RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78530292

ପ୍ରଚ଼ଳିତ ବିଶିଷ୍ଚ ବ୍ୟାଙ୍କ ନୋଟ୍ (ଏସ୍.ବି.ଏନ୍.) 500 ଓ 1000 ଟଙ୍କାର ବୈଧ ମୁଦ୍ରା ସ୍ୱରୂପ ପ୍ରତ୍ୟାହାର- ପ୍ରବଂଚ଼ନାତ୍ମକ ପ୍ରଥା

RBI/2016-17/147
DCM (Plg) No.1341/10.27.00/2016-17

November 22, 2016

ଅଧ୍ୟକ୍ଷ/ ପରିଚ଼ଳନା ନିର୍ଦ୍ଦେଶକ/ ମୁଖ୍ୟ ନିର୍ବାହୀ ଅଧିକାରୀ
ସରକାରୀ କ୍ଷେତ୍ର ବ୍ୟାଙ୍କ/ ବେସରକାରୀ କ୍ଷେତ୍ର ବ୍ୟାଙ୍କ / ବିଦେଶୀ ବ୍ୟାଙ୍କ
ଆଂଚଲିକ ଗ୍ରାମ୍ୟ ବ୍ୟାଙ୍କ /ସହରୀ ସମବାୟ ବ୍ୟାଙ୍କ / ରାଜ୍ୟ ସମବାୟ ବ୍ୟାଙ୍କ/ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ

ମହାଶୟ

ପ୍ରଚ଼ଳିତ ବିଶିଷ୍ଚ ବ୍ୟାଙ୍କ ନୋଟ୍ (ଏସ୍.ବି.ଏନ୍.) 500 ଓ 1000 ଟଙ୍କାର ବୈଧ ମୁଦ୍ରା ସ୍ୱରୂପ ପ୍ରତ୍ୟାହାର- ପ୍ରବଂଚ଼ନାତ୍ମକ ପ୍ରଥା

କେତେକ ଦୁ୍ର୍ବୃତ୍ତଙ୍କ ସହ ଅଳ୍ପ କେତେକ ବ୍ୟାଙ୍କ ଶାଖାର ଅଧିକାରୀ ମିଶି କେତେକ ସ୍ଥାନରେ ବିଶିଷ୍ଚ ବ୍ୟାଙ୍କ ନୋଟ୍ (ଏସ୍.ବି.ଏନ୍.)କୁ ଅସାଧୂ ଉପାୟରେ ଖାତାମାନଙ୍କରେ ଜମା ଓ ବିନିମୟ କରିବାରେ ଲିପ୍ତ ଥିବା ଆମ ଦୃଷ୍ଟିଗୋଚ଼ର ହୋଇଛି।

2. ଏଥିଯୋଗୁଁ ବ୍ୟାଙ୍କମାନଙ୍କୁ ସୂଚ଼ିତ କରି ଦିଆଯାଉଛି ଯେ, ପରିବର୍ଦ୍ଧିତ ସତର୍କତା ମାଧ୍ୟମରେ ଯଥାଶୀଘ୍ର ଏ ପ୍ରବଂଚ଼ନାତ୍ମକ ପ୍ରଥା ବନ୍ଦ ହେବା ସୁନିଶ୍ଚିତ କରନ୍ତୁ ଏବଂ ଏପ୍ରକାର କାର୍ଯ୍ୟରେ ଲିପ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

3. ବ୍ୟାଙ୍କମାନେ ସେମାନଙ୍କର ଗ୍ରାହକଙ୍କର ଖାତାରେ ବିଶିଷ୍ଚ ବ୍ୟାଙ୍କ ନୋଟ୍ ( ଏସ୍.ବି.ଏନ୍.) ସମ୍ବନ୍ଧୀୟ ବନିମୟ ଓ ଜମା ବିଷୟରେ ଜାରୀ ହୋଇଥିବା ଅନୁଦେଶମାନଙ୍କର ଦୃଢ଼ ଅନୁପାଳନ ସୁନିଶ୍ଚିତ କରିବା ଆବଶ୍ୟକ . ଏହି ପରିପ୍ରେକ୍ଷୀରେ ବ୍ୟାଙ୍କ ଶାଖାମାନେ ନିମ୍ନୋକ୍ତ ବିଷୟରେ ସଠିକ୍ ରେକର୍ଡ ରଖିବା ଆବଶ୍ୟକ ।

i. ନଭେମ୍ବର 10, 2016 ଠାରୁ ପ୍ରତ୍ୟେକ ଜମା ବା ଋଣ ଗ୍ରାହକ ଖାତାରେ ଜମାହୋଇଥିବା ବିନିର୍ଦ୍ଦିଷ୍ଚ ବ୍ୟାଙ୍କ ନୋଟର ମୂଲ୍ୟ-ଭିତ୍ତିକ ସବିଶେଷ ବିବରଣୀ ଓ ଅଣ- ବିଶିଷ୍ଚ ବ୍ୟାଙ୍କ ନୋଟର ସର୍ବମୋଟ ମୂଲ୍ୟ ।

ii. ନିୟମିତ ଓ ଅନିୟମିତ ଗ୍ରାହକମାନଙ୍କ ଦ୍ୱାରା ବିନିମୟ ହେଉଥିବା ବିଶିଷ୍ଚ ବ୍ୟାଙ୍କ ନୋଟ୍ ( ଏସ୍.ବି.ଏନ୍.) ବିନିମୟ ସମ୍ବନ୍ଧୀୟ ଗ୍ରାହକ-ଭିତ୍ତିକ ଓ ମୂଲ୍ୟ-ଭିତ୍ତିକ ରେକର୍ଡ ।

ବ୍ୟାଙ୍କମାନେ ମଧ୍ୟ ସ୍ୱଳ୍ପାବଧିର ନୋଟିସ ମଧ୍ୟରେ ଏହିସବୁର ସବିଶେଷ ବିବରଣୀ ଦେବାକୁ ପ୍ରସ୍ତୁତ ରହିବା ଆବଶ୍ୟକ ।

4. ଦୟାକରି ପ୍ରାପ୍ତି ସ୍ୱୀକାର କରନ୍ତୁ ।

ଆପଣଙ୍କର ବିଶ୍ୱସ୍ତ

( ପି. ବିଜୟ କୁମାର )
ମୁଖ୍ୟ ମହାପ୍ରବନ୍ଧକ

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?