RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

आरबीआई की घोषणाएं
आरबीआई की घोषणाएं

RbiAnnouncementWeb

RBI Announcements
RBI Announcements

Asset Publisher

136326220

ବର୍ତମାନ ର ୫୦୦ ଏବଂ ୧୦୦୦ ଟଙ୍କିଆ ବ୍ୟାଙ୍କ ନୋଟ ର ବୈଧିକତା ପ୍ରତ୍ୟାହାର - ଟଙ୍କା ଉଠାଣର ସୀମା

ଆରବିଆଇ / ୨୦୧୬-୧୭ / ୧୨୩
ଡ଼ିସିଏମ (ପିଏଲଜି) ସଂ. ୧୨୫୧/ ୧୦.୨୭.୦୦/ ୨୦୧୬-୧୭

ନଭେମ୍ବର ୧୦, ୨୦୧୬

ଚେୟାରମ୍ୟାନ / ପରିଚାଳନା ନିର୍ଦେଶକ / ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ,
ସରକାରୀ ବ୍ୟାଙ୍କ/ ବେସରକାରୀ ବ୍ୟାଙ୍କ/ବିଦେଶୀ ବ୍ୟାଙ୍କ
ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ/ ସହରୀ ସମବାୟ ବ୍ୟାଙ୍କ
ରାଜ୍ୟ ସମବାୟ ବ୍ୟାଙ୍କ

ମହାଶୟ

ବର୍ତମାନ ର ୫୦୦ ଏବଂ ୧୦୦୦ ଟଙ୍କିଆ ବ୍ୟାଙ୍କ ନୋଟ ର ବୈଧିକତା ପ୍ରତ୍ୟାହାର - ଟଙ୍କା ଉଠାଣର ସୀମା

ନଭେମ୍ବର ୦୮, ୨୦୧୬ ରେ ଆମ ଦ୍ଵାରା ପ୍ରକାଶିତ ପରିପତ୍ର ଡ଼ିସିଏମ (ପିଏଲଜି) ସଂ. ୧୨୨୬/ ୧୦.୨୭.୦୦/ ୨୦୧୬-୧୭ କୁ ଦୟାକରି ଧ୍ୟାନ ଦିଅନ୍ତୁ|

୨. ଉପରୋକ୍ତ ପରିପତ୍ର ର ପାରା ୩ ସି (୪) ଅନୁସାରେ ନଭେମ୍ବର ୨୪, ୨୦୧୬ ପର୍ଯ୍ୟନ୍ତ ଏକ ବ୍ୟାଙ୍କ ଖାତା ରୁ ବ୍ୟାଙ୍କ କାଉଣ୍ଟର ରେ ପ୍ରତିଦିନ ସର୍ବାଧିକ ୧୦, ୦୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଣ କରା ଯାଇ ପାରିବ, ଯାହାର ସାପ୍ତାହିକ ସୀମା ୨୦,୦୦୦ ଟଙ୍କା ଧାର୍ଯ୍ୟ କରା ଯାଇ ଅଛି | ପରବର୍ତ୍ତୀ ସମୟ ରେ ଏହି ସୀମା କୁ ପୁନର୍ବିଚାର କରାଯିବ| ଏହା ସ୍ପଷ୍ଟ କରା ଯାଉ ଅଛି ଯେ ଉପରୋକ୍ତ ସୀମା ଗୁଡିକ ନିମ୍ନ ଲିଖିତ କାର୍ଯ୍ୟ ନିମନ୍ତେ ବ୍ୟାଙ୍କ ଖାତା ରୁ ଟଙ୍କା ଉଠାଣ ପାଇଁ ଲାଗୁ ହେବ ନାହି |

(କ) ଏକ ବ୍ୟାଙ୍କ ରୁ ଅନ୍ୟ ବ୍ୟାଙ୍କ

(ଖ) ଡାକ କାର୍ୟାଳୟ

(ଗ) ଆନ୍ତର୍ଜାତୀୟ ବିମାନ ବନ୍ଦର ରେ କାର୍ଯ୍ୟ କରୁଥିବା ମୁଦ୍ରା ବଦଳ କାରୀ

(ଘ) ହ୍ଵାଇଟ ଲେବେଲ ଏଟିଏମ ପରିଚାଳକ

୩. କରେନ୍ସି ଚେସ୍ଟ ଥିବା ଶାଖା ମାନଙ୍କୁ ଉପଦେଶ ଦିଆ ଯାଉଅଛି ଯେ ସେମାନଙ୍କର ସମୀପବର୍ତ୍ତୀ ଅଞ୍ଚଳରେ ଥିବା ଅନ୍ୟ ଶାଖା ମାନଙ୍କୁ ସେମାନଙ୍କର ଅନୁରୋଧ ଅନୁସାରେ ଟଙ୍କା ଯୋଗାଣ କରନ୍ତୁ |

୪. ସିଟିଆର/ଏସଟିଆର ସୂଚନା ଅଧୀନରେ ଏହି ନିର୍ଦ୍ଧିଷ୍ଟ ବ୍ୟାଙ୍କ ନୋଟ ଗୁଡିକୁ ସମସ୍ତ ଜମା/ଋଣ ଖାତା ରେ ଜମା ନିମନ୍ତେ ଅନୁମତି ଦିଆ ଯାଇଅଛି |

ଆପଣଙ୍କ ବିଶ୍ଵସ୍ତ

ପି ବିଜୟ କୁମାର
ମୁଖ୍ୟ ମହା ପ୍ରବନ୍ଧକ

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?