ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଖାରଗନ ନାଗରିକ ସହକାରୀ ବ୍ୟାଙ୍କ ମର୍ଯାଦିତ ଉପରେ ଅର୍ଥ ଦଣ୍ଡ ଲାଗୁ
ଭାରତୀୟ ରିଜର୍ଭ ବ୍ୟାଙ୍କ ସଂଚାର ବିଭାଗ, କେନ୍ଦ୍ରୀୟ କାର୍ଯାଳୟ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଖାରଗନ ନାଗରିକ ସହକାରୀ ବ୍ୟାଙ୍କ ମର୍ଯାଦିତ ଉପରେ ଅର୍ଥ ଦଣ୍ଡ ଲାଗୁ ବ୍ୟାଙ୍କିଙ୍ଗ୍ ବିନିମୟନ ଅଧିନିୟମ, 1949 (ସମବାୟ ସମିତିମାନଙ୍କ ପାାଇଁ ଯାହା ପ୍ରଯୁଯ୍ୟ)ର ଧାରା 46(4) ସହିତ ପଠିତ ଧାରା 47(କ) 1(ଖ) ଅଧିନରେ ଥିବା କ୍ଷମତା ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଖାରଗନ ନାଗରିକ ସହକାରୀ ବ୍ୟାଙ୍କ ମର୍ଯାତିତ, ଖାରଗନ ଉପରେ ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ(କେୱାଇସି), ବେଆଇନନ ଅର୍ଥ ଲଗାଣ ଓ ସାମୟିକ ଅନୁପାଳନ ଓ ଅନୁଦାନ ମଞୁର ସମ୍ବନ୍ଧୀୟ ନିର୍ଦ୍ଦେଶକୁ ଉଲଂଘନ କରିଥିବାରୁ ଏକ ଲକ୍ଷ ଟଙ୍କାର ଅର୍ଥ ଦଣ୍ଡଲାଗୁ କରିଅଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଉକ୍ତ ବ୍ୟାଙ୍କକୁ ଏକ କାରଣ ଦର୍ଶାଅ ନୋଟିସ ଜାରୀ କରିଥିଲା ଯାହାର ଉତ୍ତରରେ ବ୍ୟାଙ୍କ ଏକ ଲିଖିତ ଉତ୍ତର ପ୍ରସ୍ତୁତ କରିଥିଲା । ମାମଲାର ତଥ୍ୟ ଏବଂ ଏହା ସମ୍ବନ୍ଧୀୟ ବ୍ୟାଙ୍କର ଉତ୍ତରକୁ ବିଚାର କରିଲାପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସିନ୍ଧାନ୍ତରେ ଉପନୀତ ହେଲା ଯେ ବ୍ୟାଙ୍କ କରିଥିବା ଉଲଂଘନ ପ୍ରମାଣଯୋଗ୍ୟ ଅଟେ ଓ ଅର୍ଥ ଦଣ୍ଡ ଲାଗୁ ଯଥାର୍ଥ ଅଟେ । ସଂଗୀତା ଦାସ ସମ୍ବାଦ ପ୍ରକାଶିତ : 2015-2016/477 |
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: