍ୟ ନିଜେ ଜାଣିପାରିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଜଣାଇ ପାରିବେ । ସର୍ବସାଧାରଣଙ୍କୁ ଅନୁରୋଧ, ପ୍ରତ୍ୟହ କାରବାର ସମୟରେ ସେମାନେ ନୋଟ୍ ଗ୍ରହଣ ପୂର୍ବରୁ ସେଗୁଡ଼ିକୁ ନିରୀକ୍ଷଣ କରିବାକୁ ଅଭ୍ୟାସ କରନ୍ତୁ ଏବଂ ଭାରତୀୟ ବ୍ୟାଙ୍କନୋଟ ନକଲି ହେବା ପ୍ରକ୍ରିୟାକୁ ବନ୍ଦ କରିବାରେ ସାହାଯ୍ୟ କରନ୍ତୁ । ରିଜର୍ଭ ବ୍ୟାଙ୍କ ସମସ୍ତ ସମ୍ବନ୍ଧୀୟ ବ୍ୟକ୍ତିଙ୍କୁ ସ୍ମରଣ କରାଇ ଦେଉଛି ଯେ, ନୋଟକୁ ନକଲି କରିବା ବା ନକଲି ନୋଟ ରଖିବା, ବଦଳେଇବା, ଗ୍ରହଣ କରିବା, ପ୍ରଚ଼ଳନ କରିବା ବା ଏହି ସବୁ କାର୍ଯ୍ୟରେ ସାହାଯ୍ୟ କରିବା ଭାରତୀୟ ପେନାଲକୋଡ ଅଧୀନରେ ଦୋଷାବହ ଅଟେ ଏବଂ ଏହି ସବୁ କାର୍ଯ୍ୟ ଅତ୍ୟନ୍ତ ଦଣ୍ଡନୀୟ ଅଟେ । ଅଧିକ ସଂଖ୍ୟାରେ ଭାରତୀୟ ବ୍ୟାଙ୍କନୋଟର ବ୍ୟବହାର ପାଇଁ ରିଜର୍ଭ ବ୍ୟାଙ୍କ ଅତିରିକ୍ତ ଚ଼ିହ୍ନଟ ଆବଶ୍ୟକତା ସମ୍ପର୍କରେ ବିଚ଼ାର କରୁଛି। . ରିଜର୍ଭ ବ୍ୟାଙ୍କ ସହଯୋଗ ପାଇଁ ସର୍ବସାଧାରଣଙ୍କୁ ଅନୁରୋଧ କରୁଛି ଏବଂ ସରକାରୀ ଅଧିକାରୀଙ୍କୁ ଜାଲନୋଟ ପ୍ରଚ଼ଳନ ଭଳି ବିପଦକୁ ଏଡ଼େଇବାକୁ ଅନୁରୋଧ କରୁଛି । ସମସ୍ତଙ୍କୁ ଜଣାଇବାକୁ ଓ ସତର୍କ ରହିବାକୁ ସର୍ବସାଧାରଣଙ୍କ ପାଇଁ ରିଜର୍ଭ ବ୍ୟାଙ୍କ ଦ୍ୱାରା ଏହି ନୋଟିସ୍ ଜାରି କରାଯାଉଛି। . ଅଜିତ ପ୍ରସାଦ ପ୍ରେସ୍ ପ୍ରକାଶନ – 2016-2017/1037 |
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: