<font face="mangal" size="3px">ପ୍ରଚଳିତ ୫୦୦ ଟଙ୍କା ଏବଂ ୧୦୦୦ ଟଙ୍କା ମୂଲ୍ୟର ବ୍ୟା&# - ଆରବିଆଇ - Reserve Bank of India
ପ୍ରଚଳିତ ୫୦୦ ଟଙ୍କା ଏବଂ ୧୦୦୦ ଟଙ୍କା ମୂଲ୍ୟର ବ୍ୟାଙ୍କ ନୋଟ ଉପରୁ ବୈଧ ମୁଦ୍ରା ମାନ୍ୟତା ପ୍ରତ୍ୟାହାର
ଆରବିଆଇ/୨୦୧୬-୧୭/୧୧୨ ନଭେମ୍ବର ୮, ୨୦୧୬ ଅଧ୍ୟକ୍ଷ / ପରିଚାଳନା ନିର୍ଦ୍ଦେଶକ / ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସରକାରୀ ବ୍ୟାଙ୍କ / ମହାଶୟ, ପ୍ରଚଳିତ ୫୦୦ ଟଙ୍କା ଏବଂ ୧୦୦୦ ଟଙ୍କା ମୂଲ୍ୟର ବ୍ୟାଙ୍କ ନୋଟ ଉପରୁ ବୈଧ ମୁଦ୍ରା ମାନ୍ୟତା ପ୍ରତ୍ୟାହାର ନଭେମ୍ବର ୮, ୨୦୧୬ ରେ ଭାରତ ସରକାରଙ୍କ ଦ୍ଵାରା ଜାରି ହୋଇଥିବା ଗେଜେଟ ଅଧିସୂଚନା ସଂଖ୍ୟା . ୨୬୫୨ ପ୍ରଭାବରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ଵାରା ଜାରି ୫୦୦ ଟଙ୍କା ଏବଂ ୧୦୦୦ ଟଙ୍କା ମୂଲ୍ୟବର୍ଗ ର ବ୍ୟାଙ୍କ ନୋଟ ଗୁଡିକ (ଏହା ପର ଠାରୁ ବିଶିଷ୍ଟ ବ୍ୟାଙ୍କ ନୋଟ ଜଣାଯିବ) ଅଧିସୂଚନାରେ ନିର୍ଦ୍ଦିଷ୍ଟ ଥିବା ନିୟମ ଅନୁସାରେ ନଭେମ୍ବର ୯, ୨୦୧୬ ଠାରୁ ଆଉ ବୈଧ ମୁଦ୍ରା ରୂପରେ ବ୍ୟବହୃତ ହୋଇ ପାରିବେ ନାହିଁ । ମହାତ୍ମାଗାନ୍ଧୀ (ନୂତନ) ଶୃଙ୍ଖଳାର ସାଂସ୍କୃତିକ ଐତିହ ଏବଂ ବୈଜ୍ଞାନିକ ଉପଲବ୍ଧି ପ୍ରତିପାଦନ କରୁଥିବା ଭିନ୍ନ ଆକାର ଏବଂ ସ୍ୱରୂପର ନୂତନ ବ୍ୟାଙ୍କ ନୋଟ ଜାରୀ କରାଯିବ । ଡିସେମ୍ବର ୩୦, ୨୦୧୬ ପର୍ଯ୍ୟନ୍ତ ସର୍ବସାଧାରଣ ତଥା ଅନ୍ୟ ସଂସ୍ଥା ମାନଙ୍କ ଦ୍ଵାରା ଏହି ବିଶିଷ୍ଟ ବ୍ୟାଙ୍କ ନୋଟ ଗୁଡିକର ବିନିମୟ ତଥା ଏହି ବିଶିଷ୍ଟ ବ୍ୟାଙ୍କ ନୋଟ ଗୁଡିକୁ ନିଜ ବ୍ୟାଙ୍କ ଖାତା ରେ ଜମା କରିବା ପାଇଁ ବ୍ୟାଙ୍କ ଶାଖା ମାନେ ପ୍ରମୁଖ ଏଜେଣ୍ଟ ଭାବେ କାର୍ଯ୍ୟ କରିବେ , ଅତଏବ, ବ୍ୟାଙ୍କ ମାନେ ଏହି କାର୍ଯ୍ୟଟିକୁ ସର୍ବାଧିକ ଗୁରୁତ୍ଵ ଦେବେ । ସର୍ବସାଧାରଣଂକ ପାଖରେ ଥିବା ୫୦୦ ଟଙ୍କା ଏବଂ ୧୦୦୦ ଟଙ୍କା ର ବିନିମୟ ପାଇଁ ବ୍ୟାଙ୍କ ମାନଙ୍କୁ ନିମ୍ନଲିଖିତ ବ୍ୟବସ୍ଥା ସବୁ କରିବାକୁ ହେବ : ୨. ନଭେମ୍ବର ୯, ୨୦୧୬ ରେ ସମ୍ପନ୍ନ ହେବାକୁ ଥିବା କାର୍ଯ୍ୟସୂଚୀ :
୩. ନଭେମ୍ବର ୧୦, ୨୦୧୬ ରେ ହେବାକୁ ଥିବା କାର୍ଯ୍ୟସୂଚୀ
(ଗ) ନୋଟ ବିନିମୟ ସୁବିଧା ର ବ୍ୟବସ୍ଥା ପାରା ୧ ର ଉପ ପାରା (୧) ର ସଂଦର୍ଭରେ ରେ ବ୍ୟାଂକିଂଗ କଂପାନୀ ବ୍ୟତୀତ ଅନ୍ୟ ଯେ କୌଣସି ବ୍ୟକ୍ତି ପାଖରେଥିବା ନିର୍ଦ୍ଦିଷ୍ଟ ବ୍ୟାଂକ ନୋଟ ଗୁଡିକୁ ଭାରତୀୟ ରିଜର୍ଭ ବ୍ୟାଂକ ର ଯେ କୌଣସି ନିର୍ଗମ ବିଭାଗ,ସରକାରୀ ବ୍ୟାଂକ ଗୁଡିକର ଯେ କୌଣସି ଶାଖା,ଘରୋଇ ବ୍ୟାଂକ୍,ବିଦେଶୀ ବ୍ୟାଂକ,ଆଂଚଳିକ ଗ୍ରାମ୍ୟ ବ୍ୟାଂକ ,ସହରୀ ସମବାୟ ବ୍ୟାଂକ ଏବଂ ରାଜ୍ୟ ସମବାୟ ବ୍ୟାଂକ ଠାରେ ନିମ୍ନଲିଖିତ ଶର୍ତ୍ତ ଅଧିନରେ ଡିସେମ୍ବର ୩୦,୨୦୧୬ ମଧ୍ୟରେ ବିନିମୟ ହୋଇ ପାରିବ ଯଥା: (i) ସର୍ବମୋଟ ୪୦୦୦ ଟଂକା ବା ତାଠାରୁ କମ ମୂଲ୍ୟ ର ବିଶିଷ୍ଟ ବ୍ୟାଂକ ନୋଟ ଗୁଡିକ ରିଜର୍ଭ ବ୍ୟାଂକ ନିର୍ଦ୍ଦେଶିତ ଆବେଦନ ପତ୍ର ଏବଂ ଏକ ପରିଚୟ ପତ୍ର ଦ୍ୱାରା ଯେ କୌଣସିମୂଲ୍ୟ ବର୍ଗର ବୈଧ ମୁଦ୍ରା ସହ ବିନିମୟ ହୋଇ ପାରିବ ; ଏହି ଅଧିସୂଚନା କାର୍ଯକାରୀ ହେବାର ପଂଦର ଦିନପରେ ବିଶିଷ୍ଟ ବ୍ୟାଂକ ନୋଟ ର ବିନିମୟ ସୀମା ରସମୀକ୍ଷା କରାଯିବ ଏବଂ ଆବଶ୍ୟକ ହେଲେ ଉପଯୁକ୍ତ ଆଦେଶ ଜାରି କରାଯିବ। (ii) ଜଣେ ବ୍ୟକ୍ତିର ବ୍ୟାଂକରେ ଥିବା ନିଜ ଖାତାରେ ଜମା କାରାଯାଉଥିବା ବିଶିଷ୍ଟ ବ୍ୟାଂକ ନୋଟର ସଂଖ୍ୟା ବା ମୂଲ୍ୟ ପାଇଁ କୌଣସି ସୀମା ନାହିଁ ;କିଂତୁ ଯେଉଁ କ୍ଷେତ୍ରରେ “ଆପଣଂକ ଗ୍ରାହକ କୁ ଜାଣଂତୁ” (KYC) ପ୍ରକ୍ରିୟା ର ସମ୍ପୁର୍ଣ୍ଣ ଅନୁପାଳନ ହୋଇ ନାହିଁ, ସେଠାରେ ଏହି ବିଶିଷ୍ଟ ବ୍ୟାଂକ ନୋଟର ବିନିମୟ ସୀମା ୫୦,୦୦୦ ଟଂକା ମଧ୍ୟରେ ହେବ । (iii) ଜମାକର୍ତ୍ତାଂକର ଯେ କୌଣସି ବ୍ୟାଂକ ରେ ଥିବା ଖାତାରେ ଜମା ହୋଇଥିବା ବିଶିଷ୍ଟ ବ୍ୟାଂକନୋଟ ଗୁଡିକର ସମ ମୂଲ୍ୟ ର ପରିମାଣ ଏକ ବୈଧ ପ୍ରମାଣପତ୍ର ଦାଖଲ ଦ୍ୱାରା ସାଧାରଣ ବ୍ୟାଂକିଂଗ ପ୍ରକ୍ରିୟାରେ ଜମା ହୋଇ ପାରିବ । (iv) ଯେ କୌଣସି ତୃତୀୟ ପକ୍ଷଂକ ଜମାଖାତା ରେ ମଧ୍ୟ ବିଶିଷ୍ଟ ବ୍ୟାଂକନୋଟ ଗୁଡିକର ସମମୂଲ୍ୟ ର ପରିମାଣ ଜମା ହୋଇ ପାରିବ,ଯଦି ପ୍ରକୃତ ଜମାକାର୍ତ୍ତାଂକର ପରିଚଯ ପତ୍ର ବ୍ୟାଂକରେ ଦାଖଲ କରାହୋଇ ଥିବ ତଥା ବିଧିବତ ଭାବରେ ବ୍ୟାଂକିଂଗ ନିୟମ ଅନୁଯାୟୀ ସେହି ତୃତୀୟ ପକ୍ଷ ଦ୍ୱାରା ଅଧିକାରପତ୍ର (ଅନୁବଂଧ -୫ ଅନୁଯାୟୀ) ପ୍ରଦତ୍ତ ହୋଇଥିବ । (v) କାଉଁଟର ରୁ ପ୍ରତ୍ୟେକ ଦିନ ଟଂକା ଉଠାଣର ସୀମା ୧୦,୦୦୦ ଟଂକା ହେବ ଏବଂ ଏହି ନିର୍ଦେଶନାମା ର ତାରିଖଠାରୁ ନଭେମ୍ବର ୨୪, ୨୦୧୬ ର କାର୍ଯ୍ୟ ସମାପ୍ତି ସମୟ ପର୍ଯ୍ୟଂତ ଏହି ଉଠାଣର ସାପ୍ତାହିକ ସୀମା ୨୦,୦୦୦/- ଟଂକା ରହିବ । (vi) ଅଣ-ନଗଦ ରାଶି ର ନେଣଦେଣ ଯଥା ଚେକ୍,ଡିମାଂଡ ଡ୍ରାଫ୍ଟ ,କ୍ରେଦିଟ ବା ଡେବିଟ କାର୍ଡ,ମୋବାଇଲ ୱାଲେଟ ଏବଂ ଇଲେକ୍ଟ୍ରୋନିକ ଅର୍ଥ ଅଂତରଣ ବ୍ୟବସ୍ଥା ଏବଂ ସେହିପରି ଅନ୍ୟ ମାଧ୍ୟମ ଜରିଆରେ ହେଉଥିବା ନେଣ ଦେଣ ଉପରେ କୌଣସି ପ୍ରତିବଂଧକ ରଖା ଯାଇ ନାହିଁ । (vii) ଅଟୋମେଟେଡ ଟେଲର ମେସିନ ((ଏହା ପରଠାରୁ ATM ଭାବରେ ପରିଚିତ ହେବ) ରୁ ଟଂକା ଉଠାଣ ନଭେମ୍ବର ୧୮, ୨୦୧୬ ପର୍ଯ୍ୟଂତ ପ୍ତତ୍ୟହ କାର୍ଡ ପିଛା ୨୦୦୦ ଟଂକା ମଧ୍ୟରେ ସିମିତ ରହିବ ଏବଂ ନଭେମ୍ବର ୧୯,୨୦୧୬ ଠାରୁ ଏହି ସୀମା ୪୦୦୦/- ଟଂକା କୁ ବର୍ଦ୍ଧିତ ହେବ। (viii) ଯଦି କୌଣସି ବ୍ୟକ୍ତି ଡିସେମ୍ବର ୩୦,୨୦୧୬ ମଧ୍ୟରେ ଏହି ବିଶିଷ୍ଟ ବ୍ୟାଂକ ନୋଟ ଗୁଡିକୁ ବିନିମୟ ବା ଜମା କରିବାରେ ଅସଫଳ ହୁଅଂତି, ତେବେ ପରବର୍ତ୍ତୀ ତାରିଖ ନିର୍ଦ୍ଦିଷ୍ଟ ହେବା ପର୍ଯ୍ୟଂତ ତାଂକୁ ରିଜର୍ଭ ବ୍ୟାଂକ ର ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟ ରେ ଜମା କରିବାପାଇଁ ବା ସେହି ସଂକ୍ରାଂତୀୟ ଅନ୍ୟ କାର୍ଯ୍ୟ ପାଇଁ ଅନୁମତି ଦିଆ ଯିବ । (ix) ବ୍ୟାଂକ ଶାଖା ମାନଂକ ପରି ବ୍ୟବସାୟିକ ପ୍ରତିନିଧି ମାନେ ମଧ୍ୟ ବୈଧ ପରିଚୟ ପତ୍ର ଏବଂ ଆବେଦନ ପତ୍ର ଜମାକରି ପ୍ରତି ବ୍ୟକ୍ତି ପାଇଁ ସର୍ବାଧିକ ୪୦୦୦ ଟଂକା ପର୍ଯ୍ୟଂତ ବିଶିଷ୍ଟ ବ୍ୟାଂକନୋଟ ଗୁଡିକର ବିନିମୟ କରିପାରିବେ ।ଏହି ଉଦ୍ଦେଶ୍ୟରେ ବ୍ୟାଂକ ମାନେ ଚାଂହିଁ ଲେ ନିଜ ବିବେକାଧୀନ ଶକ୍ତି ପ୍ରୟୋଗ କରି ଅଂତତଃ ଡିସେମ୍ବର ୩୦,୨୦୧୬ ପର୍ଯ୍ୟଂତ ଏହି ବ୍ୟବସାୟୀକ ପ୍ରତିନିଧି ମାନଂକର ନଗଦ ରାଶି ପାଖରେ ରଖିବାର ସୀମା ବଢାଇ ପାରିବେ । (x) ଜନ ଧନ ଯୋଜନା ଅଂତର୍ଗତ ଖାତା ଗୁଡିକରେ ବିଶିଷ୍ଟ ବ୍ୟାଂକନୋଟ ଗୁଡିକର ମୂଲ୍ୟ ଜମା କରିବା ସମୟରେ ଏହି ଖାତାର ସ୍ୱାଭାବିକ ସୀମା ପୂର୍ବବତ ଅପରିବର୍ତ୍ତିତ ରହିବ । ୪. ରିପୋର୍ଟିଂଗ ବ୍ୟବସ୍ଥା ୫୦୦ ଟଂକା ଏବଂ ୧୦୦୦ ଟଂକା ବିନିମୟ କରୁଥିବା ପ୍ରତ୍ୟେକ ବ୍ୟାଂକ ଶାଖା ନଭେମ୍ବର୧୦,୨୦୧୬ ଠାରୁ ପ୍ରତ୍ୟେକ ଦିନ କାର୍ଯ୍ୟ ସମାପ୍ତି ସମୟ ପରେ ଡିସେମ୍ବର ୩୦,୨୦୧୬ରେ ଏହି ଯୋଜନାର ସମାପ୍ତି ପର୍ଯ୍ୟଂତ(ଅଥବା ଭରତୀୟ ରିଜର୍ଭ ବ୍ୟାଂକ ଦ୍ୱାରା ଅନ୍ୟ କୌଣସି ତାରିଖ ର ଘୋଷଣା ପର୍ଯ୍ୟଂତ) ଇ- ମେଲ ବା ଫ୍ୟାକ୍ସ ଦ୍ୱାରା ସେମାନଂକ ନିୟଂତ୍ରକ କାର୍ଯ୍ୟାଳୟ କୁ ଅନୁବଂଧ -୬ ରେ ଦି ଆ ଯାଇଥିବା ବିବରଣୀ ଅନୁସାରେ ସେମାନଂକ ଦ୍ୱାରା ବିନିମୟ ହୋଇ ଥିବା ବିଶିଷ୍ଟ ବ୍ୟାଂକନୋଟ ଗୁଡିକର ବିସ୍ତୃତ ଭାବରେ ଜଣାଇବେ ଏବଂ ସମ୍ପୃକ୍ତ ନିୟଂତ୍ରକ କାର୍ଯ୍ୟାଳୟ ମାନେ ସେଗୁଡିକୁ ଏକତ୍ରିତ କରି ଅନୁବଂଧ ୬ କ ଅନୁସାରେ ପ୍ରତ୍ୟେକ ଦିନ ରିଜର୍ଭ ବ୍ୟାଂକ ର କେଂଦ୍ରୀୟ କାର୍ଯ୍ୟାଳୟ ସ୍ଥିତ ମୁଦ୍ରା ପ୍ରବଂଧ ବିଭାଗକୁ ଇ-ମେଲ ଦ୍ୱାରା ଜଣାଇବେ। ୫. ବ୍ୟାଂକ ମାନେ ସେମାନଂକ ଶାଖାମାନଂକୁ ଉପରୋକ୍ତ ଯୋଜନା ର ନିୟମ ଏବଂ ପ୍ରକ୍ରିୟା ସମ୍ବଂଧରେ ବିସ୍ତୃତଭାବରେ ଅନୁଦେଶ ଜାରିକରିବା ସହ ସେଗୁଡିକର କଠୋର ଅନୁପାଳନ ସୁନିଶ୍ଚିତ କରିବେ । ବ୍ୟାଂକ ଶାଖାର ଷ୍ଟାଫମାନଂକୁ,ବିଶେଷ କରି ଟେଲର ମାନଂକୁ ଏହି ସମ୍ବଂଧରେ ପର୍ଯ୍ୟାପ୍ତ ମାତ୍ରା ରେ ସଚେତନ କରିବାକୁହେବ ।ଏହି ଉଦ୍ଦେଶ୍ୟରେ ଆମର ୱେବ ସାଇଟ (www.rbi.org.in) ଏବଂ ଭାରତ ସରକାରଂକର ୱେବସାଇଟ ରେ ଉପଲବ୍ଧ ସୂଚନା ଗୁଡିକୁ ଧ୍ୟାନ ଦେବାକୁ ହେବ। ୬ .ବ୍ୟାଂକ ମାନେ ସୂଚନା ପୁସ୍ତିକା (ଅନୁବଂଧ-୨, ଅନୁବଂଧ-୩, ଏବଂ ଅନୁବଂଧ -୪ ରେ ଉପଲବ୍ଧ) ଗୁଡିକୁ ଅଧିକ ସଂଖ୍ୟା ରେ ଛପାଇ ସର୍ବସାଧାରଣଂକୁ ବାଂଟିବେ । ୭. ବ୍ୟାଂକ ମାନେ ବ୍ୟବସାୟିକ ପ୍ରତିନଧି ମାନଂକୁ,ଏଟିଏମ ସ୍ୱିଚ ପରିଚାଳକ ମାନଂକୁ ତଥା ସିଆଇଟି କମ୍ପାନୀ ମାନଂକୁ ଏହି ଯୋଜନାର ଆବଶ୍ୟକୀୟ ତଥ୍ୟ ଗୁଡିକ ସମଂଧରେ ଅନୁଦେଶ ଜାରି କରିବେ। ୮.ବ୍ୟାଂକ ମାନେ ଅତି କମ ରେ ଏକ ମହା ପ୍ରବଂଧକଂକ ନେତୃତ୍ୱ ରେ, ଏକ ପର୍ଯ୍ୟବେକ୍ଷଣ କକ୍ଷ ସ୍ଥାପନ କରି ପ୍ରତ୍ୟେକ ଦିନ ଏହି ଯୋଜନାର କାର୍ଯ୍ୟକାରିତା ଅନୁଧ୍ୟାନ କରିବେ ଯିଏ ନୋଡାଲ ଅଧିକାରୀ ରୂପରେ କାର୍ଯ୍ୟ କରିବେ। ଏହି ନୋଡାଲ ଅଧିକାରୀଂକ ସଂପର୍କ ଠିକଣା ଭାରତୀୟ ରିଜର୍ଭ ବ୍ୟାଂକର ଆଂଚଳିକ କାର୍ଯ୍ୟାଳୟ କୁ ଜଣାଇବେ ଏବଂ ଏହାର ଏକ ପ୍ରତିଲିପି ଭାରତୀୟ ରିଜର୍ଭ ବ୍ୟାଂକର ମୁମ୍ବାଇ ସ୍ଥିତ କେଂଦ୍ରୀୟ କର୍ଯ୍ୟାଳୟ କୁ ନିମ୍ନରେ ଦି ଆଯାଇଥିବା ଇ-ମେଲ ଦ୍ୱାରା ଜଣାଇବେ । ୯. ଭାରତୀୟ ରିଜର୍ଭ ବ୍ୟାଂକ ଏହି ଯୋଜନାରପ୍ରଗତି ଏବଂ ଜନସଧାରଣଂକ ଅବଗତି ନିମଂତେ ଏହାର କେଂଦ୍ରୀୟ କାର୍ଯ୍ୟାଳୟ ଠାରେ ଏକ ନିୟଂତ୍ରଣ କକ୍ଷ ର ସ୍ଥାପନା କରିଛି । ଏହି ନିୟଂତ୍ରଣ କକ୍ଷ ର ଇ-ମେଲ ଏବଂ ଦୁରଭାଷ ସଂଖ୍ୟା ନିମ୍ନରେ ଦିଆଯାଇଛି: ୧୦. ଦୟା କରି ପ୍ରାପ୍ତି ସ୍ୱୀକାର କରଂତୁ । ଆପଣଂକର ବିଶ୍ୱସ୍ଥ (ପି ବିଜୟ କୁମାର) ସଂଲଗ୍ନକ: ଯଥୋପରି |