RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78498364

2000 ଟଙ୍କିଆ ବ୍ୟାଙ୍କ ନୋଟ୍ ପ୍ରଚଳନ

ନଭେମ୍ବର 8, 2016

2000 ଟଙ୍କିଆ ବ୍ୟାଙ୍କ ନୋଟ୍ ପ୍ରଚଳନ

ଭାରତୀୟ ରିଜର୍ଭ ବ୍ୟାଙ୍କ, ମହାତ୍ନା ଗାନ୍ଧୀ (ନୂଆ) ଶୃଂଖଳା ଅନ୍ତର୍ଗତ ବିନା ଇନସେଟ୍ ଅକ୍ଷରର ଡ଼ଃ ଉରଜିତ ଆର୍. ପଟେଲ, ଗଭର୍ଣ୍ଣର୍, ଭାରତୀୟ ରିଜର୍ଭ ବ୍ୟାଙ୍କ ଙ୍କ ଦସ୍ତଖତ ସମ୍ବଳିତ ଓ ପଛପଟେ ମୁଦ୍ରଣବର୍ଷ ‘2016’ ମୁଦ୍ରିତ 2000 ଟଂକା ମୂଲ୍ୟବର୍ଗର ବ୍ୟାଂକନୋଟ୍ ଅତିଶୀଘ୍ର ପ୍ରଚଳନ କରିବ । ଏହି ନୂତନ ମୂଲ୍ୟବର୍ଗର ନୋଟର ପଛପଟେ ଆମ ଦେଶର ପ୍ରଥମ ଆନ୍ତର୍ଗ୍ରାହିକ ମହାକାଶରେ ପ୍ରଥମ ପଦକ୍ଷେପ ମଙ୍ଗଳାୟନର ତଥ୍ୟ ଦର୍ଶାଯାଇଛି । ଏହି ନୋଟର ପୃଷ୍ଠରଙ୍ଗ ଗାଢ଼ ଲାଲ। ଏହି ନୋଟର ଉଭୟ ସାମ୍ନା ଓ ପଛପଟେ ଅନ୍ୟାନ୍ୟ ଡିଜାଇନ୍ ଓ ସାମଗ୍ରିକ ବର୍ଣନିର୍ଯାସ ସହିତ ଜ୍ୟାମିତିକ ନକ୍ସା ରହିଛି । ଏହି ବ୍ୟାଙ୍କ ନୋଟ୍ ଗୁ଼ଡ଼ିକର ପ୍ରମୁଖ ବୈଶିଷ୍ଟ୍ୟଗୁଡିକ ନିମ୍ନାନୁଯାୟୀ ଅଟେ:


1. ମୂଲ୍ୟବର୍ଗୀୟ ସଂଖ୍ୟା 2000 ସହିତ ଅପରପାର୍ଶ୍ୱ ଦୃଶ୍ୟମାନ ରେ଼ଜିଷ୍ଟର

2. ମୂଲ୍ୟବର୍ଗୀୟ ସଂଖ୍ୟା 2000 ସହିତ ସୁପ୍ତ ପ୍ରତିଛବି

3. ଦେବନାଗରୀ ମୂଲ୍ୟବର୍ଗୀୟ ସଂଖ୍ୟା 2000

4. କେନ୍ଦ୍ରରେ ମହାତ୍ମାଗାନ୍ଧୀଙ୍କର ଛବି

5. ବ୍ୟାଙ୍କ ନୋଟର ବାମ ପାର୍ଶ୍ୱରେ ଛୋଟଅକ୍ଷରରେ ‘RBI’ ଓ ‘2000’

6. RBI ଓ 2000 ଲେଖାଥିବା ଖଣ୍ଡଖଣ୍ଡିଆ ବଦଳୁଥିବା ରଙ୍ଗଯ଼ୁକ୍ତ ବ୍ୟାଙ୍କନୋଟ୍

7. ଦକ୍ଷିଣପାର୍ଶ୍ୱରେ ଗ୍ୟାରେଣ୍ଟି ଲେଖା, ଗଭର୍ଣରଙ୍କ ଦସ୍ତଖତ, ପ୍ରତିଜ୍ଞା ଲେଖା ଓ RBI ଚୀହ୍ନ

8. ରୂପି ସଙ୍କେତ ସହ ମୂଲ୍ୟବର୍ଗୀୟ ସଂଖ୍ୟା, ଡ଼ାହାଣ ପଟ ତଳେ ରଙ୍ଗ ବଦଳୁଥିବା କାଳି (ସବୁଜ ଓ ନୀଳ)ରେ 2000

9. ଡାହାଣ ପଟେ ଅଶୋକସ୍ତମ୍ଭ ଚ଼ିହ୍ନ . ମହାତ୍ମାଗାନ୍ଧୀଙ୍କ ଛବି ଓ ଇଲେକ୍ଟ୍ରୋଟାଇପ୍ (2000) ୱାଟରମାର୍କ

10. ବାମପଟେ ଉପରେ, ଡାହାଣ ପଟ ତଳେ, ସାନରୁ ବଡ଼ କ୍ରମରେ ବଢ଼ୁଥିବା ନମ୍ବରପ୍ୟାନେଲର ସଂଖ୍ୟା, ସମୁହଦୃଷ୍ଟିଶକ୍ତି ହ୍ରାସପାଇଥିବା ବ୍ୟକ୍ତିଙ୍କ ପାଇଁ : ଇଣ୍ଟାଗ୍ଲିଓ ବା ଉତ୍କିର୍ଣ ଛପାଥିବା ମହାତ୍ମା ଗାନ୍ଧୀଙ୍କ ଛବି, ଅଶୋକ ସ୍ତମ୍ଭ ଚ଼ିହ୍ନ, ଛପାଚ଼ିହ୍ନ ବାହାରେ ଗାର ଏବଂ ପରିଚୟ ସଙ୍କେତ

11. ଡାହାଣ ପଟେ ଉତ୍କିର୍ଣ ଛପା ଥିବା 2000 ସହିତ ସମାନ୍ତରାଳ ଆୟକାର କ୍ଷେତ୍ର

12. ଉତ୍କିର୍ଣ ଛପାସ୍ଥାନର ବାମ ଏବଂ ଡ଼ାହାଣ ପଟେ ଛପାକ୍ଷେତ୍ର ବାହାରେ ଥିବା ସାତଟି ଗାର ପଛପଟ

13. ବାମପଟେ ନୋଟ୍ ଛପାଯାଇଥିବା ବର୍ଷ

14. ସ୍ଲୋଗାନ୍ ସହିତ ସ୍ୱଚ୍ଛ ଭାରତ ପ୍ରତୀକ ଚ଼ିହ୍ନ

15. କେନ୍ଦ୍ରଭାଗରେ ଭାଷାସ୍ତମ୍ଭ

16. ମଙ୍ଗଳଯାନର ବିଷୟବସ୍ତୁ

17. ଦେବନାଗରୀରେ 2000 ସଂଖ୍ୟା

ବ୍ୟାଙ୍କ ନୋଟର ଆକାର 66 ମି.ମି.* 166 ମି.ମି. ହେବ |

ଅଳ୍ପନା କିଲାୱାଲା
ପ୍ରମୁଖ ପରାମର୍ଶଦାତା

ପ୍ରେସ୍ ପ୍ରକାଶନ – 2016-2017/1144

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?