RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

134689701

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ଦି ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍, କଟକ, ଓଡିଶା ଉପରେ ଆର୍ଥିକ ଜରିମାନା ଲାଗୁ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା, ତା. 01 ସେପ୍ଟେମ୍ବର 2025 ରିଖର ଏକ ଆଦେଶ ଅନୁଯାୟୀ, ଦି ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍, କଟକ, ଓଡିଶା (ବ୍ୟାଙ୍କ) ଉପରେ ଆରବିଆଇ ଦ୍ୱାରା ଜାରି କରାଯାଇଥିବା ‘ନିଜ ଗ୍ରାହକଙ୍କୁ ଜାଣନ୍ତୁ (KYC)’ ସମ୍ବଧିତ କିଛି ନିର୍ଦ୍ଦେଶାବଳୀ ପାଳନ ନକରିଥିବା ହେତୁ ₹4.50 ଲକ୍ଷ (ଚାରି ଲକ୍ଷ ପଚାଶ ହଜାର ଟଙ୍କା ମାତ୍ର) ର ଆର୍ଥିକ ଜରିମାନା ଲଗା ଯାଇଅଛି। ବ୍ୟାଙ୍କିଙ୍ଗ ନିୟମାବଳୀ ଅଧିନିୟମ, 1949 ର ଧାରା 47 ଏ (1) (ସି) ସହ ପଠିତ ଧାରା 46 (4) (i) ଏବଂ 56 ର ବ୍ୟବସ୍ଥା ଅନୁଯାୟୀ ଆରବିଆଇ କୁ ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି ଏହି ଦଣ୍ଡ ଲାଗୁ କରାଯାଇଛି।

31 ମାର୍ଚ୍ଚ 2024 ତାରିଖରେ ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ନେଇ ଆରବିଆଇ ଦ୍ଵାରା ବ୍ୟାଙ୍କର ବିଧିଗତ ନିରୀକ୍ଷଣ କରାଯାଇଥିଲା। ଆରବିଆଇ ନିର୍ଦ୍ଦେଶାବଳୀର ପାଳନ ନକରିବାର ପର୍ଯ୍ୟବେକ୍ଷଣୀୟ ନିଷ୍କର୍ଷ ଏବଂ ଏହି ସମ୍ବନ୍ଧୀୟ ପତ୍ରାଳାପ ଆଧାରରେ, ବ୍ୟାଙ୍କକୁ ଏକ ନୋଟିସ୍ ଜାରି କରାଯାଇଥିଲା ଯେଉଁଥିରେ ଉକ୍ତ ନିର୍ଦ୍ଦେଶାବଳୀ ପାଳନ କରିବାରେ ବିଫଳତା ପାଇଁ କାହିଁକି ତାଙ୍କ ଉପରେ ଦଣ୍ଡ ଲାଗୁ କରାଯିବ ନାହିଁ ତାହାର କାରଣ ଦର୍ଶାଇବାକୁ ପରାମର୍ଶ ଦିଆଯାଇଥିଲା। ନୋଟିସର ବ୍ୟାଙ୍କର ଉତ୍ତର, ବ୍ୟକ୍ତିଗତ ଶୁଣାଣି ସମୟରେ କରାଯାଇଥିବା ମୌଖିକ ଉପସ୍ଥାପନ ଏବଂ ଏହା ଦ୍ୱାରା କରାଯାଇଥିବା ଅତିରିକ୍ତ ଉପସ୍ଥାପନ ଉପରେ ବିଚାର କରିବା ପରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକୁ ପାଳନ ନକରିବାର ନିମ୍ନଲିଖିତ ଅଭିଯୋଗ ପ୍ରମାଣିତ ହୋଇଛି, ଯାହା ଦ୍ଵାରା ଆର୍ଥିକ ଦଣ୍ଡ ଲାଗୁ ହେବାର ଆବଶ୍ୟକତା ଅଛି।

ଗ୍ରାହକଙ୍କର KYC ରେକର୍ଡ଼ଗୁଡ଼ିକୁ କେନ୍ଦ୍ରୀୟ KYC ରେକର୍ଡ୍ ରେଜିଷ୍ଟ୍ରି (CKYCR) ରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅପଲୋଡ୍ କରିବାରେ ବ୍ୟାଙ୍କ ବିଫଳ ହୋଇଥିଲା।

ଏହି ଦଣ୍ଡାଦେଶ, ନିୟମର ପରିଲକ୍ଷିତ ତ୍ରୁଟି ଉପରେ ଆଧାରିତ ଏବଂ ଏହାର ଗ୍ରାହକ ମାନଙ୍କ ସହିତ ବ୍ୟାଙ୍କ ଦ୍ୱାରା ହୋଇଥିବା କୌଣସି କାରବାର କିମ୍ବା ଚୁକ୍ତିର ବୈଧତା ଉପରେ ପ୍ରଯୁଜ୍ୟ ନୁହେଁ | ଅଧିକନ୍ତୁ, ଏହି ଜରିମାନା ଲାଗୁ ସତ୍ବେ ପକ୍ଷପାତ ନକରି ବ୍ୟାଙ୍କ ବିରୋଧରେ ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଆରବିଆଇ ଦ୍ୱାରା ନିଆଯାଇପାରେ ।

(ପୁନୀତ ପଞ୍ଚୋଲୀ)
ମୁଖ୍ୟ ମହାପ୍ରବନ୍ଧକ 

ପ୍ରେସ୍ ବିଜ୍ଞପ୍ତି: 2025-2026/1039

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?