RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

135230232

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ବୌଦ୍ଧ କୋ-ଅପରେଟିଭ୍ ସେଣ୍ଟ୍ରାଲ ବ୍ୟାଙ୍କ ଲିମିଟେଡ୍, ଓଡିଶା ଉପରେ ଆର୍ଥିକ ଜରିମାନା ଲାଗୁ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା, ତା 26 ସେପ୍ଟେମ୍ବର 2025 ରିଖର ଆଦେଶ ଅନୁଯାୟୀ, ବୌଦ୍ଧ କୋ-ଅପରେଟିଭ୍ ସେଣ୍ଟ୍ରାଲ ବ୍ୟାଙ୍କ ଲିମିଟେଡ୍, ଓଡିଶା (ବ୍ୟାଙ୍କ) ଉପରେ ଆରବିଆଇ ଦ୍ୱାରା ଜାରି କରାଯାଇଥିବା ‘ସହକାରୀ ବ୍ୟାଙ୍କମାନଙ୍କ ଦ୍ୱାରା କ୍ରେଡିଟ୍ ସୂଚନା କମ୍ପାନୀମାନଙ୍କ (CICs) ସଦସ୍ୟତା’ ସମ୍ବଧିତ କିଛି ନିର୍ଦ୍ଦେଶାବଳୀ ପାଳନ ନକରିଥିବା ହେତୁ, ₹10,000/- (ଦଶ ହଜାର ଟଙ୍କା ମାତ୍ର)ର ଆର୍ଥିକ ଜରିମାନା ଲଗା ଯାଇଅଛି। କ୍ରେଡିଟ୍ ସୂଚନା କମ୍ପାନୀମାନଙ୍କ (ବିନିଯୋଗ ଅଧିନିୟମ), 2005 ର ଧାରା 25 ସହ ପଠିତ ଧାରା 23 ବ୍ୟବସ୍ଥା ଅନୁଯାୟୀ ଆରବିଆଇକୁ ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି ଏହି ଦଣ୍ଡ ଲାଗୁ କରାଯାଇଛି।

31 ମାର୍ଚ୍ଚ 2024 ତାରିଖରେ ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ନେଇ ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ଦ୍ଵାରା ବ୍ୟାଙ୍କର ବିଧିଗତ ନିରୀକ୍ଷଣ କରାଯାଇଥିଲା। ଆରବିଆଇ ନିର୍ଦ୍ଦେଶାବଳୀର ପାଳନ ନକରିବାର ପର୍ଯ୍ୟବେକ୍ଷଣୀୟ ନିଷ୍କର୍ଷ ଏବଂ ଏହି ସମ୍ବନ୍ଧୀୟ ପତ୍ରାଳାପ ଆଧାରରେ, ବ୍ୟାଙ୍କକୁ ଏକ ନୋଟିସ୍ ଜାରି କରାଯାଇଥିଲା ଯେଉଁଥିରେ ଉକ୍ତ ନିର୍ଦ୍ଦେଶାବଳୀ ପାଳନ କରିବାରେ ବିଫଳତା ପାଇଁ କାହିଁକି ତାଙ୍କ ଉପରେ ଦଣ୍ଡ ଲାଗୁ କରାଯିବ ନାହିଁ ତାହାର କାରଣ ଦର୍ଶାଇବାକୁ ପରାମର୍ଶ ଦିଆଯାଇଥିଲା। ନୋଟିସର ବ୍ୟାଙ୍କର ଉତ୍ତର ଏବଂ ବ୍ୟକ୍ତିଗତ ଶୁଣାଣି ସମୟରେ କରାଯାଇଥିବା ମୌଖିକ ଉପସ୍ଥାପନ ଉପରେ ବିଚାର କରିବା ପରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସିଦ୍ଧାନ୍ତରେ ଉପନୀତ ହେଲା ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକୁ ପାଳନ ନକରିବାର ନିମ୍ନଲିଖିତ ଅଭିଯୋଗ ପ୍ରମାଣିତ ହୋଇଛି, ଯାହା ଦ୍ଵାରା ଆର୍ଥିକ ଦଣ୍ଡ ଲାଗୁ ହେବାର ଆବଶ୍ୟକତା ଅଛି।

ବ୍ୟାଙ୍କ ଗ୍ରାହକ ମାନଙ୍କର କ୍ରେଡିଟ୍ ସୂଚନା, ତିନୋଟି କ୍ରେଡିଟ୍ ସୂଚନା କମ୍ପାନୀଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାଖଲ କରିବାରେ ବିଫଳ ହୋଇଥିଲା।

ଏହି ଦଣ୍ଡାଦେଶ, ନିୟମର ପରିଲକ୍ଷିତ ତ୍ରୁଟି ଉପରେ ଆଧାରିତ ଏବଂ ଏହାର ଗ୍ରାହକ ମାନଙ୍କ ସହିତ ବ୍ୟାଙ୍କ ଦ୍ୱାରା ହୋଇଥିବା କୌଣସି କାରବାର କିମ୍ବା ଚୁକ୍ତିର ବୈଧତା ଉପରେ ପ୍ରଯୁଜ୍ୟ ନୁହେଁ | ଅଧିକନ୍ତୁ, ଏହି ଜରିମାନା ଲାଗୁ ସତ୍ତ୍ୱେ ପକ୍ଷପାତ ନକରି ବ୍ୟାଙ୍କ ବିରୋଧରେ ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଆରବିଆଇ ଦ୍ୱାରା ନିଆଯାଇପାରେ ।

((ବ୍ରିଜ ରାଜ))   
ମୁଖ୍ୟ ମହାପ୍ରବନ୍ଧକ

ପ୍ରେସ୍ ବିଜ୍ଞପ୍ତି: 2025-2026/1325

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ