RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

108880587

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଦି ବାଲେଶ୍ୱର ଭଦ୍ରକ ସମବାୟ ବ୍ୟାଙ୍କ ଲିମିଟେଡ୍, ବାଲେଶ୍ୱର (ଓଡ଼ିଶା) ଉପରେ ଆର୍ଥିକ ଜରିମାନା ଲାଗୁ

30 ନୋଵେମ୍ବର, 2023

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଦି ବାଲେଶ୍ୱର ଭଦ୍ରକ ସମବାୟ ବ୍ୟାଙ୍କ ଲିମିଟେଡ୍, ବାଲେଶ୍ୱର (ଓଡ଼ିଶା) ଉପରେ ଆର୍ଥିକ ଜରିମାନା ଲାଗୁ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା, ତା 7 ନଭେମ୍ବର, 2023 ରିଖର ଏକ ଆଦେଶ ଅନୁଯାୟୀ, ଦି ବାଲେଶ୍ୱର ଭଦ୍ରକ ସମବାୟ ବ୍ୟାଙ୍କ ଲିମିଟେଡ୍, ବାଲେଶ୍ୱର (ଓଡ଼ିଶା) ଉପରେ “କ୍ରେଡିଟ୍ ସୂଚନା କମ୍ପାନୀ (CIC)” ଗୁଡିକର ସଦସ୍ୟତା ଉପରେ ଆରବିଆଇ ଦ୍ୱାରା ଜାରୀ କରାଯାଇଥିବା ନିର୍ଦ୍ଦେଶ ଗୁଡିକ ପାଳନ ନକରିଥିବା ହେତୁ 50,000/- (ପଚାଶ ହଜାର ଟଙ୍କା ମାତ୍ର) ଜରିମାନା ଲଗା ଯାଇଅଛି| କ୍ରେଡିଟ୍ ସୂଚନା କମ୍ପାନୀଗୁଡିକ (ନିୟମାବଳୀ) ଅଧିନିୟମ, 2005 ର ଧାରା 25(1) (iii) ସହ ପଠିତ ଧାରା 23 (4) ଦ୍ୱାରା ପ୍ରଦତ୍ତ କ୍ଷମତା ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା, ଏହି ଜରିମାନା ଲାଗୁ କରାଯାଇଅଛି|

ଏହି ଦଣ୍ଡାଦେଶ, ନିୟମର ପରିଲକ୍ଷିତ ତ୍ରୁଟି ଉପରେ ଆଧାରିତ ଏବଂ ଏହାର ଗ୍ରାହକ ମାନଙ୍କ ସହିତ ବ୍ୟାଙ୍କ ଦ୍ୱାରା ହୋଇଥିବା କୌଣସି କାରବାର କିମ୍ବା ଚୁକ୍ତିର ବୈଧତା ଉପରେ ପ୍ରଯୁଜ୍ୟ ନୁହେଁ|

ପୃଷ୍ଠଭୂମି

31 ମାର୍ଚ୍ଚ 2022 ସୁଦ୍ଧା ବ୍ୟାଙ୍କ ର ଆର୍ଥିକ ସ୍ଥିତି ର ନାବାର୍ଡ ଦ୍ଵାରା କରା ଯାଇଥିବା ବୈଧାନିକ ନିରୀକ୍ଷଣ ରିପୋର୍ଟ ଏବଂ ଏହି ରିପୋର୍ଟ ର ସମୀକ୍ଷା ତଥା ଏତଦ ଦ୍ଵାରା ଜଡିତ ପତ୍ରାଳାପରୁ ଏହା ଜଣାପଡିଲା ଯେ ବ୍ୟାଙ୍କ କ୍ରେଡିଟ୍ ସୂଚନା କମ୍ପାନୀ (CIC) ଗୁଡିକ ରେ କ୍ରେଡିଟ୍ ସୂଚନା ଅପଲୋଡ୍ କରିବାରେ ବିଫଳ ହୋଇଥିଲା| ଫଳସ୍ୱରୂପ, ବ୍ୟାଙ୍କକୁ ଉପରୋକ୍ତ ନିର୍ଦ୍ଦେଶକୁ ପାଳନ ନକରିଥିବା ହେତୁ, କାହିଁକି ଦଣ୍ଡବିଧାନ କରାଯିବ ନାହିଁ ସେ ସମ୍ପର୍କରେ ଏକ କାରଣ ଦର୍ଶାଅ (Show Cause) ନୋଟିସ ଜାରି କରାଯାଇଥିଲା|

ବ୍ୟାଙ୍କର ଉତ୍ତର, ବ୍ୟକ୍ତିଗତ ଶୁଣାଣି ସମୟରେ କରାଯାଇଥିବା ମୌଖିକ ଉପସ୍ଥାପନା ଏବଂ ଏହା ଦ୍ୱାରା କରାଯାଇଥିବା ଅତିରିକ୍ତ ଦାଖଲ ଉପରେ ବିଚାର କରିବା ପରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସିଦ୍ଧାନ୍ତରେ ଉପନୀତ ହେଲା ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକୁ ପାଳନ ନକରିବାର ଉପରୋକ୍ତ ଅଭିଯୋଗ ଗୁଡିକ ପ୍ରମାଣିତ ହୋଇଛି ଏବଂ ଆର୍ଥିକ ଦଣ୍ଡର ଆବଶ୍ୟକତା ଅଛି|

(ଯୋଗେଶ ଦୟାଳୁ) 
ମୁଖ୍ୟ ମହାପ୍ରବନ୍ଧକ ଡ

Press Release: 2023-2024/1381

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?