RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

129511208

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଦି ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍, କଟକ (ଓଡିଶା) ଉପରେ ଆର୍ଥିକ ଜରିମାନା ଲାଗୁ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା, 22 ଅଗଷ୍ଟ 2024 ଏକ ଆଦେଶ ଅନୁଯାୟୀ, ଦି ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍, କଟକ (ବ୍ୟାଙ୍କ) ଉପରେ ଆରବିଆଇ ଦ୍ୱାରା ଜାରି ନିଜ ଗ୍ରାହକଙ୍କୁ ଜାଣନ୍ତୁ (KYC) ନିର୍ଦ୍ଦେଶନାମା ଏବଂ ଏକ୍ସପୋଜର ଏବଂ ବିଧିଗତ / ଅନ୍ୟାନ୍ୟ ପ୍ରତିବନ୍ଧକ UCB ସମ୍ବଧିତ ନିର୍ଦ୍ଦେଶାବଳୀ ପାଳନ ନକରିଥିବା ହେତୁ/ ଉଲ୍ଲଂଘନ କରିଥିବା ହେତୁ, ₹1.50 ଲକ୍ଷ (ଏକ ଲକ୍ଷ ପଚାଶ ହଜାର ଟଙ୍କା ମାତ୍ର) ଜରିମାନା ଲଗା ଯାଇଅଛି | ବ୍ୟାଙ୍କିଙ୍ଗ  ନିୟମାବଳୀ ଅଧିନିୟମ, 1949 ଧାରା 47 (1) (ସି) ସହ ପଠିତ ଧାରା 46 (4) (i) ଏବଂ ଧାରା 56 ଦ୍ୱାରା ପ୍ରଦତ୍ତ କ୍ଷମତା ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଜରିମାନା ଲାଗୁ କରିଛି

31 ମାର୍ଚ୍ଚ 2023 ଆର୍ଥିକ ସ୍ଥିତି ଆଧାରରେ ଆରବିଆଇ ଦ୍ଵାରା ବ୍ୟାଙ୍କର ବିଧିଗତ ନିରୀକ୍ଷଣ କରାଯାଇଥିଲା ପର୍ଯ୍ୟବେକ୍ଷକ ଫଳାଫଳ ଏବଂ ସେହି ସମ୍ବନ୍ଧରେ ସମ୍ପୃକ୍ତ ପତ୍ରାଳାପ ଆଧାରରେ, ଆରବିଆଇର ନିର୍ଦ୍ଦେଶନାମାକୁ ପାଳନ କରିବାରେ ବିଫଳ ହେତୁ କାହିଁକି ଏହା ଉପରେ ଦଣ୍ଡବିଧାନ କରାଯିବ ନାହିଁ ସେଥିପାଇଁ ବ୍ୟାଙ୍କକୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲାବ୍ୟାଙ୍କର ଉତ୍ତର ଏବଂ ବ୍ୟକ୍ତିଗତ ଶୁଣାଣି ସମୟରେ କରାଯାଇଥିବା ମୌଖିକ ଉପସ୍ଥାପନା ଉପରେ ବିଚାର କରିବା ପରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକୁ ପାଳନ ନକରିବାର ଉପରୋକ୍ତ ଅଭିଯୋଗ ଗୁଡିକ ପ୍ରମାଣିତ ହୋଇଛି ଏବଂ ଆର୍ଥିକ ଦଣ୍ଡର ଆବଶ୍ୟକତା ଅଛିବ୍ୟାଙ୍କ i) ନିର୍ଦ୍ଦିଷ୍ଟ ସମୟସୀମା ଏହାର ଗ୍ରାହକମାନେ ଏହାର ଗ୍ରାହକମାନଙ୍କର ବିପଦ ବର୍ଗୀକରଣ ସମୀକ୍ଷା କରିବାରେ ବିଫଳ ହୋଇଛି;, ii) ନିର୍ଦ୍ଦିଷ୍ଟ ସମୟସୀମା ଅନୁଯାୟୀ ଗ୍ରାହକଙ୍କ KYC ଅଦ୍ୟତନ କରିବାରେ ବିଫଳ ହୋଇଛି ଏବଂ iii) ଆନ୍ତବ୍ୟାଙ୍କ (ପ୍ରତିପକ୍ଷ) ଏକ୍ସପୋଜର ସୀମା ଉଲଙ୍ଘନ କରିଛି

ଏହି ଦଣ୍ଡାଦେଶ, ନିୟମର ପରିଲକ୍ଷିତ ତ୍ରୁଟି ଉପରେ ଆଧାରିତ ଏବଂ ଏହାର ଗ୍ରାହକ ମାନଙ୍କ ସହିତ ବ୍ୟାଙ୍କ ଦ୍ୱାରା ହୋଇଥିବା କୌଣସି କାରବାର କିମ୍ବା ଚୁକ୍ତିର ବୈଧତା ଉପରେ ପ୍ରଯୁଜ୍ୟ ନୁହେଁ | ଅଧିକନ୍ତୁ, ଏହି ଜରିମାନା ଲାଗୁ ସତ୍ବେ ପକ୍ଷପାତ ନକରି ବ୍ୟାଙ୍କ ବିରୋଧରେ ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଆରବିଆଇ ଦ୍ୱାରା ନିଆଯାଇପାରେ ।

                                                                                                                            (ପୂନୀତ ପଞ୍ଚୋଲି)  
                                                                                                                        ମୁଖ୍ୟ ମହା ପ୍ରବନ୍ଧକ

ପ୍ରେସ ରିଲୀସ: 2024-2025/981   

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?