RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78472562

ଭାରତୀୟ ରିଜର୍ଭ ବ୍ୟାଙ୍କ କିମ୍ବା ପ୍ରାଧିକୃତ ବ୍ୟାଙ୍କ ଶାଖାଗୁଡିକରେ ଅଗ୍ରୀମ ଆୟକର ଦେୟ ପ୍ରଦାନ କରନ୍ତୁ

ଭାରତୀୟ ରିଜର୍ଭ ବ୍ୟାଙ୍କ
ନଭେମ୍ବର 13, 2015

ସଂଚାର ବିଭାଗ, କେନ୍ଦ୍ରୀୟ କାର୍ଯାଳୟ
ଏସ.ବି.ଏସ ମାର୍ଗ, ମୁମ୍ବାଇ 400 001
ଫୋନ୍ ନଂ-912222660502, ଫ୍ୟାକ୍ସ-912222660358

ଭାରତୀୟ ରିଜର୍ଭ ବ୍ୟାଙ୍କ କିମ୍ବା ପ୍ରାଧିକୃତ ବ୍ୟାଙ୍କ ଶାଖାଗୁଡିକରେ ଅଗ୍ରୀମ ଆୟକର ଦେୟ ପ୍ରଦାନ କରନ୍ତୁ

ନିର୍ଦ୍ଧାରିତ ଦେୟ ତାରିଖର ଯଥେଷ୍ଟ ଆଗରୁ ଭାରତୀୟ ରିଜର୍ଭ ବ୍ୟାଙ୍କ କରଦାତାମାନଙ୍କୁ ସେମାନଙ୍କର ଆୟକର ଜମା କରିବା ନିମନ୍ତେ ଅପିଲ କରିଅଛି । ଏହା ମଧ୍ୟ କୁହାଯାଇଛି କି କରଦାତାମାନେ ଚୟନମୂଳକ ଏଜେନ୍ସି ବ୍ୟାଙ୍କ ଶାଖାଗୁଡିକରେ କିମ୍ବା ସେହି ବ୍ୟାଙ୍କଗୁଡିକରେ ଅନଲାଇନରେ ଦେୟ ପ୍ରଦାନ କରୁଥିବା ସୁବିଧା ଭଳି ବିକଳ୍ପ ମାଧ୍ୟମରେ ମଧ୍ୟ ଦେୟ ପ୍ରଦାନ କରିପାରିବେ।

ଏହା ପରିଲିକ୍ଷିତ ହୋଇଛି ଯେ, ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ ଶେଷରେ ଆୟକର ରାଶି ଜମା କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଅତ୍ୟଧିକ ଭିଡ ହୋଇଥାଏ ଓ ଯଦିଓ ଏହି ଉଦ୍ଦେଶ୍ୟରେ ଯଥାସମ୍ଭବ ଅତିରିକ୍ତ କାଉଣ୍ଟରଗୁଡିକ ଉପଲବ୍ଧ ଅଛି ତଥାପି ଆୟକର ଗ୍ରହଣ ଓ ରସିଦ ପ୍ରଦାନ କାର୍ଯ୍ୟର ଚାପ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷେ ଅଧିକ ହୋଇଥାଏ ।

ଆୟକର ଦେୟ ଗ୍ରହଣ କରିବା ପାଇଁ ନିମ୍ନଲିଖିତ 29ଟି ଏଜେନ୍ସି ବ୍ୟାଙ୍କମାନଙ୍କୁ ଅଧିକାର ପ୍ରଦାନ କରାଯାଇଛି ।

1. ଆହ୍ଲାବାଦ ବ୍ୟାଙ୍କ 16. ସିଣ୍ଡିକେଟ ବ୍ୟାଙ୍କ
2. ଆନ୍ଧ୍ରା ବ୍ୟାଙ୍କ 17. ୟୁକୋ ବ୍ୟାଙ୍କ
3. ବ୍ୟାଙ୍କ ଅଫ ବରୋଦା 18. ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ
4. ବ୍ୟାଙ୍କ ଅଫ ଇଣ୍ଡିଆ 19. ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ
5. ବ୍ୟାଙ୍କ ଅଫ ମହାରାଷ୍ଟ୍ର 20. ବିଜୟା ବ୍ୟାଙ୍କ
6. କାନାରା ବ୍ୟାଙ୍କ 21. ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ
7. ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ 22. ଷ୍ଟେଟ ବ୍ୟାଙ୍କ ଅଫ ବିକାନୀର ଓ ଜୟପୁର
8. କର୍ପୋରେସନ ବ୍ୟାଙ୍କ 23. ଷ୍ଟେଟ ବ୍ୟାଙ୍କ ଅଫ ହାଇଦ୍ରାବାଦ
9. ଦେନା ବ୍ୟାଙ୍କ 24. ଷ୍ଟେଟ ବ୍ୟାଙ୍କ ଅଫ ଟ୍ରାଭାନକୋର
10. ଆଇ.ଡି.ବି.ଆଇ ବ୍ୟାଙ୍କ 25. ଷ୍ଟେଟ ବ୍ୟାଙ୍କ ଅଫ ମହୀଶୂର
11. ଇଣ୍ଡିଆନ ବ୍ୟାଙ୍କ 26. ଷ୍ଟେଟ ବ୍ୟାଙ୍କ ଅଫ ପାତିଆଲା
12. ଇଣ୍ଡିଆନ ଓଭରସିଜ ବ୍ୟାଙ୍କ 27. ଏଚ.ଡି.ଏଫ.ସି ବ୍ୟାଙ୍କ ଲିମିଟେଡ
13. ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ 28. ଏକ୍ସିସ ବ୍ୟାଙ୍କ
14. ପଞାବ ଓ ସିନ୍ଧ ବ୍ୟାଙ୍କ 29. ଆଇ.ସି.ଆଇ.ସି.ଆଇ ବ୍ୟାଙ୍କ
15. ପଞାବ ନ୍ୟାସନାଲ ବ୍ୟାଙ୍କ  

ଅଜିତ ପ୍ରସାଦ
ସହାୟକ ମହା ପ୍ରବନ୍ଧକ

ସମ୍ବାଦ ପ୍ରକାଶିତ : 2015-2016/1142

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?