RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

Asset Publisher

132595887

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାର ଆସ୍କା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଲିମିଟେଡ୍, ଆସ୍କା, ଓଡ଼ିଶା ଉପରେ ଆର୍ଥିକ ଜରିମାନା ଲାଗୁ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), 20 ମଇ 2025 ର ଏକ ଆଦେଶ ଅନୁଯାୟୀ, ଆସ୍କା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଲିମିଟେଡ୍, ଆସ୍କା, ଓଡ଼ିଶା ଉପରେ ଆରବିଆଇ ଦ୍ୱାରା ଜାରି “କୋ-ଅପରେଟିଭ୍ ବ୍ୟାଙ୍କଗୁଡ଼ିକ ଦ୍ୱାରା କ୍ରେଡିଟ୍ ସୂଚନା କମ୍ପାନୀ (CICs) ର ସଦସ୍ୟତା” ସମ୍ବଧିତ ନିର୍ଦ୍ଦେଶାବଳୀ ପାଳନ ନକରିଥିବା ହେତୁ, ₹10,000/- (ଦଶ ହଜାର ଟଙ୍କା ମାତ୍ର) ଜରିମାନା ଲଗା ଯାଇଅଛି | କ୍ରେଡିଟ୍ ସୂଚନା କମ୍ପାନୀ (ଅଧିନିୟମ) ନିୟମାବଳୀ, 2005 ର ଧାରା 25(1)(iii) ସହ ପଠିତ ଧାରା 23(4) ଦ୍ୱାରା ପ୍ରଦତ୍ତ କ୍ଷମତା ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଜରିମାନା ଲାଗୁ କରିଅଛି ।

31 ମାର୍ଚ୍ଚ 2024 ର ବ୍ୟାଙ୍କର ଆର୍ଥିକ ସ୍ଥିତି ଆଧାରରେ ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ଦ୍ୱାରା ବ୍ୟାଙ୍କର ବୈଧାନିକ ନିରୀକ୍ଷଣ କରାଯାଇଥିଲା। ପର୍ଯ୍ୟବେକ୍ଷଣ ଅନୁସନ୍ଧାନ ଉପରେ ଆଧାର କରି ଆରବିଆଇ ନିର୍ଦ୍ଦେଶାବଳୀ ଏବଂ ସେହି ସମ୍ବନ୍ଧରେ ସମ୍ପୃକ୍ତ ପତ୍ରାଳାପର ପାଳନ ନ କରିବା ହେତୁ, ବ୍ଯାଙ୍କକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା, ଯେଉଁଥିରେ ବ୍ଯାଙ୍କକୁ ଉପରୋକ୍ତ ନିର୍ଦ୍ଦେଶନାମାକୁ ପାଳନ ନକରିଥିବାରୁ କାହିଁକି ଦଣ୍ଡବିଧାନ କରାଯିବ ନାହିଁ ସେ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଥିଲା । ବ୍ୟାଙ୍କ ପ୍ରଦତ୍ତ ନୋଟିସର ଉତ୍ତର ଏବଂ ବ୍ୟକ୍ତିଗତ ଶୁଣାଣି ସମୟରେ କରାଯାଇଥିବା ମୌଖିକ ଉପସ୍ଥାପନାକୁ ବିଚାର କରି, ଆରବିଆଇ ଜାଣିବାକୁ ପାଇଲା ଯେ ବ୍ୟାଙ୍କ ବିରୋଧରେ ନିମ୍ନଲିଖିତ ଅଭିଯୋଗ ବଳବତ୍ତର ରହିଥିଲା, ଯୋଉଁଥିପାଇଁ ଆର୍ଥିକ ଦଣ୍ଡର ଆବଶ୍ୟକତା ଅଛି:

କୌଣସି କ୍ରେଡିଟ୍ ସୂଚନା କମ୍ପାନୀ କୁ ବ୍ଯାଙ୍କ ନିଜର ଗ୍ରାହକ ମାନଙ୍କର କ୍ରେଡିଟ ସୂଚନା ଦେବାରେ ବିଫଳ ହୋଇଛି।

ଏହି କାର୍ଯ୍ୟାନୁଷ୍ଠାନ, ନିୟାମକ ଅନୁପାଳନରେ ହୋଇଥିବା ତ୍ରୁଟି ଉପରେ ଆଧାରିତ ଏବଂ ଏହାର ଗ୍ରାହକ ମାନଙ୍କ ସହିତ ବ୍ୟାଙ୍କ ଦ୍ୱାରା ହୋଇଥିବା କୌଣସି କାରବାର କିମ୍ବା ଚୁକ୍ତିର ବୈଧତା ଉପରେ ପ୍ରଶ୍ନ କରିବା ଉଦ୍ଧେଶ୍ୟରେ ନୁହେଁ | ଏତଦବ୍ୟତିତ, ଆରବିଆଇ ଦ୍ଵାରା ବ୍ୟାଙ୍କ ଉପରେ ଲଗାଯାଇଥିବା ଆର୍ଥିକ ଜରିମାନା ଅନ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ।

(ପୂନୀତ ପଞ୍ଚୋଲି)
ମୁଖ୍ୟ ମହା ପ୍ରବନ୍ଧକ

ପ୍ରେସ୍ ବିଜ୍ଞପ୍ତି: 2025-2026/389

RbiTtsCommonUtility

प्ले हो रहा है
ଶୁଣନ୍ତୁ

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?