RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78498729

ଜନସାଧାରଣ 10 ଟଙ୍କିଆ ମୁଦ୍ରାକୁ ବିଧି ସମ୍ମତ ମୁଦ୍ରା ରୂପେ ଗ୍ରହଣ ଜାରୀ ରଖି ପାରିବେ – ଭାରତୀୟ ରିଜର୍ଭ ବ୍ୟାଙ୍କ

ନଭେମ୍ବର 20, 2016

ଜନସାଧାରଣ 10 ଟଙ୍କିଆ ମୁଦ୍ରାକୁ ବିଧି ସମ୍ମତ ମୁଦ୍ରା ରୂପେ ଗ୍ରହଣ ଜାରୀ ରଖି ପାରିବେ – ଭାରତୀୟ ରିଜର୍ଭ ବ୍ୟାଙ୍କ

ଭାରତ ସରକାରଙ୍କ ଦ୍ୱାରା ତିଆରି କରାଯାଉଥିବା ମୁଦ୍ରାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସଂଚ଼ାଳନ କରାଇ ଥାଏ । ଏହି ମୁଦ୍ରାଗୁଡ଼ିକର ପ୍ରଭେଦସୂଚ଼କ ବୈଶିଷ୍ଟ୍ୟ ଥାଏ । ଜନସାଧାରଣଙ୍କର କାରବାର ଆବଶ୍ୟକତାକୁ ପୂରଣ କରିବା ପାଇଁ, ନୂତନ ମୁଲ୍ୟବର୍ଗର ମୁଦ୍ରା ଓ ବିଭିନ୍ନ ବିଷୟବସ୍ତୁ – ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ତଥ୍ୟକୁ ସୂଚ଼ାଉ ଥିବା ନୂଆ ଡ଼ିଜାଇନର ମୁଦ୍ରାଗୁଡ଼ିକୁ ବିଭିନ୍ନ ସମୟରେ ପ୍ରଚ଼ଳନ କରା ଯାଇଥାଏ । ମୁଦ୍ରାଗୁଡ଼ିକ ସଂଚ଼ାଳନରେ ଦୀର୍ଘ ଅବଧି ପର୍ଯ୍ୟନ୍ତ ରହିଥିବା ବେଳେ ଏହା ମଧ୍ୟ ସମ୍ଭବ ଯେ, ସେହି ସମୟରେ ବିଭିନ୍ନ ଡ଼ିଜାଇନ ଓ ଆକାରର ମୁଦ୍ରା ମଧ୍ୟ ସଂଚ଼ାଳନରେ ଥାନ୍ତି। ଜୁଲାଈ 2011 ରେ ‘ ରୁପି ସଙ୍କେତ ‘ ର ପ୍ରଚ଼ଳନ, ଏହିପରି ଏକ ପରିବର୍ତ୍ତନ । ରୁପି ସଙ୍କେତ ଥିବା ଦଶ ଟଙ୍କିଆ ମୁଦ୍ରା ଓ ରୁପି ସଙ୍କେତ ନ ଥିବା ଦଶ ଟଙ୍କିଆ ମୁଦ୍ରା ଏହାର ଏକ ଉଦାହରଣ । ସେ ଉଭୟ ବିଧି ସମ୍ମତ ଏବଂ କାରବାର ନିମିତ୍ତ ସମାନ ଭାବରେ ଉପଯୁକ୍ତ, ଯଦିବା ଦୁଇଟିଯାକ ଦେଖିବା ପାଇଁ ସାମାନ୍ୟ ଭିନ୍ନ ।

ଖବର ମିଳୁଛି ଯେ, କେତେକ ଅଳ୍ପ ଜାଣିଥିବା କିମ୍ବା ଆଦୌ ନ ଜାଣିଥିବା ଲୋକ ଯେଉଁମାନେ ଏପରି ମୁଦ୍ରାଗୁଡ଼ିକର ଯଥାର୍ଥତା ବିଷୟରେ ସଂଦିହାନ, ସେମାନେ ବ୍ୟବସାୟୀ, ଦୋକାନୀ ପ୍ରଭୃତିଙ୍କ ସମେତ ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରାଉଛନ୍ତି ଯାହାଦ୍ୱାରା ଦେଶର କେତେକ ସ୍ଥାନରେ ଏହି ମୁଦ୍ରାଗୁଡ଼ିକର ପ୍ରଚ଼ଳନ ବାଧାପ୍ରାପ୍ତ ହେଉଛି ଫଳରେ, ଅହେତୁକ ସନ୍ଦେହ ସୃଷ୍ଟି ହେଉଛି ।

ଏପରି ଭୁଲ ସୂଚ଼ନା ଆଧାରିତ ଧାରଣା ପ୍ରତି ଗୁରୁତ୍ୱ ନ ଦେବା ପାଇଁ ତଥା କୌଣସି ଦ୍ୱିଧା ନ ରଖି ସବୁ ପ୍ରକାର କାରବାରରେ ଏହି ମୁଦ୍ରାଗୁଡ଼ିକୁ ବିଧି ସମ୍ମତ ମୁଦ୍ରା ଭାବେ ଗ୍ରହଣ କରିବା ପ୍ରକ୍ରିୟାକୁ ବଜାୟ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ଜନସାଧାରଣଙ୍କୁ ଅନୁରୋଧ କରୁଛି ।ଏହି ମୁଦ୍ରା ସମ୍ବନ୍ଧରେ ଅଧିକ ସୂଚ଼ନା ନିମିତ୍ତ ଦୟାକରି ନିମ୍ନ ଲିଙ୍କଗୁଡ଼ିକୁ ଦେଖନ୍ତୁ :

/en/web/rbi/press-releases

ଜାନୁୟାରୀ 22, 2016 “ସ୍ୱାମୀ ଚ଼ିନ୍ମୟାନ୍ଦଙ୍କର ଜନ୍ମ ଶତବାର୍ଷିକୀ“ ସ୍ନୃତି ପାଳନ ଉପଲକ୍ଷେ ଆର୍.ବି.ଆଇ. ଅତି ଶୀଘ୍ର 10 ଟଙ୍କିଆ ମୁଦ୍ରା ପ୍ରଚ଼ଳନ କରିବ
ଜାନୁୟାରୀ 28, 2016 “ଡ଼ଃ ବି.ଆର୍.ଆମ୍ବେଦକରଙ୍କର 125ତମ ବାର୍ଷିକୀ“ ସ୍ମୃତି ପାଳନ ଉପଲକ୍ଷେ 10 ଟଙ୍କିଆ ମୁଦ୍ରା ଜାରି
ଜୁଲାଈ 30, 2015 “ଆନ୍ତର୍ଜାତିକ ଯୋଗ ଦିବସ“ ଉପଲକ୍ଷେ 10 ଟଙ୍କିଆ ମୁଦ୍ରା ଜାରି ହୋଇଛି
ଏପ୍ରିଲ୍ 16, 2015 “ ମହାତ୍ମା ଗାନ୍ଧୀଙ୍କର ଦକ୍ଷିଣ ଆଫ୍ରିକାରୁ ପ୍ରତ୍ୟାବର୍ତ୍ତନର ଶତବାର୍ଷିକୀ ପାଳନ“ ଅବସରର ସ୍ମୃତି ଉପଲକ୍ଷେ 10 ଟଙ୍କିଆ ମୁଦ୍ରା ଜାରି
ଜୁଲାଈ 17, 2014 “ କତା ବୋର୍ଡର ହୀରକ ଜୟନ୍ତୀ“ ଅବସରର ସ୍ମୃତି ଉପଲକ୍ଷେ 10 ଟଙ୍କିଆ ମୁଦ୍ରା ଜାରି
ଅଗଷ୍ଟ 29, 2013 “ ଶ୍ରୀ ମାତା ବେଷ୍ଣୋଦେବୀ ବୋର୍ଡର ରୌପ୍ୟ ଜୟନ୍ତୀ“ ଅବସରର ସ୍ମୃତି ଉପଲକ୍ଷେ 10 ଟଙ୍କିଆ ମୁଦ୍ରା ଜାରି
ଜୁନ 14, 2012 ନୂତନ ଶୃଙ୍ଖଳାର ମୁଦ୍ରା ଜାରି
ଏପ୍ରିଲ 01, 2010 ପ୍ରଧାନ ମନ୍ତ୍ରୀ ସ୍ମାରକୀ ମୁଦ୍ରା ସେଟ ଉନ୍ମୋଚ଼ନ କରିଛନ୍ତି ; ଅର୍ଥ ମନ୍ତ୍ରୀ ମିଣ୍ଟ୍ ରୋଡ ମାଇଲ୍ ଷ୍ଟୋନ୍ : 75 ର ଆର୍.ବି.ଆଇ ଉନ୍ମୋଚ଼ନ କରିଛନ୍ତି
ଫେବୃଆରୀ 11, 2010 “ ହୋମି ଭାଭା ଜନ୍ମ ଶତବାର୍ଷିକୀ ବର୍ଷ“ ଅବସରରେ 10 ଟଙ୍କିଆ (ଦ୍ୱି-ଧାତୁମୟ) ମୂଲ୍ୟବର୍ଗର ନୂତନ ସ୍ମୃତି ପ୍ରଚ଼ଳନ ମୁଦ୍ରା ଜାରି
ମାର୍ଚ୍ଚ 26, 2009 “ ବିଭିନ୍ନତାରେ ଏକତା“ ବିଷୟବସ୍ତୁ ଥିବା ନୂତନ 10 ଟଙ୍କିଆ ମୁଦ୍ରା (ଦ୍ୱି-ଧାତୁମୟ)
ମାର୍ଚ୍ଚ 26, 2009 “ସଂଯୋଜନା ଏବଂ ସୂଚ଼ନା ପ୍ରାଦ୍ୟୋଗିକୀ“ ବିଷୟବସ୍ତୁ ଥିବା ନୂତନ 10 ଟଙ୍କିଆ ମୁଦ୍ରା (ଦ୍ୱି-ଧାତୁମୟ)

ଅଳ୍ପନା କିଲାୱାଲା
ପ୍ରଧାନ ଉପଦେଷ୍ଠା

ପ୍ରେସ୍ ପ୍ରକାଶନ : 2016-2017/1257

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ