<font face="mangal" size="3">ଭାରତୀୟ ରି଼ଜର୍ଭ ବ୍ୟାଙ୍କରେ ବା ପ୍ରାଧିକୃତ ବ୍ୟାଙ - ଆରବିଆଇ - Reserve Bank of India
ଭାରତୀୟ ରି଼ଜର୍ଭ ବ୍ୟାଙ୍କରେ ବା ପ୍ରାଧିକୃତ ବ୍ୟାଙ୍କ ଶାଖାମାନଙ୍କରେ ଅଗ୍ରିମ ଆୟକର ପାଉଣା ପ୍ରଦାନ କରନ୍ତୁ - ଡିସେମ୍ବର 2016
ନଭେମ୍ବର 02, 2016 ଭାରତୀୟ ରି଼ଜର୍ଭ ବ୍ୟାଙ୍କରେ ବା ପ୍ରାଧିକୃତ ବ୍ୟାଙ୍କ ଶାଖାମାନଙ୍କରେ ଅଗ୍ରିମ ଆୟକର ପାଉଣା ପ୍ରଦାନ କରନ୍ତୁ - ଡିସେମ୍ବର 2016 ନିର୍ଦ୍ଧିଷ୍ଟ ତାରିଖର ଯଥେଷ୍ଟ ପୂର୍ବରୁ ଆୟକର ଦେୟ ପଠାଇବା ନିମନ୍ତେ କରଦାତା ମାନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିବେଦନ କରିଛି । ଏ କଥା ମଧ୍ୟ ଘୋଷଣା କରିଛି ଯେ କରଦାତାମାନେ ବିକଳ୍ପ ପ୍ରଣାଳୀ ଯଥା, ଏଜେନ୍ସି ବ୍ୟାଙ୍କମାନଙ୍କର ଶାଖା ଚ଼ୟନ ଅଥବା ଏହି ବ୍ୟାଙ୍କମାନଙ୍କ ଦ୍ୱାରା ପ୍ରଦତ୍ତ ଅନଲାଇନ୍ ଅର୍ଥପ୍ରଦାନ ଭଳି ସୁବିଧାର ବିନିଯୋଗ କରିପାରିବେ। ଏହାଦ୍ୱାରା ରିଜର୍ଭ ବ୍ୟାଙ୍କର ଅଫିସଗୁଡ଼ିକରେ ଲମ୍ବାଧାଡ଼ିରେ ଛିଡ଼ାହେବାର ଅସୁବିଧାକୁ ଦୂରେଇ ଦେଇ ହେବ । ଲକ୍ଷ୍ୟ କରାଯାଇଛି ଯେ, ପ୍ରତିବର୍ଷ ଡିସେମ୍ବର ମାସ ଶେଷ ଆଡ଼କୁ ଭାରତୀୟ ରାଜର୍ଭ ବ୍ୟାଙ୍କରେ ଆୟକର ପାଉଣା ପଇଠ କରିବାର ଭିଡ଼ ଅତି ଅଧିକ ହେଉଛି ଏବଂ ଏଥିପାଇଁ ଯଥାସାଧ୍ୟ ସମ୍ଭବ ଅତିରିକ୍ତ କାଉଣ୍ଟର ଖୋଲି ମଧ୍ୟ ରସିଦ୍ ଯୋଗାଇବାର ଚାପକୁ ସମ୍ଭାଳିବା ରିଜର୍ଭ ବ୍ୟାଙ୍କ ପକ୍ଷରେ କଷ୍ଟସାଧ୍ୟ ହେଉଛି .ଏହି ବ୍ୟାଙ୍କମାନଙ୍କ ମଧ୍ୟରୁ ଅନେକ କର ପ୍ରଦାନ କରିବା ପାଇଁ ଅନ୍ ଲାଇନ୍ ସୁବିଧା ଯୋଗାଉଛନ୍ତି । ଅଣତିରିଶିଟି ଏଜେନ୍ସି ବ୍ୟାଙ୍କ ଆୟକର ଦେୟର ଅନ୍ ଲାଇନ୍ ପ୍ରଦାନ ସୁବିଧା ଯୋଗାଉଛନ୍ତି . ଏଗୁଡ଼ିକ ହେଲେ :
ଅଜିତ ପ୍ରସାଦ ପ୍ରେସ୍ ପ୍ରକାଶନ – 2016-2017/1087 |