RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

Asset Publisher

134418618

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ଦି ଉତ୍କଳ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍, ଭୁବନେଶ୍ୱର ଉପରେ ଆର୍ଥିକ ଜରିମାନା ଲାଗୁ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା, 05 ଅଗଷ୍ଟ 2025 ର ଏକ ଆଦେଶ ଅନୁଯାୟୀ, ଦି ଉତ୍କଳ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍, ଭୁବନେଶ୍ୱର (ବ୍ୟାଙ୍କ) ଉପରେ ଆରବିଆଇ ଦ୍ୱାରା ଜାରି ‘ପର୍ଯ୍ୟବେକ୍ଷଣ କାର୍ଯ୍ୟ ଢାଞ୍ଚା (SAF)’ ସମ୍ବଧିତ ନିର୍ଦ୍ଧିଷ୍ଟ ନିର୍ଦ୍ଦେଶାବଳୀ ଏବଂ ‘କୋ-ଅପରେଟିଭ୍ ବ୍ୟାଙ୍କଗୁଡ଼ିକ ଦ୍ୱାରା କ୍ରେଡିଟ୍ ସୂଚନା କମ୍ପାନୀ (CICs) ର ସଦସ୍ୟତା’ ଏବଂ ‘ନିଜ ଗ୍ରାହକଙ୍କୁ ଜାଣନ୍ତୁ (KYC)’ ସମ୍ବଧିତ କିଛି ନିର୍ଦ୍ଦେଶାବଳୀ ପାଳନ ନକରିଥିବା ହେତୁ ₹2.53 ଲକ୍ଷ (ଦୁଇ ଲକ୍ଷ ତେପନ ହଜାର ଟଙ୍କା ମାତ୍ର) ର ଆର୍ଥିକ ଜରିମାନା ଲଗା ଯାଇଅଛି। ବ୍ୟାଙ୍କିଙ୍ଗ ନିୟମାବଳୀ ଅଧିନିୟମ, 1949 ର ଧାରା 47 ଏ (1) (ସି) ସହ ପଠିତ ଧାରା 46 (4) (i) ଏବଂ 56 ଏବଂ କ୍ରେଡିଟ୍ ସୂଚନା କମ୍ପାନୀ (ଅଧିନିୟମ) ନିୟମାବଳୀ, 2005 ର ଧାରା 25 ସହ ପଠିତ ଧାରା 23 ଦ୍ୱାରା ପ୍ରଦତ୍ତ କ୍ଷମତା ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଜରିମାନା ଲାଗୁ କରିଅଛି ।

31 ମାର୍ଚ୍ଚ 2024 ଆର୍ଥିକ ସ୍ଥିତି ଆଧାରରେ ଆରବିଆଇ ଦ୍ଵାରା ବ୍ୟାଙ୍କର ବିଧିଗତ ନିରୀକ୍ଷଣ କରାଯାଇଥିଲା । ପର୍ଯ୍ୟବେକ୍ଷକ ଫଳାଫଳ ଏବଂ ସେହି ସମ୍ବନ୍ଧରେ ସମ୍ପୃକ୍ତ ପତ୍ରାଳାପ ଆଧାରରେ, ଆରବିଆଇର ନିର୍ଦ୍ଦେଶନାମାକୁ ପାଳନ କରିବାରେ ବିଫଳ ହେତୁ କାହିଁକି ଏହା ଉପରେ ଦଣ୍ଡବିଧାନ କରାଯିବ ନାହିଁ ସେଥିପାଇଁ ବ୍ୟାଙ୍କକୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ବ୍ୟାଙ୍କର ଉତ୍ତର ଏବଂ ବ୍ୟକ୍ତିଗତ ଶୁଣାଣି ସମୟରେ କରାଯାଇଥିବା ମୌଖିକ ଉପସ୍ଥାପନା ଉପରେ ବିଚାର କରିବା ପରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକୁ ପାଳନ ନକରିବାର ଉପରୋକ୍ତ ଅଭିଯୋଗ ଗୁଡିକ ପ୍ରମାଣିତ ହୋଇଛି ଏବଂ ଆର୍ଥିକ ଦଣ୍ଡର ଆବଶ୍ୟକତା ଅଛି।

ବ୍ୟାଙ୍କ

  1. SAF ଅଧୀନରେ ନିର୍ଦ୍ଦେଶଗୁଡ଼ିକର ଅନୁସରଣ ନ କରି ଆରବିଆଇର ପୂର୍ବ ଅନୁମୋଦନ ବିନା ପୁଞ୍ଜିଗତ ବ୍ୟୟ କରିଥିଲା;
  2. ତିନୋଟି କ୍ରେଡିଟ୍ ସୂଚନା କମ୍ପାନୀଗୁଡ଼ିକୁ ଗ୍ରାହକଙ୍କର କ୍ରେଡିଟ୍ ସୂଚନା ପ୍ରେରଣ କରିବାରେ ବିଫଳ ହୋଇଥିଲା;
  3. ଗ୍ରାହକଙ୍କର KYC ରେକର୍ଡ଼ଗୁଡ଼ିକୁ କେନ୍ଦ୍ରୀୟ KYC ରେକର୍ଡ୍ ରେଜିଷ୍ଟ୍ରି (CKYCR) ରେ ଅପଲୋଡ୍ କରିବାରେ ବିଫଳ ହୋଇଥିଲା; ଏବଂ
  4. ଅନ୍ତତଃ ଛଅ ମାସରେ ଥରେ ହିସାବ ବିପଦ ବର୍ଗୀକରଣର ଆବଧିକ ସମୀକ୍ଷା ପ୍ରଣାଳୀ ପ୍ରତିଷ୍ଠା କରିବାରେ ବିଫଳ ହୋଇଥିଲା।

ଏହି ଦଣ୍ଡାଦେଶ, ନିୟମର ପରିଲକ୍ଷିତ ତ୍ରୁଟି ଉପରେ ଆଧାରିତ ଏବଂ ଏହାର ଗ୍ରାହକ ମାନଙ୍କ ସହିତ ବ୍ୟାଙ୍କ ଦ୍ୱାରା ହୋଇଥିବା କୌଣସି କାରବାର କିମ୍ବା ଚୁକ୍ତିର ବୈଧତା ଉପରେ ପ୍ରଯୁଜ୍ୟ ନୁହେଁ | ଅଧିକନ୍ତୁ, ଏହି ଜରିମାନା ଲାଗୁ ସତ୍ବେ ପକ୍ଷପାତ ନକରି ବ୍ୟାଙ୍କ ବିରୋଧରେ ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଆରବିଆଇ ଦ୍ୱାରା ନିଆଯାଇପାରେ ।

 

(ପୂନୀତ ପଞ୍ଚୋଲି)     
ମୁଖ୍ୟ ମହା ପ୍ରବନ୍ଧକ

ପ୍ରେସ୍ ବିଜ୍ଞପ୍ତି: 2025-2026/882

RbiTtsCommonUtility

प्ले हो रहा है
ଶୁଣନ୍ତୁ

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?