ଭାରତୀୟ ରିଜର୍ଭ ବ୍ୟାଙ୍କର କୃଷି ବ୍ୟାଙ୍କିଙ୍ଗ ମହାବିଦ୍ୟାଳୟ ଦ୍ୱାରା ଘଟଣା ସମ୍ବଳିତ ଲେଖନ ପ୍ରତିଯୋଗିତା ୨୦୧୬ ର ପରିଣାମ ସମ୍ପର୍କରେ ଘୋଷଣା
ଭାରତୀୟ ରିଜର୍ଭ ବ୍ୟାଙ୍କର କୃଷି ବ୍ୟାଙ୍କିଙ୍ଗ ମହାବିଦ୍ୟାଳୟ ଦ୍ୱାରା ଘଟଣା ସମ୍ବଳିତ ଲେଖନ ପ୍ରତିଯୋଗିତା ୨୦୧୬ ର ପରିଣାମ ସମ୍ପର୍କରେ ଘୋଷଣା ଭାରତୀୟ ରିଜର୍ଭ ବ୍ୟାଙ୍କର ପୁଣେ ସ୍ଥିତ କୃଷି ବ୍ୟାଙ୍କିଙ୍ଗ ମହାବିଦ୍ୟାଳୟ ଘଟଣା ସମ୍ବଳିତ ଲେଖନ ପ୍ରତିଯୋଗିତା ୨୦୧୬ ର ପରିଣାମ ଘୋଷଣା କରିଛି।
ଫେବୃୟାରୀ ୨୦୧୬ ରେ ଏହି ମହାବିଦ୍ୟାଳୟ “କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ଋଣ ଗ୍ରହୀତାଙ୍କୁ ଋଣ ପ୍ରଦାନର ଏକ ଅଭିନବ ଉପାୟ” ବିଷୟ ଉପରେ ଏକ ଘଟଣା ସମ୍ବଳିତ ଲେଖନ ପ୍ରତିଯୋଗିତାର ଆୟୋଜନ କରିଥିଲା। ଏହି ପ୍ରତିଯୋଗିତାଟି ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆରଆରବି) , ରାଜ୍ୟ ସମବାୟ ବ୍ୟାଙ୍କ, ସହରୀ ସମବାୟ ବ୍ୟାଙ୍କ ଏବଂ ଅଣ- ବ୍ୟାଙ୍କିଙ୍ଗ ବିତ୍ତ କମ୍ପାନୀ ମାନଙ୍କର ଷ୍ଟାଫ ସଦସ୍ୟ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ବ୍ୟାଙ୍କିଙ୍ଗ ଓ ଶିକ୍ଷା କ୍ଷେତ୍ରରେ ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କୁ ନେଇ ଗଠିତ ହୋଇଥିବା ଏକ ପ୍ୟାନେଲ ତିନୋଟି ମାନଦଣ୍ଡ ଅନୁସାରେ ପ୍ରାର୍ଥୀ ମାନଙ୍କର ପ୍ରବନ୍ଧ ଗୁଡିକର ମୂଲ୍ୟାଙ୍କନ କରିଥିଲେ : କ) ଅନ୍ୟ ବ୍ୟାଙ୍କର ମାନଙ୍କୁ ସଚେତନ କରିବାରେ ଘଟଣା/କାହାଣୀର କ୍ଷମତା (୫୦% ଗୁରୁତ୍ୱ ) ଖ) ସମାଧାନ ପନ୍ଥାର କୁଶଳତା (୨୫% ଗୁରୁତ୍ୱ) ଗ) ଉପସ୍ଥାପନା, ଭାଷା ଏବଂ ସ୍ପଷ୍ଟତା (୨୫% ଗୁରୁତ୍ୱ) ବିଜେତା ମାନଙ୍କୁ ପ୍ରମାଣପତ୍ର ସହିତ ୨୦,୦୦୦/- ଟଙ୍କା (ପ୍ରଥମ ପୁରସ୍କାର), ୧୫,୦୦୦/- ଟଙ୍କା (ଦ୍ୱିତୀୟ ପୁରସ୍କାର) ଓ ୧୦,୦୦୦/- ଟଙ୍କା (ତୃତୀୟ ପୁରସ୍କାର) ହିସାବରେ ନଗଦ ପୁରସ୍କାର ଦିଆଯିବ। ଅଲ୍ପନା କିଲ୍ଲାୱାଲା ପ୍ରେସ ପ୍ରକାଶନ :୨୦୧୬-୧୭ /୫୧୬ |
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: