ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ଦି ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍, କଟକ, ଓଡିଶା ଉପରେ ଆର୍ଥିକ ଜରିମାନା ଲାଗୁ - ଆରବିଆଇ - Reserve Bank of India
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ଦି ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍, କଟକ, ଓଡିଶା ଉପରେ ଆର୍ଥିକ ଜରିମାନା ଲାଗୁ
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା, ତା. 01 ସେପ୍ଟେମ୍ବର 2025 ରିଖର ଏକ ଆଦେଶ ଅନୁଯାୟୀ, ଦି ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍, କଟକ, ଓଡିଶା (ବ୍ୟାଙ୍କ) ଉପରେ ଆରବିଆଇ ଦ୍ୱାରା ଜାରି କରାଯାଇଥିବା ‘ନିଜ ଗ୍ରାହକଙ୍କୁ ଜାଣନ୍ତୁ (KYC)’ ସମ୍ବଧିତ କିଛି ନିର୍ଦ୍ଦେଶାବଳୀ ପାଳନ ନକରିଥିବା ହେତୁ ₹4.50 ଲକ୍ଷ (ଚାରି ଲକ୍ଷ ପଚାଶ ହଜାର ଟଙ୍କା ମାତ୍ର) ର ଆର୍ଥିକ ଜରିମାନା ଲଗା ଯାଇଅଛି। ବ୍ୟାଙ୍କିଙ୍ଗ ନିୟମାବଳୀ ଅଧିନିୟମ, 1949 ର ଧାରା 47 ଏ (1) (ସି) ସହ ପଠିତ ଧାରା 46 (4) (i) ଏବଂ 56 ର ବ୍ୟବସ୍ଥା ଅନୁଯାୟୀ ଆରବିଆଇ କୁ ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି ଏହି ଦଣ୍ଡ ଲାଗୁ କରାଯାଇଛି। 31 ମାର୍ଚ୍ଚ 2024 ତାରିଖରେ ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ନେଇ ଆରବିଆଇ ଦ୍ଵାରା ବ୍ୟାଙ୍କର ବିଧିଗତ ନିରୀକ୍ଷଣ କରାଯାଇଥିଲା। ଆରବିଆଇ ନିର୍ଦ୍ଦେଶାବଳୀର ପାଳନ ନକରିବାର ପର୍ଯ୍ୟବେକ୍ଷଣୀୟ ନିଷ୍କର୍ଷ ଏବଂ ଏହି ସମ୍ବନ୍ଧୀୟ ପତ୍ରାଳାପ ଆଧାରରେ, ବ୍ୟାଙ୍କକୁ ଏକ ନୋଟିସ୍ ଜାରି କରାଯାଇଥିଲା ଯେଉଁଥିରେ ଉକ୍ତ ନିର୍ଦ୍ଦେଶାବଳୀ ପାଳନ କରିବାରେ ବିଫଳତା ପାଇଁ କାହିଁକି ତାଙ୍କ ଉପରେ ଦଣ୍ଡ ଲାଗୁ କରାଯିବ ନାହିଁ ତାହାର କାରଣ ଦର୍ଶାଇବାକୁ ପରାମର୍ଶ ଦିଆଯାଇଥିଲା। ନୋଟିସର ବ୍ୟାଙ୍କର ଉତ୍ତର, ବ୍ୟକ୍ତିଗତ ଶୁଣାଣି ସମୟରେ କରାଯାଇଥିବା ମୌଖିକ ଉପସ୍ଥାପନ ଏବଂ ଏହା ଦ୍ୱାରା କରାଯାଇଥିବା ଅତିରିକ୍ତ ଉପସ୍ଥାପନ ଉପରେ ବିଚାର କରିବା ପରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକୁ ପାଳନ ନକରିବାର ନିମ୍ନଲିଖିତ ଅଭିଯୋଗ ପ୍ରମାଣିତ ହୋଇଛି, ଯାହା ଦ୍ଵାରା ଆର୍ଥିକ ଦଣ୍ଡ ଲାଗୁ ହେବାର ଆବଶ୍ୟକତା ଅଛି। ଗ୍ରାହକଙ୍କର KYC ରେକର୍ଡ଼ଗୁଡ଼ିକୁ କେନ୍ଦ୍ରୀୟ KYC ରେକର୍ଡ୍ ରେଜିଷ୍ଟ୍ରି (CKYCR) ରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅପଲୋଡ୍ କରିବାରେ ବ୍ୟାଙ୍କ ବିଫଳ ହୋଇଥିଲା। ଏହି ଦଣ୍ଡାଦେଶ, ନିୟମର ପରିଲକ୍ଷିତ ତ୍ରୁଟି ଉପରେ ଆଧାରିତ ଏବଂ ଏହାର ଗ୍ରାହକ ମାନଙ୍କ ସହିତ ବ୍ୟାଙ୍କ ଦ୍ୱାରା ହୋଇଥିବା କୌଣସି କାରବାର କିମ୍ବା ଚୁକ୍ତିର ବୈଧତା ଉପରେ ପ୍ରଯୁଜ୍ୟ ନୁହେଁ | ଅଧିକନ୍ତୁ, ଏହି ଜରିମାନା ଲାଗୁ ସତ୍ବେ ପକ୍ଷପାତ ନକରି ବ୍ୟାଙ୍କ ବିରୋଧରେ ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଆରବିଆଇ ଦ୍ୱାରା ନିଆଯାଇପାରେ । (ପୁନୀତ ପଞ୍ଚୋଲୀ) ପ୍ରେସ୍ ବିଜ୍ଞପ୍ତି: 2025-2026/1039 |