RbiSearchHeader

Press escape key to go back

Past Searches

rbi.page.title.1
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

109922293

ଭାରତୀୟ ରିଜର୍ଭ ବ୍ୟାଙ୍କ ଦି କୋଅପରେଟିଭ୍ ଅର୍ବାନ ବ୍ୟାଙ୍କ ଲିମିଟେଡ୍, ପାରଳାଖେମୁଣ୍ଡି (ଓଡିଶା) ଉପରେ ଆର୍ଥିକ ଜରିମାନା ଲାଗୁ କରିଛି

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା, ତା. 07 ଡିସେମ୍ବର 2023 ରିଖ ର ଏକ ଆଦେଶ ଅନୁଯାୟୀ, ଦି କୋଅପରେଟିଭ୍ ଅର୍ବାନ ବ୍ୟାଙ୍କ ଲିମିଟେଡ୍, ପାରଳାଖେମୁଣ୍ଡି (ବ୍ୟାଙ୍କ) ଉପରେ ଆରବିଆଇ ଦ୍ୱାରା ଜାରି ‘କ୍ରେଡିଟ୍ ସୂଚନା କମ୍ପାନୀଗୁଡିକର(CICs) ସଦସ୍ୟତା’ ଏବଂ ‘ଏକ୍ସପୋଜର ଆଦର୍ଶ ଏବଂ ବିଧିଗତ / ଅନ୍ୟାନ୍ୟ ପ୍ରତିବନ୍ଧକ – ୟୁସିବି’ ନିର୍ଦ୍ଦେଶନାମା ଗୁଡିକୁ ପାଳନ ନକରିଥିବା ହେତୁ ₹1.50 ଲକ୍ଷ (ଦେଢ ଲକ୍ଷ ଟଙ୍କା ମାତ୍ର) ଜରିମାନା କରାଯାଇଅଛି | କ୍ରେଡିଟ୍ ସୂଚନା କମ୍ପାନୀଗୁଡିକ (ନିୟମାବଳୀ) ଅଧିନିୟମ, 2005 ର ଧାରା 25(1)(iii) ସହ ପଠିତ ଧାରା 23(4) ଏବଂ ବ୍ୟାଙ୍କ ନିୟମାବଳୀ ଅଧିନିୟମ, 1949 ର ଧାରା 47 ଏ (1) (ସି) ସହ ପଠିତ ଧାରା 46 (4) (i) ଓ ଧାରା 56 ଦ୍ୱାରା ପ୍ରଦତ୍ତ କ୍ଷମତା ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଏହି ଜରିମାନା ଲାଗୁ କରାଯାଇଅଛି

ଏହି କାର୍ଯ୍ୟ, ନିୟମ ଅନୁପାଳନରେ ଥିବା ତ୍ରୁଟି ଉପରେ ଆଧାରିତ ଏବଂ ଏହା ଗ୍ରାହକ ମାନଙ୍କ ସହିତ ବ୍ୟାଙ୍କ ଦ୍ୱାରା ହୋଇଥିବା କୌଣସି କାରବାର କିମ୍ବା ଚୁକ୍ତିନାମାର ବୈଧତା ଉପରେ ପ୍ରଶ୍ନ କରିବା ପାଇଁ ଉଦ୍ଧିଷ୍ଟ ନୁହେଁ

ପୃଷ୍ଠଭୂମି

31 ମାର୍ଚ୍ଚ 2022 ସୁଦ୍ଧା ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ନେଇ ଆରବିଆଇ ଦ୍ଵାରା କରାଯାଇଥିବା ବିଧିଗତ ନିରୀକ୍ଷଣ,ଏବଂ ନିରୀକ୍ଷଣ ରିପୋର୍ଟ ଓ ବିପଦ ମୂଲ୍ୟାଙ୍କନ ରିପୋର୍ଟ ର ଯାଞ୍ଚ ଏବଂ ଏଥିଜନିତ ସମସ୍ତ ପତ୍ରାଚାର ରୁ ଏହା ଜଣାପଡିଲା ଯେ ବ୍ୟାଙ୍କ (i) କ୍ରେଡିଟ୍ ସୂଚନା କମ୍ପାନୀଗୁଡିକୁ କ୍ରେଡିଟ୍ ସୂଚନା ଅପଲୋଡ୍ କରିବାରେ ବିଫଳ ହେଇଥିଲା, (ii) ବିବେକପୂର୍ଣ୍ଣ ଅନ୍ତର୍ବ୍ୟାଙ୍କ (ସକଳ ) ଏକ୍ସପୋଜର ସୀମାର ଉଲ୍ଲଂଘନ କରିଥିଲା; ଏବଂ (iii) ବିବେକପୂର୍ଣ୍ଣ ପ୍ରତିପକ୍ଷ ଅନ୍ତର୍ବ୍ୟାଙ୍କ ଏକ୍ସପୋଜର ସୀମାର ଉଲ୍ଲଂଘନ କରିଥିଲା। ଫଳସ୍ୱରୂପ, ଉପରୋକ୍ତ ନିର୍ଦ୍ଦେଶଗୁଡିକ ପାଳନ ନକରିବାରୁ କାହିଁକି ଦଣ୍ଡବିଧାନ କରାଯିବ ନାହିଁ ସେ ସମ୍ବନ୍ଧରେ କାରଣ ଦର୍ଶାଇବାକୁ ବ୍ୟାଙ୍କକୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା

ବ୍ୟାଙ୍କର ବିଜ୍ଞପ୍ତିର ଉତ୍ତର, ବ୍ୟକ୍ତିଗତ ଶୁଣାଣି ସମୟରେ ଦିଆଯାଇଥିବା ମୌଖିକ ଉପସ୍ଥାପନା ଏବଂ ଏହା ଦ୍ୱାରା ଦିଆଯାଇଥିବା ଅତିରିକ୍ତ ଦାଖଲ ଉପରେ ବିଚାର କରିବା ପରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକୁ ପାଳନ ନକରିବାର ଉପରୋକ୍ତ ଅଭିଯୋଗ ଗୁଡିକ ପ୍ରମାଣିତ ହୋଇଛି ଏବଂ ଆର୍ଥିକ ଦଣ୍ଡର ଆବଶ୍ୟକତା ଅଛି

(ଯୋଗେଶ ଦୟାଳୁ)  
ମୁଖ୍ୟ ଜେନେରାଲ ମ୍ୟାନେଜର

Press Release: 2023-2024/1616

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?