RbiSearchHeader

Press escape key to go back

Past Searches

Theme
Theme
Text Size
Text Size
S1

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78471543

ବେଆଇନ ଜମା ସଂଗ୍ରହ ପ୍ରତିରୋଧ ପାଇଁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଦ୍ୱାରା “ସଚେତ” ୱେବସାଇଟ୍ ର ଉନ୍ମୋଚନ

ଅଗଷ୍ଟ 04, 2016

ବେଆଇନ ଜମା ସଂଗ୍ରହ ପ୍ରତିରୋଧ ପାଇଁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଦ୍ୱାରା “ସଚେତ” ୱେବସାଇଟ୍ ର ଉନ୍ମୋଚନ

ବିଭିନ୍ନ ଅନୈତିକ ସଂସ୍ଥାମାନଙ୍କ ଦ୍ୱାରା ବେଆଇନ ଭାବରେ ଜମା ସଂଗ୍ରହ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ଓ ସେ ସମ୍ବନ୍ଧୀୟ ଅଭିଯୋଗ ଗ୍ରହଣ କରିବା ନିମନ୍ତେ, ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ‘ସଚେତ’ ୱେବସାଇଟ୍ ର ଉନ୍ମୋଚନ କରାଯାଇଛି । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଡ଼: ରଘୁରାମ ରାଜନ୍ ଉକ୍ତ ୱେବସାଇଟକୁ ଉନ୍ମୋଚନ କରି କହିଲେ ଯେ ଅନୈତିକ କାର୍ଯ୍ୟକଳାପ ବିରୁଦ୍ଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପ୍ରହଣ କରିବା ସଙ୍ଗେ ସଙ୍ଗେ ଦୋଷୀକୁ ଉପଯୁକ୍ତ ଦଣ୍ଡ ପ୍ରଦାନ କରିବା ଏବଂ ଭବିଷ୍ୟତରେ ଏହି ଭଳି କାର୍ଯ୍ୟକଳାପର ପୁନରାବୃତ୍ତି ନ ହେବାର ନିଶ୍ଚିତ କରିବା ଏକ ସର୍ବପ୍ରଧାନ କାର୍ଯ୍ୟ । ମୋର ବିଶ୍ୱାସ, ‘ସଚେତ’ ୱେବସାଇଟ୍ ଏ ଦିଗରେ ବିନିୟାମକ ମାନଙ୍କୁ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ କଷ୍ଟୋପାର୍ଜିତ ଧନକୁ ସୁରକ୍ଷିତ ସଂସ୍ଥାମାନଙ୍କ ପାଖରେ ଜମା ରଖିବା ସଂପର୍କରେ ସମୟୋପରି ସୂଚନା ପ୍ରଦାନରେ ସାହାଯ୍ୟ କରିବ । ଏହି ୱେବସାଇଟ୍ ମାଧ୍ୟମରେ ଜନସାଧାରଣ ଅନଧିକୃତ ସଂସ୍ଥା ମାନଙ୍କ ଦ୍ୱାରା ଜମାଗ୍ରହଣ ବିରୁଦ୍ଧରେ ଅଭିଯୋଗ କରିବା ସହିତ ଅଧିକୃତ ସଂସ୍ଥା ମାନଙ୍କ ସମ୍ବନ୍ଧରେ ସୂଚନା ପାଇପାରିବେ ।ଏହି ୱେବସାଇଟ୍ ବିଭିନ୍ନ ବିନିୟାମକ ଏବଂ ରାଜ୍ୟ ସରକାର ମାନଙ୍କର ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ସହାୟକ ହେବା ସହିତ ଅସାଧୁ ସଂସ୍ଥା ଦ୍ୱାରା ଜମା ସଂଗ୍ରହକୁ ରୋକିବାରେ ମଧ୍ୟ ସହାୟକ ହେବ ।

ଏହି ଅବସରରେ ଗଭର୍ଣ୍ଣର ମହୋଦୟ ସେବି (SEBI) ର ଚେୟାରମ୍ୟାନ୍ ଶ୍ରୀ ୟୁ କେ ସିହ୍ନାଙ୍କ ଅବଦାନକୁ ସ୍ୱୀକାର କରିବା ସହିତ “ରାଜ୍ୟ ସ୍ତରୀୟ ସମନ୍ୱୟ ସମିତି” ଗୁଡିକର ପୁନରୁତଥାନ କରିବା ଦିଗରେ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ମାନଙ୍କର ଭୂମିକାର ପ୍ରଶଂସା କରିଥିଲେ ।

ଏହି ୱେବସାଇଟ୍ ର ଠିକଣା ହେଲା www.sachet.rbi.org.in । ଏହି ୱେବସାଇଟ୍ ର ବିଶେଷତ୍ୱ ସଂପର୍କରେ ସୂଚନା ପ୍ରଦାନ କରି ଉପ ଗଭର୍ଣ୍ଣର ଶ୍ରୀ ଏସ୍ . ଏସ୍. ମୁନ୍ଦ୍ରା କହିଲେ ଯେ ଜମା ସଂଗ୍ରହ କରିବାକୁ ଇଚ୍ଛୁକ ଯେ କୌଣସି ସଂସ୍ଥା, ବିନିୟାମକଙ୍କ ଦ୍ୱାରା ରେଜିଷ୍ଟ୍ରିଭୁକ୍ତ ଏବଂ ଅଧିକୃତ କି ନୁହେ, ଏ ସଂପର୍କରେ ସୂଚନା, ଜନସାଧାରଣ ଏହି ୱେବସାଇଟ୍ ରେ ପାଇପାରିବେ । ବିତ୍ତୀୟ ବିନିୟାମକଙ୍କ ଦ୍ୱାରା ପ୍ରଣୀତ ସମସ୍ତ ନିୟମାବଳୀ ଏହି ସାଇଟ୍ ରେ ଉପଲବ୍ଧ ହେବ ।

ଯଦି କୌଣସି ସଂସ୍ଥା ବେଆଇନ ଭାବେ ଜମା ସଂଗ୍ରହ କରୁଥିବେ ଅଥବା ଦେୟ ପରିଶୋଧରେ ଖିଲାପ କରୁଥିବେ, ଏ ସଂପର୍କରେ ଜମସାଧାରଣ ଏହି ୱେବସାଇଟ୍ ମାଧ୍ୟମରେ ଅଭିଯୋଗ କରିପାରିବେ ତଥା ଅଭିଯୋଗର ନିରାକରଣ ସମ୍ବନ୍ଧିତ ଅଗ୍ରଗତି ବିଷୟରେ ଜାଣିପାରିବେ । ଆହୁରି ମଧ୍ୟ, ଜନସାଧାରଣ, ଅନଧିକୃତ ଜମା ସଂଗ୍ରହକାରୀଙ୍କ ବିଷୟରେ ସେମାନଙ୍କ ପାଖରେ ଥିବା ତଥ୍ୟ ପ୍ରଦାନ କରିପାରିବେ ।

ଏହି ୱେବସାଇଟ୍ ରେ ରାଜ୍ୟସ୍ତରୀୟ ସମନ୍ୱୟ ସମିତି ମାନଙ୍କ ପାଇଁ ଏକ “କ୍ଲୋଜ ୟୁଜର ଗ୍ରୁପ” ଅନୁଭାଗ ଉପଲବ୍ଧ ଯେଉଁଠାରେ ସମିତିର ସମସ୍ତ ସଭ୍ୟ, ବଜାର ସୂଚନା ସଂଗ୍ରହ, ବୈଠକ କାର୍ଯ୍ୟସୂଚୀ ଏବଂ ବିବରଣୀ ସମ୍ବନ୍ଧରେ ତ୍ୱରିତ ସୂଚନା ପାଇପାରିବେ । ଶ୍ରୀ ମୁନ୍ଦ୍ରାଙ୍କ ମତରେ ଏହି ୱେବସାଇଟ୍ ରାଜ୍ୟସ୍ତରୀୟ ସମନ୍ୱୟ ସମିତି ମାନଙ୍କର କାର୍ଯ୍ୟଶୈଳୀରେ ଏକ ପ୍ରଭାବଶାଳୀ ଭୂମିକା ନିର୍ବାହ କରିବା ସହ ଅନଧିକୃତ ରାଶି ସଂଗ୍ରହର କାର୍ଯ୍ୟକଳାପକୁ ବନ୍ଦ କରିବାରେ ସହାୟକ ହେବ ।

‘ସେବି’ (SEBI) ର ପୂର୍ଣ୍ଣକାଳୀନ ସଭ୍ୟ ଶ୍ରୀ ଏସ୍. ରମଣ ଏହି ୱେବସାଇଟ୍ ଉନ୍ମୋଚନ କୁ ପ୍ରଶଂସା କରି କହିଲେ ଯେ ଏହା ଜନସାଧାରଣଙ୍କଠାରୁ ଜମା ସଂଗ୍ରହ କରୁଥିବା ଅନୈତିକ ସଂସ୍ଥାମାନଙ୍କ ବିରୁଦ୍ଧରେ ପ୍ରତିଷେଧାତ୍ମକ ଏବଂ ଶୈକ୍ଷିକ ସଂଗ୍ରାମରେ ସହାୟକ ହେବ ।

ଅନ୍ୟାନ୍ୟ ବିନିୟାମକ ମାନଙ୍କ ମଧ୍ୟରେ, ଇରଡା (IRDA) ଏବଂ ରାଜ୍ୟ ସରକାର ମାନଙ୍କର ପ୍ରତିନିଧି ମାନେ ଭିଡିଓ କନଫରେନସ୍ ଜରିଆରେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ରାଜ୍ୟ ସରକାର ମାନଙ୍କ ମୁଖ୍ୟ ଶାସନ ସଚିବ ମାନେ ଏହିଭଳି ଏକ ପଦକ୍ଷେପକୁ ସ୍ୱାଗତ କରି କହିଲେ ଯେ ଉକ୍ତ ୱେବସାଇଟ୍ ବିଭିନ୍ନ ସଂସ୍ଥାମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ବିଶେଷ ଭୂମିକା ନିର୍ବାହ କରିବ ।

ୱେବସାଇଟ୍ ର ଉନ୍ମୋଚନ ଅବସରରେ ଏହି ସାଇଟ୍ ରେ ଥିବା ବିଶେଷତ୍ୱ ସବୁକୁ ଭିଡିଓ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା ।

ପଟ୍ଟଭୂମି

ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରେ “ରାଜ୍ୟସ୍ତରୀୟ ସମନ୍ୱୟ ସମିତି” ମାନ ଗଠିତ ହୋଇଛି । ରିଜର୍ଭ ବ୍ୟାଙ୍କ, ‘ସେବି’, ଏନ୍. ଏଚ୍. ବି, ଇରଡା, ରେଜିଷ୍ଟ୍ରାର ଅଫ କମ୍ପାନୀ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଯଥା ଗୃହ ବିଭାଗ, ଅର୍ଥ ବିଭାଗ, ଆଇନ ବିଭାଗ ଏବଂ ବିଭିନ୍ନ ପୋଲିସ ସଂସ୍ଥାମାନେ ଏହି ସମିତିର ସଭ୍ୟ ଅଛନ୍ତି । ଅନଧିକୃତ ଜମା ସଂଗ୍ରହ ବିରୁଦ୍ଧରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ 2014 ମସିହାରେ ପ୍ରତ୍ୟେକ ରାଜ୍ୟର ରାଜ୍ୟସ୍ତରୀୟ ସମନ୍ୱୟ ସମିତି ଗୁଡିକର ପୂର୍ନବିନ୍ୟାସ କରାଯାଇଥିଲା । ଏବେ ପ୍ରତ୍ୟେକ ରାଜ୍ୟରେ ମୁଖ୍ୟଶାସନ ସଚିବ / ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ସମିତିର ନିୟମିତ ବୈଠକ ଅନୁଷ୍ଠିତ ହେଉଛି । ଉକ୍ତ ବୈଠକରେ, ସଭ୍ୟଭୁକ୍ତ ସଂସ୍ଥାମାନଙ୍କର ଉଚ୍ଚ ଅଧିକାରୀମାନେ ଅନଧିକୃତ ଜମା ସଂଗ୍ରହକାରୀ ମାନଙ୍କ ସମ୍ବନ୍ଧରେ ତଥ୍ୟ ଆଦାନ ପ୍ରଦାନ କରିବା ସହିତ ସେମାନଙ୍କ ବିରୁଦ୍ଧରେ ସମୟୋପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛନ୍ତି ।

Alpana Killawala
Principal Adviser

Press Release: 2016-2017/312

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

RbiWasItHelpfulUtility

ଏହି ପେଜ୍ ସହାୟକ ଥିଲା କି?