RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

128918674

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଓଡ଼ିଶା ଉପରେ ଆର୍ଥିକ ଜରିମାନା ଲାଗୁ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା, 09 ଏପ୍ରିଲ 2024 ଏକ ଆଦେଶ ଅନୁଯାୟୀ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଓଡ଼ିଶା ଉପରେ ଆରବିଆଇ ଦ୍ୱାରା ଜାରି ହୋଇଥିବା ପରିପତ୍ର “ Prudential norm ର ସଶକ୍ତିକରଣ -  ପ୍ରାବଧାନିକରଣ, ସମ୍ପତି ବର୍ଗୀକରଣ ଏବଂ ଏକ୍ସପୋଜର ସୀମା” ଏବଂକ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ - ଆୟ ନିର୍ଣ୍ଣୟ, ସମ୍ପତ୍ତି ବର୍ଗୀକରଣ ଏବଂ ପ୍ରାବଧାନିକରଣ norms - NPAsନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିବା ହେତୁ, ₹1,50,000 (ଏକ ଲକ୍ଷ ପଚାଶ ହଜାର ଟଙ୍କା ମାତ୍ର) ଜରିମାନା ଲଗା ଯାଇଅଛି | ବ୍ୟାଙ୍କିଙ୍ଗ  ନିୟମାବଳୀ ଅଧିନିୟମ, 1949 ଧାରା 47 (1) (ସି) ସହ ପଠିତ ଧାରା 46 (4) (i) ଏବଂ ଧାରା 51(1) ଦ୍ୱାରା ପ୍ରଦତ୍ତ କ୍ଷମତା ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା, ଉପରୋକ୍ତ ନିର୍ଦେଶାବଳୀକୁ ପାଳନ କରିବାରେ ବ୍ୟାଙ୍କର ବିଫଳତାକୁ ଧ୍ୟାନରେ ରଖି, ଏହି ଜରିମାନା ଲାଗୁ କରାଯାଇଅଛି |

ବ୍ୟାଙ୍କର ମାର୍ଚ୍ଚ 31, 2023 ସୁଦ୍ଧା ଆର୍ଥିକ ସ୍ଥିତିକୁ ନେଇ ନାବାର୍ଡ ଦ୍ୱାରା ବିଧିଗତ ନିରୀକ୍ଷଣ କରାଯାଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ସମ୍ବନ୍ଧିତ ନିର୍ଦେଶ ତଥା ସମ୍ବନ୍ଧିତ ପତ୍ରାଚାର ପାଳନ କରିବାରେ ବିଫଳ ହୋଇଥିବାରୁ, ବ୍ୟାଙ୍କକୁ କାହିଁକି ଦଣ୍ଡବିଧାନ କରାଯିବ ନାହିଁ ସେ ସମ୍ପର୍କରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା

ବ୍ୟାଙ୍କର ଉତ୍ତର, ବ୍ୟକ୍ତିଗତ ଶୁଣାଣି ସମୟରେ କରାଯାଇଥିବା ମୌଖିକ ଉପସ୍ଥାପନା ଏବଂ ଏହା ଦ୍ୱାରା କରାଯାଇଥିବା ଅତିରିକ୍ତ ଦାଖଲ ଉପରେ ବିଚାର କରିବା ପରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ବ୍ୟାଙ୍କ ଉପଯୁକ୍ତ ଭାବରେ କିଛି ଋଣ ଖାତାକୁ NPAରେ ଦର୍ଶାଇ ନଥିବାରୁ ଋଣ ଖାତାର ସମ୍ପତି ବର୍ଗୀକରଣରେ ଭିନ୍ନତା ପରିଲିଖିତ ହେଲା ଏବଂ ସେଥିପାଇଁ ବ୍ୟାଙ୍କ ଉପରେ ଆର୍ଥିକ ଦଣ୍ଡ ଲଗା ଗଲା।

ଏହି ପଦକ୍ଷେପ ନିୟାମକ ଅନୁପାଳନରେ ଥିବା ତ୍ରୁଟି ଉପରେ ଆଧାରିତ ଏବଂ ଏହାର ଉଦ୍ଧେଶ୍ୟ ବ୍ୟାଙ୍କ, ଏହାର ଗ୍ରାହକଙ୍କ ସହିତ କରିଥିବା କୌଣସି କାରବାର କିମ୍ବା ଚୁକ୍ତିନାମାର ବୈଧତା ଉପରେ ପ୍ରଶ୍ନ କରିବା ନୁହେଁ। ଏତଦବ୍ୟତିତ, ଆରବିଆଇ ଦ୍ଵାରା ବ୍ୟାଙ୍କ  ଉପରେ ଲଗାଯାଇଥିବା ଆର୍ଥିକ ଜରିମାନା ଅନ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ

ଯୋଗେଶ ଦୟାଲ 
ମୁଖ୍ୟ ମହା  ପ୍ରବନ୍ଧକ

ପ୍ରେସ୍ ରିଲିଜ୍: 2024-2025 / 254

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?