RbiSearchHeader

Press escape key to go back

Past Searches

Theme
Theme
Text Size
Text Size
S2

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

104381763

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ବ୍ରହ୍ମପୁର କୋଅପରେଟିଭ୍ ଅର୍ବାନ ବ୍ୟାଙ୍କ ଲିମିଟେଡ୍, ଓଡିଶା ଉପରେ ଆର୍ଥିକ ଜରିମାନା ଲାଗୁ

26 ଜୁନ୍, 2023

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ବ୍ରହ୍ମପୁର କୋଅପରେଟିଭ୍ ଅର୍ବାନ ବ୍ୟାଙ୍କ ଲିମିଟେଡ୍, ଓଡିଶା ଉପରେ ଆର୍ଥିକ ଜରିମାନା ଲାଗୁ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା, 21 ଜୁନ 2023 ର ଏକ ଆଦେଶ ଅନୁଯାୟୀ, ବ୍ରହ୍ମପୁର କୋଅପରେଟିଭ୍ ଅର୍ବାନ ବ୍ୟାଙ୍କ ଲିମିଟେଡ୍,, ଓଡିଶା (ବ୍ୟାଙ୍କ) ଉପରେ ଆରବିଆଇ ଦ୍ୱାରା ଜାରି ‘ଏକ୍ସପୋଜର ମାନଦଣ୍ଡ ଏବଂ ବିଧିଗତ / ଅନ୍ୟାନ୍ୟ ପ୍ରତିବନ୍ଧକ - ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ’ ଏବଂ ନିଜ ଗ୍ରାହକଙ୍କୁ ଜାଣନ୍ତୁ (KYC) ନିର୍ଦ୍ଦେଶନାମା ନିର୍ଦ୍ଦେଶାବଳୀ ପାଳନ ନକରିଥିବା ହେତୁ/ ଉଲ୍ଲଂଘନ କରିଥିବା ହେତୁ, 1.00 ଲକ୍ଷ (ଏକ ଲକ୍ଷ ଟଙ୍କା ମାତ୍ର) ଜରିମାନା ଲଗା ଯାଇଅଛି| ବ୍ୟାଙ୍କିଙ୍ଗ ନିୟମାବଳୀ ଅଧିନିୟମ, 1949 ର ଧାରା 47 ଏ (1) (ସି) ସହ ପଠିତ ଧାରା 46 (4) (i) ଏବଂ ଧାରା 56 ଦ୍ୱାରା ପ୍ରଦତ୍ତ କ୍ଷମତା ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା, ଉପୋରକ୍ତ ନିର୍ଦେଶାବଳୀକୁ ପାଳନ କରିବାରେ ବ୍ୟାଙ୍କର ବିଫଳତାକୁ ଧ୍ୟାନରେ ରଖି, ଏହି ଜରିମାନା ଲାଗୁ କରାଯାଇଅଛି|

ଏହି ଦଣ୍ଡାଦେଶ, ନିୟମର ପରିଲକ୍ଷିତ ତ୍ରୁଟି ଉପରେ ଆଧାରିତ ଏବଂ ଏହାର ଗ୍ରାହକ ମାନଙ୍କ ସହିତ ବ୍ୟାଙ୍କ ଦ୍ୱାରା ହୋଇଥିବା କୌଣସି କାରବାର କିମ୍ବା ଚୁକ୍ତିର ବୈଧତା ଉପରେ ପ୍ରଯୁଜ୍ୟ ନୁହେଁ|

ପୃଷ୍ଠଭୂମି

31 ମାର୍ଚ୍ଚ 2022 ର ବ୍ୟାଙ୍କର ଆର୍ଥିକ ସ୍ଥିତି ଆଧାରିତ ନିରୀକ୍ଷଣ ରିପୋର୍ଟରୁ ଏହା ଜଣାପଡିଲା ଯେ ବ୍ୟାଙ୍କ (i) ଭାରତୀୟ ରିଜର୍ଭ ବ୍ୟାଙ୍କର ବିବେକପୂର୍ଣ୍ଣ ଅନ୍ତ ବ୍ୟାଙ୍କ (ସମୁଦାୟ) ନିବେଶ ସୀମା ଏବଂ ବିବେକପୂର୍ଣ୍ଣ ଅନ୍ତ ବ୍ୟାଙ୍କ କାଉଣ୍ଟର ପାର୍ଟୀ ସୀମା ନିର୍ଦେଶନାମା ସୁନିଶ୍ଚିତ କରିବାରେ ବିଫଳ ହୋଇଥିଲା (ii) ଗ୍ରାହକ ମାନଙ୍କୁ ୟୁନିକ ଗ୍ରାହକ ପରିଚୟ କୋଡ଼ (UCIC) ପ୍ରଦାନ କରିବାରେ ବିଫଳ ହୋଇଥିଲା (iii) ଖାତାଗୁଡ଼ିକର ବିପଦ ବର୍ଗୀକରଣର ପର୍ଯ୍ୟାୟ ସମୀକ୍ଷା ପାଇଁ କୌଣସି ସିଷ୍ଟମ୍ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିଲା। ଏହାକୁ ଆଧାର କରି, ବ୍ୟାଙ୍କକୁ ନିର୍ଦ୍ଦେଶନାମା ପାଳନ ନକରିଥିବା ହେତୁ କାହିଁକି ଦଣ୍ଡବିଧାନ କରାଯିବ ନାହିଁ ସେ ସମ୍ପର୍କରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା|

ବ୍ୟାଙ୍କର ଉତ୍ତର, ବ୍ୟକ୍ତିଗତ ଶୁଣାଣି ସମୟରେ କରାଯାଇଥିବା ମୌଖିକ ଉପସ୍ଥାପନା ଏବଂ ଏହା ଦ୍ୱାରା କରାଯାଇଥିବା ଅତିରିକ୍ତ ଦାଖଲ ଉପରେ ବିଚାର କରିବା ପରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସିଦ୍ଧାନ୍ତରେ ଉପନୀତ ହେଲା ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକୁ ପାଳନ ନକରିବାର ଉପରୋକ୍ତ ଅଭିଯୋଗ ଗୁଡିକ ପ୍ରମାଣିତ ହୋଇଛି ଏବଂ ଆର୍ଥିକ ଦଣ୍ଡର ଆବଶ୍ୟକତା ଅଛି|

(ଯୋଗେଶ ଦିନଲ)    
ମୁଖ୍ୟ ଜେନେରାଲ ମ୍ୟାନେଜର

ପ୍ରେସ ବିଜ୍ଞପ୍ତି: 2023-2024/469

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app

RbiWasItHelpfulUtility

ଏହି ପେଜ୍ ସହାୟକ ଥିଲା କି?