<font face="mangal" size="3">ମିୟାଁମାରର କୋନ୍ଦ୍ରୀୟ ବ୍ୟାଙ୍କ ସହିତ ଭାରତୀୟ ରିଜ - ଆରବିଆଇ - Reserve Bank of India
ମିୟାଁମାରର କୋନ୍ଦ୍ରୀୟ ବ୍ୟାଙ୍କ ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ “ପର୍ଯ୍ୟବେକ୍ଷଣୀୟ ସହଯୋଗ ଓ ପର୍ଯ୍ୟବେକ୍ଷଣୀୟ ସୁଚ଼ନା ବିନିମୟ” ବୁଝାମଣା ସ୍ମାରକପତ୍ର ହସ୍ତାକ୍ଷର କଲା
ଅକ୍ଟୋବର 21, 2016 ମିୟାଁମାରର କୋନ୍ଦ୍ରୀୟ ବ୍ୟାଙ୍କ ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ “ପର୍ଯ୍ୟବେକ୍ଷଣୀୟ ସହଯୋଗ ଓ ପର୍ଯ୍ୟବେକ୍ଷଣୀୟ ସୁଚ଼ନା ବିନିମୟ” ବୁଝାମଣା ସ୍ମାରକପତ୍ର ହସ୍ତାକ୍ଷର କଲା ଅକ୍ଟୋବର 19, 2016 ତାରିଖରେ ମିୟାଁମାର ସଂଘିୟ ସାଧାରଣତନ୍ତ୍ର ମିୟାଁମାରର କୋନ୍ଦ୍ରୀୟ ବ୍ୟାଙ୍କ ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ, “ପର୍ଯ୍ୟବେକ୍ଷଣୀୟ ସହଯୋଗ ଓ ପର୍ଯ୍ୟବେକ୍ଷଣୀୟ ସୁଚ଼ନା ବିନିମୟ” ବୁଝାମଣା ସ୍ମାରକପତ୍ର ହସ୍ତାକ୍ଷର କଲା। ମିୟାଁମାରର କୋନ୍ଦ୍ରୀୟ ବ୍ୟାଙ୍କ ତରଫରୁ ମିୟାଁମାର ସରକାରଙ୍କ ବୈଦେଶିକ ରାଜ୍ୟମନ୍ତ୍ରି ଶ୍ରୀ ୟୁ.କ୍ୟାୱ ଟିନ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଶ୍ରୀ ଏସ୍.ଏସ୍.ମୁନ୍ଦ୍ରା, ଉପ-ଗଭର୍ଣରଙ୍କ ଦ୍ୱାରା ନୂଆଦିଲ୍ସୀରେ ଅନୁଷ୍ଠିତ ଏକ ଉତ୍ସବରେ ଶ୍ରୀ ନରେନ୍ଦ୍ର ମୋଦି, ସମ୍ମାନୀୟ ପ୍ରଧାନମନ୍ତ୍ରି ଏବଂ ମିୟାଁମାରର ରାଜ୍ୟ ପରାମର୍ଶଦାତା ମହାମାନ୍ୟ ଅଙ୍ଗ ସାନ୍ ସୁ କିଙ୍କ ଗରିମାମୟ ଉପସ୍ଥିତିରେ ବୁଝାମଣା ସ୍ମାରକପତ୍ରରେ ହସ୍ତାକ୍ଷର ହେଲା। ବୃହତ୍ତର ସହଯୋଗକୁ ଆଗେଇ ନବା ଓ ପର୍ଯ୍ୟବେକ୍ଷଣୀୟ ସୂଚ଼ନା ଆଦାନପ୍ରଦାନ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କେତେକ ଦେଶ ସହିତ ବୁଝାମଣା ସ୍ମାରକପତ୍ର, ପର୍ଯ୍ୟବେକ୍ଷଣୀୟ ସୁଚ଼ନା ପତ୍ର ଓ ସହଯୋଗ ବିବୃତିରେ ସ୍ୱାକ୍ଷର କରିଛି । ଏଥିସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ ବର୍ତ୍ତମାନ ସୁଦ୍ଧା ଏଭଳି 34ଟି ବୁଝାମଣା ସ୍ମାରକପତ୍ର, ଗୋଟିଏ ପର୍ଯ୍ୟବେକ୍ଷଣୀୟ ସହଯୋଗପତ୍ର ଏବଂ ଗୋଟିଏ ସହଯୋଗ ବିବୃତିରେ ସ୍ୱାକ୍ଷର କରିଛି । ଅଳ୍ପନା କିଲାୱାଲା ପ୍ରେସ୍ ପ୍ରକାଶନ – 2016-2017/995 |