RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

104384403

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଦି ଆସ୍କା କୋଅପରେଟିଭ୍ ସେଣ୍ଟ୍ରାଲ ବ୍ୟାଙ୍କ ଲିମିଟେଡ୍, ଆସ୍କା (ଓଡ଼ିଶା) ଉପରେ ଆର୍ଥିକ ଜରିମାନା ଲାଗୁ

14 ଅଗଷ୍ଟ, 2023

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଦି ଆସ୍କା କୋଅପରେଟିଭ୍ ସେଣ୍ଟ୍ରାଲ ବ୍ୟାଙ୍କ ଲିମିଟେଡ୍, ଆସ୍କା (ଓଡ଼ିଶା) ଉପରେ ଆର୍ଥିକ
ଜରିମାନା ଲାଗୁ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା, 07 ଅଗଷ୍ଟ 2023 ର ଏକ ଆଦେଶ ଅନୁଯାୟୀ, ଦି ଆସ୍କା କୋଅପରେଟିଭ୍ ସେଣ୍ଟ୍ରାଲ ବ୍ୟାଙ୍କ ଲିମିଟେଡ୍, ଆସ୍କା (ଓଡ଼ିଶା) ଉପରେ ଆରବିଆଇ ଦ୍ୱାରା ଜାରି ନିଜ ଗ୍ରାହକଙ୍କୁ ଜାଣନ୍ତୁ (କେଵାଇସି) ନିର୍ଦ୍ଦେଶନାମା, 2016 ପାଳନ ନକରିଥିବା ହେତୁ / ଉଲ୍ଲଂଘନ କରିଥିବା ହେତୁ, 50,000/- (ପଚାଶ ହଜାର ଟଙ୍କା ମାତ୍ର) ଜରିମାନା ଲଗା ଯାଇଅଛି | ବ୍ୟାଙ୍କିଙ୍ଗ ନିୟମାବଳୀ ଅଧିନିୟମ, 1949 ର ଧାରା 47 ଏ (1) (ସି) ସହ ପଠିତ ଧାରା 46 (4) (i) ଏବଂ ଧାରା 56 ଦ୍ୱାରା ପ୍ରଦତ୍ତ କ୍ଷମତା ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା, ଏହି ଜରିମାନା ଲାଗୁ କରାଯାଇଅଛି |

ଏହି ଦଣ୍ଡାଦେଶ, ନିୟମର ପରିଲକ୍ଷିତ ତ୍ରୁଟି ଉପରେ ଆଧାରିତ ଏବଂ ଏହାର ଗ୍ରାହକ ମାନଙ୍କ ସହିତ ବ୍ୟାଙ୍କ ଦ୍ୱାରା ହୋଇଥିବା କୌଣସି କାରବାର କିମ୍ବା ଚୁକ୍ତିର ବୈଧତା ଉପରେ ପ୍ରଯୁଜ୍ୟ ନୁହେଁ |

ପୃଷ୍ଠଭୂମି

31 ମାର୍ଚ୍ଚ 2022 ପର୍ଯ୍ୟନ୍ତ ବ୍ୟାଙ୍କ ର ଆର୍ଥିକ ସ୍ଥିତି ର ନାବାର୍ଡ ଦ୍ଵାରା କରା ଯାଇଥିବା ବୈଧାନିକ ନିରୀକ୍ଷଣ ରିପୋର୍ଟ ଏବଂ ଏହି ରିପୋର୍ଟ ର ସମୀକ୍ଷା ତଥା ଏତଦ ଦ୍ଵାରା ଜଡିତ ପତ୍ରାଳାପରୁ ଏହା ଜଣାପଡିଲା ଯେ ବ୍ୟାଙ୍କ ଖାତାଗୁଡ଼ିକର ବିପଦ ବର୍ଗୀକରଣର ପର୍ଯ୍ୟାୟ ସମୀକ୍ଷା କରିବାରେ ବିଫଳ ହୋଇଥିଲା | ଏହାକୁ ଆଧାର କରି, ବ୍ୟାଙ୍କକୁ ନିର୍ଦ୍ଦେଶନାମା ପାଳନ ନକରିଥିବା ହେତୁ କାହିଁକି ଦଣ୍ଡବିଧାନ କରାଯିବ ନାହିଁ ସେ ସମ୍ପର୍କରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା |

ବ୍ୟାଙ୍କର ଉତ୍ତର, ବ୍ୟକ୍ତିଗତ ଶୁଣାଣି ସମୟରେ କରାଯାଇଥିବା ମୌଖିକ ଉପସ୍ଥାପନା ଏବଂ ଏହା ଦ୍ୱାରା କରାଯାଇଥିବା ଅତିରିକ୍ତ ଦାଖଲ ଉପରେ ବିଚାର କରିବା ପରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସିଦ୍ଧାନ୍ତରେ ଉପନୀତ ହେଲା ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକୁ ପାଳନ ନକରିବାର ଉପରୋକ୍ତ ଅଭିଯୋଗ ଗୁଡିକ ପ୍ରମାଣିତ ହୋଇଛି ଏବଂ ଆର୍ଥିକ ଦଣ୍ଡର ଆବଶ୍ୟକତା ଅଛି|

(ଯୋଗେଶ ଦୟାଳୁ)
ମୁଖ୍ୟ ମହାପ୍ରବନ୍ଧକ ଡ

ପ୍ରେସ୍ ପ୍ରକାଶନୀ: 2023-2024/754

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?