ଭାରତୀୟ ରିଜର୍ଭ ବ୍ୟାଙ୍କ କିମ୍ବା ଅଧିକୃତ ବ୍ୟାଙ୍କ ଶାଖାମାନଙ୍କରେ ଆୟକର ବକେୟା ଅଗ୍ରିମ ପ୍ରଦାନ କରନ୍ତୁ – ଡ଼ିସେମ୍ବର 2016
ନଭେମ୍ବର 17, 2016 ଭାରତୀୟ ରିଜର୍ଭ ବ୍ୟାଙ୍କ କିମ୍ବା ଅଧିକୃତ ବ୍ୟାଙ୍କ ଶାଖାମାନଙ୍କରେ ଆୟକର ବକେୟା ଅଗ୍ରିମ ପ୍ରଦାନ କରନ୍ତୁ – ଡ଼ିସେମ୍ବର 2016 ଲକ୍ଷ୍ୟ କରା ଯାଉଛି ଯେ, ଡ଼ିସେମ୍ବର 2016 ଶେଷ ଆଡ଼କୁ ରିଜର୍ଭ ବ୍ୟାଙ୍କରେ ଆୟକର ବକେୟା ପ୍ରଦାନ ଜନିତ ଭିଡ଼ ଅତ୍ୟନ୍ତ ଅଧିକ ହୋଇ ଯାଉଛି ଏବଂ ଏଥିପାଇଁ ଯଥା ସମ୍ଭବ ଅତିରିକ୍ତ କାଉଁଟରର ବ୍ୟବସ୍ଥା କରାଯିବା ସତ୍ତ୍ୱେ ବ୍ୟାଙ୍କ ଦ୍ୱାରା ପ୍ରାପ୍ତି ସ୍ୱୀକାର କରିବାର ଚ଼ାପ କଷ୍ଟକର ଅନୁଭୂତ ହେଉଛି । ଫଳତଃ, ଜନସାଧାରଣଙ୍କୁ ବ୍ୟାଙ୍କରେ ଅଯଥା ଦୀର୍ଘ ସମୟ ପର୍ଯ୍ୟନ୍ତ ଧାଡ଼ିମାନଙ୍କରେ ଅପେକ୍ଷା କରିବାକୁ ପଡ଼ୁଛି । ସଂଶ୍ଳିଷ୍ଟ ଅସୁବିଧାରୁ ରକ୍ଷା ପାଇବା ପାଇଁ କରଦାତାମାନଙ୍କୁ ଅନୁରୋଧ, ଅନ୍ତିମ ସମୟର ଭିଡ଼ଠାରୁ ଦୁରେଇ ରହି ଆୟକର ବକେୟା ନିର୍ଦ୍ଧାରିତ ତାରିଖର ଯଥେଷ୍ଟ ପୂର୍ବରୁ ଜମା କରନ୍ତୁ । ଅଧିକନ୍ତୁ, ମୁମ୍ବାଇର ନିମ୍ନସୂଚ଼ିତ ସରକାରୀ ସ୍ତରରେ ସ୍ୱୀକୃତ ଏଜେନ୍ସି ବ୍ୟାଙ୍କମାନଙ୍କର ମନୋନୀତ ଶାଖାଗୁଡ଼ିକୁ ଆୟକର ବକେୟା ଦେୟ ଗ୍ରହଣ କରିବାକୁ ଅଧିକୃତ କରାଯାଇଛି । ଏହି ବ୍ୟାଙ୍କମାନଙ୍କ ମଧ୍ୟରୁ ଅନେକ ଅନ୍-ଲାଇନରେ ମଧ୍ୟ କର ପ୍ରଦାନର ସୁବିଧା ଯୋଗାଉଛନ୍ତି । କରଦାତାମାନେ ନିଜ ସୁବିଧା ପାଇଁ ଏହି ବ୍ୟବସ୍ଥାର ସୁଯୋଗ ନେଇପାରିବେ ।
ଅନିରୁଦ୍ଧ ଡ଼ି ଯାଦବ ପ୍ରେସ୍ ପ୍ରକାଶନ : 2016-2017/1236 |
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: