ରୁପି କୋ ଅପରେଟିଭ ବ୍ୟାଙ୍କ ଲିମିଟେଡକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶନାମା ବୃଦ୍ଧି
ଭାରତୀୟ ରିଜର୍ଭ ବ୍ୟାଙ୍କ ସଂଚାର ବିଭାଗ, କେନ୍ଦ୍ରୀୟ କାର୍ଯାଳୟ ରୁପି କୋ ଅପରେଟିଭ ବ୍ୟାଙ୍କ ଲିମିଟେଡକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶନାମା ବୃଦ୍ଧି ପରିପତ୍ର ଡି.ସି.ବି.ଆର.ସିଓ.ଏଆଇଡି.ଡି-10/12.22.218/2015-16 ଦିନାଙ୍କ ଅଗଷ୍ଟ 20, 2015 ର ନିର୍ଦ୍ଦେଶନାମା ଅନୁଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ ରୁପି କୋ-ଅପରେଟିଭ ବ୍ୟାଙ୍କ ଲିମିଟେଡକୁ ପ୍ରେରଣ କରିଥିବା ନିର୍ଦ୍ଦେଶନାମା ପୁନଶ୍ଚ ଅଗଷ୍ଟ 22, 2015 ରୁ ଫେବୃଆରୀ 21, 2015, ଛଅ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଅଛି ଓ ଏହା ସମୀକ୍ଷାଧିନ ଅଛି । ଏହି ନିର୍ଦ୍ଦେଶନାମା ମୂଳତଃ ଫେବୃଆରୀ 22, 2013 ରୁ ଅଗଷ୍ଟ 21, 2013 ପର୍ଯ୍ୟନ୍ତ ଲାଗୁ କରାଯାଇଥିଲା ଏବଂ ତିନିଥର ପ୍ରତ୍ୟେକ ଥରରେ 6 ମାସ ଏବଂ ଦୁଇଥର ପ୍ରତ୍ୟେକ ଥରରେ 3 ମାସ ସମୟ ବୃଦ୍ଧି କରାଯାଇଥିଲା.ଶେଷ ବୃଦ୍ଧି ସମୟ 3 ମାସ, ମଇ 21, 2015 ରୁ ଅଗଷ୍ଟ 21, 2015 ପର୍ଯ୍ୟନ୍ତ କରାଗଲା । ବ୍ୟାଙ୍କିଙ୍ଗ୍ ବିନିମୟନ ଅଧିନିୟମ, 1949 ର ପରିଚ୍ଛେଦ 35 (କ) ର ଉପ ପରିଚ୍ଛେଦ (1) ସହପାଠ ଏହି ଅଧିନିୟମର ପରିଚ୍ଛେଦ 56 ଅଧିନରେ ନ୍ୟସ୍ତ କ୍ଷମତା ବଳରେ ରିଜର୍ଭ ବ୍ୟାଙ୍କ ଏହି ନିର୍ଦ୍ଦେଶ ଲାଗୁ କରିଅଛି । ଆଗ୍ରହୀ ଜନସାଧାରଣଙ୍କ ପଠନ ନିମନ୍ତେ ନିର୍ଦ୍ଦେଶନାମାର ଏକ ନକଲ ବ୍ୟାଙ୍କ ପରିସରରେ ପ୍ରଦର୍ଶିତ ହୋଇଅଛି । ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରେରିତ ନିର୍ଦ୍ଦେଶନାମା ସ୍ୱତଃ ରିଜର୍ଭ ବ୍ୟାଙ୍କ ଦ୍ୱାରା ବ୍ୟାଙ୍କିଙ୍ଗ୍ ଲାଇସେନ୍ସ ରଦ୍ଦ ବୋଲି ବିବେଚନା କରାଯିବ ନାହିଁ । ବ୍ୟାଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବା ପର୍ଯ୍ୟନ୍ତ କଟକଣା ସହ ବ୍ୟାଙ୍କିଙ୍ଗ ବ୍ୟବସାୟ ଅବ୍ୟାହତ ରହିବ। ପରିସ୍ଥିତି ଉପରେ ନିର୍ଭର କରି ରିଜର୍ଭ ବ୍ୟାଙ୍କ ଏହି ନିର୍ଦ୍ଦେଶନାମାର ପରିମାର୍ଜନା ବିଚାର କରିପାରେ । ସଂଗୀତା ଦାସ ସମ୍ବାଦ ପ୍ରକାଶିତ : 2015-2016/467 |
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: