<font face="mangal" size="3">ମହାତ୍ମାଗାନ୍ଧୀ (ନୂଆ) ସିରିଜରେ ଇନସେଟ୍ ଅକ୍ଷର ‘E’ ଥ - ଆରବିଆଇ - Reserve Bank of India
ମହାତ୍ମାଗାନ୍ଧୀ (ନୂଆ) ସିରିଜରେ ଇନସେଟ୍ ଅକ୍ଷର ‘E’ ଥିବା 500 ଟଙ୍କିଆ ବ୍ୟାଙ୍କନୋଟ ପ୍ରଚଳନ
ନଭେମ୍ବର 08, 2016 ମହାତ୍ମାଗାନ୍ଧୀ (ନୂଆ) ସିରିଜରେ ଇନସେଟ୍ ଅକ୍ଷର ‘E’ ଥିବା 500 ଟଙ୍କିଆ ବ୍ୟାଙ୍କନୋଟ ପ୍ରଚଳନ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟର ଉଭୟ ପଟ ନମ୍ବର୍ ପ୍ୟାନେଲରେ ‘E’ ଇନସେଟ ଅକ୍ଷର ଥିବା, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣର୍ ଡଃ ଉରଜିତ୍ ଆର୍.ପଟେଲଙ୍କ ଦସ୍ତଖତ ଥିବା ଏବଂ ବ୍ୟାଙ୍କନୋଟର ପଛପଟେ ଛପାବର୍ଷ ‘2016’ ଓ ସ୍ୱଚ୍ଛ ଭାରତ ଲୋଗୋ ଛପାଥିବା ମହାତ୍ମାଗାନ୍ଧୀ( ନୂଆ) ସିରିଜର 500 ଟଙ୍କିଆ ମୂଲ୍ୟବର୍ଗୀୟ ବ୍ୟାଙ୍କନୋଟ ଖୁବ୍ ଶୀଘ୍ର ପ୍ରଚ଼ଳନ କରିବ । ଏହି ନୂଆ 500 ଟଙ୍କିଆ ବ୍ୟାଙ୍କନୋଟ ରଙ୍ଗ, ଆକାର, ଥିମ୍,ସୁରକ୍ଷା ବେଶିଷ୍ଟ୍ୟର ଅବସ୍ଥିତି ଓ ଡ଼ିଜାଇନ ସଂକଳନ ଅନୁଯାୟୀ ପୂର୍ବତନ ଉଲ୍ଲିଖିତ ବ୍ୟାଙ୍କନୋଟ (SBN) ସିରିଜଠାରୁ ଭିନ୍ନ ଅଟେ । ଏହି ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଲା :
.ଦୃଷ୍ଟିଶକ୍ତିବାଧିତ ବ୍ୟକ୍ତି ମୂଲ୍ୟବର୍ଗକୁ ଚ଼ିହ୍ନି ପାରିବା ଭଳି ବୈଶିଷ୍ଟ୍ୟ (ମହାତ୍ମା ଗାନ୍ଧୀଙ୍କ ଛବିର ଉତ୍କିର୍ଣ ଛପା, ଅଶୋକ ସ୍ତମ୍ଭ ଚ଼ିହ୍ନ, ସ୍ରାବିତ ରେଖା, ଡ଼ାହାଣ ପଟେ ବୃତ୍ତ ସହିତ 500 ଟଙ୍କା ଏବଂ ଚ଼ିହ୍ନଟ ଦାଗ) ଏହି ବ୍ୟାଙ୍କନୋଟରେ ଅଛି । ଅଳ୍ପନା କିଲାୱାଲା ପ୍ରେସ୍ ପ୍ରକାଶନ – 2016-2017/1146 |