<font face="mangal" size="3px">ସ୍ୱର୍ଣ୍ଣ ମୁଦ୍ରୀକରଣ ଯୋଜନା (ଜି.ଏମ୍.ଏସ୍.), ୨୦୧୫ର ଉĝ - ଆରବିଆଇ - Reserve Bank of India
ସ୍ୱର୍ଣ୍ଣ ମୁଦ୍ରୀକରଣ ଯୋଜନା (ଜି.ଏମ୍.ଏସ୍.), ୨୦୧୫ର ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ନିର୍ଦେଶ
ଭାରତୀୟ ରିଜର୍ଭ ବ୍ୟାଙ୍କ ସଞ୍ଚାର ବିଭାଗ, କେନ୍ଦ୍ରୀୟ କାର୍ଯ୍ୟାଳୟ ସ୍ୱର୍ଣ୍ଣ ମୁଦ୍ରୀକରଣ ଯୋଜନା (ଜି.ଏମ୍.ଏସ୍.), ୨୦୧୫ର କେନ୍ଦ୍ରୀୟ ସରକାରଙ୍କ ଦ୍ୱାରା ଅଧିସୂଚୀତ ସ୍ୱର୍ଣ୍ଣ ମୁଦ୍ରୀକରଣ ଯୋଜନା, ୨୦୧୫ର କାର୍ଯ୍ୟାନ୍ୱୟନ ଉପରେ ସମସ୍ତ ଅନୁସୂଚିତ ବ୍ୟାଙ୍କଗୁଡ଼ିକୁ (କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ବ୍ୟତୀତ) ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଏକ ନିର୍ଦ୍ଦେଶନାମା ଜାରୀ କରିଅଛି। ଯୋଜନା : ସ୍ୱର୍ଣ୍ଣ ମୁଦ୍ରୀକରଣ ଯୋଜନା ପ୍ରଚଳିତ ସ୍ୱର୍ଣ୍ଣ ଜମା ଯୋଜନା, ୧୯୯୯କୁ ପ୍ରତିସ୍ଥାପନ କରିବ। ମାତ୍ର ସ୍ୱର୍ଣ୍ଣ ଜମା ଯୋଜନା ଅଧିନରେ ଥିବା ବକେୟା ଜମା ଯଦି ଅବଧି ସମୟ ପୂର୍ବରୁ ପ୍ରତ୍ୟାହାର ନ କରାଯାଏ ତେବେ ତାହା ପରିପକ୍ୱ ହେବା ପର୍ଯ୍ୟନ୍ତ ଚାଲୁ ରହିବ। ଏହି ଯୋଜନା ଅଧିନରେ ଭାରତୀୟ ନିବାସୀ (ବ୍ୟକ୍ତି, ଅଭିନ୍ନ ହିନ୍ଦୁ ପରିବାର ଏବଂ ଭାରତୀୟ ପ୍ରତିଭୂତ ବିନିମୟ (ମ୍ୟୁଚୁଆଲ ଫଣ୍ଡ) ନିୟନ୍ତ୍ରଣ ଦ୍ୱାରା ପଞିକୃତ ମ୍ୟୁଚୁଆଲ ଫଣ୍ଡସ / ଏକ୍ସଚେଞ୍ଜ ଟ୍ରେଡସ ଏବଂ କମ୍ପାନୀମାନେ ଜମା କରିପାରିବେ। ୯୯୫ ମସୃଣତା ବିଶିଷ୍ଟ ୩୦ ଗ୍ରାମ ସୁନା ସହ ସମତୁଲ୍ୟ କଞ୍ଚାସୁନା (ପଥର ଓ ଅନ୍ୟ ଧାତୁକୁ ବାଦ ଦେଇ ସ୍ୱର୍ଣ୍ଣ ଖଣ୍ଡ ମୁଦ୍ରା ଅଳଙ୍କାର ଆଦି) ଏକ ସମୟରେ ନ୍ୟୁନତମ ଜମା କରାଯାଇପାରିବ। ଏହି ଯୋଜନାରେ ସର୍ବାଧିକ ଜମାର କୌଣସି ସୀମା ନାହିଁ। ଏହି ଯୋଜନା ଅଧିନରେ ଭାରତ ସରକାରଙ୍କ ବିଜ୍ଞାପନ ବ୍ୟବସ୍ଥା ଅନୁସାରେ ଏବଂ ଭାରତୀୟମାନକ ବ୍ୟୁରୋ ଦ୍ୱାରା ସ୍ୱୀକୃତ ପ୍ରାପ୍ତ ସଂଗ୍ରହ ଓ ଶୁଦ୍ଧତା ପରୀକ୍ଷାକାରୀ କେନ୍ଦ୍ର ଗୁଡ଼ିକରେ (ସିପିଟିସି) ଏହି ସ୍ୱର୍ଣ୍ଣ ଗ୍ରହଣ କରାଯିବ। ଏହି ଯୋଜନା ଅଧିନରେ ଜମାଥିବା ମୂଳଧନ ଓ ସୁଧ ସ୍ୱର୍ଣ୍ଣ ମୂଲ୍ୟ ଆଧାରରେ ବର୍ଗୀକରଣ କରାଯିବ। ମନୋନୀତ ହୋଇଥିବା ବ୍ୟାଙ୍କଗୁଡ଼ିକ ଏହି ସ୍ୱର୍ଣ୍ଣ ଜମା ଯୋଜନା ଅଧିନରେ ସ୍ୱଳ୍ପ ମିଆଦି ବ୍ୟାଙ୍କ ଜମା (ଏସଟିବିଡି) (୧ ରୁ ୩ ବର୍ଷ) ମଧ୍ୟମ ମିଆଦି ଜମା ଯୋଜନାରେ (୫ ବର୍ଷରୁ ୭ ବର୍ଷ) ସୁନା ଗ୍ରହଣ କରିଥାନ୍ତି ଏବଂ ଦୀର୍ଘ ମିଆଦି ଜମା (୧୨ ବର୍ଷରୁ ୧୫ ବର୍ଷ ପର୍ଯ୍ୟନ୍ତ) ସରକାରୀ ଜମା ଯୋଜନାରେ ସୁନା ଗ୍ରହଣ କରିଥାନ୍ତି। ଉପରୋକ୍ତ ପ୍ରଥମ ଦୁଇଟି ଯୋଜନା ବ୍ୟାଙ୍କ ଗୁଡ଼ିକ ନିଜ ନିଜ ଜମା ଖାତାରେ ଗ୍ରହଣ କରିବାବେଳେ ପରବର୍ତ୍ତୀ ଯୋଜନାଟି ଭାରତ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯିବ। ଅପରିପକ୍ୱ ଉଠାଣ ବ୍ୟବସ୍ଥା ରହିବ ମାତ୍ର ତାହା ସର୍ବନ୍ୟୁନ ଅବଧି ସମୟ ଜମା ସର୍ତ୍ତାବଳୀ ଅନୁସାରେ କରାହେବ ଏବଂ ଅର୍ଥ ଦଣ୍ଡ, ପୃଥକ୍ ପୃଥକ୍ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯିବ। ସିପିଟିସି ଦ୍ୱାରା କିମ୍ବା ମନୋନୀତ ବ୍ୟାଙ୍କ ଶାଖା ଦ୍ୱାରା ସ୍ୱର୍ଣ୍ଣ ଜମା ଗ୍ରହଣ କରାଯିବାର ୩୦ ଦିନ ପରେ କିମ୍ୱା ଏହି ଯୋଜନା ଅଧିନରେ ଜମା କରିଥିବା ସୁନା ବିଶୋଧିତ ହୋଇ ବାଣିଜ୍ୟ ଯୋଗ୍ୟ ସୁନାରେ ପରିବର୍ତ୍ତିତ ହେବା ମଧ୍ୟରେ, ଯାହା ଆଗୁଆ ହେବ, ସେହି ଅନୁଯାୟୀ ସେହିଦିନ ଠାରୁ ଅର୍ଜିତ ସୁଧ ମିଳିବା ଆରମ୍ଭ କରିବ। ସିପିଟିସି କିମ୍ୱା ମନୋନୀତ ବ୍ୟାଙ୍କ ଶାଖା ଦ୍ୱାରା ଗ୍ରହଣ କରାଯାଇଥିବା ସୁନା ଜମା ତାରିଖ ଠାରୁ ଅଥବା ଅର୍ଜିତ ସୁଧ ପ୍ରାପ୍ତ କରିବା ତାରିଖ ପର୍ଯ୍ୟନ୍ତ ଯେଉଁଠି ଯାହା ପ୍ରଯୁଜ୍ୟ, ସେହି ଅନୁସାରେ ସିପିଟିସି କିମ୍ୱା ମନୋନୀତ ବ୍ୟାଙ୍କ ଶାଖା ଅଧିନରେ ଥିବା ସୁନା ସେହି ସମୟ ମଧ୍ୟରେ ଏକ ନିରାପଦ ଜମା ଦ୍ରବ୍ୟ ଭାବେ ବିବେଚିତ ହେବ। ସଂରକ୍ଷଣ ଆବଶ୍ୟକତା : ସ୍ୱଳ୍ପ ମିଆଦି ବ୍ୟାଙ୍କ ଜମାଗୁଡ଼ିକରେ ପ୍ରଯୁଜ୍ୟ / ଯଥାଯୋଗ୍ୟ Cash Reserve Ratio (CRR) ଏବଂ Statutory Liquidity Ration (SLR) ଲାଗୁ ରହିବ। ମାତ୍ର, ବ୍ୟାଙ୍କ ପାଖରେ ଗଚ୍ଛିତ ସୁନାକୁ SLR ଆବଶ୍ୟକତାରେ ଗଣତି କରାଯିବ। “ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ (KYC)” ଲାଗୁ କରିବା: ଯେ କୌଣସି ଯୋଜନା ଜମା ଖାତା ଖୋଲିଲାବେଳେ ଗ୍ରାହକ ଚିହ୍ନଟ ପାଇଁ ଯେଉଁସବୁ ନିୟମକୁ ଅନୁସରଣ କରାଯାଏ, ସେହି ସବୁ ନିୟମ ସ୍ୱର୍ଣ୍ଣ ଜମା ଖାତା ଖୋଲିବା ପାଇଁ ଅନୁସରଣ କରାଯିବ। ସ୍ୱର୍ଣ୍ଣ ମୁଦ୍ରୀକରଣ ଯୋଜନା ଅଧିନରେ ସଂଗୃହୀତ ସ୍ୱର୍ଣ୍ଣର ବ୍ୟବହାର : ମନୋନୀତ ବ୍ୟାଙ୍କଗୁଡ଼ିକ ଏସଟିବିଡି (ସ୍ୱଳ୍ପ ମିଆଦି ବ୍ୟାଙ୍କ ଜମା) ଅଧିନରେ ଗ୍ରହଣ କରାଯାଇଥିବା ସୁନାକୁ ଭାରତୀୟ ସ୍ୱର୍ଣ୍ଣ ମୁଦ୍ରା ତିଆରି ପାଇଁ ଏମଏମଟିସି(MMTC)କୁ କିମ୍ବା ଅଳଙ୍କାର ବ୍ୟବସାୟୀଙ୍କୁ କିମ୍ବା ସ୍ୱର୍ଣ୍ଣ ମୁଦ୍ରୀକରଣ ଯୋଜନାରେ ଅଂଶଗ୍ରହଣ କରିଥିବା ଅନ୍ୟ ମନୋନୀତ ବ୍ୟାଙ୍କ ଗୁଡ଼ିକୁ ବିକ୍ରି କରିପାରନ୍ତି କିମ୍ବା ଉଧାର ଦେଇପାରନ୍ତି। ଏମଏଲଟିଜିଡି (MLTGD) ଅଧିନରେ ଜମା ହୋଇଥିବା ସୁନାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାଧିକୃତ ସଂସ୍ଥା ନିଲାମ କରିବେ ଏବଂ ବିକ୍ରୟ ଲବ୍ଧଧନକୁ ରିଜର୍ଭ ବ୍ୟାଙ୍କରେ ଥିବା କେନ୍ଦ୍ର ସରକାରଙ୍କ ଜମାଖାତାରେ ଜମା କରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ, ଏମଏମଟିସି (MMTC), ବ୍ୟାଙ୍କ ସମୂହ ଏବଂ କେନ୍ଦ୍ର ସରକାରଙ୍କ ଅଧିସୂଚିତ ଯେ କୌଣସି ସଂସ୍ଥା ଏହି ନିଲାମ ପ୍ରକ୍ରିୟାରେ ଅଂଶ ଗ୍ରହଣକାରୀ ସଂସ୍ଥା ଭାବେ ଅନ୍ତର୍ଭୁକ୍ତ ହୋଇପାରିବେ। ବ୍ୟାଙ୍କ ଗୁଡ଼ିକ ନିଲାମରୁ କିଣିଥିବା ସୁନାକୁ ଉପରୋକ୍ତ ଉଦ୍ଦେଶ୍ୟ ଗୁଡ଼ିକରେ ବିନିଯୋଗ କରିପାରିବେ। ଆଶଙ୍କା / କ୍ଷତିର ପରିଚାଳନା: ସୁନାର ବିନିମୟରେ ମୂଲ୍ୟର ଗତିବିଧି ହେତୁ ଏବଂ ବ୍ୟାଙ୍କ ମାନଙ୍କର ସୁନା କୀରବାରରେ ଲିପ୍ତ ହେବା କାରଣରୁ ଯେଉଁସବୁ ଆଶଙ୍କା ଉପୁଜୁଛି ତାକୁ ପରିଚାଳନା କରିବା ପାଇଁ ଏକ ଉପଯୋଗୀ ଆଶଙ୍କା ପରିଚାଳନା ବ୍ୟବସ୍ଥା ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ମନୋନୀତ ବ୍ୟାଙ୍କ ଗୁଡ଼ିକ ସ୍ଥାନିତ କରିବା ଉଚିତ୍। ଏହି ଉଦ୍ଦେଶ୍ୟରେ ସେମାନେ ଅନ୍ତରାଷ୍ଟ୍ରୀୟ ବିନିମୟ ଦର, ଲଣ୍ଡନ ବିଲିୟନ ମାର୍କେଟ ଆସୋସିଏସନ କିମ୍ବା କାଉଣ୍ଟରେ ଥିବା ଚୁକ୍ତି ଗୁଡିକୁ ରିଜର୍ଭ ବ୍ୟାଙ୍କ ଦ୍ୱାରା ଘୋଷିତ ମାର୍ଗଦର୍ଶିକାର ବିଷୟାନୁସାରେ ବୁଲିୟନ ଦାମରେ ଭବିଷ୍ୟତର ଚୁକ୍ତିନାମାକୁ ସୁରକ୍ଷିତ କରିବାକୁ ଅନୁମତି ପ୍ରାପ୍ତ ହୋଇଛନ୍ତି। ଅଭିଯୋଗ ଦୂରୀକରଣ ବ୍ୟବସ୍ଥା : ବ୍ୟାଙ୍କ ଗୁଡ଼ିକ ବିରୁଦ୍ଧରେ ଜମା ରସିଦ ଓ ଜମା ପ୍ରମାଣପତ୍ର, ଜମା ମୁକୁଳେଇବା, ସୁଧ ପ୍ରଦାନ ସମ୍ବନ୍ଧୀୟ ଆସୁଥିବା ଅଭିଯୋଗ ଗୁଡ଼ିକ ପ୍ରଥମେ ବ୍ୟାଙ୍କର ଅଭିଯୋଗ ଦୂରୀକରଣ ବ୍ୟବସ୍ଥା ହାତକୁ ନେବ ଏବଂ ତା’ପରେ ରିଜର୍ଭ ବ୍ୟାଙ୍କର ବ୍ୟାଙ୍କିଙ୍ଗ ଲୋକପାଳ ବୁଝିବ। ଏହା ସ୍ମରଣ କରାଇ ଦିଆଯାଇପାରେ କି, ଭାରତ ସରକାର ତାଙ୍କର ସରକାରୀ ସ୍ମାରକପତ୍ର ଏଫ୍.କ୍ର.ସଂ.୨୦/୦୬/୨୦୧୫ ଏଫଟି ତା ୧୫/୦୯/୨୦୧୫ ରିଖରେ ସ୍ୱର୍ଣ୍ଣ ମୁଦ୍ରୀକରଣ ଯୋଜନା ଘୋଷଣା କରିଥିଲେ। ଦେଶରେ ପରିବାର ସମୂହ ଏବଂ ଅନୁଷ୍ଠାନ ଗୁଡ଼ିକରେ ଗଚ୍ଛିତ ଥିବା ସୁନାର ଗତିଶୀଳତା ଏବଂ ଏହାକୁ ଫଳପ୍ରସୂ ଉଦ୍ଦେଶ୍ୟରେ ବ୍ୟବହାର କରିବା ଏବଂ ପରିଶେଷରେ ଦୀର୍ଘକାଳୀନ ସୂତ୍ରରରେ ସୁନାର ଆମଦାନୀ ଉପରେ ଦେଶର ନିର୍ଭରଶୀଳତାକୁ କମେଇବା ଏହି ଯୋଜନାର ମୂଳ ଲକ୍ଷ୍ୟ ଅଟେ। ବ୍ୟାଙ୍କିଙ୍ଗ ନିୟମନ ଅଧିନିୟମ, ୧୯୪୯ ର ୩୫ (କ) ପରିଚ୍ଛେଦ ଅଧିନରେ ପ୍ରଦତ୍ତ କ୍ଷମତା ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ନିର୍ଦ୍ଦେଶନାମା ଜାରି କରିଅଛି। ସିପିଟିସି (CPTC)ଏବଂ ବିଶୋଧନାଗାର ଗୁଡ଼ିକର ତଲିକା ଚୂଡ଼ାନ୍ତ ହେବାକୁ ଯାଇଅଛି ଏବଂ ଏହା ଶୀଘ୍ର କେନ୍ଦ୍ର ସରକାରଙ୍କ ଦ୍ୱାରା ଅଧିସୂଚିତ ହେବ। ଏହି ଯୋଜନା ଅଧିନରେ ମନୋନୀତ ବ୍ୟାଙ୍କ ସମୂହ, ସିପିଟିସି ଏବଂ ବିଶୋଧନାଗାର ଗୁଡ଼ିକର ତ୍ରି-ପକ୍ଷିୟ ରାଜିନାମାରେ ଅନ୍ତର୍ଭୁକ୍ତ ହେବା ପାଇଁ ଇଣ୍ଡିଆନ ବ୍ୟାଙ୍କିଙ୍ଗ ଆସୋସିଏସନ ଆବଶ୍ୟକୀୟ ଦସ୍ତାବିଜକରଣ ଚୂଡ଼ାନ୍ତ କରୁଅଛି। ଏହି ଯୋଜନାକୁ କାର୍ଯ୍ୟାନ୍ୱିତ କରିବା ପାଇଁ ବ୍ୟାଙ୍କ ଗୁଡ଼ିକ ଆବଶ୍ୟକୀୟ ବିଧି ଓ ବ୍ୟବସ୍ଥା ସଂଗଠିତ କରୁଅଛନ୍ତି। ଆଗାମୀ ଅଳ୍ପ ଦିନ ମଧ୍ୟରେ ରିଜର୍ଭ ବ୍ୟାଙ୍କ ଏହି ଯୋଜନାର କାର୍ଯ୍ୟାନ୍ୱୟନର ସଠିକ ତାରିଖ ଘୋଷଣା କରିବ। ଆଲପନା କିଲ୍ଲାୱାଲା ସମ୍ବାଦ ପ୍ରକାଶନ: 2015/2016-974 |