ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ଦି ଉତ୍କଳ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍, ଭୁବନେଶ୍ୱର ଉପରେ ଆର୍ଥିକ ଜରିମାନା ଲାଗୁ - ଆରବିଆଇ - Reserve Bank of India
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ଦି ଉତ୍କଳ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍, ଭୁବନେଶ୍ୱର ଉପରେ ଆର୍ଥିକ ଜରିମାନା ଲାଗୁ
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା, 05 ଅଗଷ୍ଟ 2025 ର ଏକ ଆଦେଶ ଅନୁଯାୟୀ, ଦି ଉତ୍କଳ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍, ଭୁବନେଶ୍ୱର (ବ୍ୟାଙ୍କ) ଉପରେ ଆରବିଆଇ ଦ୍ୱାରା ଜାରି ‘ପର୍ଯ୍ୟବେକ୍ଷଣ କାର୍ଯ୍ୟ ଢାଞ୍ଚା (SAF)’ ସମ୍ବଧିତ ନିର୍ଦ୍ଧିଷ୍ଟ ନିର୍ଦ୍ଦେଶାବଳୀ ଏବଂ ‘କୋ-ଅପରେଟିଭ୍ ବ୍ୟାଙ୍କଗୁଡ଼ିକ ଦ୍ୱାରା କ୍ରେଡିଟ୍ ସୂଚନା କମ୍ପାନୀ (CICs) ର ସଦସ୍ୟତା’ ଏବଂ ‘ନିଜ ଗ୍ରାହକଙ୍କୁ ଜାଣନ୍ତୁ (KYC)’ ସମ୍ବଧିତ କିଛି ନିର୍ଦ୍ଦେଶାବଳୀ ପାଳନ ନକରିଥିବା ହେତୁ ₹2.53 ଲକ୍ଷ (ଦୁଇ ଲକ୍ଷ ତେପନ ହଜାର ଟଙ୍କା ମାତ୍ର) ର ଆର୍ଥିକ ଜରିମାନା ଲଗା ଯାଇଅଛି। ବ୍ୟାଙ୍କିଙ୍ଗ ନିୟମାବଳୀ ଅଧିନିୟମ, 1949 ର ଧାରା 47 ଏ (1) (ସି) ସହ ପଠିତ ଧାରା 46 (4) (i) ଏବଂ 56 ଏବଂ କ୍ରେଡିଟ୍ ସୂଚନା କମ୍ପାନୀ (ଅଧିନିୟମ) ନିୟମାବଳୀ, 2005 ର ଧାରା 25 ସହ ପଠିତ ଧାରା 23 ଦ୍ୱାରା ପ୍ରଦତ୍ତ କ୍ଷମତା ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଜରିମାନା ଲାଗୁ କରିଅଛି । 31 ମାର୍ଚ୍ଚ 2024 ଆର୍ଥିକ ସ୍ଥିତି ଆଧାରରେ ଆରବିଆଇ ଦ୍ଵାରା ବ୍ୟାଙ୍କର ବିଧିଗତ ନିରୀକ୍ଷଣ କରାଯାଇଥିଲା । ପର୍ଯ୍ୟବେକ୍ଷକ ଫଳାଫଳ ଏବଂ ସେହି ସମ୍ବନ୍ଧରେ ସମ୍ପୃକ୍ତ ପତ୍ରାଳାପ ଆଧାରରେ, ଆରବିଆଇର ନିର୍ଦ୍ଦେଶନାମାକୁ ପାଳନ କରିବାରେ ବିଫଳ ହେତୁ କାହିଁକି ଏହା ଉପରେ ଦଣ୍ଡବିଧାନ କରାଯିବ ନାହିଁ ସେଥିପାଇଁ ବ୍ୟାଙ୍କକୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ବ୍ୟାଙ୍କର ଉତ୍ତର ଏବଂ ବ୍ୟକ୍ତିଗତ ଶୁଣାଣି ସମୟରେ କରାଯାଇଥିବା ମୌଖିକ ଉପସ୍ଥାପନା ଉପରେ ବିଚାର କରିବା ପରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକୁ ପାଳନ ନକରିବାର ଉପରୋକ୍ତ ଅଭିଯୋଗ ଗୁଡିକ ପ୍ରମାଣିତ ହୋଇଛି ଏବଂ ଆର୍ଥିକ ଦଣ୍ଡର ଆବଶ୍ୟକତା ଅଛି। ବ୍ୟାଙ୍କ
ଏହି ଦଣ୍ଡାଦେଶ, ନିୟମର ପରିଲକ୍ଷିତ ତ୍ରୁଟି ଉପରେ ଆଧାରିତ ଏବଂ ଏହାର ଗ୍ରାହକ ମାନଙ୍କ ସହିତ ବ୍ୟାଙ୍କ ଦ୍ୱାରା ହୋଇଥିବା କୌଣସି କାରବାର କିମ୍ବା ଚୁକ୍ତିର ବୈଧତା ଉପରେ ପ୍ରଯୁଜ୍ୟ ନୁହେଁ | ଅଧିକନ୍ତୁ, ଏହି ଜରିମାନା ଲାଗୁ ସତ୍ବେ ପକ୍ଷପାତ ନକରି ବ୍ୟାଙ୍କ ବିରୋଧରେ ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଆରବିଆଇ ଦ୍ୱାରା ନିଆଯାଇପାରେ ।
(ପୂନୀତ ପଞ୍ଚୋଲି) ପ୍ରେସ୍ ବିଜ୍ଞପ୍ତି: 2025-2026/882 |