RbiSearchHeader

Press escape key to go back

Past Searches

Page
Official Website of Reserve Bank of India

Notification Marquee

RBI Announcements
RBI Announcements

RbiAnnouncementWeb

RBI Announcements
RBI Announcements

Asset Publisher

78474937

“ଲକ୍ଷ୍ମୀ ବିଷ୍ଣୁ ସହକାରୀ ବ୍ୟାଙ୍କ ଲିଃ., ଇଛାଲକରଞି, କୋହ୍ଲାପୁର, ମହାରାଷ୍ଟ୍ର” କୁ ଜାରୀ କରାଯାଇଥିବା ନିର୍ଦ୍ଦେଶନାମା ଆର.ବି.ଆଇ. ଦ୍ୱାରା ପ୍ରତ୍ୟାହୃତ

ଭାରତୀୟ ରିଜର୍ଭ ବ୍ୟାଙ୍କ
ଅକ୍ଟୋବର 12, 2015

ସଂଚାର ବିଭାଗ, କେନ୍ଦ୍ରୀୟ କାର୍ଯାଳୟ
ଏସ.ବି.ଏସ ମାର୍ଗ, ମୁମ୍ବାଇ 400 001

“ଲକ୍ଷ୍ମୀ ବିଷ୍ଣୁ ସହକାରୀ ବ୍ୟାଙ୍କ ଲିଃ., ଇଛାଲକରଞି, କୋହ୍ଲାପୁର, ମହାରାଷ୍ଟ୍ର” କୁ ଜାରୀ କରାଯାଇଥିବା ନିର୍ଦ୍ଦେଶନାମା ଆର.ବି.ଆଇ. ଦ୍ୱାରା ପ୍ରତ୍ୟାହୃତ

ତାରିଖ ଅକ୍ଟବୋର 12, 2015 ଠାରୁ ବ୍ୟାଙ୍କିଙ୍ଗ୍ କାରବାର ଚାଲୁ ନରଖିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଲକ୍ଷ୍ମୀ ବିଷ୍ଣୁ ସହକାରୀ ବ୍ୟାଙ୍କ ଲିଃ., ଇଛାଲକରଞି, କୋହ୍ଲାପୁର, ମହାରାଷ୍ଟ୍ରକୁ ତାରିଖ ମାର୍ଚ୍ଚ 28, 2006 ଜାରୀ କରାଯାଇଥିବା ସମସ୍ତ ଅନ୍ତର୍ଭୁକ୍ତ ନିର୍ଦ୍ଦେଶନାମା ପ୍ରତ୍ୟାହୃତ କରାଯାଇଅଛି ।

ବ୍ୟାଙ୍କିଙ୍ଗ୍ ବିନିମୟନ ଅଧିନିୟମ, 1949 (ସମବାୟ ସମିତିମାନଙ୍କ ପାଇଁ ଯାହା ପ୍ରଯୁଯ୍ୟ)ର ଧାରା 35(କ) ର ଉପଧାରା 2 ଅଧିନରେ ଥିବା କ୍ଷମତା ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଏହି ନିର୍ଦ୍ଦେଶନାମା ପ୍ରତ୍ୟାହୃତ ହୋଇଅଛି । ଇଚ୍ଛୁକ ଜନତାଙ୍କ ପାଇଁ ଏହି ନିର୍ଦ୍ଦେଶନାମାର ଏକ ପ୍ରତିଲିପି ବ୍ୟାଙ୍କ ପରିସର ମଧ୍ୟରେ ପ୍ରଦର୍ଶିତ କରାଯାଇଛି । ଏହାପରେ ବ୍ୟାଙ୍କ ଏହାର ନିୟମିତ ବ୍ୟାଙ୍କିଙ୍ଗ୍ କାରବାର ଚାଲୁ ରଖିବ।

ସଂଗୀତା ଦାସ
ନିର୍ଦ୍ଦେଶିକା

ସମ୍ବାଦ ପ୍ରକାଶିତ : 2015-2016/886

RbiTtsCommonUtility

प्ले हो रहा है
ଶୁଣନ୍ତୁ

Related Assets

RBI-Install-RBI-Content-Global

RbiSocialMediaUtility

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୋବାଇଲ୍ ଆପ୍ଲିକେସନ୍ ଇନଷ୍ଟଲ୍ କରନ୍ତୁ ଏବଂ ଲାଟେଷ୍ଟ ନିଉଜ୍ କୁ ଶୀଘ୍ର ଆକ୍ସେସ୍ ପାଆନ୍ତୁ!

ଆମର ଆପ୍ ଇନଷ୍ଟଲ୍ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

RbiWasItHelpfulUtility

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି:

ଏହି ପେଜ୍ ସହାୟକ ଥିଲା କି?