RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78495746

ଡଃ ଉରଜିତ ପଟେଲଙ୍କର ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟଭାର ଗ୍ରହଣ

ସେପ୍ଟେମ୍ବର ୫, ୨୦୧୬

ଡଃ ଉରଜିତ ପଟେଲଙ୍କର ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟଭାର ଗ୍ରହଣ

ଜାନୁୟାରୀ ୨୦୧୩ ପର୍ଯ୍ୟନ୍ତ ଉପ- ଗଭର୍ଣ୍ଣର ଭାବେ କାର୍ଯ୍ୟରତ ଡଃ ଉରଜିତ ପଟେଲ ଭାରତୀୟ ରିଜର୍ଭ ବ୍ୟାଙ୍କର ୨୪ ତମ ଗଭର୍ଣ୍ଣର ଭାବେ ସେପ୍ଟେମ୍ବର ୪, ୨୦୧୬ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। କାର୍ଯ୍ୟକାଳର ପ୍ରଥମ ତିନି ବର୍ଷର ମିଆଦ ଶେଷ କରିବା ପରେ ଜାନୁୟାରୀ ୧୧, ୨୦୧୬ ଠାରୁ ସେ ଉପ- ଗଭର୍ଣ୍ଣର ଭାବେ ପୁନଃ ନିଯୁକ୍ତ ହୋଇଥିଲେ। ଉପ- ଗଭର୍ଣ୍ଣର ଭାବେ ଡଃ ଉରଜିତ ପଟେଲ ତାଙ୍କ ଉପରେ ନ୍ୟସ୍ତ ନିର୍ଦ୍ଦିଷ୍ଟ ଦାୟିତ୍ୱ ଗୁଡିକ ମଧ୍ୟରୁ ମୁଦ୍ରା ନୀତି ରୁପରେଖର ପୁନର୍ବିଚାର ତଥା ଦୃଢିକରଣ ନିମନ୍ତେ ଗଠିତ ବିଶେଷଜ୍ଞ ସମିତିର ଅଧ୍ୟକ୍ଷତା କରିବା ଅନ୍ୟତମ। ଭାରତର ପ୍ରତିନିଧିତ୍ୱ କରି ସେ ବ୍ରିକ୍ସ (BRICS) ରାଷ୍ଟ୍ର ମାନଙ୍କ ମଧ୍ୟରେ ଆନ୍ତଃ ସରକାରୀ ଚୁକ୍ତି ଏବଂ ଆନ୍ତଃ କେନ୍ଦ୍ରୀୟ ବ୍ୟାଙ୍କ ଚୁକ୍ତି (ଆଇସିବିଏ) କ୍ଷେତ୍ରରେ ହସ୍ତାକ୍ଷର କୁ ଆଗେଇ ନେବାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ଯାହାର ଫଳସ୍ୱରୁପ ଏକ ଆକସ୍ମିକ ସଂରକ୍ଷିତ ବ୍ୟବସ୍ଥାର (ସିଆରଏ) ଗଠନ ହୋଇଥିଲା ଯାହା ସେହି ଦେଶ ମାନଙ୍କର କେନ୍ଦ୍ରୀୟ ବ୍ୟାଙ୍କ ମାନଙ୍କ ମଧ୍ୟରେ ଏକ ବିନିମୟ ବ୍ୟବସ୍ଥା ସ୍ୱରୁପ କାର୍ଯ୍ୟ କରିବାକୁ ଆରମ୍ଭ କଲା।

ଡଃ ପଟେଲ ଆନ୍ତର୍ଜାତିକ ମୁଦ୍ରା କୋଷରେ ମଧ୍ୟ କାର୍ଯ୍ୟରତ ଥିଲେ। ୧୯୯୬-୧୯୯୭ ମଧ୍ୟରେ ସେ ଆନ୍ତର୍ଜାତିକ ମୁଦ୍ରା କୋଷରୁ ପ୍ରତିନିଯୁକ୍ତ ହୋଇ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଯୋଗ ଦେଇଥିଲେ ଏବଂ ସେହି କ୍ଷମତାରେ ଥାଇ ସେ ଋଣ ବଜାରର ବିକାଶ, ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସୁଧାର, ଭବିଷ୍ୟ ନିଧି ପାଣ୍ଠିରେ ସୁଧାର ଓ ବୈଦେଶିକ ମୁଦ୍ରା ବଜାରରେ କ୍ରମ ପରିବର୍ତ୍ତନରେ ଉନ୍ନତି ଲାଗି ପରାମର୍ଶ ଦେଇଥିଲେ। ସେ ୧୯୯୮ ରୁ ୨୦୦୧ ପର୍ଯ୍ୟନ୍ତ ଅର୍ଥ ମନ୍ତ୍ରଣାଳୟ (ଅର୍ଥନୈତିକ କାର୍ଯ୍ୟ ବିଭାଗ) ର ପରାମର୍ଶଦାତା ଥିଲେ। ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ମଧ୍ୟ ତାଙ୍କର ଅନ୍ୟାନ୍ୟ ଦାୟିତ୍ୱ ଥିଲା।

ଡଃ ପଟେଲ କେନ୍ଦ୍ର ଓ ଅନେକ ରାଜ୍ୟ ସରକାରଙ୍କର ଉଚ୍ଚ ସ୍ତରୀୟ ସମିତି ମାନଙ୍କ ସହିତ କାର୍ଯ୍ୟ କରିଛନ୍ତି। ସେ ସବୁ ମଧ୍ୟରେ ପ୍ରତ୍ୟକ୍ଷ କର ପାଇଁ କାର୍ଯ୍ୟ-ଦଳ (କେଲକାର ସମିତି), ସୁରକ୍ଷା ସେବା ଭତ୍ତା ନିମିତ୍ତ ଉଚ୍ଚ ସ୍ତରୀୟ ବିଶେଷଜ୍ଞ ସମୂହ, ପ୍ରଧାନ ମନ୍ତ୍ରୀଙ୍କ ଆଧାରଭୂତ କାର୍ଯ୍ୟଦଳ, ଟେଲିକମ ବିଷୟକ ମନ୍ତ୍ରୀ ସମୂହ, ବେସାମରିକ ବିମାନ ପରିବହନ ସଂସ୍କାର ସମିତି ଓ ରାଜ୍ୟ ବିଦ୍ୟୁତ ବୋର୍ଡ ଗୁଡିକର ଶକ୍ତି ବିଶେଷଜ୍ଞ ମନ୍ତ୍ରାଳୟ ଆଦି ଅନ୍ତର୍ଭୁକ୍ତ।

ଡଃ ପଟେଲଙ୍କର ଭାରତୀୟ ସମଷ୍ଟି ଅର୍ଥନୀତି, ଆର୍ଥିକ ନୀତି, ସାର୍ବଜନୀନ ବିତ୍ତ, ଭାରତୀୟ ଅର୍ଥନୀତି ବିଭାଗ, ଆନ୍ତର୍ଜାତିୟ ବ୍ୟାପାର ଏବଂ ଅର୍ଥଶାସ୍ତ୍ର ନିୟାମକ ଆଦି ବିଷୟ ଗୁଡିକ ଉପରେ ଅନେକ ପ୍ରକାଶନ ରହିଛି। ଡଃ ପଟେଲ ୟେଲ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପି.ଏଚ.ଡି କରିବା ସହ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏମ.ଫିଲ ଏବଂ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ବି.ଏସ.ସିକରିଛନ୍ତି।

ଅଲ୍ପନା କିଲ୍ଲାୱାଲା
ପ୍ରଧାନ ପରାମର୍ଶଦାତା

ପ୍ରେସ ପ୍ରକାସନ : ୨୦୧୬-୧୭ /୫୯୦

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?