ପ୍ରଚ଼ଳିତ 500 ଓ 1000 ଟଙ୍କିଆ ମୂଲ୍ୟବର୍ଗର ବ୍ୟାଙ୍କନୋଟର ବୈଧ ମାନ୍ୟତା ପ୍ରତ୍ୟାହାର ବିନିମୟ ସୁବିଧା – ଅପବ୍ୟବହାର ଜନିତ ରିପୋର୍ଟ – ଜନସାଧାରଣଙ୍କୁ ଚ଼େତାବନୀ
ନଭେମ୍ବର 22, 2016 ପ୍ରଚ଼ଳିତ 500 ଓ 1000 ଟଙ୍କିଆ ମୂଲ୍ୟବର୍ଗର ବ୍ୟାଙ୍କନୋଟର ବୈଧ ମାନ୍ୟତା ପ୍ରତ୍ୟାହାର ଜନସାଧାରଣ ବିଶିଷ୍ଟ ବ୍ୟାଙ୍କନୋଟ ( ପୁରୁଣା 500 ଓ 1000 ଟଙ୍କା) କୁ ବୈଧ ନୋଟ ସହ ବିନିମୟ କରିବାକୁ ଏବଂ ଅସୀମିତ ପରିମାଣରେ ସେହି ନୋଟକୁ ବ୍ୟାଙ୍କ ଖାତାରେ ଜମା କରିବା ପାଇଁ ସୁବିଧା ଏଇଥି ପାଇଁ ଯୋଗେଇ ଦିଆଯାଉଛି ଯେ, ଘୋଷଣା କରାଯାଇଥିବା ତାରିଖ ସୁଦ୍ଧା ଜନସାଧାରଣ ତାଙ୍କ ପାଖରେ ମହଜୁଦ ରଖିଥିବା ଏହି ନୋଟର ମୂଲ୍ୟ ବିନିମୟ ଦ୍ୱାରା ବା ନିଜ ଖାତାରେ ଜମା କରିବା ଦ୍ୱାରା ପ୍ରାପ୍ତ କରିପାରିବେ । ରିପୋର୍ଟ ମିଳୁଛି ଯେ, କେତେକ ନୀରିହ ଲୋକ ଅନ୍ୟମାନଙ୍କ ତରଫରୁ ଏହି ନୋଟ ବଦଳାଉଛନ୍ତି ; ଆଉ କେତେକ ଲୋକ ସେପରି ଗଚ୍ଛିତ ନୋଟକୁ ନିଜ ବ୍ୟାଙ୍କ ଖାତାରେ ଜମା କରାଇ ସେମାନଙ୍କୁ ସାହାଯ୍ୟ କରୁଛନ୍ତି, ଏପରିକି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଖାତାଗୁଡ଼ିକ ଏଥି ପାଇଁ ବ୍ୟବହୃତ ହେଉଛି । ଜନସାଧାରଣଙ୍କୁ ଚ଼େତେଇ ଦିଆଯାଉଛି ଯେ, ଅନଧିକୃତ ଭାବେ ସୂଚ଼ିତ ନୋଟ କାରବାରରେ ଲିପ୍ତ ହେବା / ବଦଳାଇବା ବେଆଇନ୍ ଅଟେ ଏବଂ ଏହାଦ୍ୱାରା ଶକ୍ତ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି । ଅଳ୍ପନା କିଲାୱାଲା ପ୍ରେସ ପ୍ରକାଶନ : 2016-2017/1283 |