RbiSearchHeader

Press escape key to go back

Past Searches

Theme
Theme
Text Size
Text Size
S2

Notification Marquee

RBI Announcements
RBI Announcements

Asset Publisher

132163504

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଦି କୋ-ଅପରେଟିଭ୍ ଅର୍ବାନ ବ୍ୟାଙ୍କ ଲିମିଟେଡ୍, ପାରଳାଖେମୁଣ୍ଡି ଉପରେ ଆର୍ଥିକ ଜରିମାନା ଲାଗୁ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା, 13 ମାର୍ଚ୍ଚ 2025 ର ଏକ ଆଦେଶ ଅନୁଯାୟୀ, ଦି କୋ-ଅପରେଟିଭ୍ ଅର୍ବାନ ବ୍ୟାଙ୍କ ଲିମିଟେଡ୍, ପାରଳାଖେମୁଣ୍ଡି (ବ୍ୟାଙ୍କ) ଉପରେ ଆରବିଆଇ ଦ୍ୱାରା ଜାରି “କୋ-ଅପରେଟିଭ୍ ବ୍ୟାଙ୍କଗୁଡ଼ିକ ଦ୍ୱାରା କ୍ରେଡିଟ୍ ସୂଚନା କମ୍ପାନୀ (CICs) ର ସଦସ୍ୟତା” ଏବଂ “ଏକ୍ସପୋଜର ଏବଂ ବିଧିଗତ / ଅନ୍ୟାନ୍ୟ ପ୍ରତିବନ୍ଧକ - ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ” ସମ୍ବଧିତ ନିର୍ଦ୍ଦେଶାବଳୀ ପାଳନ ନକରିଥିବା ହେତୁ, ₹2.70 ଲକ୍ଷ (ଦୁଇ ଲକ୍ଷ ସତୁରି ହଜାର ଟଙ୍କା ମାତ୍ର) ଜରିମାନା ଲଗା ଯାଇଅଛି | ବ୍ୟାଙ୍କିଙ୍ଗ ନିୟମାବଳୀ ଅଧିନିୟମ, 1949 ର ଧାରା 47 ଏ (1) (ସି) ସହ ପଠିତ ଧାରା 46 (4) (i) ଏବଂ 56 ଏବଂ କ୍ରେଡିଟ୍ ସୂଚନା କମ୍ପାନୀ (ଅଧିନିୟମ) ନିୟମାବଳୀ, 2005 ର ଧାରା 25 ଦ୍ୱାରା ପ୍ରଦତ୍ତ କ୍ଷମତା ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଜରିମାନା ଲାଗୁ କରିଅଛି ।

31 ମାର୍ଚ୍ଚ 2024 ଆର୍ଥିକ ସ୍ଥିତି ଆଧାରରେ ଆରବିଆଇ ଦ୍ଵାରା ବ୍ୟାଙ୍କର ବିଧିଗତ ନିରୀକ୍ଷଣ କରାଯାଇଥିଲା । ପର୍ଯ୍ୟବେକ୍ଷକ ଫଳାଫଳ ଏବଂ ସେହି ସମ୍ବନ୍ଧରେ ସମ୍ପୃକ୍ତ ପତ୍ରାଳାପ ଆଧାରରେ, ଆରବିଆଇର ନିର୍ଦ୍ଦେଶନାମାକୁ ପାଳନ କରିବାରେ ବିଫଳ ହେତୁ କାହିଁକି ଏହା ଉପରେ ଦଣ୍ଡବିଧାନ କରାଯିବ ନାହିଁ ସେଥିପାଇଁ ବ୍ୟାଙ୍କକୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ବ୍ୟାଙ୍କର ଉତ୍ତର ଏବଂ ବ୍ୟକ୍ତିଗତ ଶୁଣାଣି ସମୟରେ କରାଯାଇଥିବା ମୌଖିକ ଉପସ୍ଥାପନା ଉପରେ ବିଚାର କରିବା ପରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକୁ ପାଳନ ନକରିବାର ଉପରୋକ୍ତ ଅଭିଯୋଗ ଗୁଡିକ ପ୍ରମାଣିତ ହୋଇଛି ଏବଂ ଆର୍ଥିକ ଦଣ୍ଡର ଆବଶ୍ୟକତା ଅଛି।

ବ୍ୟାଙ୍କ:

  1. ପ୍ରୁଡେନ୍ସିଆଲ୍ ଇଣ୍ଟର-ବ୍ୟାଙ୍କ (ଗ୍ରସ୍) ଏବଂ କାଉଣ୍ଟର-ପାର୍ଟି ଏକ୍ସପୋଜର୍ ସୀମା ଉଲ୍ଲଂଘନ କରିଛି।
  2. ଦୁଇଟି CIC ର ସଦସ୍ୟତା ନେବାରେ ବିଫଳ ହୋଇଛି।


ଏହି ଦଣ୍ଡାଦେଶ, ନିୟମର ପରିଲକ୍ଷିତ ତ୍ରୁଟି ଉପରେ ଆଧାରିତ ଏବଂ ଏହାର ଗ୍ରାହକ ମାନଙ୍କ ସହିତ ବ୍ୟାଙ୍କ ଦ୍ୱାରା ହୋଇଥିବା କୌଣସି କାରବାର କିମ୍ବା ଚୁକ୍ତିର ବୈଧତା ଉପରେ ପ୍ରଯୁଜ୍ୟ ନୁହେଁ | ଅଧିକନ୍ତୁ, ଏହି ଜରିମାନା ଲାଗୁ ସତ୍ବେ ପକ୍ଷପାତ ନକରି ବ୍ୟାଙ୍କ ବିରୋଧରେ ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଆରବିଆଇ ଦ୍ୱାରା ନିଆଯାଇପାରେ ।

(ପୂନୀତ ପଞ୍ଚୋଲି) 
ମୁଖ୍ୟ ମହା ପ୍ରବନ୍ଧକ

ପ୍ରେସ୍ ରିଲିଜ୍ : 2024-2025/2478

RbiTtsCommonUtility

प्ले हो रहा है
ଶୁଣନ୍ତୁ

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app