RbiSearchHeader

Press escape key to go back

Past Searches

Theme
Theme
Text Size
Text Size
S2

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78495634

ଇନସେଟ୍ ଅକ୍ଷର ‘ଏଲ୍’ ସହିତ ନମ୍ବର୍ ପ୍ୟାନେଲଗୁଡିକରେ ଆରୋହୀ ସଂଖ୍ୟା ଥିବା ଏବଂ ଉତ୍କିର୍ଣ (ଇଣ୍ଟାଗ୍ଲିଓ) ଛାପା ନ ଥିବା 20 ଟଙ୍କିଆ ବ୍ୟାଙ୍କନୋଟର ପ୍ରଚ଼ଳନ

ଅକ୍ଟୋବର୍ 24, 2016

ଇନସେଟ୍ ଅକ୍ଷର ‘ଏଲ୍’ ସହିତ ନମ୍ବର୍ ପ୍ୟାନେଲଗୁଡିକରେ ଆରୋହୀ ସଂଖ୍ୟା ଥିବା ଏବଂ ଉତ୍କିର୍ଣ (ଇଣ୍ଟାଗ୍ଲିଓ) ଛାପା ନ ଥିବା 20 ଟଙ୍କିଆ ବ୍ୟାଙ୍କନୋଟର ପ୍ରଚ଼ଳନ

ଉଭୟ ନମ୍ବର୍ ପ୍ୟାନେଲରେ ଇନସେଟ୍ ଅକ୍ଷର ‘ଏଲ୍’ ଥାଇ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣର ଡଃ ରଘୁରାମ ରାଜନଙ୍କ ଦସ୍ତଖତ ବହନ କରିଥିବା ଏବଂ ବ୍ୟାଙ୍କନୋଟର ପଛପଟେ ଛପାବର୍ଷ 2016 ମୁଦ୍ରିତଥିବା ମହାତ୍ମାଗାନ୍ଧୀ ଶୃଙ୍ଖଳା 2005ର 20 ଟଙ୍କିଆ ମୂଲ୍ୟବର୍ଗର ବ୍ୟାଙ୍କନୋଟ୍ , ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ୍ ଶୀଘ୍ର ପ୍ରଚ଼ଳନ କରିବ ।

ବର୍ତ୍ତମାନ ପ୍ରଚ଼ଳିତ ହେବାକୁ ଥିବା ଏହି ବ୍ୟାଙ୍କନୋଟଗୁଡିକର ଡିଜାଇନ୍ ଓ ସୁରକ୍ଷା ବୈଶିଷ୍ଟ୍ୟ, ନିକଟ ଅତୀତରେ ମହାତ୍ମା ଗାନ୍ଧୀ ଶୃଙ୍ଖଳା 2005 ଅନ୍ତର୍ଗତ 20 ଟଙ୍କିଆ ବ୍ୟାଙ୍କନୋଟ୍ ପରି ଅଟେ ଯେଉଁଥିରେ ନମ୍ବର୍ ପ୍ୟାନେଲମାନଙ୍କରେ ଆରୋହୀ ସଂଖ୍ୟା ଥିଲା, ଉତ୍କିର୍ଣ ଛପା ନ ଥିଲା, ସୁପ୍ତ ଛବି ନ ଥିଲା ବା ଚ଼ିହ୍ନଟ ଦାଗ ନ ଥିଲା .ଉତ୍କିର୍ଣ ଛପା ଅଭାବରୁ ନୋଟର ପଛପଟର ରଙ୍ଗ ଆପେକ୍ଷାକୃତ ଫିକା ରହିବ । (ସେପ୍ଟେମ୍ବର 15, 2016 ତାରିଖର ପ୍ରେସ୍ ପ୍ରକାଶନ ସଂଖ୍ୟା 2016- 2017/678 ଦ୍ରଷ୍ଟବ୍ୟ)

ଅତୀତରେ ବ୍ୟାଙ୍କଦ୍ୱାରା ଜାରୀ ହୋଇଥିବା 20 ଟଙ୍କିଆ ମୂଲ୍ୟବର୍ଗର ସମସ୍ତ ବ୍ୟାଙ୍କନୋଟର ବୈଧତା ପୂର୍ବଭଳି ରହିବ ।

ଅଜିତ ପ୍ରସାଦ
ସହାୟକ ପରାମର୍ଶଦାତା

ପ୍ରେସ୍ ପ୍ରକାଶନ – 2016-2017/1004

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

RbiWasItHelpfulUtility

ଏହି ପେଜ୍ ସହାୟକ ଥିଲା କି?