RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78529985

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଦି ଉତ୍କଳ କୋଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍, ଭୁବନେଶ୍ୱର, ଓଡିଶା ଉପରେ ଆର୍ଥିକ ଜରିମାନା ଲାଗୁ କରାଯାଇଅଛି

06 फरवरी 2023

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଦି ଉତ୍କଳ କୋଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍, ଭୁବନେଶ୍ୱର, ଓଡିଶା ଉପରେ ଆର୍ଥିକ
ଜରିମାନା ଲାଗୁ କରାଯାଇଅଛି |

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା, 31 ଜାନୁୟାରୀ 2023 ର ଏକ ଆଦେଶ ଅନୁଯାୟୀ, ଦି ଉତ୍କଳ କୋଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ (ବ୍ୟାଙ୍କ) ଉପରେ, (i) ଏକ୍ସପୋଜର ମାନଦଣ୍ଡ ଏବଂ ବୈଧାନିକ / ଅନ୍ୟାନ୍ୟ ପ୍ରତିବନ୍ଧକ- ୟୁ.ସି.ବି(UCB)- ସମ୍ବନ୍ଧିତ ନିର୍ଦେଶ ଏବଂ (ii) ସୁପରଭାଇଜରୀ ଆକ୍ସନ ଫ୍ରେମୱାର୍କ (SAF) ଅଧୀନରେ ଦିଆଯାଇଥିବା ନିର୍ଦ୍ଧିଷ୍ଟ ନିର୍ଦ୍ଦେଶନାମାକୁ ପାଳନ ନକରିଥିବା ହେତୁ, 15.00 ଲକ୍ଷ (ପନ୍ଦର ଲକ୍ଷ ଟଙ୍କା ମାତ୍ର) ଜରିମାନା ଲଗା ଯାଇଅଛି | ବ୍ୟାଙ୍କ ନିୟମାବଳୀ ଅଧିନିୟମ, 1949 ର ଧାରା 47 ଏ (1) (ସି) ସହ ପଠିତ ଧାରା 56 ଏବଂ ଧାରା 46 (4) (i) ଦ୍ୱାରା ପ୍ରଦତ୍ତ କ୍ଷମତା ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା, ଉପୋରକ୍ତ ନିର୍ଦେଶାବଳୀକୁ ପାଳନ କରିବାରେ ବ୍ୟାଙ୍କର ବିଫଳତାକୁ ଧ୍ୟାନରେ ରଖି, ଏହି ଜରିମାନା ଲାଗୁ କରାଯାଇଅଛି |

ଏହି ଦଣ୍ଡାଦେଶ, ନିୟମର ପରିଲକ୍ଷିତ ତ୍ରୁଟି ଉପରେ ଆଧାରିତ ଏବଂ ଏହାର ଗ୍ରାହକ ମାନଙ୍କ ସହିତ ବ୍ୟାଙ୍କ ଦ୍ୱାରା ହୋଇଥିବା କୋଣସି କାରବାର କିମ୍ବା ଚୁକ୍ତିର ବୈଧତା ଉପରେ ପ୍ରଯୁଜ୍ୟ ନୁହେଁ |

ପୃଷ୍ଠଭୂମି

31 ମାର୍ଚ୍ଚ 2021 ପର୍ଯ୍ୟନ୍ତ ବ୍ୟାଙ୍କର ଆର୍ଥିକ ସ୍ଥିତି ଆଧାରିତ ନିରୀକ୍ଷଣ ରିପୋର୍ଟରୁ ଏହା ଜଣାପଡିଲା ଯେ ବ୍ୟାଙ୍କ (i) ପୃଡେନସିଆଲ୍ ଏବଂ ବ୍ୟାଙ୍କ (ମୋଟ) ଏକ୍ସପୋଜର ନିୟମ ଏବଂ ପୃଡେନସିଆଲ୍ ଅନ୍ତ-ବ୍ୟାଙ୍କ କାଉଣ୍ଟର ପାର୍ଟି ସୀମା ଉଲ୍ଲଂଘନ କରିଅଛି ଏବଂ (ii) SAF ଅଧୀନ ରେ ଦିଆଯାଇଥିବା ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ, ଯଥା SBI ଦ୍ୱାରା ପ୍ରଦାନ କରାଯାଉଥିବା ସୁଧ ହାରରୁ ଅଧିକ ସୁଧ ହାର ପ୍ରଦାନ ନକରିବାର ନିର୍ଦେଶକୁ ଉଲ୍ଲଂଘନ କରିଅଛି | ଏହାକୁ ଆଧାର କରି, ବ୍ୟାଙ୍କକୁ ନିର୍ଦ୍ଦେଶନାମା ପାଳନ ନକରିଥିବା ହେତୁ କାହିଁକି ଦଣ୍ଡବିଧାନ କରାଯିବ ନାହିଁ ସେ ସମ୍ପର୍କରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା |

ବ୍ୟାଙ୍କର ଉତ୍ତର ଏବଂ ଏହା ଦ୍ୱାରା କରାଯାଇଥିବା ଅତିରିକ୍ତ ଦାଖଲ ଉପରେ ବିଚାର କରିବା ପରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକୁ ପାଳନ ନକରିବାର ଉପରୋକ୍ତ ଅଭିଯୋଗ ଗୁଡିକ ପ୍ରମାଣିତ ହୋଇଛି ଏବଂ ଆର୍ଥିକ ଦଣ୍ଡର ଆବଶ୍ୟକତା ଅଛି |

(योगेश दयाल) 
मुख्य महाप्रबंधक

प्रेस प्रकाशनी: 2022-2023/1673

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?