RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

139040748

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ଦି ବରହମପୁର କୋ-ଅପରେଟିଭ୍ ଅର୍ବାନ ବ୍ୟାଙ୍କ ଲିମିଟେଡ୍, ଓଡିଶା ଉପରେ ଆର୍ଥିକ ଜରିମାନା ଲାଗୁ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଫେବୃଆରୀ 11, 2026 ତାରିଖର ଏକ ଆଦେଶ ମାଧ୍ୟମରେ ଦି ବରହମପୁର କୋ-ଅପରେଟିଭ୍ ଅର୍ବାନ ବ୍ୟାଙ୍କ ଲିମିଟେଡ୍, ଓଡିଶା (ବ୍ୟାଙ୍କ) ଉପରେ ଆରବିଆଇ ଦ୍ୱାରା ଜାରି ‘ଏକ୍ସପୋଜର ମାନଦଣ୍ଡଗୁଡିକ ଏବଂ ବୈଧାନିକ / ଅନ୍ୟାନ୍ୟ ପ୍ରତିବନ୍ଧକଗୁଡିକ- ୟୁସିବି’ ସମ୍ବଧିତ କିଛି ନିର୍ଦ୍ଦେଶାବଳୀଗୁଡିକର ପାଳନ ନକରିଥିବା ହେତୁ ₹2 ଲକ୍ଷ (ଦୁଇ ଲକ୍ଷ ଟଙ୍କା ମାତ୍ର) ର ଆର୍ଥିକ ଜରିମାନା ଲାଗୁ କରିଅଛି | ବ୍ୟାଙ୍କିଙ୍ଗ୍ ନିୟନ୍ତ୍ରଣ ଆଇନ, 1949 ର ଧାରା 47 ଏ (1) (ସି) ସହ ପଠିତ ଏହି ଆଇନ ର ଧାରା 46 (4) (i) ଏବଂ ଧାରା 56 ଦ୍ୱାରା ପ୍ରଦତ୍ତ କ୍ଷମତା ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଜରିମାନା ଲାଗୁ କରିଅଛି ।

ବ୍ୟାଙ୍କର ମାର୍ଚ୍ଚ 31, 2025 ର ଆର୍ଥିକ ସ୍ଥିତିକୁ ଆଧାର କରି ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ଵାରା ଏହାର ବୈଧାନିକ ନିରୀକ୍ଷଣ କରାଯାଇଥିଲା। ଆରବିଆଇର ନିର୍ଦ୍ଦେଶାବଳୀ ପାଳନ ନ କରିବାର ପର୍ଯ୍ୟବେକ୍ଷକ ନିର୍ଣ୍ଣୟ ଏବଂ ସେହି ସମ୍ବନ୍ଧିତ ପତ୍ରାଳାପ କୁ ଆଧାର କରି, ବ୍ୟାଙ୍କକୁ ଉକ୍ତ ନିର୍ଦ୍ଦେଶାବଳୀଗୁଡିକର ପାଳନ କରିବାରେ ବିଫଳତା ପାଇଁ କାହିଁକି ଜରିମାନା ଲାଗୁ କରାଯିବ ନାହିଁ ବୋଲି ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା l ନୋଟିସର ବ୍ୟାଙ୍କଠାରୁ ପ୍ରାପ୍ତ ଉତ୍ତରକୁ ବିଚାର କରି, ଆରବିଆଇ , ଅନ୍ୟାନ୍ୟ ବିଷୟ ମଧ୍ୟରେ, ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକୁ ପାଳନ ନକରିବାର ନିମ୍ନଲିଖିତ ଅଭିଯୋଗ ଗୁଡିକ ପ୍ରମାଣିତ ହୋଇଛି ଏବଂ ଆର୍ଥିକ ଜରିମାନାର ଆବଶ୍ୟକତା ରହିଛି:

ବ୍ୟାଙ୍କ ପ୍ରୁଡେନ୍ସିଆଲ୍ ଇଣ୍ଟର-ବ୍ୟାଙ୍କ (ଗ୍ରୋସ୍) ଏକ୍ସପୋଜର୍ ସୀମା ଏବଂ ପ୍ରୁଡେନ୍ସିଆଲ୍ ଇଣ୍ଟର-ବ୍ୟାଙ୍କ କାଉଣ୍ଟର-ପାର୍ଟି ସୀମା ଉଲ୍ଲଂଘନ କରିଥିଲା।

ଏହି କାର୍ଯ୍ୟାନୁଷ୍ଠାନ ନିୟାମକ ଅନୁପାଳନରେ ତ୍ରୁଟି ଉପରେ ଆଧାରିତ ଏବଂ ଏହା ବ୍ୟାଙ୍କ ଦ୍ୱାରା ଗ୍ରାହକମାନଙ୍କ ସହିତ କରାଯାଇଥିବା କୌଣସି କାରବାର କିମ୍ବା ଚୁକ୍ତିନାମାର ବୈଧତା ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା ସହିତ, ଏହି ଆର୍ଥିକ ଜରିମାନା ଲାଗୁ କରିବା ଦ୍ୱାରା ବ୍ୟାଙ୍କ ବିରୁଦ୍ଧରେ ଆରବିଆଇ ଦ୍ୱାରା ଆରମ୍ଭ ହେବାକୁ ଥିବା ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ପ୍ରଭାବିତ ହେବ ନାହିଁ।

 

 (ବ୍ରିଜ ରାଜ)    
ମୁଖ୍ୟ ମହାପ୍ରବନ୍ଧକ

ପ୍ରେସ୍ ବିଜ୍ଞପ୍ତି: 2025-2026/2100

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?