RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

136324257

ବିନିର୍ଦ୍ଦିଷ୍ଟ ବ୍ୟାଙ୍କ ନୋଟଗୁଡ଼ିକର ଉପରୁ ବୈଧ ମୁଦ୍ରାର ମାନ୍ୟତା ପ୍ରତ୍ୟାହାର – ଆୟକର ନିୟମାବଳୀ, 1962 ର 114 Bସ୍ଥ ବ୍ୟବସ୍ଥାର ଅନୁପାଳନ

RBI/2016-17/135
DCM (Plg) No.1287/10.27.00/2016-17

November 16, 2016

ଅଧ୍ୟକ୍ଷ/ ପରିଚ଼ଳନା ନିର୍ଦ୍ଦେଶକ/ ମୁଖ୍ୟ ନିର୍ବାହୀ ଅଧିକାରୀ
ସରକାରୀ କ୍ଷେତ୍ର ବ୍ୟାଙ୍କ/ ବେସରକାରୀ କ୍ଷେତ୍ର ବ୍ୟାଙ୍କ / ବିଦେଶୀ ବ୍ୟାଙ୍କ
ଆଂଚଲିକ ଗ୍ରାମ୍ୟ ବ୍ୟାଙ୍କ /ସହରୀ ସମବାୟ ବ୍ୟାଙ୍କ / ରାଜ୍ୟ ସମବାୟ ବ୍ୟାଙ୍କ

ମହାଶୟ

ବିନିର୍ଦ୍ଦିଷ୍ଟ ବ୍ୟାଙ୍କ ନୋଟଗୁଡ଼ିକର ଉପରୁ ବୈଧ ମୁଦ୍ରାର ମାନ୍ୟତା ପ୍ରତ୍ୟାହାର – ଆୟକର ନିୟମାବଳୀ, 1962 ର 114 Bସ୍ଥ ବ୍ୟବସ୍ଥାର ଅନୁପାଳନ

ଉପରୋକ୍ତ ବିଷୟରେ ଦୟାକରି ନଭେମ୍ବର 08, 2016 ତାରିଖର ଆମର ପରିପତ୍ର DCM (Plg) No. 1226/10.27.00/2016-17 ଦେଖନ୍ତୁ । ଆୟକର ନିୟମାବଳୀ, 1962 ର 114 B ର ବ୍ୟବସ୍ଥାଗୁଡ଼ିକର ଅନୁପାଳନ ନିମନ୍ତେ ବ୍ୟାଙ୍କମାନଙ୍କୁ ନିମ୍ନୋକ୍ତ ମତେ ସୂଚିତ କରାଯାଇଛି :

  1. ବ୍ୟାଙ୍କ ଖାତା, ପ୍ୟାନ୍ ସହିତ ସୂଚ଼ିତ ନ ଥାଇ କୌଣସି ବ୍ୟକ୍ତି ତାଙ୍କ ବ୍ୟାଙ୍କ ଖାତାରେ 50,00 ଟଙ୍କାରୁ ଅଧିକ ନଗଦ ଆକାରରେ ଜମା କରୁଥିଲେ ତାଙ୍କୁ ପ୍ୟାନ୍ କାର୍ଡ଼ର ଗୋଟିଏ କପି ଜମା କରିବାକୁ ପଡ଼ିବ ।

  2. ଆୟକର ନିୟାମାବଳୀର ଉପରୋକ୍ତ ବ୍ୟବସ୍ଥା ସହିତ, ପ୍ୟାନ୍ ରିପୋର୍ଟ କରିବାର ଆବଶ୍ୟକତା ବ୍ୟାଙ୍କମାନଙ୍କର ଚ଼ାହିଦା ଅନୁଯାୟୀ ଅନ୍ୟାନ୍ୟ ନେଣଦେଣ କ୍ଷେତ୍ରରେ ପ୍ରଯୁଯ୍ୟ ଅଟେ ।

2. ତେଣୁ ବ୍ୟାଙ୍କମାନଙ୍କୁ ଉପରୋକ୍ତ ବିଷୟ ଏବଂ ଆୟକର ନିୟମାବଳୀ, 1962 ସ୍ଥ 114 B ର ବ୍ୟବସ୍ଥାଗୁଡ଼ିକ ସହ ନିଶ୍ଚିତ ଅନୁପାଳନ ସମ୍ବନ୍ଧରେ ସୂଚିତ କରି ଦିଆଯାଉଛି । ଆୟକର ନିୟମାବଳୀ, 1962 ସ୍ଥ 114 B ର ଆବଶ୍ୟକୀୟ ପ୍ରାସଙ୍ଗିକ ବ୍ୟବସ୍ଥା ସଂଲଗ୍ନ କରାଯାଇଛି ।

ଆପଣଙ୍କର ବିଶ୍ୱସ୍ତ

( ପି ବିଜୟକୁମାର)
ମୁଖ୍ୟ ମହା ପ୍ରବନ୍ଧକ

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?