RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

131327259

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଲିମିଟେଡ୍ ଉପରେ ଆର୍ଥିକ ଜରିମାନା ଲାଗୁ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), 28 ଜାନୁଆରୀ, 2025 ର ଏକ ଆଦେଶ ଅନୁଯାୟୀ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଲିମିଟେଡ୍ ଉପରେ ବ୍ୟାଙ୍କିଙ୍ଗ ନିୟମାବଳୀ ଅଧିନିୟମ, 1949 (ବିଆର୍ ଅଧିନିୟମ) ର ଧାରା 9 ଏବଂ ଧାରା 26A ନିର୍ଦ୍ଦେଶନାମା ପାଳନ ନକରିଥିବା ହେତୁ, ₹4.00 ଲକ୍ଷ (ଚାରି ଲକ୍ଷ ଟଙ୍କା ମାତ୍ର) ଜରିମାନା ଲଗା ଯାଇଅଛି | ବ୍ୟାଙ୍କିଙ୍ଗ ନିୟମାବଳୀ ଅଧିନିୟମ, 1949 ର ଧାରା 47 ଏ (1) (ସି) ସହ ପଠିତ ଧାରା 46 (4) (i) ଏବଂ ଧାରା 56 ଦ୍ୱାରା ପ୍ରଦତ୍ତ କ୍ଷମତା ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା, ଏହି ଜରିମାନା ଲାଗୁ କରାଯାଇଅଛି |

31 ମାର୍ଚ୍ଚ 2023 ର ବ୍ୟାଙ୍କର ଆର୍ଥିକ ସ୍ଥିତି ଆଧାରରେ ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ଦ୍ୱାରା ବ୍ୟାଙ୍କର ବୈଧାନିକ ନିରୀକ୍ଷଣ କରାଯାଇଥିଲା। ପର୍ଯ୍ୟବେକ୍ଷଣ ଅନୁସନ୍ଧାନ ଉପରେ ଆଧାର କରି ବୈଧାନିକ ବ୍ୟବସ୍ଥାର ଉଲ୍ଲଂଘନ ଯୋଗୁ ବ୍ଯାଙ୍କକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା, ଯେଉଁଥିରେ ବ୍ଯାଙ୍କକୁ ବ୍ୟାଙ୍କିଙ୍ଗ ନିୟମାବଳୀ ଅଧିନିୟମ, 1949 ପାଳନ ନକରିଥିବାରୁ କାହିଁକି ଦଣ୍ଡବିଧାନ କରାଯିବ ନାହିଁ ସେ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଥିଲା । ବ୍ୟାଙ୍କର ନୋଟିସର ଉତ୍ତର ଏବଂ ବ୍ୟକ୍ତିଗତ ଶୁଣାଣି ସମୟରେ କରାଯାଇଥିବା ମୌଖିକ ଉପସ୍ଥାପନାକୁ ବିଚାର କରି, ଆରବିଆଇ ଜାଣିବାକୁ ପାଇଲେ ଯେ ବ୍ୟାଙ୍କ ବିରୋଧରେ ନିମ୍ନଲିଖିତ ଅଭିଯୋଗ ବଳବତ୍ତର ରହିଥିଲା, ଯେଉଁଥିପାଇଁ ଆର୍ଥିକ ଦଣ୍ଡର ଆବଶ୍ୟକତା ଅଛି:

ବ୍ୟାଙ୍କ:

  1. ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କିଛି ଅଣ-ବ୍ୟାଙ୍କିଙ୍ଗ ସମ୍ପତ୍ତିର ନିଷ୍ପାଦନ କରିବାରେ ବିଫଳ ହୋଇଛି; ଏବଂ
  2. ନିର୍ଦ୍ଧାରିତ ସମୟ ମଧ୍ୟରେ ଯୋଗ୍ୟ ଅଣଦାବି ରାଶିକୁ ଜମାକାରୀ ଶିକ୍ଷା ଏବଂ ସଚେତନତା ପାଣ୍ଠିକୁ ସ୍ଥାନାନ୍ତର କରିବାରେ ବିଫଳ ହୋଇଛି |

ଏହି କାର୍ଯ୍ୟାନୁଷ୍ଠାନ, ନିୟାମକ ଅନୁପାଳନରେ ହୋଇଥିବା ତ୍ରୁଟି ଉପରେ ଆଧାରିତ ଏବଂ ଏହାର ଗ୍ରାହକ ମାନଙ୍କ ସହିତ ବ୍ୟାଙ୍କ ଦ୍ୱାରା ହୋଇଥିବା କୌଣସି କାରବାର କିମ୍ବା ଚୁକ୍ତିର ବୈଧତା ଉପରେ ପ୍ରଶ୍ନ କରିବା ଉଦ୍ଧେଶ୍ୟରେ ନୁହେଁ | ଏତଦବ୍ୟତିତ, ଆରବିଆଇ ଦ୍ଵାରା ବ୍ୟାଙ୍କ ଉପରେ ଲଗାଯାଇଥିବା ଆର୍ଥିକ ଜରିମାନା ଅନ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ।

(ପୂନୀତ ପଞ୍ଚୋଲି)
ମୁଖ୍ୟ ମହା ପ୍ରବନ୍ଧକ

ପ୍ରେସ୍ ରିଲିଜ୍: 2024-2025/2042

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?