ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଲିମିଟେଡ୍, ଓଡ଼ିଶା ଉପରେ ଆର୍ଥିକ ଜୋରିମନା ଲାଗୁ
|
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ),13 ନଭେମ୍ବର 2024 ର ଏକ ଆଦେଶ ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଲିମିଟେଡ୍, ଓଡ଼ିଶା ଉପରେ ବ୍ୟାଙ୍କିଙ୍ଗ ନିୟମାବଳୀ ଅଧିନିୟମ, 1949 (ବିଆର୍ ଅଧିନିୟମ) ର ଧାରା 20, ଧାରା 26 ଏ ସହ ପଠିତ ଧାରା 56 ଏବଂ ଆରବିଆଇ ଦ୍ୱାରା ଜାରି ନିଜ ଗ୍ରାହକଙ୍କୁ ଜାଣନ୍ତୁ (KYC) ମାଷ୍ଟର ନିର୍ଦ୍ଦେଶନାମା ପାଳନ ନକରିଥିବା ହେତୁ, ₹3.00/- ଲକ୍ଷ (ତିନି ଲକ୍ଷ ଟଙ୍କା ମାତ୍ର) ଜୋରିମନା ଲଗା ଯାଇଅଛି | ବ୍ୟାଙ୍କିଙ୍ଗ ନିୟମାବଳୀ ଅଧିନିୟମ, 1949 ର ଧାରା 47 ଏ (1) (ସି) ସହ ପଠିତ ଧାରା 46 (4) (i) ଏବଂ ଧାରା 56 ଦ୍ୱାରା ପ୍ରଦତ୍ତ କ୍ଷମତା ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା,ଏହି ଜୋରିମନା ଲାଗୁ କରାଯାଇଅଛି | 31 ମାର୍ଚ୍ଚ 2023 ର ବ୍ୟାଙ୍କର ଆର୍ଥିକ ସ୍ଥିତି ଆଧାରରେ ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ଦ୍ୱାରା ବ୍ୟାଙ୍କର ବୈଧାନିକ ନିରୀକ୍ଷଣ କରାଯାଇଥିଲା। ପର୍ଯ୍ୟବେକ୍ଷଣ ଅନୁସନ୍ଧାନ ଉପରେ ଆଧାର କରି ବୈଧାନିକ ବ୍ୟବସ୍ଥାର ଉଲ୍ଲଂଘନ/ ଆରବିଆଇ ନିର୍ଦ୍ଦେଶାବଳୀ ପାଳନ ନ କରିବା ହେତୁ, ବ୍ଯାଙ୍କକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା, ଯେଉଁଥିରେ ବ୍ଯାଙ୍କକୁ ବ୍ୟାଙ୍କିଙ୍ଗ ନିୟମାବଳୀ ଅଧିନିୟମ, 1949 ଏବଂ ଆରବିଆଇ ନିର୍ଦ୍ଦେଶନାମାକୁ ପାଳନ ନକରିଥିବାରୁ କାହିଁକି ଦଣ୍ଡବିଧାନ କରାଯିବ ନାହିଁ ସେ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଥିଲା । ବ୍ୟାଙ୍କର ନୋଟିସର ଉତ୍ତର ଏବଂ ବ୍ୟକ୍ତିଗତ ଶୁଣାଣି ସମୟରେ କରାଯାଇଥିବା ମୌଖିକ ଉପସ୍ଥାପନାକୁ ବିଚାର କରି, ଆରବିଆଇ ଜାଣିବାକୁ ପାଇଲା ଯେ ବ୍ୟାଙ୍କ ବିରୋଧରେ ନିମ୍ନଲିଖିତ ଅଭିଯୋଗ ବଳବତ୍ତର ରହିଥିଲା, ଯୋଉଁଥିପାଇଁ ଆର୍ଥିକ ଦଣ୍ଡର ଆବଶ୍ୟକତା ଅଛି: ବ୍ୟାଙ୍କ: i. ଏହାର ନିର୍ଦ୍ଦେଶକମାନଙ୍କୁ କେତେକ ଋଣ ମଞ୍ଜୁର କରିଥିଲା; ii. ଯୋଗ୍ୟ ଅଣଦାବି ରାଶି ଜମାକାରୀ ଶିକ୍ଷା ଓ ସଚେତନତା (ଡି.ଇ.ଏ.) ପାଣ୍ଠି କୁ ହସ୍ତାନ୍ତର କରିନଥିଲା; ଏବଂ iii. କେତେକ ନୂତନ ଆକାଉଣ୍ଟ ଖୋଲିବା ସମୟରେ ଉପଯୁକ୍ତ ଗ୍ରାହକ ସତର୍କତା ପ୍ରକ୍ରିୟା ଅନୁସରଣ କରିବାରେ ବିଫଳ ହୋଇଥିଲା। ଏହି କାର୍ଯ୍ୟାନୁଷ୍ଠାନ, ନିୟାମକ ଅନୁପାଳନରେ ହୋଇଥିବା ତ୍ରୁଟି ଉପରେ ଆଧାରିତ ଏବଂ ଏହାର ଗ୍ରାହକ ମାନଙ୍କ ସହିତ ବ୍ୟାଙ୍କ ଦ୍ୱାରା ହୋଇଥିବା କୌଣସି କାରବାର କିମ୍ବା ଚୁକ୍ତିର ବୈଧତା ଉପରେ ପ୍ରଶ୍ନ କରିବା ଉଦ୍ଦେଶ୍ୟରେ ନୁହେଁ | ଏତଦବ୍ୟତିତ, ଆରବିଆଇ ଦ୍ଵାରା ବ୍ୟାଙ୍କ ଉପରେ ଲଗାଯାଇଥିବା ଆର୍ଥିକ ଜୋରିମନା ଅନ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ । (ପୁନୀତ ପଞ୍ଚୋଲି) ପ୍ରେସ୍ ରିଲିଜ୍ : 2024-2025/1550 |
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: