RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78499894

ଭାରତୀୟ ରି଼ଜର୍ଭ ବ୍ୟାଙ୍କରେ ବା ପ୍ରାଧିକୃତ ବ୍ୟାଙ୍କ ଶାଖାମାନଙ୍କରେ ଅଗ୍ରିମ ଆୟକର ପାଉଣା ପ୍ରଦାନ କରନ୍ତୁ - ଡିସେମ୍ବର 2016

ନଭେମ୍ବର 02, 2016

ଭାରତୀୟ ରି଼ଜର୍ଭ ବ୍ୟାଙ୍କରେ ବା ପ୍ରାଧିକୃତ ବ୍ୟାଙ୍କ ଶାଖାମାନଙ୍କରେ ଅଗ୍ରିମ ଆୟକର ପାଉଣା ପ୍ରଦାନ କରନ୍ତୁ - ଡିସେମ୍ବର 2016

ନିର୍ଦ୍ଧିଷ୍ଟ ତାରିଖର ଯଥେଷ୍ଟ ପୂର୍ବରୁ ଆୟକର ଦେୟ ପଠାଇବା ନିମନ୍ତେ କରଦାତା ମାନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିବେଦନ କରିଛି । ଏ କଥା ମଧ୍ୟ ଘୋଷଣା କରିଛି ଯେ କରଦାତାମାନେ ବିକଳ୍ପ ପ୍ରଣାଳୀ ଯଥା, ଏଜେନ୍ସି ବ୍ୟାଙ୍କମାନଙ୍କର ଶାଖା ଚ଼ୟନ ଅଥବା ଏହି ବ୍ୟାଙ୍କମାନଙ୍କ ଦ୍ୱାରା ପ୍ରଦତ୍ତ ଅନଲାଇନ୍ ଅର୍ଥପ୍ରଦାନ ଭଳି ସୁବିଧାର ବିନିଯୋଗ କରିପାରିବେ। ଏହାଦ୍ୱାରା ରିଜର୍ଭ ବ୍ୟାଙ୍କର ଅଫିସଗୁଡ଼ିକରେ ଲମ୍ବାଧାଡ଼ିରେ ଛିଡ଼ାହେବାର ଅସୁବିଧାକୁ ଦୂରେଇ ଦେଇ ହେବ ।

ଲକ୍ଷ୍ୟ କରାଯାଇଛି ଯେ, ପ୍ରତିବର୍ଷ ଡିସେମ୍ବର ମାସ ଶେଷ ଆଡ଼କୁ ଭାରତୀୟ ରାଜର୍ଭ ବ୍ୟାଙ୍କରେ ଆୟକର ପାଉଣା ପଇଠ କରିବାର ଭିଡ଼ ଅତି ଅଧିକ ହେଉଛି ଏବଂ ଏଥିପାଇଁ ଯଥାସାଧ୍ୟ ସମ୍ଭବ ଅତିରିକ୍ତ କାଉଣ୍ଟର ଖୋଲି ମଧ୍ୟ ରସିଦ୍ ଯୋଗାଇବାର ଚାପକୁ ସମ୍ଭାଳିବା ରିଜର୍ଭ ବ୍ୟାଙ୍କ ପକ୍ଷରେ କଷ୍ଟସାଧ୍ୟ ହେଉଛି .ଏହି ବ୍ୟାଙ୍କମାନଙ୍କ ମଧ୍ୟରୁ ଅନେକ କର ପ୍ରଦାନ କରିବା ପାଇଁ ଅନ୍ ଲାଇନ୍ ସୁବିଧା ଯୋଗାଉଛନ୍ତି ।

ଅଣତିରିଶିଟି ଏଜେନ୍ସି ବ୍ୟାଙ୍କ ଆୟକର ଦେୟର ଅନ୍ ଲାଇନ୍ ପ୍ରଦାନ ସୁବିଧା ଯୋଗାଉଛନ୍ତି . ଏଗୁଡ଼ିକ ହେଲେ :

1. ଆଲ୍ଲାହାବାଦ ବ୍ୟାଙ୍କ 16. ସିଣ୍ଡିକେଟ୍ ବ୍ୟାଙ୍କ
2. ଆନ୍ଧ୍ର ବ୍ୟାଙ୍କ 17 ୟୁ କୋ ବ୍ୟାଙ୍କ
3. ବ୍ୟାଙ୍କ ଅଫ୍ ବରୋଦା 18. ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ
4. ବ୍ୟାଙ୍କ ଅଫ୍ ଇଣ୍ଡିଆ 19. ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆ
5. ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର 20. ବିଜୟା ବ୍ୟାଙ୍କ
6. କାନାଡ଼ା ବ୍ୟାଙ୍କ 21. ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ
7. ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ 22. ଷ୍ଟେଟ ବ୍ୟାଙ୍କ ଅଫ୍ ବିକାନେର ଆଣ୍ଡ ଜୟପୁର
8. କରପୋରେଶନ୍ ବ୍ୟାଙ୍କ 23. ଷ୍ଟେଟ ବ୍ୟାଙ୍କ ଅଫ୍ ହାଇଦ୍ରାବାଦ
9. ଦେନା ବ୍ୟାଙ୍କ 24. ଷ୍ଟେଟ ବ୍ୟାଙ୍କ ଅଫ୍ ଟ୍ରାଭାଙ୍କୋର୍
10. ଆଈ.ଡି.ବି.ଆଈ. ବ୍ୟାଙ୍କ 25. ଷ୍ଟେଟ ବ୍ୟାଙ୍କ ଅଫ୍ ମହୀଶୂର୍
11. ଇଣ୍ଡିଆନ୍ ବ୍ୟାଙ୍କ 26. ଷ୍ଟେଟ ବ୍ୟାଙ୍କ ଅଫ୍ ପାଟିଆଲା
12. ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ 27. ଏଚ୍.ଡି.ଏଫ୍.ସି. ବ୍ୟାଙ୍କ
13. ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ 28. ଆକ୍ସିସ ବ୍ୟାଙ୍କ
14. ପଂଜାବ ଆଣ୍ଡ ସିନ୍ଧ୍ ବ୍ୟାଙ୍କ 29. ଆଈ.ସି .ଆଈ.ସି.ଆଈ. ବ୍ୟାଙ୍କ
15. ପଂଜାବ୍ ନ୍ୟାସନାଲ୍ ବ୍ୟାଙ୍କ    

ଅଜିତ ପ୍ରସାଦ
ସହାୟକ ପରାମର୍ଶଦାତା

ପ୍ରେସ୍ ପ୍ରକାଶନ – 2016-2017/1087

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?