ଦି ଜନତା କମରଶିଆଲ କୋ ଅପରେଟିଭ ଲିଃ. ଖାାମ ଗାଓଁ(ବୁଲଧାନା), ମହାରାଷ୍ଟ୍ର କୁ ଜାରୀ କରାଯାଇଥିବା ନିର୍ଦ୍ଦେଶନାମା ଆର.ବି.ଆଇ. ଦ୍ୱାରା ପ୍ରତ୍ୟାହୃତ
ଭାରତୀୟ ରିଜର୍ଭ ବ୍ୟାଙ୍କ ସଂଚାର ବିଭାଗ, କେନ୍ଦ୍ରୀୟ କାର୍ଯାଳୟ ଦି ଜନତା କମରଶିଆଲ କୋ ଅପରେଟିଭ ଲିଃ. ଖାାମ ଗାଓଁ(ବୁଲଧାନା), ମହାରାଷ୍ଟ୍ର କୁ ଜାରୀ କରାଯାଇଥିବା ନିର୍ଦ୍ଦେଶନାମା ଆର.ବି.ଆଇ. ଦ୍ୱାରା ପ୍ରତ୍ୟାହୃତ ତାରିଖ ଅଗଷ୍ଟ 26, 2015 ଠାରୁ ବ୍ୟାଙ୍କିଙ୍ଗ୍ କାରବାର ଚାଲୁ ନରଖିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଦି ଜନତା କମର୍ଶିଆଲ କୋ ଅପରେଟିଭ ଲିଃ. ଖାାମ ଗାଓଁ(ବୁଲଧାନା), ମହାରାଷ୍ଟ୍ରକୁ ତାରିଖ ସେପଟେମ୍ବର 12, 2012 ଜାରୀ କରାଯାଇଥିବା ସମସ୍ତ ଅନ୍ତର୍ଭୁକ୍ତ ନିର୍ଦ୍ଦେଶନାମା ପ୍ରତ୍ୟାହୃତ କରାଯାଇଅଛି । ବ୍ୟାଙ୍କିଙ୍ଗ୍ ବିନିମୟନ ଅଧିନିୟମ, 1949 (ସମବାୟ ସମିତିମାନଙ୍କ ପାଇଁ ଯାହା ପ୍ରଯୁଯ୍ୟ)ର ଧାରା 35(କ) ର ଉପଧାରା 2 ଅଧିନରେ ଥିବା କ୍ଷମତା ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଏହି ନିର୍ଦ୍ଦେଶନାମା ପ୍ରତ୍ୟାହୃତ ହୋଇଅଛି । ଇଚ୍ଛୁକ ଜନତାଙ୍କ ପାଇଁ ଏହି ନିର୍ଦ୍ଦେଶନାମାର ଏକ ପ୍ରତିଲିପି ବ୍ୟାଙ୍କ ପରିସର ମଧ୍ୟରେ ପ୍ରଦର୍ଶିତ କରାଯାଇଛି । ଏହାପରେ ବ୍ୟାଙ୍କ ଏହାର ନିୟମିତ ବ୍ୟାଙ୍କିଙ୍ଗ୍ କାରବାର ଚାଲୁ ରଖିବ। ସଂଗୀତା ଦାସ ସମ୍ବାଦ ପ୍ରକାଶିତ : 2015-2016/534 |
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: