RbiSearchHeader

Press escape key to go back

Past Searches

Theme
Theme
Text Size
Text Size
S3

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78471381

୨୦୧୬ ମସିହାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏସବିଆଇ ଏବଂ ଆଇସିଆଇସିଆଇ ବ୍ୟାଙ୍କକୁ ଡି-ଏସଆଇବି ହିସାବରେ ଚିହ୍ନଟ କରିଛି।

ଅଗଷ୍ଟ ୨୫, ୨୦୧୬

୨୦୧୬ ମସିହାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏସବିଆଇ ଏବଂ ଆଇସିଆଇସିଆଇ ବ୍ୟାଙ୍କକୁ ଡି-ଏସଆଇବି ହିସାବରେ ଚିହ୍ନଟ କରିଛି।

୨୦୧୬ ମସିହାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏସବିଆଇ ଏବଂ ଆଇସିଆଇସିଆଇ ବ୍ୟାଙ୍କକୁ ଅନ୍ତର୍ଦେଶୀୟ ପ୍ରଣାଳୀଗତ ମହତ୍ତ୍ୱପୂର୍ଣ୍ଣ ବ୍ୟାଙ୍କ (ଡି-.ଏସଆଇବି)ହିସାବରେ ଚିହ୍ନିତ କରିଛି ଏବଂ ବକେଟିଙ୍ଗ ଢ଼ାଞ୍ଚାକୁ ଗତ ବର୍ଷ ପରି ଅପରିବର୍ତ୍ତିତ ରଖିଛି । ଅତିରିକ୍ତ ସାଧାରଣ ଇକ୍ୱିଟି ଟିୟର ୧ (ସିଇଟି-୧) ର ଆବଶ୍ୟକତାକୁ ଏହି ବ୍ୟାଙ୍କମାନଙ୍କ ପାଇଁ ଇତି ମଧ୍ୟରେ ଅର୍ଥାତ୍ ଏପ୍ରିଲ ୧, ୨୦୧୬ ରୁ ପର୍ଯ୍ୟାୟ କ୍ରମରେ ଲାଗୁ କରାଇବା ସହ ଏହାକୁ ଆସନ୍ତା ଏପ୍ରିଲ ୧, ୨୦୧୯ ରୁ ସଂପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରାଇବ ବୋଲି ଅବଗତ କରାଇଛି। ଅତିରିକ୍ତ ସିଇଟି-୧ ର ପ୍ରୟୋଜନୀୟତାକୁ ପୁଞ୍ଜି ସଂରକ୍ଷଣ ଉପାୟ ସହିତ ଯୋଗକରିବାକୁ ସ୍ଥିର କରାଯାଇଛି ।

୨୦୧୬ ନିମନ୍ତେ ଡି-.ଏସଆଇବି ର ଅଧୁନାତନ ତାଲିକା :

ବକେଟ୍ ବ୍ୟାଙ୍କ ଆପଦ ଆଧାରିତ ସମ୍ପଦ(ଆରଡବ୍ଲ୍ୟୁଏ) ର ଶତକଡା ହିସାବରେ ସାଧାରଣ ଇକ୍ୱିଟି ଟିୟର ୧ ର ଆବଶ୍ୟକତା
- ୧.୦%
- ୦.୮%
ଭାରତୀୟ ଷ୍ଟେଟ ବ୍ୟାଙ୍କ ୦.୬%
- ୦.୪%
ଆଇସିଆଇସିଆଇ ବ୍ୟାଙ୍କ ୦.୨%

ପୃଷ୍ଠଭୂମି:

ଜୁଲାଇ ୨୨, ୨୦୧୪ ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନ୍ତର୍ଦେଶୀୟ ପ୍ରଣାଳୀଗତ ମହତ୍ତ୍ୱପୂର୍ଣ୍ଣ ବ୍ୟାଙ୍କ ମାନଙ୍କ ଉପରେ ଏକ ଗଠନ ଢ଼ାଞ୍ଚା ଜାରୀ କରିଛି । ଡି-.ଏସଆଇବି ଗଠନ ଢ଼ାଞ୍ଚା ଅନୁସାରେ ଡି-.ଏସଆଇବି ଭାବେ ନାମିତ ହୋଇଥିବା ବ୍ୟାଙ୍କର ନାମକୁ ରିଜର୍ଭ ବ୍ୟାଙ୍କ ୨୦୧୫ ଅଗଷ୍ଟ ଠାରୁ ଆରମ୍ଭ କରି ପ୍ରତିବର୍ଷ ପ୍ରକାଶ କରିବା ଆବଶ୍ୟକ। ଏହି ଗଠନ ଢ଼ାଞ୍ଚା ମଧ୍ୟ ଡି-.ଏସଆଇବି ଗୁଡିକୁ ସେମାନଙ୍କ ପଦ୍ଧତିଗତ ଗୁରୁତ୍ୱପୂର୍ଣ୍ଣ ମାନ୍ୟତା (SISs) ଅନୁସାରେ ଚାରୋଟି ବକେଟରେ ସ୍ଥାନିତ ହେବାର ଆବଶ୍ୟକ କରେ। ଡି-. ଏସଆଇବି ସ୍ଥାନ ପାଇଥିବା ବକେଟକୁ ଆଧାର କରି ଅତିରିକ୍ତ ସାଧାରଣ ଇକ୍ୱିଟି ର ଆବଶ୍ୟକତାକୁ ସେଥିରେ ପ୍ରୟୋଗ କରାଯାଏ । ଡି-.ଏସଆଇବି ଗଠନ ଢ଼ାଞ୍ଚାରେ ଥିବା ଉଲ୍ଲେଖ ଅନୁସାରେ ଯଦି ଗୋଟିଏ ବିଦେଶୀ ବ୍ୟାଙ୍କର ଭାରତର କେତେକ ଶାଖା ଅଛି ଏବଂ ତାହା ଯଦି ଏକ ବିଶ୍ୱସ୍ତରୀୟ ପ୍ରଣାଳୀଗତ ମହତ୍ତ୍ୱପୂର୍ଣ୍ଣ ବ୍ୟାଙ୍କ (ଜି-.ଏସଆଇବି) ହିସାବରେ ପରିଗଣିତ ହେଉଥାଏ, ତାହା ପାଇଁ ଭାରତରେ ଜି-ଏସଆଇବି ଲାଗୁ ହେଉଥିବା ଅରିରିକ୍ତ ସିଇଟି -୧ ପୁଞ୍ଜି ସରଚାର୍ଜକୁ ଭାରତର ଆପଦ ଆଧାରିତ ସମ୍ପଦ ସହିତ ସମାନୁପାତ ଭାବରେ ବଜାୟ ରଖିବାକୁ ହେବ ।

ଡି-ଏସଆଇବି ଗଠନ ଢ଼ାଞ୍ଚାରେ ଦିଆଯାଇଥିବା ପଦ୍ଧତି ଏବଂ ମାର୍ଚ୍ଚ ୩୧, ୨୦୧୫ ଠାରୁ ସଂଗ୍ରହ କରାଯାଇଥିବା ତଥ୍ୟକୁ ଆଧାର କରି ରିଜର୍ଭ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କ ଲିମିଟେଡକୁ ଅଗଷ୍ଟ ୩୧, ୨୦୧୫ ରେ ଡି-.ଏସଆଇବି ଭାବେ ଘୋଷଣା କରିଛି । ଅନ୍ତର୍ଦେଶୀୟ ପ୍ରଣାଳୀଗତ ମହତ୍ତ୍ୱପୂର୍ଣ୍ଣ ବ୍ୟାଙ୍କ (ଡି-.ଏସଆଇବି) ର ଗଠନ ଢ଼ାଞ୍ଚା ଏବଂ ମାର୍ଚ୍ଚ ୩୧, ୨୦୧୬ ଠାରୁ ସଂଗ୍ରହ କରାଯାଇଥିବା ତଥ୍ୟକୁ ଆଧାର କରି ଏହି ଦୁଇଟି ବ୍ୟାଙ୍କ ୨୦୧୬ ରେ ପୁଣି ଥରେ ଡି-.ଏସଆଇବି ଘୋଷିତ ହୋଇଛନ୍ତି।

ଅଲ୍ପନା କିଲ୍ଲାୱାଲା
ପ୍ରଧାନ ପରାମର୍ଶଦାତା

ପ୍ରେସ ପ୍ରକାଶନ : ୨୦୧୬-୧୭ /୪୯୫

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

RbiWasItHelpfulUtility

ଏହି ପେଜ୍ ସହାୟକ ଥିଲା କି?