RbiSearchHeader

Press escape key to go back

Past Searches

rbi.page.title.1
rbi.page.title.2

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

104380954

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଦି ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍, ରାଉରକେଲା (ଓଡିଶା) ଉପରେ ଆର୍ଥିକ ଜରିମାନା ଲାଗୁ

19 ଜୁନ୍, 2023

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଦି ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍, ରାଉରକେଲା (ଓଡିଶା) ଉପରେ ଆର୍ଥିକ ଜରିମାନା ଲାଗୁ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା, 09 ଜୁନ 2023 ର ଏକ ଆଦେଶ ଅନୁଯାୟୀ, ଦି ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍, ରାଉରକେଲା (ବ୍ୟାଙ୍କ) ଉପରେ ଆରବିଆଇ ଦ୍ୱାରା ଜାରି ନିଜ ଗ୍ରାହକଙ୍କୁ ଜାଣନ୍ତୁ (କେଵାଇସି) ନିର୍ଦ୍ଦେଶନାମା ଏବଂ ପ୍ରାଥମିକ (ଅର୍ବାନ) କୋଅପରେଟିଭ୍ ବ୍ୟାଙ୍କ ଦ୍ଵାରା ଜମା ଖାତା ର ପରିଚାଳନ ସମ୍ବଧିତ ନିର୍ଦ୍ଦେଶାବଳୀ ପାଳନ ନକରିଥିବା ହେତୁ/ ଉଲ୍ଲଂଘନ କରିଥିବା ହେତୁ, ₹6.00 ଲକ୍ଷ (ଛଅ ଲକ୍ଷ ଟଙ୍କା ମାତ୍ର) ଜରିମାନା ଲଗା ଯାଇଅଛି| ବ୍ୟାଙ୍କିଙ୍ଗ ନିୟମାବଳୀ ଅଧିନିୟମ, 1949 ର ଧାରା 47 ଏ (1) (ସି) ସହ ପଠିତ ଧାରା 46 (4) (i) ଏବଂ ଧାରା 56 ଦ୍ୱାରା ପ୍ରଦତ୍ତ କ୍ଷମତା ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା, ଉପୋରକ୍ତ ନିର୍ଦେଶାବଳୀକୁ ପାଳନ କରିବାରେ ବ୍ୟାଙ୍କର ବିଫଳତାକୁ ଧ୍ୟାନରେ ରଖି, ଏହି ଜରିମାନା ଲାଗୁ କରାଯାଇଅଛି|

ଏହି ଦଣ୍ଡାଦେଶ, ନିୟମର ପରିଲକ୍ଷିତ ତ୍ରୁଟି ଉପରେ ଆଧାରିତ ଏବଂ ଏହାର ଗ୍ରାହକ ମାନଙ୍କ ସହିତ ବ୍ୟାଙ୍କ ଦ୍ୱାରା ହୋଇଥିବା କୌଣସି କାରବାର କିମ୍ବା ଚୁକ୍ତିର ବୈଧତା ଉପରେ ପ୍ରଯୁଜ୍ୟ ନୁହେଁ|

ପୃଷ୍ଠଭୂମି

31 ମାର୍ଚ୍ଚ 2021 ର ବ୍ୟାଙ୍କର ଆର୍ଥିକ ସ୍ଥିତି ଆଧାରିତ ନିରୀକ୍ଷଣ ରିପୋର୍ଟରୁ ଏହା ଜଣାପଡିଲା ଯେ ବ୍ୟାଙ୍କ (i) ବ୍ୟବସାୟର ପ୍ରକୃତି ଓ ପ୍ରମାଣ ସମ୍ବନ୍ଧରେ ଆବଶ୍ୟକ ଦସ୍ତାବେଜ ସଂଗ୍ରହ କରି ନ ଥିବା ହେତୁ ଏହା ଗ୍ରାହକ ସମ୍ବଧିତ ସମୁଚିତ ସାବଧାନୀ ପ୍ରକ୍ରିୟା ସୁନିଶ୍ଚିତ କରିବାରେ ବିଫଳ ହୋଇଥିଲା (ii) ଗ୍ରାହକ ମାନଙ୍କ ସ୍ଥାନୀୟ ଠିକଣା ର ପୃଷ୍ଠି ନକରି ଖାତାରେ କାରବାର ର ଅନୁମତି ଦେଇଥିବା ହେତୁ ଏହା ଗ୍ରାହକ ଚିହ୍ନଟ ପ୍ରକ୍ରିୟା ସମ୍ବନ୍ଧିତ ନିର୍ଦେଶ ଗୁଡିକୁ ପାଳନ କରିବାରେ ବିଫଳ ହୋଇଥିଲା (iii) ଚେକବୁକ ଜାରି କରିବା ସମ୍ବନ୍ଧିତ ନିର୍ଦେଶ ଗୁଡିକର ପାଳନ କରିବାରେ ବିଫଳ ହୋଇଥିଲା| ଏହାକୁ ଆଧାର କରି, ବ୍ୟାଙ୍କକୁ ନିର୍ଦ୍ଦେଶନାମା ପାଳନ ନକରିଥିବା ହେତୁ କାହିଁକି ଦଣ୍ଡବିଧାନ କରାଯିବ ନାହିଁ ସେ ସମ୍ପର୍କରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା|

ବ୍ୟାଙ୍କର ଉତ୍ତର, ବ୍ୟକ୍ତିଗତ ଶୁଣାଣି ସମୟରେ କରାଯାଇଥିବା ମୌଖିକ ଉପସ୍ଥାପନା ଏବଂ ଏହା ଦ୍ୱାରା କରାଯାଇଥିବା ଅତିରିକ୍ତ ଦାଖଲ ଉପରେ ବିଚାର କରିବା ପରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସିଦ୍ଧାନ୍ତରେ ଉପନୀତ ହେଲା ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକୁ ପାଳନ ନକରିବାର ଉପରୋକ୍ତ ଅଭିଯୋଗ ଗୁଡିକ ପ୍ରମାଣିତ ହୋଇଛି ଏବଂ ଆର୍ଥିକ ଦଣ୍ଡର ଆବଶ୍ୟକତା ଅଛି|

(ଯୋଗେଶ ଦିନଲ)    
ମୁଖ୍ୟ ଜେନେରାଲ ମ୍ୟାନେଜର

ପ୍ରେସ ବିଜ୍ଞପ୍ତି: 2023-2024/437

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

Scan Your QR code to Install our app