RbiSearchHeader

Press escape key to go back

Past Searches

Theme
Theme
Text Size
Text Size
S2

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78498420

ସଂଖ୍ୟା ପଟଳରେ କ୍ରମ ବର୍ଦ୍ଧିତ ଆକାରରେ ଅଙ୍କ, ଅନ୍ତଃ ସଂଯୁକ୍ତ ବର୍ଣ୍ଣ ରହିତ ଏବଂ ଉତ୍ଥିତ ମୁଦ୍ରଣ ରହିତ ୫୦ ଟଙ୍କିଆ ବ୍ୟାଙ୍କ ନୋଟ୍ ର ପ୍ରଚଳନ

ସେପ୍ଟେମ୍ବର ୨୬, ୨୦୧୬

ସଂଖ୍ୟା ପଟଳରେ କ୍ରମ ବର୍ଦ୍ଧିତ ଆକାରରେ ଅଙ୍କ, ଅନ୍ତଃ ସଂଯୁକ୍ତ ବର୍ଣ୍ଣ ରହିତ ଏବଂ ଉତ୍ଥିତ ମୁଦ୍ରଣ ରହିତ ୫୦ ଟଙ୍କିଆ ବ୍ୟାଙ୍କ ନୋଟ୍ ର ପ୍ରଚଳନ

ଭାରତୀୟ ରିଜର୍ଭ ବ୍ୟାଙ୍କ, ମହାତ୍ମା ଗାନ୍ଧୀ ଶୃଙ୍ଖଳା-୨୦୦୫ ଅନ୍ତର୍ଗତ ୫୦ ଟଙ୍କିଆ ବ୍ୟାଙ୍କ ନୋଟ୍ ର ଦୁଇ ପାର୍ଶ୍ଵର ସଂଖ୍ୟା ପଟଳରେ ଇନସେଟ୍ ବର୍ଣ୍ଣ ନ ଥାଇ ଡଃ ରଘୁରାମ୍ ଜି. ରାଜନ୍, ଗଭର୍ଣ୍ଣରଙ୍କ ହସ୍ତାକ୍ଷର ବହନ କରିଥିବା ଏବଂ ବ୍ୟାଙ୍କ ନୋଟ୍ ର ପୃଷ୍ଠ ଭାଗରେ ମୁଦ୍ରଣ ବର୍ଷ ୨୦୧୬ ମୁଦ୍ରିତ ଥାଇ ବ୍ୟାଙ୍କ ନୋଟ୍ ଅତି ଶୀଘ୍ର ପ୍ରଚଳନ କରିବ।

ଦୁଇ ପାର୍ଶ୍ୱର ଥିବା ସଂଖ୍ୟା ପଟଳରେ କ୍ରମ ବର୍ଦ୍ଧିତ ଅଙ୍କ ଥିବା ଏହି ନୋଟ ଗୁଡିକ ମହାତ୍ମା ଗାନ୍ଧୀ ଶୃଙ୍ଖଳା ୨୦୦୫ ରେ ଜାରି ୫୦ ଟଙ୍କିଆ ମୂଲ୍ୟବର୍ଗର ବ୍ୟାଙ୍କ ନୋଟ ଗୁଡିକ ସହ (ନିମ୍ନ ଲିଖିତ ବୈଶିଷ୍ଟ୍ୟ ବ୍ୟତୀତ) ସାଦୃଶ୍ୟ ରଖିବ।

ସମ୍ମୁଖ ଭାଗ

ଉତ୍ଥିତ ମୁଦ୍ରଣ

ସଂଖ୍ୟା ୫୦, ଭାରତୀୟ ରିଜର୍ଭ ବ୍ୟାଙ୍କ ର ମୋହର, ମହାତ୍ମା ଗାନ୍ଧୀଙ୍କ ଛବି, ଭାରତୀୟ ରିଜର୍ଭ ବ୍ୟାଙ୍କ ର ଲୋଗୋ, ପ୍ରତ୍ୟାଭୁତି ତଥା ପ୍ରତିଜ୍ଞା ଖଣ୍ଡ, ଗଭର୍ଣ୍ଣରଙ୍କ ହସ୍ତାକ୍ଷର, ଅଶୋକ ସ୍ତମ୍ଭ ଇତ୍ୟାଦି ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ଥିତ ମୁଦ୍ରଣ କରା ଯାଉଥିଲା ତାହା ବର୍ତ୍ତମାନ ଅଫସେଟ୍ ମୁଦ୍ରଣ (ଉଠି କରି ରହିଥିବା ମୁଦ୍ରଣ ବିନା) ରେ ମୁଦ୍ରିତ ହେଉଅଛି। ଏହା ବ୍ୟତୀତ, ବ୍ୟାଙ୍କ ନୋଟ୍ ର ବାମ ପାର୍ଶ୍ଵରେ ବର୍ଗାକାର ଆକାରର ଚିହ୍ନଟ କରିବା ଦାଗକୁ ଉଚ୍ଛେଦ କରାଯାଇଅଛି।

ରଙ୍ଗ

ବ୍ୟାଙ୍କର ପୃଷ୍ଠ ଭାଗରେ ରଙ୍ଗରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। କିନ୍ତୁ କେବଳ ସମ୍ମୁଖ ଭାଗର ରଙ୍ଗ ଫିକା ରହିଅଛି (ଉତ୍ଥିତ ମୁଦ୍ରଣର ଉଚ୍ଛେଦ ଯୋଗୁଁ) ।

ଲାଟେଣ୍ଟ ପ୍ରତିମା

ମହାତ୍ମା ଗାନ୍ଧୀ ଛବିର ଡାହାଣ ପାର୍ଶ୍ଵରେ ବର୍ତ୍ତମାନ ପର୍ଯ୍ୟନ୍ତ ମୁଲ୍ୟାଙ୍କ ୫୦ ର` ଲାଟେଣ୍ଟ ପ୍ରତିମା ରହିଥିଲା । ଏହି ପ୍ରତିମା ବ୍ୟାଙ୍କ ନୋଟ କୁ ଚକ୍ଷୁ ସହ ସମାନ୍ତରାଳ ଭାବରେ ରଖିଲେ କେବଳ ଦୃଶ୍ୟମାନ ହେଉଥିଲା । ଏହି ବୈଶିଷ୍ଟ୍ୟ ଆଉ ପ୍ରଦର୍ଶିତ ହେବ ନାହିଁ ।

ପୃଷ୍ଠ ଭାଗ

ବ୍ୟାଙ୍କ ନୋଟର ପୃଷ୍ଠ ଭାଗ ରେ କୌଣସି ପରିବର୍ତ୍ତନ ହେବ ନାହିଁ । ବ୍ୟାଙ୍କ ନୋଟ୍ ର ନମୁନା ନିମ୍ନରେ ପ୍ରଦର୍ଶିତ ହୋଇଛି ।

ବ୍ୟାଙ୍କ ଦ୍ୱାରା ପୂର୍ବରୁ ଜାରି କରା ଯାଇଥିବା ସମସ୍ତ ୫୦ ଟଙ୍କିଆ ନୋଟ୍ ଗୁଡିକର ବୈଧିକ ମୁଦ୍ରା ରୁପେ ବୈଶିଷ୍ଟ୍ୟ ଅବ୍ୟାହତ ରହିବ ।


ଅଜିତ ପ୍ରସାଦ
ସହାୟକ ପରାମର୍ଶଦାତା

ପ୍ରେସ୍ ପ୍ରକାଶନ : ୨୦୧୬-୨୦୧୭/୭୫୭

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

RbiWasItHelpfulUtility

ଏହି ପେଜ୍ ସହାୟକ ଥିଲା କି?