RbiSearchHeader

Press escape key to go back

Past Searches

Theme
Theme
Text Size
Text Size
S1

Notification Marquee

आरबीआई की घोषणाएं
आरबीआई की घोषणाएं

RbiAnnouncementWeb

RBI Announcements
RBI Announcements

Asset Publisher

78468101

ଭାରତୀୟ ରିଜର୍ଭ ବ୍ୟାଙ୍କର ଆନ୍ତଃ ବ୍ୟାଙ୍କ ହିନ୍ଦୀ ପ୍ରବନ୍ଧ ପ୍ରତିଯୋଗିତା ୨୦୧୬-୧୭

ଅଗଷ୍ଟ ୩୦, ୨୦୧୬

ଭାରତୀୟ ରିଜର୍ଭ ବ୍ୟାଙ୍କର ଆନ୍ତଃ ବ୍ୟାଙ୍କ ହିନ୍ଦୀ ପ୍ରବନ୍ଧ ପ୍ରତିଯୋଗିତା ୨୦୧୬-୧୭

ବ୍ୟାଙ୍କିଙ୍ଗ ବିଷୟ ମାନଙ୍କରେ ହିନ୍ଦୀ ଭାଷାରେ ଲିଖିତ ମୌଳିକ ରଚନାକୁ ପ୍ରୋତ୍ସାହନ ଦେବା ଉପଲକ୍ଷେ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତିବର୍ଷ ଏକ ଆନ୍ତଃ ବ୍ୟାଙ୍କ ହିନ୍ଦୀ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରିଆସୁଅଛି। ସମସ୍ତ ଅଧିକାରୀ ଓ କର୍ମଚାରୀମାନେ (ରାଜଭାଷା ଅଧିକାରୀ ଓ ଅନୁବାଦକଙ୍କ ବ୍ୟତିତ) ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ। ତଦନୁସାରେ ୨୦୧୬-୧୭ ବର୍ଷ ପାଇଁ ନିର୍ଦ୍ଧାରିତ ହୋଇଥିବା ତିନୋଟି ବିଷୟକୁ ନିମ୍ନରେ ଦିଆଯାଇଛି:

1 बैंकिंग क्षेत्र में वैश्विक चुनौतियां और भारत में बैंकों का समेकन/विलयन
(ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବୈଶ୍ୱିକ ଆହ୍ୱାନ ଏବଂ ଭାରତରେ ବ୍ୟାଙ୍କ ମାନଙ୍କର ଏକତ୍ରିକରଣ /ବିଲୟନ)
2 बैंकिंग क्षेत्र में साइबर क्राइम के बढ़ते कदम एवं रोकथाम के उपाय
(ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଦିନକୁ ଦିନ ବଢୁଥିବା ସାଇବର ଅପରାଧ ଏବଂ ଏହାକୁ ରୋକିବାର ଉପାୟ)
3 मेक इन इंडिया बनाम मेक फॉर इंडिया
(ମେକ ଇନ ଇଣ୍ଡିଆ ବନାମ ମେକ ଫର ଇଣ୍ଡିଆ)

ପ୍ରତିଯୋଗୀ ମାନେ ଉପରୋକ୍ତ ଯେକୌଣସି ଗୋଟିଏ ବିଷୟ ଉପରେ ହିନ୍ଦୀ ଭାଷାରେ ପ୍ରବନ୍ଧ ଟିକୁ ଲେଖି ପଠାଇପାରିବେ। ପ୍ରବନ୍ଧ ପଠାଇବାର ଶେଷ ତାରିଖ ନଭେମ୍ବର ୩୦, ୨୦୧୬ (ବୁଧବାର)।

ପ୍ରତିଯୋଗିତାର ନିୟମଗୁଡିକୁ ସଂଲଗ୍ନକ (କ) ରେ ଦିଆଯାଇଥିବା ବେଳେ, ଭାଗନେଉଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ୱାରା କରିବାକୁ ଥିବା ପ୍ରମାଣପତ୍ରର ନମୂନା ସଂଲଗ୍ନକ (ଖ) ରେ ଦିଆଯାଇଛି। ସମସ୍ତ ସାର୍ବଜନୀନ ବ୍ୟାଙ୍କ ଗୁଡିକ (ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ସମେତ)ଏବଂ ବିତ୍ତୀୟ ସଂସ୍ଥା ମାନଙ୍କୁ ଅନୁରୋଧ କରାଯାଉଅଛି କି ନିଜ କାର୍ଯ୍ୟାଳୟ ସହ ସଂଶ୍ଲିଷ୍ଟ ଥିବା କର୍ମଚାରୀ ଏବଂ ସମସ୍ତ ସଦସ୍ୟ ମାନଙ୍କୁ ଏହି ପତ୍ରର ବିଷୟବସ୍ତୁ ସମ୍ବନ୍ଧରେ ସୂଚନା ଦେବେ ଏବଂ ଏହାର ବ୍ୟାପକ ପ୍ରଚାର ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରାଯାଉଅଛି କି ସମସ୍ତେ ନିଜ ସଂସ୍ଥା ମାନଙ୍କର ଘରୋଇ ପତ୍ରିକା ଓ ହିନ୍ଦୀ ପତ୍ରିକାରେ ଏହି ପ୍ରତିଯୋଗିତା ବିଷୟରେ ସୂଚନା ପ୍ରକାଶ କରିବା ସହିତ ଏହାକୁ ନିଜ ୱେବସାଇଟ ମାନଙ୍କରେ ମଧ୍ୟ ଉପଲବ୍ଧ କରାଇବେ।

ଅଜିତ ପ୍ରସାଦ
ସହାୟକ ପରାମର୍ଶଦାତା

ପ୍ରେସ ପ୍ରକାଶନ : ୨୦୧୬-୧୭/୫୪୦

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

RbiWasItHelpfulUtility

ଏହି ପେଜ୍ ସହାୟକ ଥିଲା କି?